ବାଲିପାଟଣାରେ ସମାଜକୁ ଲଜ୍ଜିତ କଲା ଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ୬୨ ବର୍ଷୀୟ ବୃଦ୍ଧ ଜଣେ ୧୨ ବର୍ଷର ନାବାଳିକାକୁ ଡରାଇ-ଧମକାଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ବେଳେ, ଅଭିଯୁକ୍ତ ପାପ ଲୁଚାଇବା ପାଇଁ ତାଙ୍କୁ ଜବରଦସ୍ତ ଗର୍ଭ ନଷ୍ଟ କରିବା ଔଷଧ ଖୁଆଇ ଦେଇଛି। ସ୍ଥାନୀୟ ଅଞ୍ଚଳର ଶ୍ରୀଧର ଓଝା ନାମକ ଏହି ୬୨ ବର୍ଷୀୟ ବୃଦ୍ଧ ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନାବାଳିକାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ କ୍ରମାଗତ ଭାବେ ଦୁଷ୍କର୍ମ କରିଆସୁଥିଲା। ନାବାଳିକା ଗର୍ଭବତୀ ହେବା ପରେ, ଅଭିଯୁକ୍ତ ଶ୍ରୀଧର ନିଜର ଦୁଷ୍କର୍ମର ପ୍ରମାଣ ଲୁଚାଇବା ପାଇଁ ତାଙ୍କୁ ଜୋର ଜବରଦସ୍ତ ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଖୁଆଇ ଦେଇଥିଲା। ଔଷଧ ଖାଇବା ପରେ ନାବାଳିକାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ ଏହି ସମଗ୍ର ସଇତାନୀ କାରନାମା ଉପରୁ ପରଦା ହଟିଥିଲା। ସବୁଠୁ ଚିନ୍ତାଜନକ ଏବଂ ଦୁଃଖଦ ଖବର ହେଉଛି, ଡାକ୍ତରୀ ପରୀକ୍ଷାରୁ ପୀଡ଼ିତା ନାବାଳିକା ଜଣକ ଏଡ୍ସ (HIV) ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ବାଲିପାଟଣା ଥାନା ପୋଲିସ ଅଭିଯୁକ୍ତ ଶ୍ରୀଧର ଓଝାକୁ ଅଟକ ରଖି ପଚରାଉଚରା ଜାରି ରଖିଛି।

- ଆଜି ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ, ଗ୍ରିନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଉତ୍କଳ ଜୟଦେବ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସୁଦର୍ଶନ ଦାରୁ ପୀଠସ୍ଥିତ ମୋଦୀ ଅରଣ୍ୟ ବାଟିକାରେ ୭୭ତମ ବନ ମହୋତ୍ସବ–୨୦୨୬ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦ରୁ ଅଧିକ ବୃକ୍ଷରୋପଣ କରାଯାଇଛି। ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ନିଜର ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ବିଜେପି ନେତା ମାଗୁଣୀ ସେଠୀ, ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ଲକ୍ଷ୍ମଣ ଜେନା, ପ୍ରକୃତି ବନ୍ଧୁ ଦିନବନ୍ଧୁ ଭୋଇ, ପ୍ରିୟବ୍ରତ ପାତ୍ର, ହରେକୃଷ୍ଣ ମହାରଣା, ବିଜୟ ନାୟକ ଏବଂ ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଆମ୍ବ, ନଡ଼ିଆ, ଲେମ୍ବୁ ଆଦିର ୨୦ରୁ ଅଧିକ ଚାରା ରୋପଣ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ପରିବେଶ ସୁରକ୍ଷା ଏବଂ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ବୃକ୍ଷରୋପଣ କରିବାକୁ ଆହ୍ୱାନ ଜଣାଇଥିଲେ।1
- ବିଜେଡି ଅଭିଯୋଗ କରିଛି ଯେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦିଆଯାଇଛି। ଏହି ପ୍ରକ୍ରିୟାରେ ରାଜକୋଷରୁ ୩୦୦ କୋଟି ଟଙ୍କା ଉଡ଼ାଇ ଦିଆଯାଇଛି ବୋଲି ବିଜେଡି ଦାବି କରିଛି। ବିଜେଡି ପ୍ରଶ୍ନ କରିଛି ଯେ ଏହି କ୍ଷତିପୂରଣ କିଏ ଭରିବ?1
- ନିଆଳିରେ ଚାଲିଥିବା ବାଲି ଚୋରା ଚାଲାଣକୁ ନେଇ ଏକ ନୂଆ ଖୁଲାସା ସାମ୍ନାକୁ ଆସିଛି। ଏହି ଖୁଲାସା ଅନୁଯାୟୀ, ବାଲି ଚୋରା ଚାଲାଣରେ ନିଆଳି ତହସିଲଦାର ତାରିଣୀ ରଞ୍ଜନ ରାୟଙ୍କ ମୁଖ୍ୟ ଭୂମିକା ରହିଛି। ରାଜ୍ୟ ପରିବହନ ସଂଘର ସଭାପତି ବାବା ଭାଇ ଏହି ପ୍ରସଙ୍ଗରେ ପ୍ରମାଣ ସହିତ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।1
- ବୋମା ପକାଇ ମାରିଦେବାକୁ ଧମକ ମିଳୁଥିବା ସୂଚନା ମିଳିଛି। ଏହି ଗମ୍ଭୀର ଧମକ ସତ୍ତ୍ୱେ ବାଲିପାଟଣା ଥାନା ନିରବତା ଅବଲମ୍ବନ କରିଛି, ଯାହା କାହା ଛତର ଛାୟା ତଳେ କାର୍ଯ୍ୟ କରୁଛି ବୋଲି ପ୍ରଶ୍ନ ସୃଷ୍ଟି କରୁଛି।4
- ଲୋକଙ୍କ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିଛନ୍ତି, ଯାହା ସୁଭଦ୍ରା ଯୋଜନାରେ ସଶକ୍ତିକରଣ ଓ ସ୍ୱାବଲମ୍ବନର ଏକ ନୂତନ ପରିଚୟ ସୃଷ୍ଟି କରିଛି। ଏହି ଯୋଜନାର ସହାୟତା ମାଧ୍ୟମରେ କେତେକ ଝିଅ ଉଚ୍ଚଶିକ୍ଷାର ସ୍ୱପ୍ନକୁ ସାକାର କରୁଥିବା ବେଳେ, ଅନ୍ୟ କେହି ସିଲାଇ ମେସିନ୍ କିଣି ଘରୁ ରୋଜଗାର କରି ନିଜ ପରିବାରକୁ ସଶକ୍ତ କରୁଛନ୍ତି। ଏହାସହ, ଅନେକ ମହିଳା ନିଜର ଛୋଟ ବ୍ୟବସାୟକୁ ବିସ୍ତାର କରି ସ୍ୱାବଲମ୍ବୀ ହେବାରେ ସକ୍ଷମ ହେଉଛନ୍ତି। ସିଧାସଳଖ ବ୍ୟାଙ୍କ ଖାତାକୁ ସହାୟତା ପହଞ୍ଚିବା ଫଳରେ ମହିଳାମାନେ ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ବିନିଯୋଗ କରି ନୂତନ ସମ୍ଭାବନା ସୃଷ୍ଟି କରିପାରୁଛନ୍ତି। ସୁଭଦ୍ରା କେବଳ ଏକ ଆର୍ଥିକ ସହାୟତା ନୁହେଁ, ବରଂ ଏହା ଓଡ଼ିଶାର ମହିଳାମାନଙ୍କ ଆତ୍ମବିଶ୍ୱାସ, ସ୍ୱାବଲମ୍ବନ ଏବଂ ସଶକ୍ତିକରଣ ଦିଗରେ ଏକ ସଫଳ ଅଭିଯାନ ଭାବେ ଉଭା ହୋଇଛି।1
- ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଆସନ୍ତା ଜୁଲାଇ ୧ ତାରିଖରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି, ଯାହାଦ୍ୱାରା ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଢେଙ୍କାନାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଓମସା ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ନିକଟରେ ଦୀର୍ଘଦିନ ଧରି ଉପସ୍ଥାପିତ ବିଭିନ୍ନ ଦାବି, ଯଥା ସେବା ସର୍ତ୍ତର ସୁଧାର, ପଦୋନ୍ନତି, ଖାଲି ପଦବୀ ପୂରଣ, ଡାକ୍ତରଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ଦାବିଗୁଡ଼ିକ ବାରମ୍ବାର ଉଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏହି କାରଣରୁ ଓମସା ଏହି କଠୋର ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟବନ୍ଦ ଯୋଗୁଁ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟର ବାହ୍ୟ ବିଭାଗ (OPD), ଅନ୍ତଃରୋଗୀ ବିଭାଗ (IPD), ନିର୍ଦ୍ଧାରିତ ଅସ୍ତ୍ରୋପଚାର (Elective Surgeries), ବିଭିନ୍ନ ପରୀକ୍ଷା ସେବା (Diagnostic Services) ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଓମସା ସ୍ପଷ୍ଟ କରିଛି ଯେ ଯଦି ସରକାର ସକାରାତ୍ମକ ଆଲୋଚନା କରି ସେମାନଙ୍କ ଦାବି ପୂରଣ କରନ୍ତି, ତେବେ କାର୍ଯ୍ୟବନ୍ଦ ନିଷ୍ପତ୍ତିର ପୁନଃବିଚାର କରାଯିବ। ଅନ୍ୟଥା, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।1
- ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ବିଜେପି ସରକାର ବିରୁଦ୍ଧରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।1
- କଟକର ଚୌଦ୍ୱାର ଅନ୍ତର୍ଗତ କପାଳେଶ୍ଵର ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏଠାରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଜଣଙ୍କ ଘରୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ପୋଲିସକୁ ଦେଖି ଘର ଭିତରୁ କବାଟ ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ଘରର ଚାରିପାଖେ ପୋଲିସର ଛାଉଣୀ ପଡ଼ିଛି।1