logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଗୁରାଣ୍ଡି ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଦବୋଧନୀ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ତଥା ସହ ପ୍ରାଧ୍ୟାପକ ଶ୍ରୀ ବିପ୍ଳବ ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ।ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଦକ୍ଷିଣ ସମ୍ଭାଗର ଅଧ୍ୟକ୍ଷା ଡ଼ଃ କଲ୍ୟାଣୀ ମିଶ୍ର, ସମ୍ମାନୀତ ଅତିଥି ଭାବେ ମୀନକେତନ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀଶ ଜେନା, ମୀନକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ତିରୁପତି ବାଲାଜୀ ପରିଚ୍ଛା, ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ ଓ ସଦସ୍ୟା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ଅତିଥିମାନେ ସ୍ୱାମୀ ବିବେକାନନ୍ଦଙ୍କ ଦିଗଦର୍ଶନରେ ଯୁବପିଢ଼ିଙ୍କୁ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଠନ ନିମନ୍ତେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ସଦସ୍ୟା ଶ୍ରୀମତୀ ସସ୍ମିତା ଜେନା ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ଡ଼ଃ କଲ୍ୟାଣୀ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ରଖିଥିଲେ। ସେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଯୁବ ବିଭାଗର କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀମତୀ ସ୍ନିଗ୍ଧା ମିଶ୍ର ସ୍ବଦେଶ ମନ୍ତ୍ର ପଠନ କରିଥିବା ବେଳେ ଲୋକ ସଂସର ସମ୍ପର୍କ ସେତୁ ମୂଖ୍ୟ ଶ୍ରୀ ରାଜେନ୍ଦ୍ର କୁମାର ରଥ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଅଧ୍ୟାପିକା ସୁନୀତା ବେହେରା ସମସ୍ତ ଅତିଥିବୃନ୍ଦ, ଛାତ୍ରଛାତ୍ରୀ, ଅଧ୍ୟାପିକା/ଅଧ୍ୟାପକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବୃକ୍ଷରୋପଣ କାର୍ଯ୍ୟକ୍ରମ ଶ୍ରୀ ନିର୍ମଳ ଚନ୍ଦ୍ର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୀନକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କର୍ମଚାରୀବୃନ୍ଦଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

2 hrs ago
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•
2 hrs ago
2a1b9aa9-a7ff-4527-89a1-836e0f65e892

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଗୁରାଣ୍ଡି ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଦବୋଧନୀ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ତଥା ସହ ପ୍ରାଧ୍ୟାପକ ଶ୍ରୀ ବିପ୍ଳବ ରଞ୍ଜନ

a6433f07-da1e-4135-86b0-6565bcb9ce03

ପ୍ରଧାନ ଯୋଗ ଦେଇଥିଲେ।ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଦକ୍ଷିଣ ସମ୍ଭାଗର ଅଧ୍ୟକ୍ଷା ଡ଼ଃ କଲ୍ୟାଣୀ ମିଶ୍ର, ସମ୍ମାନୀତ ଅତିଥି ଭାବେ ମୀନକେତନ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀଶ ଜେନା, ମୀନକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ତିରୁପତି ବାଲାଜୀ ପରିଚ୍ଛା, ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ ଓ ସଦସ୍ୟା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ଅତିଥିମାନେ

976acbf8-bc68-4f25-92b1-8736e8bd8a73

ସ୍ୱାମୀ ବିବେକାନନ୍ଦଙ୍କ ଦିଗଦର୍ଶନରେ ଯୁବପିଢ଼ିଙ୍କୁ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଠନ ନିମନ୍ତେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ସଦସ୍ୟା ଶ୍ରୀମତୀ ସସ୍ମିତା ଜେନା ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ଡ଼ଃ କଲ୍ୟାଣୀ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ରଖିଥିଲେ। ସେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଯୁବ ବିଭାଗର କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀମତୀ ସ୍ନିଗ୍ଧା ମିଶ୍ର ସ୍ବଦେଶ ମନ୍ତ୍ର ପଠନ

2b3d23b6-aa1f-4e8b-80d3-9598699fafe0

କରିଥିବା ବେଳେ ଲୋକ ସଂସର ସମ୍ପର୍କ ସେତୁ ମୂଖ୍ୟ ଶ୍ରୀ ରାଜେନ୍ଦ୍ର କୁମାର ରଥ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଅଧ୍ୟାପିକା ସୁନୀତା ବେହେରା ସମସ୍ତ ଅତିଥିବୃନ୍ଦ, ଛାତ୍ରଛାତ୍ରୀ, ଅଧ୍ୟାପିକା/ଅଧ୍ୟାପକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବୃକ୍ଷରୋପଣ କାର୍ଯ୍ୟକ୍ରମ ଶ୍ରୀ ନିର୍ମଳ ଚନ୍ଦ୍ର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୀନକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କର୍ମଚାରୀବୃନ୍ଦଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

More news from ଓଡ଼ିଶା and nearby areas
  • ମୋହନା ରେ ପାରଳାଖେମୁଣ୍ଡି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆସିଥିବା ମୁଖ୍ୟ ଦ୍ୱାରା ଖମ୍ବ କୁ ସ୍ୱାଗତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲିଥିବା ବେଳେ ଉକ୍ତ ମନ୍ଦିର ର ମୁଖ୍ୟ ଫାଟକ ରେ ଲାଗିବାକୁ ଥିବା ଖମ୍ବ କୁ ମୋହନା ଠାରେ ସ୍ୱାଗତ କରାଯଇଛି ଫୁଲ ଚନ୍ଦନ ଧୂପ ଦେଇ କୀର୍ତନ କରି ପରେ ନଗର ପରୀକ୍ରମା କରାଯଇଛି
    3
    ମୋହନା ରେ ପାରଳାଖେମୁଣ୍ଡି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଆସିଥିବା ମୁଖ୍ୟ ଦ୍ୱାରା ଖମ୍ବ କୁ ସ୍ୱାଗତ 
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲିଥିବା ବେଳେ ଉକ୍ତ ମନ୍ଦିର ର ମୁଖ୍ୟ ଫାଟକ ରେ ଲାଗିବାକୁ ଥିବା ଖମ୍ବ କୁ ମୋହନା ଠାରେ ସ୍ୱାଗତ କରାଯଇଛି ଫୁଲ ଚନ୍ଦନ ଧୂପ ଦେଇ କୀର୍ତନ କରି ପରେ ନଗର ପରୀକ୍ରମା କରାଯଇଛି
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    3 hrs ago
  • ମୋହୁଡ଼ା ଭୈରବୀ ଉଚ୍ଚ ବିଦ୍ୟାଳୟରେ କୁକୁଡାଖଣ୍ଡି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମୋହୁଡ଼ା ଭୈରବୀ ଉଚ୍ଚ ବିଦ୍ୟାଳୟରେ କୁକୁଡାଖଣ୍ଡି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l
    1
    ମୋହୁଡ଼ା ଭୈରବୀ ଉଚ୍ଚ ବିଦ୍ୟାଳୟରେ କୁକୁଡାଖଣ୍ଡି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l
ମୋହୁଡ଼ା ଭୈରବୀ ଉଚ୍ଚ ବିଦ୍ୟାଳୟରେ କୁକୁଡାଖଣ୍ଡି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l
    user_Live Odisha NewsUpdate Distric
    Live Odisha NewsUpdate Distric
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    3 hrs ago
  • ସାକ୍ଷୀଙ୍କୁ ଧମକ ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ଜେଲ୍‌ ଭିତରୁ ଫୋନ୍‌ରେ ଧମକ ଦେବା ଅଭିଯୋଗ; ସିସିଟିଭି ଓ କଲ୍‌ ରେକର୍ଡ ଯାଞ୍ଚ, ତଦନ୍ତ ଜାରି ସାକ୍ଷୀଙ୍କୁ ଧମକ ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା ଜେଲ୍‌ ଭିତରୁ ଫୋନ୍‌ରେ ଧମକ ଦେବା ଅଭିଯୋଗ; ସିସିଟିଭି ଓ କଲ୍‌ ରେକର୍ଡ ଯାଞ୍ଚ, ତଦନ୍ତ ଜାରି ବ୍ରହ୍ମପୁର, ୧୭/୯: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ୍‌ ଭିତରୁ ଫୋନ୍‌ ଯୋଗେ ଧମକ ଦେବା ଅଭିଯୋଗକୁ ନେଇ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ବ୍ରହ୍ମପୁରର ରାଜନୈତିକ ଓ ଆଇନ ମହଲରେ ଚର୍ଚ୍ଚା ତୀବ୍ର ହୋଇଛି। ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜ ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖରେ ଜେଲ୍‌ ଭିତରୁ ଫୋନ୍‌ କରି ସାକ୍ଷୀଙ୍କୁ ଧମକ ଦିଆଯାଇଥିଲା। ଏହି ଫୋନ୍‌ କଲ୍‌ ଘଟଣାରେ ବିକ୍ରମ ପଣ୍ଡାଙ୍କ ସମେତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ବନ୍ଦୀ ଥିବା ମଦନ ଦଳାଇ ଏବଂ ଜେଲ୍‌ରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ମୋବାଇଲ୍‌ ବ୍ୟବହାର ହୋଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ପକ୍ଷରୁ ଜେଲ୍‌ ଭିତରର ସିସିଟିଭି ଫୁଟେଜ୍‌ ଏବଂ ଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ଯାଞ୍ଚରୁ ଅଭିଯୋଗ ସମ୍ପର୍କିତ କିଛି ତଥ୍ୟ ମିଳିଥିବା ପୁଲିସ କହିଛି। ଲଳିତ ମଙ୍ଗରାଜଙ୍କ ଅଭିଯୋଗ ଆଧାରରେ ପୁଲିସ ୩୫୫/୨୬ ନମ୍ବରରେ ମାମଲା ରୁଜୁ କରି ଘଟଣାର ବିଭିନ୍ନ ଦିଗ ତଦନ୍ତ କରୁଛି। ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ଙ୍କ ସୂଚନା ଅନୁଯାୟୀ, ଜେଲ୍‌ରେ କାର୍ଯ୍ୟରତ ଡାକ୍ତରଙ୍କ ମୋବାଇଲ୍‌ ବ୍ୟବହାର ହୋଇଥିବା ନେଇ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଅବଗତ କରାଯାଇଛି। ତଦନ୍ତରେ ଡାକ୍ତରଙ୍କ ସମ୍ପୃକ୍ତି ପ୍ରମାଣିତ ହେଲେ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି କହିଛନ୍ତି। ପ୍ରକାଶ ଥାଉକି, ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ଘଟିଥିଲା। ଏହି ମାମଲାରେ ବିକ୍ରମ ପଣ୍ଡା ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିଲେ। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହାର ମଧ୍ୟରେ ଜେଲ୍‌ରେ ଥିବା ସମୟରେ ସାକ୍ଷୀଙ୍କୁ ଫୋନ୍‌ରେ ଧମକ ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିବା ଘଟଣାକୁ ଆହୁରି ଚର୍ଚ୍ଚିତ କରିଛି। ବିଶେଷକରି ଜେଲ୍‌ ଭିତରେ ମୋବାଇଲ୍‌ ଫୋନ୍‌ କିପରି ବ୍ୟବହାର ହେଲା, ଏହା କାହା ମାଧ୍ୟମରେ ଉପଲବ୍ଧ ହେଲା ଏବଂ ଘଟଣା ସମ୍ପର୍କରେ ଜେଲ୍ କତୃପକ୍ଷ ଜାଣିପାରିଲେନି କେମିତି, ଅଭିଯୋଗ ଦାଖଲରେ ବିଳମ୍ବର କାରଣ କ’ଣ—ଏସବୁ ପ୍ରଶ୍ନ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ପୁଲିସ ଏହି ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଥିବା ବେଳେ ସିସିଟିଭି ଫୁଟେଜ୍‌, କଲ୍‌ ରେକର୍ଡ ସହ ଅନ୍ୟାନ୍ୟ ତଥ୍ୟ ଆଧାରରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏଥିସହ ଜେଲ୍‌ ଭିତରେ ବ୍ୟବସ୍ଥା କୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି।
    4
    ସାକ୍ଷୀଙ୍କୁ ଧମକ ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ଜେଲ୍‌ ଭିତରୁ ଫୋନ୍‌ରେ ଧମକ ଦେବା ଅଭିଯୋଗ; ସିସିଟିଭି ଓ କଲ୍‌ ରେକର୍ଡ ଯାଞ୍ଚ, ତଦନ୍ତ ଜାରି
ସାକ୍ଷୀଙ୍କୁ ଧମକ ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା
ଜେଲ୍‌ ଭିତରୁ ଫୋନ୍‌ରେ ଧମକ ଦେବା ଅଭିଯୋଗ; ସିସିଟିଭି ଓ କଲ୍‌ ରେକର୍ଡ ଯାଞ୍ଚ, ତଦନ୍ତ ଜାରି
ବ୍ରହ୍ମପୁର, ୧୭/୯: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ୍‌ ଭିତରୁ ଫୋନ୍‌ ଯୋଗେ ଧମକ ଦେବା ଅଭିଯୋଗକୁ ନେଇ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ବ୍ରହ୍ମପୁରର ରାଜନୈତିକ ଓ ଆଇନ ମହଲରେ ଚର୍ଚ୍ଚା ତୀବ୍ର ହୋଇଛି। ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜ ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖରେ ଜେଲ୍‌ ଭିତରୁ ଫୋନ୍‌ କରି ସାକ୍ଷୀଙ୍କୁ ଧମକ ଦିଆଯାଇଥିଲା। ଏହି ଫୋନ୍‌ କଲ୍‌ ଘଟଣାରେ ବିକ୍ରମ ପଣ୍ଡାଙ୍କ ସମେତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ବନ୍ଦୀ ଥିବା ମଦନ ଦଳାଇ ଏବଂ ଜେଲ୍‌ରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ମୋବାଇଲ୍‌ ବ୍ୟବହାର ହୋଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ପକ୍ଷରୁ ଜେଲ୍‌ ଭିତରର ସିସିଟିଭି ଫୁଟେଜ୍‌ ଏବଂ ଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ଯାଞ୍ଚରୁ ଅଭିଯୋଗ ସମ୍ପର୍କିତ କିଛି ତଥ୍ୟ ମିଳିଥିବା ପୁଲିସ କହିଛି। ଲଳିତ ମଙ୍ଗରାଜଙ୍କ ଅଭିଯୋଗ ଆଧାରରେ ପୁଲିସ ୩୫୫/୨୬ ନମ୍ବରରେ ମାମଲା ରୁଜୁ କରି ଘଟଣାର ବିଭିନ୍ନ ଦିଗ ତଦନ୍ତ କରୁଛି। ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ଙ୍କ ସୂଚନା ଅନୁଯାୟୀ, ଜେଲ୍‌ରେ କାର୍ଯ୍ୟରତ ଡାକ୍ତରଙ୍କ ମୋବାଇଲ୍‌ ବ୍ୟବହାର ହୋଇଥିବା ନେଇ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ଅବଗତ କରାଯାଇଛି। ତଦନ୍ତରେ ଡାକ୍ତରଙ୍କ ସମ୍ପୃକ୍ତି ପ୍ରମାଣିତ ହେଲେ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି କହିଛନ୍ତି। ପ୍ରକାଶ ଥାଉକି, ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ଘଟିଥିଲା। ଏହି ମାମଲାରେ ବିକ୍ରମ ପଣ୍ଡା ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିଲେ। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହାର ମଧ୍ୟରେ ଜେଲ୍‌ରେ ଥିବା ସମୟରେ ସାକ୍ଷୀଙ୍କୁ ଫୋନ୍‌ରେ ଧମକ ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିବା ଘଟଣାକୁ ଆହୁରି ଚର୍ଚ୍ଚିତ କରିଛି। ବିଶେଷକରି ଜେଲ୍‌ ଭିତରେ ମୋବାଇଲ୍‌ ଫୋନ୍‌ କିପରି ବ୍ୟବହାର ହେଲା, ଏହା କାହା ମାଧ୍ୟମରେ ଉପଲବ୍ଧ ହେଲା ଏବଂ ଘଟଣା ସମ୍ପର୍କରେ ଜେଲ୍ କତୃପକ୍ଷ ଜାଣିପାରିଲେନି କେମିତି, ଅଭିଯୋଗ ଦାଖଲରେ ବିଳମ୍ବର କାରଣ କ’ଣ—ଏସବୁ ପ୍ରଶ୍ନ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ପୁଲିସ ଏହି ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଥିବା ବେଳେ ସିସିଟିଭି ଫୁଟେଜ୍‌, କଲ୍‌ ରେକର୍ଡ ସହ ଅନ୍ୟାନ୍ୟ ତଥ୍ୟ ଆଧାରରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏଥିସହ ଜେଲ୍‌ ଭିତରେ ବ୍ୟବସ୍ଥା କୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି।
    user_ବିଶ୍ୱମ୍ବର ଦାଶ
    ବିଶ୍ୱମ୍ବର ଦାଶ
    Local News Reporter ହିଞ୍ଜିଳି, ଗଞ୍ଜାମ, ଓଡ଼ିଶା•
    1 hr ago
  • ଆସିକା : ଉଗ୍ର ହେଉଛି ଶ୍ରମିକ ଆନ୍ଦୋଳନ, ଦୀର୍ଘ ସାତଦିନ ହେଲା ନୂଆଗାଁ ଚିନି ଶିଳ୍ପର ଆଗରେ ଧାରଣାରେ ବସିଛନ୍ତି ଏନ୍. ଏମ୍. ଆର୍ ଶ୍ରମିକ ଛିଡ଼ୁନି ବିବାଦ l ଦୀର୍ଘ ସାତଦିନ ହେଲା କାର୍ଯ୍ୟ ଛାଡି ଆନ୍ଦୋଳ ରେ ଶ୍ରମିକ l କମ୍ପାନୀ କାମ ଠପ l ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମିଳୁଛି ଶ୍ରମିକ ଙ୍କୁ ସମର୍ଥନ l ଏଆଇଟିୟୁସି ପକ୍ଷରୁ ଜାରିରହିଛି ଗଣ ଧାରଣା l ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ସମବାୟ ଚିନି ଶିଳ୍ପ ଆଗରେ ଧାରଣାରେ ବସିଛନ୍ତି ଚିନି ଶିଳ୍ପର ଏନ୍. ଏମ୍. ଆର୍ ଶ୍ରମିକ l ତିନି ଦଫା ଦାବି ନେଇ ଦୀର୍ଘ ସାତ ଦିନହେଲା ଶ୍ରମିକ ମାନେ ଚିନିକଳ ମୁଖ୍ୟ ଫାଟକ ଆଗରେ ଗଣ ଧାରଣାରେ ବସିଥିବା ବେଳେ ବନ୍ଦ ପଡିଛି ସମସ୍ତ କାମ l ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶ୍ରମିକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାର ଚେତାବନୀ ଦେଇଥିବା ବେଳେ ଦୀର୍ଘ ଦିନ ପରେବି ଚିନି କଳ କତୃପକ୍ଷ ଙ୍କ ନୀରବତା କୁ ନେଇ ଏବେ ସାଧାରଣରେ ଉଠିଲାଣି ପ୍ରଶ୍ନ l
    1
    ଆସିକା : ଉଗ୍ର ହେଉଛି ଶ୍ରମିକ ଆନ୍ଦୋଳନ, ଦୀର୍ଘ ସାତଦିନ ହେଲା ନୂଆଗାଁ ଚିନି ଶିଳ୍ପର ଆଗରେ ଧାରଣାରେ ବସିଛନ୍ତି ଏନ୍. ଏମ୍. ଆର୍ ଶ୍ରମିକ
ଛିଡ଼ୁନି ବିବାଦ l ଦୀର୍ଘ ସାତଦିନ ହେଲା କାର୍ଯ୍ୟ ଛାଡି ଆନ୍ଦୋଳ ରେ ଶ୍ରମିକ l କମ୍ପାନୀ କାମ ଠପ l ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମିଳୁଛି ଶ୍ରମିକ ଙ୍କୁ ସମର୍ଥନ l ଏଆଇଟିୟୁସି ପକ୍ଷରୁ ଜାରିରହିଛି ଗଣ ଧାରଣା l ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ସମବାୟ ଚିନି ଶିଳ୍ପ ଆଗରେ ଧାରଣାରେ ବସିଛନ୍ତି ଚିନି ଶିଳ୍ପର ଏନ୍. ଏମ୍. ଆର୍ ଶ୍ରମିକ l ତିନି ଦଫା ଦାବି ନେଇ ଦୀର୍ଘ ସାତ ଦିନହେଲା ଶ୍ରମିକ ମାନେ ଚିନିକଳ ମୁଖ୍ୟ ଫାଟକ ଆଗରେ ଗଣ ଧାରଣାରେ ବସିଥିବା ବେଳେ ବନ୍ଦ ପଡିଛି ସମସ୍ତ କାମ l ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶ୍ରମିକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାର ଚେତାବନୀ ଦେଇଥିବା ବେଳେ ଦୀର୍ଘ ଦିନ ପରେବି ଚିନି କଳ କତୃପକ୍ଷ ଙ୍କ ନୀରବତା କୁ ନେଇ ଏବେ ସାଧାରଣରେ ଉଠିଲାଣି ପ୍ରଶ୍ନ l
    user_Pitabas dash
    Pitabas dash
    Asika, Ganjam•
    22 hrs ago
  • my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
    4
    my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
    user_My wife Tulasi 😱 Pramod
    My wife Tulasi 😱 Pramod
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    11 min ago
  • my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
    1
    my wife Tulasi 💘 Pramod Kumar Alatia Ganjam jila Mota Badi panchayat buguda block odisha
    user_Tulasi Pramod Alatia
    Tulasi Pramod Alatia
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    48 min ago
  • ମୋହନା ମିଶନ ଶକ୍ତି ଗୃହ ଠାରେ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ମିଶନ ଶକ୍ତି ଗୃହ ଠାରେ ମହିଳା ମାନଙ୍କୁ ନେଇ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସର ରେ କେକ କାଟିବା ସହ ଝୁଟି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ପରେ ମହିଳା ଙ୍କୁ ପୁରସ୍କାର ପ୍ରଦାନ କରାଯଇଛି
    4
    ମୋହନା ମିଶନ ଶକ୍ତି ଗୃହ ଠାରେ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ 
ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ମିଶନ ଶକ୍ତି ଗୃହ ଠାରେ ମହିଳା ମାନଙ୍କୁ ନେଇ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସର ରେ କେକ କାଟିବା ସହ ଝୁଟି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ପରେ ମହିଳା ଙ୍କୁ ପୁରସ୍କାର ପ୍ରଦାନ କରାଯଇଛି
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    4 hrs ago
  • ଲୁହ ଭରିଦେଲା ଭସାଣ ଖୁସି । କାଳ ହେଲା ଭସାଣି ଯାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ମୂର୍ତ୍ତି ବିସର୍ଜନ ବେଳେ ୧୨ ଜଣ ନେଇଛନ୍ତି ସଲୀଳ ସମାଧୀ। ଜଗତସିଂହପୁରରେ ୪ ଜଣଙ୍କ ଜୀବନ ଯାଇଥିବବେଳେ ବୀରମିତ୍ରପୁରରେ ଚାଲିଯାଇଛି ୩ ନାବାଳିକାଙ୍କ ଜୀବନ । ଜଗତସିଂହପୁର ପଣ୍ଡୁଆ ଗୋପାଳପୁର ନିକଟରେ ଗଣେଶ ଭସାଣି ବେଳେ ନଦୀରେ ବୁଡିଯାଇଥିଲେ ୪ ଯୁବକ । ସୁନ୍ଦରଗଡ଼ ବୀରମିତ୍ରପୁରରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମ ଆସିକାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଗପହଣ୍ଡିରେ ଜଣକର ଜୀବନ ଯାଇଛି । ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଜଣକର ମୃତ୍ୟୁ ହୋଇଛି। କୋରାପୁଟ ଦଶମନ୍ତପୁରରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧୨ ଜଣଙ୍କର ମୃତ୍ୟୁ ଯୋଗୁ ଚାରିଆଡ଼େ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । The joy of idol immersion turned tragic as 12 people died in separate drowning incidents across Odisha. Four youths drowned during Ganesh idol immersion near Pandua Gopalpur in Jagatsinghpur, while three people died in Birmitrapur of Sundargarh district. Two deaths were reported from Asika and one from Digapahandi in Ganjam, while one person died in Chandabali of Bhadrak. In Dasamantpur of Koraput, one person died after drowning in a pond while bathing. The deaths in a single day have cast a pall of gloom across the affected areas. The Fire Services department has advised people to remain alert and cautious during idol immersion.
    1
    ଲୁହ ଭରିଦେଲା ଭସାଣ ଖୁସି । କାଳ ହେଲା ଭସାଣି ଯାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ମୂର୍ତ୍ତି ବିସର୍ଜନ ବେଳେ ୧୨ ଜଣ  ନେଇଛନ୍ତି ସଲୀଳ ସମାଧୀ। ଜଗତସିଂହପୁରରେ ୪ ଜଣଙ୍କ ଜୀବନ ଯାଇଥିବବେଳେ ବୀରମିତ୍ରପୁରରେ ଚାଲିଯାଇଛି ୩ ନାବାଳିକାଙ୍କ ଜୀବନ । ଜଗତସିଂହପୁର ପଣ୍ଡୁଆ ଗୋପାଳପୁର ନିକଟରେ ଗଣେଶ ଭସାଣି ବେଳେ ନଦୀରେ ବୁଡିଯାଇଥିଲେ ୪ ଯୁବକ । ସୁନ୍ଦରଗଡ଼ ବୀରମିତ୍ରପୁରରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମ ଆସିକାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଗପହଣ୍ଡିରେ ଜଣକର ଜୀବନ ଯାଇଛି । ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଜଣକର ମୃତ୍ୟୁ ହୋଇଛି। କୋରାପୁଟ ଦଶମନ୍ତପୁରରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧୨ ଜଣଙ୍କର ମୃତ୍ୟୁ ଯୋଗୁ ଚାରିଆଡ଼େ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । 

The joy of idol immersion turned tragic as 12 people died in separate drowning incidents across Odisha. Four youths drowned during Ganesh idol immersion near Pandua Gopalpur in Jagatsinghpur, while three people died in Birmitrapur of Sundargarh district. Two deaths were reported from Asika and one from Digapahandi in Ganjam, while one person died in Chandabali of Bhadrak. In Dasamantpur of Koraput, one person died after drowning in a pond while bathing. The deaths in a single day have cast a pall of gloom across the affected areas. The Fire Services department has advised people to remain alert and cautious during idol immersion.
    user_Gouri shankar mahapatra(OTV)
    Gouri shankar mahapatra(OTV)
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.