ନବୀନ ନନ୍ଦଙ୍କ ୧୫-ଦଫା ଦାବି ପତ୍ର ପରେ କପିଳାସ ଉନ୍ନୟନ ନେଇ ପର୍ଯ୍ୟଟନ ବିଭାଗର ଜିଲ୍ଲାପାଳଙ୍କୁ ଡିପିଆର ପ୍ରସ୍ତୁତି ନିର୍ଦ୍ଦେଶ ! ଢେ଼ଙ୍କାନାଳ : ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ର କପିଳାସର ସମଗ୍ର ଉନ୍ନୟନ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବିଭାଗର ପର୍ଯ୍ୟଟନ ସଚିବ, ଜିଲ୍ଲାପାଳଙ୍କୁ ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ (ଡିପିଆର) ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନା ଅନୁଯାୟୀ, ୧୬ ଜୁନରେ ପୂର୍ବତନ ବିଧାୟକ ଏବଂ କପିଳାସ ସୁରକ୍ଷା ପରିଷଦର ଆବାହକ ନବୀନ ନନ୍ଦ, ୧୫ ଦଫା ଦାବିପତ୍ର ଇ-ମେଲ୍ ଯୋଗେ ପର୍ଯ୍ୟଟନ ସଚିବଙ୍କୁ ପ୍ରେରଣ କରିଥିଲେ। ଏହି ପତ୍ରକୁ ଆଧାର କରି, ପର୍ଯ୍ୟଟନ ବିଭାଗ ପତ୍ର ସଂଖ୍ୟା ୮୬୪୫, ତା. ୧୭.୦୭.୨୦୨୫ ଦ୍ୱାରା, ପୀଠର ପାଇଁ ଆବଶ୍ୟକୀୟ ସମସ୍ତ କାର୍ଯ୍ୟର ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ କାର୍ଯ୍ୟଗୁଡିକରେ ୫୦୦ ଚାରିଚକିଆ ଯାନକୁ ସମାବେଶ କରିପାରିବା , ବହୁତଳୀୟ ପାର୍କିଂ ସ୍ଥଳୀ ୫୦୦ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ଓ ମହିଳା ସ୍ନାନାଗାର ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା, ରଜୁଡ଼ା ଅମଳରୁ ନିର୍ମିତ ପୁରୁଣା ଧର୍ମଶାଳାର ପୁନରୁଦ୍ଧାର ସହ ୧୦୦ କକ୍ଷ ବିଶିଷ୍ଟ ନୂତନ ଧର୍ମଶାଳା, ବ୍ୟବସାୟୀଙ୍କ ପାଇଁ ଆଧୁନିକ ମାର୍କେଟ କମ୍ପ୍ଲେକ୍ସ ଓ ରେଷ୍ଟୁରାଣ୍ଟ କଳା ପରିଷଦ ଯାତ୍ରୀମଣ୍ଡପର ପୁନରୁଦ୍ଧାର ପାହାଚ ରାସ୍ତାରେ ବର୍ଷାନିରୋଧକ ଛାତ ସିଂହଦ୍ୱାର ସମୀପରେ ଯାତ୍ରୀନିବାସ ପୁନରୁଦ୍ଧାର ,ବଡ଼ଦାଣ୍ଡ ପ୍ରଶସ୍ତିକରଣ ସହ ପ୍ରୋଟେକ୍ସନ୍ ୱାଲ୍ ,କପିଳାସ ପାଦଦେଶରେ ଡିଅର ପାର୍କ ନିକଟରେ ୧୦୦ ବଖରା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ , ଭଜନ ମଣ୍ଡପ ନିର୍ମାଣ,୩ ବଖରିଆ ପୂର୍ତ୍ତ ବିଭାଗୀୟ ଧର୍ମଶାଳା ପୁନରୁଦ୍ଧାର,ଚଣ୍ଡୀମାତା ମନ୍ଦିର ପୁନଃନିର୍ମାଣ, ଭୁବନେଶ୍ୱରୀ ମନ୍ଦିର ଓ ହରିହରମଠ ନିର୍ମାଣ ,୨୦୦ ସିଟ ବିଶିଷ୍ଟ ଅଡିଟୋରିୟମ, ବୁଲାଗାଈ ଆଶ୍ରୟସ୍ଥଳ ପୁନରୁଦ୍ଧାର,ପାଠାଗାର ଗୃହ ଓ ମନ୍ଦିର କାର୍ଯ୍ୟାଳୟ ପୁନଃନିର୍ମାଣ । ଏହି ସମଗ୍ର ପ୍ରସ୍ତାବର ବାସ୍ତବାୟନ, କେବଳ କପିଳାସ ପୀଠର ପର୍ଯ୍ୟଟନ ସୁବିଧାକୁ ସୁଦୃଢ଼ କରିବା ନୁହେଁ, ବରଂ ଏହାକୁ ରାଜ୍ୟ ଓ ଦେଶର ପ୍ରମୁଖ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାରେ ମୁଖ୍ୟ ଭୂମିକା ନେବ। ପର୍ଯ୍ୟଟନ ବିଭାଗର ଏହି ପଦକ୍ଷେପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ପ୍ରବାହିତ ହେଉଛି। #tehelkadhenkanal #dhenkanal Dhenkanal District Administration CMO Odisha Dharmendra Pradhan Nabin Nanda#dhenkanalshuru

- Post by Tapasdas1
- ହରିଣ ପାରର୍କ1
- proud moment for all indian1
- Post by User5115 Susanta Kumar Pattnaik1
- ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 70910778981
- ऑफिस में काम करते समय अचानक कोई पीछे आ जाए, तो घबराहट आम बात है। लेकिन अब एक नई लेज़र ट्रिपवायर टेक्नोलॉजी इस परेशानी का हल बन रही है। जैसे ही कोई कमरे में एंट्री करता है, कंप्यूटर स्क्रीन अपने-आप सेफ मोड में चली जाती है। न कैमरा, न मैनुअल क्लिक,ये सिस्टम ऑफिस प्राइवेसी को पहले से कहीं ज्यादा स्मार्ट और सुरक्षित बना रहा है। 📹Media: Git.io #technology #engineering #privacy #hardware #innovation #OfficeLife #FutureTech #PrivacyTech #SmartOffice #TechNews1
- Orissa Subha sakal good morning1
- OMAN AND INDIA RELATIONSHIP1