ବ୍ଳକ କଳା ସାଂସ୍କୃତିକ ସଂଘ କଳାକାରଙ୍କ ବନ୍ଧୁ ମିଳନ, ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଡ଼ିଓଙ୍କ ପ୍ରତିଶ୍ରୁତି ପୋଲସରା ୦୯/୦୧/୨୬ ପୋଲସରା ସହରର ଲୁଣିଘାଟି ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ବ୍ଳକ କଳା ସାଂସ୍କୃତିକ ସଂଘ କଳାକାର ମାନଙ୍କ ପକ୍ଷରୁ ୦୯/୦୧/୨୬ ତାରିଖ ଶୁକ୍ରବାର ଦିନ ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଳାକାର ସଂଘର ଉପସଭାପତି ସନ୍ଯାସି ମହାରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଭିନ୍ନ ଖେତ୍ରରେ କାର୍ଯ୍ଯରତ କଳାକାର ମାନଙ୍କୁ ଯୋଗ୍ୟତା ହିସାବରେ ସରକାରଙ୍କ ତରଫରୁ ଆସୁଥିବା ସହାୟତା ଯୋଗାଇଦେବା ପାଇଁ ବିଡିଓ ଶ୍ରୀମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ। ଏହାସହିତ ବରିଷ୍ଠ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ବିକାଶର ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ଓ ଅମୂଲ୍ୟ ରତ୍ନ ବେହେରା ସମେତ ଅନ୍ୟ କଳାକାର ମାନଙ୍କ ମଧ୍ୟରେ ଆସ୍କା ସଭାପତି ମଙ୍ଗୁଳୁ ସ୍ବାଇଁ,ଉପସଭାପତି ବନବାସୀ ନାହାକ, କବିସୂର୍ଯ୍ୟନଗର ଉପସଭାପତି ରଙ୍କନିଧି ବେହେରା, ଖଲ୍ଲିକୋଟ ଉପସଭାପତି ଦିଗାମ୍ବର ମହାରଣା, ପୁରୁଷୋତ୍ତମପୁର ଉପସଭାପତି ବଳରାମ ପଣ୍ଡା,ବୁଗୁଡା ଉପସଭାପତି କେଦାର ନାଥ ଜେନା,ପୋଲସରା ବ୍ଳକ ଉପଦେଷ୍ଟା କାଳିଚରଣ ବେହେରା ମଞ୍ଚାସିନ ହୋଇ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଉପସ୍ଥାପନ କରିଥିଲେ। କଳାକାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହାପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପହିଲି ଭୋଗର ଆସର ଜମି ଥିଲା। ଦଣ୍ଡପାଣି ରାଉତ,ବ୍ରହ୍ମାନନ୍ଦ ରାଉତ,ଝୁରିଆ ବେହେରା, ବସନ୍ତ କୁମାର ମିଶ୍ର ଜୟ ସାହୁ ସମେତ ଅନ୍ୟ କଳାକାର ଭାଇମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ବ୍ଳକ କଳା ସାଂସ୍କୃତିକ ସଂଘ କଳାକାରଙ୍କ ବନ୍ଧୁ ମିଳନ, ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଡ଼ିଓଙ୍କ ପ୍ରତିଶ୍ରୁତି ପୋଲସରା ୦୯/୦୧/୨୬ ପୋଲସରା ସହରର ଲୁଣିଘାଟି ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ବ୍ଳକ କଳା ସାଂସ୍କୃତିକ ସଂଘ କଳାକାର
ମାନଙ୍କ ପକ୍ଷରୁ ୦୯/୦୧/୨୬ ତାରିଖ ଶୁକ୍ରବାର ଦିନ ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଳାକାର ସଂଘର ଉପସଭାପତି ସନ୍ଯାସି ମହାରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ
ଶଶୀଭୂଷଣ ମହାପାତ୍ର ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଭିନ୍ନ ଖେତ୍ରରେ କାର୍ଯ୍ଯରତ କଳାକାର ମାନଙ୍କୁ ଯୋଗ୍ୟତା ହିସାବରେ ସରକାରଙ୍କ ତରଫରୁ ଆସୁଥିବା ସହାୟତା ଯୋଗାଇଦେବା ପାଇଁ ବିଡିଓ ଶ୍ରୀମହାପାତ୍ର ପ୍ରତିଶ୍ରୁତି
ଦେଇଥିଲେ। ଏହାସହିତ ବରିଷ୍ଠ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ବିକାଶର ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ଓ ଅମୂଲ୍ୟ ରତ୍ନ ବେହେରା ସମେତ ଅନ୍ୟ କଳାକାର ମାନଙ୍କ ମଧ୍ୟରେ
ଆସ୍କା ସଭାପତି ମଙ୍ଗୁଳୁ ସ୍ବାଇଁ,ଉପସଭାପତି ବନବାସୀ ନାହାକ, କବିସୂର୍ଯ୍ୟନଗର ଉପସଭାପତି ରଙ୍କନିଧି ବେହେରା, ଖଲ୍ଲିକୋଟ ଉପସଭାପତି ଦିଗାମ୍ବର ମହାରଣା, ପୁରୁଷୋତ୍ତମପୁର ଉପସଭାପତି ବଳରାମ ପଣ୍ଡା,ବୁଗୁଡା ଉପସଭାପତି କେଦାର ନାଥ ଜେନା,ପୋଲସରା ବ୍ଳକ ଉପଦେଷ୍ଟା କାଳିଚରଣ ବେହେରା
ମଞ୍ଚାସିନ ହୋଇ କଳାକାର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଉପସ୍ଥାପନ କରିଥିଲେ। କଳାକାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହାପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପହିଲି
ଭୋଗର ଆସର ଜମି ଥିଲା। ଦଣ୍ଡପାଣି ରାଉତ,ବ୍ରହ୍ମାନନ୍ଦ ରାଉତ,ଝୁରିଆ ବେହେରା, ବସନ୍ତ କୁମାର ମିଶ୍ର ଜୟ ସାହୁ ସମେତ ଅନ୍ୟ କଳାକାର ଭାଇମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
- ରାଉରକେଲା ପ୍ଲେନ୍ କ୍ରାସ୍ ରେ ମୁହଁ ଖୋଲିଲେ ପାଇଲଟ୍.. ଗୋଟିଏ ନିଷ୍ପତ୍ତିରେ ସମସ୍ତଙ୍କ ଜୀବନ ବଞ୍ଚାଇଦେଲେ ... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Jay kala _ jay Kalinga1
- ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ୧୦ ଜଣ ଚାଷୀଙ୍କ ପ୍ରାୟ ୨୦ ଏକର ଧାନ ପୋଡ଼ି ପାଉଁଶ ହୋଇଗଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ବର୍ଷକର ଖାଦ୍ୟ ନଷ୍ଟ ହୋଇଥିବାରୁ କ୍ଷତିପୂରଣ ପାଇଁ ଦାବି।1
- ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ -୨୦୨୬ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ଖୁଦ୍ର ଜଳସେଚନ ବିଭାଜନ ୧ ଗଞ୍ଜାମ ଆନୁକୂଲ୍ୟରେ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ ପାଣି ପଞ୍ଚାୟତ ପକ୍ଷ ପାଳିତ #live_odisha_news_update #published_from #Brahamapur #kukudakhandi1
- Post by Chocolate boy Kumar2
- Post by Swadhin kumar behera1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- ଆସିକା କାର୍ଯ୍ୟାଳୟ ଠାରେ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ ତଥ୍ୟ ରଖିଲେ ଆସିକା କଂଗ୍ରେସ ସାଂସଦ ପାର୍ଥି ଦେବକାନ୍ତ ଶର୍ମା ଗଣେଶ ପାଣିଗ୍ରାହୀ ରିପୋର୍ଟ1