logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଟକ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର.) ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଜୁନ୍ ୨୮ ତାରିଖରେ ଶେଷ ହେବାକୁ ଯାଉଛି। ଏହି ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସୂଚନା ଦିଆଯାଇଛି ଯେ, ମେ ୩୦ ତାରିଖରୁ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରୁଛନ୍ତି, ଏବଂ ସଂଗୃହୀତ ଫର୍ମଗୁଡ଼ିକର ଡିଜିଟାଇଜେସନ କାର୍ଯ୍ୟ ଚାଲିଛି। ଜୁନ୍ ୨୮ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ ହେବ। ଏହାପରେ, ଜୁଲାଇ ୦୫, ୨୦୨୬ରେ ଖସଡା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୦୫ରୁ ଅଗଷ୍ଟ ୦୪, ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ସେପ୍ଟେମ୍ବର ୦୨ ତାରିଖ ସୁଦ୍ଧା ଏସବୁର ନିଷ୍ପତ୍ତି ପରେ ସେପ୍ଟେମ୍ବର ୦୬, ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବୁଥସ୍ତରୀୟ ଏଜେଣ୍ଟମାନଙ୍କୁ ଆସନ୍ତାକାଲି ଓ ପରଦିନ ବୁଥସ୍ତରୀୟ ଅଧିକାରୀଙ୍କ ସହ ବୈଠକରେ ଭୋଟରଙ୍କ ତଥ୍ୟ ପ୍ରଦାନ କରାଯିବ ଏବଂ ଯୋଗ୍ୟ ଭୋଟର ବାଦ ପଡ଼ିଥିଲେ ନୋଟିସ କରାଯାଇ ନିର୍ଦ୍ଧାରିତ ପ୍ରକ୍ରିୟାରେ ନାମ ସଂଯୋଗ କରାଯିବ। ଏ ଦିଗରେ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ସହଯୋଗ ଲୋଡ଼ାଯାଇଛି। ଏସ.ଆଇ.ଆର.ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା, ଏବଂ ଅନଧିକୃତ ପ୍ରବାସୀ, ଅଯୋଗ୍ୟ, ମୃତ ବ୍ୟକ୍ତି କିମ୍ବା ନକଲି ନାମଗୁଡ଼ିକୁ ତାଲିକାରୁ ବାଦ୍ ଦେବା ସହ ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା। ଜିଲ୍ଲାପାଳ କହିଛନ୍ତି ଯେ କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯିବ ନାହିଁ। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯୯ ପ୍ରତିଶତ ଫର୍ମ ବଣ୍ଟନ କାର୍ଯ୍ୟ ଶେଷ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, କଟକ ସଦର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ କମଲଜିତ୍ ଦାସ, ସାଲେପୁର ପାଇଁ ନିୟୋଜିତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଡ଼ଃ ଦିବ୍ୟଲୋଚନ ମହାନ୍ତ, ଚୌଦ୍ୱାର କଟକ ପାଇଁ ପ୍ରଶାନ୍ତ କୁମାର ନାୟକ, ବାରବାଟୀ-କଟକ ପାଇଁ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜଦେଓ, ଆଠଗଡ ପାଇଁ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ନିଆଳି ପାଇଁ ଶ୍ରୀ ଦେବାଶିଷ ମହାପାତ୍ର, ମାହାଙ୍ଗା ପାଇଁ ସୋନା ଟୁଡୁ, ଏବଂ ବଡ଼ମ୍ବା ପାଇଁ ବରେନ୍ଦୁ ମହାନ୍ତି ଓ ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀମତୀ ଅମ୍ଳାନ ଅପରାଜିତା ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

3 hrs ago
user_ବିଜୟ କୁମାର ପଣ୍ଡା, ସାମ୍ବାଦିକ, କ
ବିଜୟ କୁମାର ପଣ୍ଡା, ସାମ୍ବାଦିକ, କ
କଟକ ସଦର, କଟକ, ଓଡ଼ିଶା•
3 hrs ago
6b446101-50cd-4136-8ee6-7628e49f4d0a

କଟକ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର.) ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଜୁନ୍ ୨୮ ତାରିଖରେ ଶେଷ ହେବାକୁ ଯାଉଛି। ଏହି ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସୂଚନା ଦିଆଯାଇଛି ଯେ, ମେ ୩୦ ତାରିଖରୁ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରୁଛନ୍ତି, ଏବଂ ସଂଗୃହୀତ ଫର୍ମଗୁଡ଼ିକର ଡିଜିଟାଇଜେସନ କାର୍ଯ୍ୟ ଚାଲିଛି। ଜୁନ୍ ୨୮ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ ହେବ। ଏହାପରେ, ଜୁଲାଇ ୦୫, ୨୦୨୬ରେ ଖସଡା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୦୫ରୁ ଅଗଷ୍ଟ ୦୪, ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ସେପ୍ଟେମ୍ବର ୦୨ ତାରିଖ ସୁଦ୍ଧା ଏସବୁର ନିଷ୍ପତ୍ତି ପରେ ସେପ୍ଟେମ୍ବର ୦୬, ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବୁଥସ୍ତରୀୟ ଏଜେଣ୍ଟମାନଙ୍କୁ ଆସନ୍ତାକାଲି ଓ ପରଦିନ ବୁଥସ୍ତରୀୟ ଅଧିକାରୀଙ୍କ ସହ ବୈଠକରେ ଭୋଟରଙ୍କ ତଥ୍ୟ ପ୍ରଦାନ କରାଯିବ ଏବଂ ଯୋଗ୍ୟ ଭୋଟର ବାଦ ପଡ଼ିଥିଲେ ନୋଟିସ କରାଯାଇ

008e55cb-4008-41b8-8c6e-c87c509c9cef

ନିର୍ଦ୍ଧାରିତ ପ୍ରକ୍ରିୟାରେ ନାମ ସଂଯୋଗ କରାଯିବ। ଏ ଦିଗରେ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ସହଯୋଗ ଲୋଡ଼ାଯାଇଛି। ଏସ.ଆଇ.ଆର.ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା, ଏବଂ ଅନଧିକୃତ ପ୍ରବାସୀ, ଅଯୋଗ୍ୟ, ମୃତ ବ୍ୟକ୍ତି କିମ୍ବା ନକଲି ନାମଗୁଡ଼ିକୁ ତାଲିକାରୁ ବାଦ୍ ଦେବା ସହ ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା। ଜିଲ୍ଲାପାଳ କହିଛନ୍ତି ଯେ କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯିବ ନାହିଁ। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୯୯ ପ୍ରତିଶତ ଫର୍ମ ବଣ୍ଟନ କାର୍ଯ୍ୟ ଶେଷ ହୋଇଥିବା ବେଳେ ପ୍ରାୟ ୭୦ ପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, କଟକ ସଦର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀ କମଲଜିତ୍ ଦାସ, ସାଲେପୁର ପାଇଁ ନିୟୋଜିତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଡ଼ଃ ଦିବ୍ୟଲୋଚନ ମହାନ୍ତ, ଚୌଦ୍ୱାର କଟକ ପାଇଁ ପ୍ରଶାନ୍ତ କୁମାର ନାୟକ, ବାରବାଟୀ-କଟକ ପାଇଁ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜଦେଓ, ଆଠଗଡ ପାଇଁ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ନିଆଳି ପାଇଁ ଶ୍ରୀ ଦେବାଶିଷ ମହାପାତ୍ର, ମାହାଙ୍ଗା ପାଇଁ ସୋନା ଟୁଡୁ, ଏବଂ ବଡ଼ମ୍ବା ପାଇଁ ବରେନ୍ଦୁ ମହାନ୍ତି ଓ ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀମତୀ ଅମ୍ଳାନ ଅପରାଜିତା ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

More news from ଓଡ଼ିଶା and nearby areas
  • ରାଜ୍ୟର ପାଠ୍ୟପୁସ୍ତକରେ 2000ରୁ ଅଧିକ ତ୍ରୁଟି ଥିବା ଜଣାପଡ଼ିବା ପରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଏଜୁକେସନ୍ ସୋସାଇଟି (AISES) ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। AISES ସରକାରଙ୍କୁ ପୁରୁଣା ବହିରେ ପାଠ ପଢ଼ାଇବା ପାଇଁ ଦାବି କରିଛି। ଏହି ଦାବି ପୂରଣ ନହେଲେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାଥିରେ ଧରି ବଡ଼ ଧରଣର ଆନ୍ଦୋଳନ କରିବାକୁ AISES ଚେତାବନୀ ଦେଇଛି।
    1
    ରାଜ୍ୟର ପାଠ୍ୟପୁସ୍ତକରେ 2000ରୁ ଅଧିକ ତ୍ରୁଟି ଥିବା ଜଣାପଡ଼ିବା ପରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଏଜୁକେସନ୍ ସୋସାଇଟି (AISES) ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। AISES ସରକାରଙ୍କୁ ପୁରୁଣା ବହିରେ ପାଠ ପଢ଼ାଇବା ପାଇଁ ଦାବି କରିଛି। ଏହି ଦାବି ପୂରଣ ନହେଲେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାଥିରେ ଧରି ବଡ଼ ଧରଣର ଆନ୍ଦୋଳନ କରିବାକୁ AISES ଚେତାବନୀ ଦେଇଛି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ସୋନପୁର ଜିଲ୍ଲାର ଝିଅ ଡ଼କ୍ଟର ନିବେଦିତା ରଥ ସୃଷ୍ଟି କଲେ ନୂଆ ଇତିହାସ l Dhenkanal news odisha l
    1
    ସୋନପୁର ଜିଲ୍ଲାର ଝିଅ ଡ଼କ୍ଟର ନିବେଦିତା ରଥ ସୃଷ୍ଟି କଲେ ନୂଆ ଇତିହାସ l Dhenkanal news odisha l
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • ତାମିଲନାଡୁରେ ଘଟିଥିବା ଏକ ଆମୋନିଆ ଗ୍ୟାସ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ସାତ ଜଣ ଓଡ଼ିଆଙ୍କ ମୃତଦେହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ଏହି ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିମାନ ବନ୍ଦରରେ ପହଞ୍ଚି ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
    1
    ତାମିଲନାଡୁରେ ଘଟିଥିବା ଏକ ଆମୋନିଆ ଗ୍ୟାସ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ସାତ ଜଣ ଓଡ଼ିଆଙ୍କ ମୃତଦେହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ଏହି ଦୁଃଖଦ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିମାନ ବନ୍ଦରରେ ପହଞ୍ଚି ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    2 hrs ago
  • ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନୀଳମାଧବ ଆଚାରୀଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁଯାୟୀ, ନୀଳମାଧବ ଆଚାରୀ ସୋଡକ ପାହାଡ଼ ସହିତ ଢୁଙ୍କାପଡାରେ ଥିବା ପାହାଡ଼କୁ ମଧ୍ୟ ଲୁଟ୍ କରିଛନ୍ତି। ଏହି ଲୁଟ୍ ସରକାରୀ ଜମି ଉପରେ ବେଆଇନ ଭାବେ ରାସ୍ତା ନିର୍ମାଣ କରି କରାଯାଇଛି।
    1
    ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନୀଳମାଧବ ଆଚାରୀଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁଯାୟୀ, ନୀଳମାଧବ ଆଚାରୀ ସୋଡକ ପାହାଡ଼ ସହିତ ଢୁଙ୍କାପଡାରେ ଥିବା ପାହାଡ଼କୁ ମଧ୍ୟ ଲୁଟ୍ କରିଛନ୍ତି। ଏହି ଲୁଟ୍ ସରକାରୀ ଜମି ଉପରେ ବେଆଇନ ଭାବେ ରାସ୍ତା ନିର୍ମାଣ କରି କରାଯାଇଛି।
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    4 hrs ago
  • ସେବା କୌଣସି ଜାତି, ଧର୍ମ, ବର୍ଣ୍ଣ କିମ୍ବା ଲିଙ୍ଗକୁ ବିଚାର କରେ ନାହିଁ। ବରଂ, ଜୀବନରେ ସେବାକୁ ଏକ ବ୍ରତ ଭାବରେ ଗ୍ରହଣ କରିବା ଉଚିତ୍।
    1
    ସେବା କୌଣସି ଜାତି, ଧର୍ମ, ବର୍ଣ୍ଣ କିମ୍ବା ଲିଙ୍ଗକୁ ବିଚାର କରେ ନାହିଁ। ବରଂ, ଜୀବନରେ ସେବାକୁ ଏକ ବ୍ରତ ଭାବରେ ଗ୍ରହଣ କରିବା ଉଚିତ୍।
    user_NEWS ODISHA
    NEWS ODISHA
    ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • କଟକ ସହରରେ ପ୍ରଥମ ଥର ପାଇଁ ଏକ ଭଗବତ୍ କଥାମୃତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭାରତର ପ୍ରଖ୍ୟାତ ପ୍ରବଚକ ଶ୍ରୀ ଇନ୍ଦ୍ରେଷ ଉପାଧ୍ୟାୟ ଠାକୁର ଜୀ ଯୋଗ ଦେଇଛନ୍ତି।
    1
    କଟକ ସହରରେ ପ୍ରଥମ ଥର ପାଇଁ ଏକ ଭଗବତ୍ କଥାମୃତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭାରତର ପ୍ରଖ୍ୟାତ ପ୍ରବଚକ ଶ୍ରୀ ଇନ୍ଦ୍ରେଷ ଉପାଧ୍ୟାୟ ଠାକୁର ଜୀ ଯୋଗ ଦେଇଛନ୍ତି।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    5 hrs ago
  • ଏଆଇଏସଇଏସ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାବି କରିଛି। ପ୍ରଥମତଃ, ସଂଗଠନ ତ୍ରୁଟିମୁକ୍ତ ଏବଂ ବିଜ୍ଞାନ ସମ୍ମତ ପାଠ୍ୟପୁସ୍ତକ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛି। ଦ୍ୱିତୀୟତଃ, ଏଆଇଏସଇଏସ କହିଛି ଯେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପୁସ୍ତକଗୁଡ଼ିକୁ ପଢ଼ାଇବା ପାଇଁ PhD ଯୋଗ୍ୟତାଧାରୀ ଶିକ୍ଷକମାନଙ୍କର ଆବଶ୍ୟକତା ରହିଛି।
    1
    ଏଆଇଏସଇଏସ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାବି କରିଛି। ପ୍ରଥମତଃ, ସଂଗଠନ ତ୍ରୁଟିମୁକ୍ତ ଏବଂ ବିଜ୍ଞାନ ସମ୍ମତ ପାଠ୍ୟପୁସ୍ତକ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛି। ଦ୍ୱିତୀୟତଃ, ଏଆଇଏସଇଏସ କହିଛି ଯେ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପୁସ୍ତକଗୁଡ଼ିକୁ ପଢ଼ାଇବା ପାଇଁ PhD ଯୋଗ୍ୟତାଧାରୀ ଶିକ୍ଷକମାନଙ୍କର ଆବଶ୍ୟକତା ରହିଛି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନୀଳମାଧବ ଆଚାରୀଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁଯାୟୀ, ନୀଳମାଧବ ଆଚାରୀ ସରକାରୀ ଜମି ଉପରେ ବେଆଇନ ରାସ୍ତା ନିର୍ମାଣ କରି ସୋଡକ ପାହାଡ଼ ଏବଂ ଢୁଙ୍କାପଡାରେ ଥିବା ପାହାଡକୁ ଲୁଟ୍ କରିଛନ୍ତି।
    1
    ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନୀଳମାଧବ ଆଚାରୀଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁଯାୟୀ, ନୀଳମାଧବ ଆଚାରୀ ସରକାରୀ ଜମି ଉପରେ ବେଆଇନ ରାସ୍ତା ନିର୍ମାଣ କରି ସୋଡକ ପାହାଡ଼ ଏବଂ ଢୁଙ୍କାପଡାରେ ଥିବା ପାହାଡକୁ ଲୁଟ୍ କରିଛନ୍ତି।
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    4 hrs ago
  • ଆଜି ଭୋର ସମୟରେ କଟକ ତ୍ରିଶୁଳିଆ ମଧୁସୂଦନ ସେତୁ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ ହାଇୱା ଏକ କାରକୁ ଧକ୍କା ଦେବା ଫଳରେ କାର ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। କାଠଯୋଡ଼ି ବ୍ରିଜ୍‌ରେ ଘଟିଥିବା ଏହି ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।
    1
    ଆଜି ଭୋର ସମୟରେ କଟକ ତ୍ରିଶୁଳିଆ ମଧୁସୂଦନ ସେତୁ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ ହାଇୱା ଏକ କାରକୁ ଧକ୍କା ଦେବା ଫଳରେ କାର ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। କାଠଯୋଡ଼ି ବ୍ରିଜ୍‌ରେ ଘଟିଥିବା ଏହି ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.