ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
- ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ #ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice1
- ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ପାଳିତ ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ସତସଙ୍ଗ କେନ୍ଦ୍ର ଦାମନଯୋଡି ଠାରେ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରେ ଉଷା କୀର୍ତ୍ତନ, ଜନ୍ମ ଲଗ୍ନ ଘୋଷଣା ଓ ସଙ୍ଗୀତାଞଳି, ଅପରାହ୍ନରେ ମାତୃ ସମ୍ମୀଳନୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବିନତୀ,ସତସଙ୍ଗ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଉତ୍ତମ ପରିବାର ଗଠନରେ ନାରୀର କର୍ତ୍ତବ୍ୟ,ସ୍ବାମୀ ସ୍ତ୍ରୀର ସମ୍ପର୍କ,ନାରୀର ନୀତି ଏବଂ ଶ୍ରୀ ଶ୍ରୀ ବଡମାଙ୍କ ବାଣୀ ଉପରେ ସଦାଲୋଚନା କରାଯାଇଥିଲା। ବିପ୍ଳବ ନାୟକ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣିଗ୍ରାହୀ,ଅଭୟ ଜେନା,ନୀଳମଣି ପଟ୍ଟନାୟକ,ହିତେନ୍ଦ୍ର ସେଠୀ,ଅଜୟ ଜେନା, ସୌରଭ ବିଶ୍ବାଳ,ସଂଗ୍ରାମ ଘଡ଼େଇ,ନୀଳମାଧବ ପାତ୍ର,ଦୁର୍ଯୋଧନ ଘଡ଼େଇ,ଜନକ ସାମଲ,ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମାଆମାନେ ଯୋଗ ଦେଇଥିଲେ।1
- ଦେଖନ୍ତୁ 🙏🙏🙏1
- ଲୋକଙ୍କ ସରକାର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି, କନ୍ଧମାଳ ଜିଲ୍ଲା ପାଇକ, ଖଣ୍ଡାୟତ କୁଳ ସମାଜ l ବାଲିଗୁଡା - ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଐତିହାସିକ ପଦକ୍ଷେପ କୁ ସ୍ୱାଗତ ଜଣାଇ ଧନ୍ୟବାଦ୍ ଅର୍ପଣ କରିଛନ୍ତି କନ୍ଧମାଳ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜ l ଫୁଲବାଣୀ ସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ କୁ କନ୍ଧମାଳ ଜିଲ୍ଲାର ମହାନ୍ ସନ୍ଥ ତଥା ସ୍ୱାଧୀନତା ସଂଗ୍ରାମୀ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତି କୁ ନେଇ ବହୁ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି, ଆଦିବାସୀ ଜନଜାତି ଙ୍କ ଦରଦୀ ବନ୍ଧୁ, ଜନଜାତି ଙ୍କ ଶିକ୍ଷା ସ୍ୱାସ୍ଥ୍ୟ କୃଷି ଓ ସଂସ୍କୃତି ପାଇଁ ସାରା ଜୀବନ ଉତ୍ସର୍ଗ କରି ନିଜ ପ୍ରାଣବଳୀ ଦେଇଥିବା ଏହି ମହାନ ସାଧୁ ଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟ ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ସହ ଜଲେଶପଟ୍ଟା ସଂସ୍କୃତି କନ୍ୟାଶ୍ରମ ର ଉନ୍ନତି ପାଇଁ ତେର କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି, ଏହାକୁ ନେଇ କନ୍ଧମକ ରେ ସବୁ ସ୍ତରରେ ସ୍ୱାଗତ କରାଯାଇଛି,4
- ଉପାନ୍ତ ପ୍ରହରୀଙ୍କ ଦ୍ୱାରା ଉନ୍ମୋଚନ ହେଲା ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା *ଉପାନ୍ତ ପ୍ରହରୀଙ୍କ ଦ୍ୱାରା କଥାମୃତ’ ପୁସ୍ତିକା ଉନ୍ମୋଚନ *। ପାରଳାଖେମୁଣ୍ଡି ୩୧/୦୭ ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର(ଓ.ଏ.ଏସ)(୧) ଅବସର ପ୍ରାପ୍ତ ତହସିଲ୍ ଦାର୍ ,ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷାବିତ୍ ଶ୍ରୀମତି ଆଶାଲତା ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ବିଚିତ୍ରl ନନ୍ଦ ବେବର୍ତ୍ତା , ଶିକ୍ଷାବିତ୍ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢି,ଶିକ୍ଷାବିତ୍ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଉପସ୍ଥିତରେ ଉନ୍ମୋଚନ କରାଯାଇଥିଲା ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ପୁସ୍ତିକାରେ ସ୍ଥାନ ପାଇଥିବା ବିଷୟବସ୍ତୁ ଆଜିର ଯୁବପିଢ଼ୀଙ୍କୁ ସଠିକ୍ ଜୀବନଦର୍ଶନ ପ୍ରଦାନ କରିବା ସହ ଶୃଙ୍ଖଳିତ, ସଂସ୍କାରୀ ଓ ନୈତିକ ମୂଲ୍ୟବୋଧସମ୍ପନ୍ନ ଜୀବନଯାପନ ପାଇଁ ପ୍ରେରଣା ଦେବ । ଏହା ଏକ ଆଦର୍ଶ ପରିବାର ଓ ସୁସ୍ଥ ସମାଜ ଗଠନରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ, ‘କଥାମ୍ବୃତ’ ପରି ପ୍ରେରଣାଦାୟକ ପୁସ୍ତିକାର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଆଗାମୀ ଯୁବପିଢ଼ୀ ଏକ ଆଦର୍ଶ, ଶୃଙ୍ଖଳିତ ଓ ଦାୟିତ୍ୱବାନ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ। ଲେଖକ ଶ୍ରୀ ଲାଜର ଲିମାଙ୍କ ଏହି ସାମାଜିକ ଓ ସାହିତ୍ୟିକ ପ୍ରୟାସକୁ ସେଡ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ମୂଲ୍ୟବୋଧଭିତ୍ତିକ ପୁସ୍ତକ ରଚନା କରି ସମାଜକୁ ସଠିକ୍ ଦିଗଦର୍ଶନ ଦେବାକୁ ଉତ୍ସାହିତ କରିଥିଲେ। ଉପସ୍ଥିତ ବୁଦ୍ଧିଜୀବୀ ଓ ଅତିଥିମାନେ ମଧ୍ୟ ପୁସ୍ତିକାଟି ଯୁବସମାଜ ପାଇ ପଥପ୍ରଦର୍ଶକରେ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ।1
- ସେବାଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜିତ୍ ମହାନ୍ତି ଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଜଣାଇଲେ ମୋହନଗିରି ଅଞ୍ଚଳବାସୀ। ଶ୍ରୀ ମହାନ୍ତି କେବଳ ଶିକ୍ଷକ ନଥିଲେ,ସେ ଅଞ୍ଚଳର ପ୍ରତ୍ୟେକ ଟି କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇ ଅଞ୍ଚଳର ବିକାଶ ଦିଗରେ ଆଗେଇ ଆସୁଥିଲେ।ତେଣୁ ତାଙ୍କରି ଚାକିରି ସମୟର ଅବସର ବେଳେ ଅଞ୍ଚଳ ବାସୀ ଭାବ ବିହ୍ବଳ ହୋଇ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି।1
- ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ1