logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋଡ଼ିବନ୍ଧ ଠାରୁ ବଅଁରପାଳ ଓ ଏନଟିପିସି ପର୍ଯ୍ୟାୟ ରାସ୍ତା ନିର୍ମାଣ କାର୍ଯ୍ୟ ଓ ମରାମତି ଦାବିରେ ଅର୍ଥ ନୈତିକ ଅବରୋଧ ଆନ୍ଦୋଳନ ତାଳଚେର :- ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥ ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ର କଛପ ଗତି ଓ ଗୋଡ଼ିନନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାକୁ କଂପାନୀ ପକ୍ଷରୁ ତୁରନ୍ତ ନିର୍ମାଣ କରାଯିବା, ନତୁବା ଜାତୀୟ ରାଜପଥ କୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଦାବି ନେଇ ପୂର୍ବତନ ସାଂସଦ ମହେଶ ସାହୁଙ୍କ ଆହ୍ବାନ କ୍ରମେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ତାଳଚେର କଣିହାଁ ବ୍ଲକ ଅନ୍ତର୍ଗତ ନୁଆ ବଲଣ୍ଡା ଠାରେ ଓ ତାଳଚେର ସହର ନିକଟସ୍ଥ କୋଲ କରିଡ଼ର ରାସ୍ତା ପାର୍ଶ୍ବରେ ଯାଇଥିବା ଏନଟିପିସି ରେଳ ଧାରଣାରେ ବସି ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯାଇଥିଲା l ଉଭୟ ସ୍ଥାନରେ ଶ୍ରୀ ସାହୁ ସାମିଲ ରହି ତୁରନ୍ତ ଲୋକଙ୍କ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଖାଲ ଖମଣ ରାସ୍ତାକୁ ମରାମତି କରିବା ସହିତ ଅବିଳମ୍ବେ ଜାତୀୟ ରାଜପଥର ପ୍ରସ୍ତାବିତ ଗୋଡ଼ିବନ୍ଧ-ବଅଁରପାଳ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବୀ କରି ଏହି ପ୍ରସଙ୍ଗରେ ଆଜି ଆନ୍ଦୋଳନ କରିଥିଲେ ଏବଂ ଏନଟିପିସି କୁ ଯାଇଥିବା ରାସ୍ତାଟି ମରଣ ଜନ୍ତା ପାଲଟି ଥିବାରୁ ଏନଟିପିସି କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ରାସ୍ତା ନିର୍ମାଣ କରି ଲୋକଙ୍କ ପାଇଁ ଯାତାୟାତର ସୁବିଧା କରୁ, ନଚେତ୍ ଯଦି ଏହା କରିବା ପାଇଁ ଅସମର୍ଥ ପ୍ରକାଶ କରେ ତେବେ ତୁରନ୍ତ ଏହି ରାସ୍ତାକୁ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରୁ ବୋଲି ଶ୍ରୀ ସାହୁ ଦୃଢ ଦାବୀ କରି ସକାଳ ଘ.୮.୩୦ମିନିଟ ରୁ ସକାଳ ୧୦.୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଆନ୍ଦୋଳନ କରିଥିଲେ l ଫଳରେ ଏନଟିପିସି, ଜେଆଇଟିପିଏଲ କୁ କୋଇଲା ଚାଲାଣ ବନ୍ଦ ହୋଇଯାଇଥିଲା । ଅପରପକ୍ଷେ ତାଳଚେରରେ ଅବସ୍ଥାପିତ କୋଇଲା ଖଣି କର୍ତ୍ତୃପକ୍ଷ, ଏନଟିପିସି, ଜେଆଇଟିପିଏଲ ଭଳି ବଡ଼ ବଡ଼ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ଥିବା ବେଳେ ସେମାନେ ମଧ୍ୟ ଏହି ରାସ୍ତାକୁ ବ୍ୟବହାର କରିବା ସତ୍ୱେ ଏଥିପ୍ରତି ନିଦା ବିଷ୍ଣୁ ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ଶ୍ରୀ ସାହୁ କ୍ଷୋଭ ପ୍ରକାଶ କରିଥିଲେ । ତେବେ ଏହି ଆନ୍ଦୋଳନ ଧାରା ବାହିକ ଭାବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି l ଏହି ଆନ୍ଦୋଳନରେ ବିଜେଡ଼ି ନେତା ଜ୍ୟୋତି ରଞ୍ଜନ ଦାସ, କାଉନସିଲର ଯଶୋବନ୍ତ ମିଶ୍ର, ବାବୁନା ସ୍ୱାଇଁ, ରାଜୀବ ରାଉତ, କୁଶ ବିହାରି ସାମଲ, ସୁଲେଖ ସେଠି, ଲିପୁ ରଥ, କାଲିଆ ସାମଲ, ହର୍ଷ ବର୍ଦ୍ଧନ ସାମଲ, ତପନ କୁମାର ମହାରଣା ପ୍ରମୁଖ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ସେହିପରି ନୁଆ ବଲଣ୍ଡା ଠାରେ ମଧ୍ୟ ସ୍ଥାନୀୟ ସଚେତନ ନାଗରିକ ମଞ୍ଚର ସଦସ୍ୟ ମାନେ ଏନଟିପିସି ରେଳ ଧାରଣା ଓ ରାଜପଥରେ ଧାରଣା ଦେଇ ଆନ୍ଦୋଳନ କରିଥିଲେ l

on 4 October
user_Priyamadhaba Das
Priyamadhaba Das
Journalists Anugul•
on 4 October
b592a41a-aee0-491f-851b-bb1735ac9e1d

More news from Anugul and nearby areas
  • ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    1
    ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    user_Tulla tulsi
    Tulla tulsi
    Doctor Anugul•
    21 hrs ago
  • Post by Tapasdas
    1
    Post by Tapasdas
    user_Tapasdas
    Tapasdas
    Journalist Dhenkanal•
    17 hrs ago
  • ହରିଣ ପାରର୍କ
    1
    ହରିଣ ପାରର୍କ
    user_Rajendra kumar sahoo
    Rajendra kumar sahoo
    Grain Trader Cuttack•
    10 hrs ago
  • ନିଯୁକ୍ତି ମେଳାକୁ ନେଇ କଣ କହିଲେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର I Nijukti Mela 2025 I @ranjankumardash #boudhnews #ntvodia
    1
    ନିଯୁକ୍ତି ମେଳାକୁ ନେଇ କଣ କହିଲେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର I Nijukti Mela 2025 I @ranjankumardash #boudhnews #ntvodia
    user_Ranjan Kumar Dash
    Ranjan Kumar Dash
    Journalist Boudh•
    4 hrs ago
  • proud moment for all indian
    1
    proud moment for all indian
    user_Thabira Majhi
    Thabira Majhi
    Khordha•
    17 hrs ago
  • ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI
    1
    ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI
    user_Kanhu charan jena
    Kanhu charan jena
    Content Creator (YouTuber) Nayagarh•
    9 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    19 hrs ago
  • ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia
    1
    ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia
    user_Ranjan Kumar Dash
    Ranjan Kumar Dash
    Journalist Boudh•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.