logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେଲପାହାଡ଼ ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଚଳିତ ବର୍ଷର ୧୯ତମ ଶୀତଳ ଷଷ୍ଠୀ ଉତ୍ସବ-୨୦୨୬ ଅତ୍ୟନ୍ତ ମହାସମାରୋହରେ ପାଳିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାକାର୍ଯ୍ୟ ଓ ନୀତିକାନ୍ତି ସମ୍ପାଦିତ ହୋଇଛି। ଉତ୍ସବ ପାଇଁ ଗତ ଜୁନ ୧୭ ତାରିଖରେ ପିନ୍ଧାଣୀ ନୀତି ସମ୍ପନ୍ନ ହୋଇଥିବା ବେଳେ, ଜୁନ ୧୮ ତାରିଖ ସକାଳ ୯ଟାରେ ହଳଦୀ ନୀତି ଅନୁଷ୍ଠିତ ହୋଇଥିଲା। ସେହିଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ସମ୍ପୂର୍ଣ୍ଣ ହୋଇଥିଲା, ଯେଉଁଥିରେ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ଭଗବାନଙ୍କ ଦର୍ଶନ ଲାଭ କରିବା ସହ ଉତ୍ସାହର ସହ ଗୀତର ତାଳେ ତାଳେ ଝୁମି ଉଠିଥିଲେ। ଚଳିତ ବର୍ଷ ଦେବୀ ପାର୍ବତୀଙ୍କ ମାତାପିତା ଭାବରେ ସପତ୍ନୀକ ସୁବାସ ସିଂଘାଣିଆ ଏବଂ ଭଗବାନ ଶିବଙ୍କ ମାତାପିତା ଭାବରେ ସପତ୍ନୀକ ବିଜାନୁ ନାୟକ ଦାୟିତ୍ୱ ନିର୍ବାହ କରିଥିଲେ। ପଣ୍ଡିତ ସୁରେଶ ଚନ୍ଦ୍ର କର ଓ ଦିଲୀପ ପଣ୍ଡା ମୁଖ୍ୟ ପୂଜକ ଭାବେ ସହଯୋଗୀ ପୂଜାର୍ଚ୍ଚନା କରିଥିଲେ। ଆଜି ଜୁନ ୧୯ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଏକ ବିଶାଳ ଭବ୍ୟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କ ସୁସଜ୍ଜିତ ପାଲକି, ଜାମସେଦପୁରର ଅଘୋରୀ ବେଶ ଦଳ, ଜାହାଜପଡ଼ା କୀର୍ତ୍ତନ ମଣ୍ଡଳୀ, ବେଲପାହାଡ଼ ସୁଭଦ୍ରା ଘଣ୍ଟ ମଣ୍ଡଳୀ, ସ୍ଥାନୀୟ ଦୁଲ୍‌ଦୁଲି ବାଜା ସହ ଢୋଲ, ନିଶାନ, ତାସା ଆଦି ପାରମ୍ପରିକ ନାଚ, ଗୀତ ଓ ବାଦ୍ୟ ପରିବେଷିତ ହୋଇ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା। ଏହି ଭବ୍ୟ ଶୋଭାଯାତ୍ରାକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆୟୋଜକ ପକ୍ଷରୁ ସ୍ଥାନୀୟ ପୁଲିସ ପ୍ରଶାସନର ସହାୟତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶୋଭାଯାତ୍ରା ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହି ଉତ୍ସବକୁ ସଫଳ କରିବା ପାଇଁ ମନ୍ଦିର କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବଗାର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରାଣା, ମନୋଜ ସ୍ୱାଇଁ, ଆଲୋକ ମହାକୁଡ଼, ରାହୁଲ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, କାହ୍ନେୟା ଶର୍ମା, ଦୀନେଶ କରାଲୀ, ବବନ ସିଂ, ଜେନାମଣି ସେଠ, ସୁମିତ ଲାଲ, ରାକେଶ ଶତପଥୀ, ଦୀପକ ମହାକୁଡ଼, ପ୍ରଦୀପ କର୍ମାକର, କହ୍ନେୟା ଶା, ସରୋଜ ଗ୍ରହାଚାର୍ଯ୍ୟ, ସନ୍ତୋଷ ଚୌବେ, ସୁମିତ୍ରା ମହାନନ୍ଦିଆ, ବିନ୍ଦୁ ଭୋଇ ପ୍ରମୁଖ ସମସ୍ତ ସଦସ୍ୟ, ସଦସ୍ୟା ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ସହଯୋଗ କରିଥିଲେ।

23 hrs ago
user_Saroj Kumar Mirdha
Saroj Kumar Mirdha
Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
23 hrs ago
ba66edc1-779e-4f08-b197-e3f0ef72ca42

ବେଲପାହାଡ଼ ଗୁମାଡେରାସ୍ଥିତ ଗୌରୀ ଶଙ୍କର ମନ୍ଦିରରେ ଚଳିତ ବର୍ଷର ୧୯ତମ ଶୀତଳ ଷଷ୍ଠୀ ଉତ୍ସବ-୨୦୨୬ ଅତ୍ୟନ୍ତ ମହାସମାରୋହରେ ପାଳିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାକାର୍ଯ୍ୟ ଓ ନୀତିକାନ୍ତି ସମ୍ପାଦିତ ହୋଇଛି। ଉତ୍ସବ ପାଇଁ ଗତ ଜୁନ ୧୭ ତାରିଖରେ ପିନ୍ଧାଣୀ ନୀତି ସମ୍ପନ୍ନ ହୋଇଥିବା ବେଳେ, ଜୁନ ୧୮ ତାରିଖ ସକାଳ ୯ଟାରେ ହଳଦୀ ନୀତି ଅନୁଷ୍ଠିତ ହୋଇଥିଲା। ସେହିଦିନ ରାତି ୧୧ଟା ୪୬ ମିନିଟରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ସମ୍ପୂର୍ଣ୍ଣ ହୋଇଥିଲା, ଯେଉଁଥିରେ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ଭଗବାନଙ୍କ ଦର୍ଶନ ଲାଭ କରିବା ସହ ଉତ୍ସାହର

10252940-75f0-4294-bb6b-76d09dfa5470

ସହ ଗୀତର ତାଳେ ତାଳେ ଝୁମି ଉଠିଥିଲେ। ଚଳିତ ବର୍ଷ ଦେବୀ ପାର୍ବତୀଙ୍କ ମାତାପିତା ଭାବରେ ସପତ୍ନୀକ ସୁବାସ ସିଂଘାଣିଆ ଏବଂ ଭଗବାନ ଶିବଙ୍କ ମାତାପିତା ଭାବରେ ସପତ୍ନୀକ ବିଜାନୁ ନାୟକ ଦାୟିତ୍ୱ ନିର୍ବାହ କରିଥିଲେ। ପଣ୍ଡିତ ସୁରେଶ ଚନ୍ଦ୍ର କର ଓ ଦିଲୀପ ପଣ୍ଡା ମୁଖ୍ୟ ପୂଜକ ଭାବେ ସହଯୋଗୀ ପୂଜାର୍ଚ୍ଚନା କରିଥିଲେ। ଆଜି ଜୁନ ୧୯ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଏକ ବିଶାଳ ଭବ୍ୟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କ ସୁସଜ୍ଜିତ ପାଲକି, ଜାମସେଦପୁରର ଅଘୋରୀ ବେଶ ଦଳ, ଜାହାଜପଡ଼ା କୀର୍ତ୍ତନ

ମଣ୍ଡଳୀ, ବେଲପାହାଡ଼ ସୁଭଦ୍ରା ଘଣ୍ଟ ମଣ୍ଡଳୀ, ସ୍ଥାନୀୟ ଦୁଲ୍‌ଦୁଲି ବାଜା ସହ ଢୋଲ, ନିଶାନ, ତାସା ଆଦି ପାରମ୍ପରିକ ନାଚ, ଗୀତ ଓ ବାଦ୍ୟ ପରିବେଷିତ ହୋଇ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା। ଏହି ଭବ୍ୟ ଶୋଭାଯାତ୍ରାକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆୟୋଜକ ପକ୍ଷରୁ ସ୍ଥାନୀୟ ପୁଲିସ ପ୍ରଶାସନର ସହାୟତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶୋଭାଯାତ୍ରା ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହି ଉତ୍ସବକୁ ସଫଳ କରିବା ପାଇଁ ମନ୍ଦିର

2cf6d019-440e-4dd5-a09b-9db41a9a99bc

କମିଟି ଓ ଗୌରୀ ଶଙ୍କର ସେବାୟତ ସଂଘ ପକ୍ଷରୁ କହ୍ନେଇ ଚରଣ ସେଠ, କୁଳମଣି ବଗାର, ସଚ୍ଚିଦାନନ୍ଦ ପଣ୍ଡା, ଲଳନ ଯାଦବ, ଦିଲୀପ ପଣ୍ଡା, ବିପ୍ଲବ ଅଗ୍ରୱାଲ, ସୁବୀର ରାଣା, ମନୋଜ ସ୍ୱାଇଁ, ଆଲୋକ ମହାକୁଡ଼, ରାହୁଲ ମହାକୁଡ଼, ଲକ୍ଷ୍ମଣ ଅଗ୍ରୱାଲ, କାହ୍ନେୟା ଶର୍ମା, ଦୀନେଶ କରାଲୀ, ବବନ ସିଂ, ଜେନାମଣି ସେଠ, ସୁମିତ ଲାଲ, ରାକେଶ ଶତପଥୀ, ଦୀପକ ମହାକୁଡ଼, ପ୍ରଦୀପ କର୍ମାକର, କହ୍ନେୟା ଶା, ସରୋଜ ଗ୍ରହାଚାର୍ଯ୍ୟ, ସନ୍ତୋଷ ଚୌବେ, ସୁମିତ୍ରା ମହାନନ୍ଦିଆ, ବିନ୍ଦୁ ଭୋଇ ପ୍ରମୁଖ ସମସ୍ତ ସଦସ୍ୟ, ସଦସ୍ୟା ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ସହଯୋଗ କରିଥିଲେ।

More news from Jharsuguda and nearby areas
  • ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଫାଟକ ନିକଟରେ ନୂତନ ଭାବେ ସାଇ ହେଲ୍‌ଥ କେୟାର ନାମକ ଏକ ଘରୋଇ ହସ୍ପିଟାଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲପାହାଡ଼ର ବର୍ଷିୟାନ୍ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାର ଶୁଭ ଉଦଘାଟନ କରିଥିଲେ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଉଦଘାଟନୀ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା, ଯାହାର ଲାଭ ଅନେକ ଲୋକ ନେଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ଭାବେ ଯୋଗଦାନ କରିଛନ୍ତି। ରୋଗୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହ ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ଦ୍ୱାରା ରକ୍ତ ପରୀକ୍ଷା, ମଳ, ମୂତ୍ର, ଧାତୁ ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ରହିବ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ଅଧିକ ବିଭିନ୍ନ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ ଏବଂ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ କିପରି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
    1
    ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଳ ଫାଟକ ନିକଟରେ ନୂତନ ଭାବେ ସାଇ ହେଲ୍‌ଥ କେୟାର ନାମକ ଏକ ଘରୋଇ ହସ୍ପିଟାଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲପାହାଡ଼ର ବର୍ଷିୟାନ୍ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାର ଶୁଭ ଉଦଘାଟନ କରିଥିଲେ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଉଦଘାଟନୀ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା, ଯାହାର ଲାଭ ଅନେକ ଲୋକ ନେଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ଭାବେ ଯୋଗଦାନ କରିଛନ୍ତି। ରୋଗୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହ ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ଦ୍ୱାରା ରକ୍ତ ପରୀକ୍ଷା, ମଳ, ମୂତ୍ର, ଧାତୁ ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ରହିବ।

ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ଅଧିକ ବିଭିନ୍ନ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ ଏବଂ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ କିପରି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    4 hrs ago
  • ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ପାହାଡ଼ପୁରରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ଏକ ଜନ୍ମଦିନ ପାଳନ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଜଡ଼ିତ କାର୍ଯ୍ୟକ୍ରମର ପରିପ୍ରେକ୍ଷୀରେ ହୋଇଥିବା ସୂଚନା ମିଳିଛି।
    1
    ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ପାହାଡ଼ପୁରରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ଏକ ଜନ୍ମଦିନ ପାଳନ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଜଡ଼ିତ କାର୍ଯ୍ୟକ୍ରମର ପରିପ୍ରେକ୍ଷୀରେ ହୋଇଥିବା ସୂଚନା ମିଳିଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ବରଗଡ଼ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଉଚିତ୍ ନ୍ୟାୟ ଯୋଗାଇ ଦେବାକୁ ନାରାବାଜୀ କରିବା ସହ ସଂଘ ପକ୍ଷରୁ ଦାବି କରାଯାଇଛି। ନାରୀଙ୍କ ସୁରକ୍ଷା ନେଇ ସରକାର ଦାବି କରୁଥିବା ବେଳେ ଚାମେଲି ଓଝାଙ୍କ ପ୍ରତି ଏ କିଭଳି ସୁରକ୍ଷା ବୋଲି ସରପଞ୍ଚ ସଂଘ ପ୍ରଶ୍ନ ଉଠାଇଛି। ସରପଞ୍ଚ ସଂଘ ଖୋଲା ଚେତାବନୀ ଦେଇଛି ଯେ ଯଦି ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା କରାଯାଏ, ତେବେ ଆଗାମୀ ଦିନରେ ସଂଘ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ। ଏହି ପରିପ୍ରେକ୍ଷୀରେ, ସରପଞ୍ଚ ସଂଘ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ଚାମେଲି ଓଝାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛି। ଆମ ବରଗଡ଼ ଜିଲ୍ଲା ପ୍ରତିନିଧୀ ସୁଜିତ୍ ବେହେରା ଏ ନେଇ ସରପଞ୍ଚମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି।
    1
    ବରଗଡ଼ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଉଚିତ୍ ନ୍ୟାୟ ଯୋଗାଇ ଦେବାକୁ ନାରାବାଜୀ କରିବା ସହ ସଂଘ ପକ୍ଷରୁ ଦାବି କରାଯାଇଛି। ନାରୀଙ୍କ ସୁରକ୍ଷା ନେଇ ସରକାର ଦାବି କରୁଥିବା ବେଳେ ଚାମେଲି ଓଝାଙ୍କ ପ୍ରତି ଏ କିଭଳି ସୁରକ୍ଷା ବୋଲି ସରପଞ୍ଚ ସଂଘ ପ୍ରଶ୍ନ ଉଠାଇଛି।

ସରପଞ୍ଚ ସଂଘ ଖୋଲା ଚେତାବନୀ ଦେଇଛି ଯେ ଯଦି ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା କରାଯାଏ, ତେବେ ଆଗାମୀ ଦିନରେ ସଂଘ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ। ଏହି ପରିପ୍ରେକ୍ଷୀରେ, ସରପଞ୍ଚ ସଂଘ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ଚାମେଲି ଓଝାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛି। ଆମ ବରଗଡ଼ ଜିଲ୍ଲା ପ୍ରତିନିଧୀ ସୁଜିତ୍ ବେହେରା ଏ ନେଇ ସରପଞ୍ଚମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
    user_Ranjan hota
    Ranjan hota
    Sonepur, Odisha•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    1 hr ago
  • ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଦର୍ଶାଯାଇଛି। ଏପରି ପରିସ୍ଥିତିରେ ସାଧାରଣ ଜନତା ପୁଲିସକୁ ଭୟ କରୁଥିବାବେଳେ, ଅପରାଧୀ ଓ ଆତତାୟୀମାନଙ୍କ ମନରେ ପୁଲିସ ପ୍ରତି କୌଣସି ଭୟ ନାହିଁ।
    1
    ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଦର୍ଶାଯାଇଛି। ଏପରି ପରିସ୍ଥିତିରେ ସାଧାରଣ ଜନତା ପୁଲିସକୁ ଭୟ କରୁଥିବାବେଳେ, ଅପରାଧୀ ଓ ଆତତାୟୀମାନଙ୍କ ମନରେ ପୁଲିସ ପ୍ରତି କୌଣସି ଭୟ ନାହିଁ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଳ ଫାଟକ ନିକଟରେ ନୂତନ ଭାବେ ସାଇ ହେଲ୍-ଥ କେୟାର ନାମକ ଏକ ଘରୋଇ ହସ୍ପିଟାଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ର ବର୍ଷୀୟାନ୍ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉଦଘାଟନୀ ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ଲାଭ ଅନେକ ଲୋକ ନେଇଥିଲେ। ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ଭାବେ ଯୋଗଦାନ କରିଛନ୍ତି। ଏଠାରେ ରୋଗୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ରକ୍ତ ପରୀକ୍ଷା, ମଳ, ମୂତ୍ର, ଧାତୁ, ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ରହିବ। ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି କହିଛନ୍ତି ଯେ, ଆଗାମୀ ଦିନରେ ଅଧିକ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ। ଏଥିସହ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ ଏବଂ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ କିପରି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
    1
    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଳ ଫାଟକ ନିକଟରେ ନୂତନ ଭାବେ ସାଇ ହେଲ୍-ଥ କେୟାର ନାମକ ଏକ ଘରୋଇ ହସ୍ପିଟାଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ର ବର୍ଷୀୟାନ୍ ଡାକ୍ତର ଲତିକା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉଦଘାଟନୀ ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ଲାଭ ଅନେକ ଲୋକ ନେଇଥିଲେ।

ଏହି ଡାକ୍ତରଖାନାରେ ଡ଼ା. ଅମର କୁମାର ଧଳ, ଡ଼ା. ଇଶାନ ପ୍ରଧାନ, ଡ଼ା. ଚିରଞ୍ଜିବୀ ଖଟୁଆଙ୍କ ସମେତ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଚିକିତ୍ସକ ଭାବେ ଯୋଗଦାନ କରିଛନ୍ତି। ଏଠାରେ ରୋଗୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ପ୍ରତ୍ୟେକ ଦିନ ସକାଳ ୭ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ରକ୍ତ ପରୀକ୍ଷା, ମଳ, ମୂତ୍ର, ଧାତୁ, ଏବଂ ଗର୍ଭ ପରୀକ୍ଷା ପାଇଁ ସେବା ଉପଲବ୍ଧ ରହିବ।

ଡାକ୍ତରଖାନାର ପ୍ରତିଷ୍ଠାତା ସତ୍ୟ ପ୍ରକାଶ ମହାନ୍ତି କହିଛନ୍ତି ଯେ, ଆଗାମୀ ଦିନରେ ଅଧିକ ବିଶିଷ୍ଟ ପରୀକ୍ଷା ପାଇଁ ସେବା ଉପଲବ୍ଧ କରାଯିବ। ଏଥିସହ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ ଏବଂ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ କିପରି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ, ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    8 hrs ago
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗରିବଙ୍କ ପାଇଁ ଚାଲୁଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ଆଜି ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଓଡ଼ିଶା ସବୁବେଳେ ଅର୍ଥନୈତିକ କାର୍ଯ୍ୟକଳାପ, ନିବେଶ ଏବଂ ଶିଳ୍ପକୁ ଆକର୍ଷିତ କରିଛି। ରାଜ୍ୟରେ ନୂଆ ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ବହୁତ ଚେଷ୍ଟା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗରିବଙ୍କ ପାଇଁ ଚାଲୁଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ଆଜି ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଓଡ଼ିଶା ସବୁବେଳେ ଅର୍ଥନୈତିକ କାର୍ଯ୍ୟକଳାପ, ନିବେଶ ଏବଂ ଶିଳ୍ପକୁ ଆକର୍ଷିତ କରିଛି। ରାଜ୍ୟରେ ନୂଆ ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ବହୁତ ଚେଷ୍ଟା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ବରଗଡ଼ ଜିଲ୍ଲାର ବରପାଲିରେ ଆୟୋଜିତ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ହିମlଦ୍ରୀ ନଗରରେ ଗାୟିକା ଦୀପ୍ତିରେଖା ପାଢୀ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ତାଙ୍କ ସୁମଧୁର ଗୀତରେ ନଗରୀର ପୋଖରୀରେ କଇଁଫୁଲ ଫୁଟିଲା ପରି ପ୍ରତିଭାତ ହୋଇ ସମସ୍ତ ଶ୍ରୋତାଙ୍କୁ ମୁଗ୍ଧ କରିଥିଲା।
    1
    ବରଗଡ଼ ଜିଲ୍ଲାର ବରପାଲିରେ ଆୟୋଜିତ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ହିମlଦ୍ରୀ ନଗରରେ ଗାୟିକା ଦୀପ୍ତିରେଖା ପାଢୀ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ତାଙ୍କ ସୁମଧୁର ଗୀତରେ ନଗରୀର ପୋଖରୀରେ କଇଁଫୁଲ ଫୁଟିଲା ପରି ପ୍ରତିଭାତ ହୋଇ ସମସ୍ତ ଶ୍ରୋତାଙ୍କୁ ମୁଗ୍ଧ କରିଥିଲା।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.