ଆସନ୍ତା ୧୬ରୁ ମଣ୍ଡି ମାଧ୍ୟମରେ ମାଣ୍ଡିଆ ଓ ହରଡ଼ ସଂଗ୍ରହ କରାଯିବ ।ଆସନ୍ତା ୧୬ରୁ ମଣ୍ଡି ମାଧ୍ୟମରେ ମାଣ୍ଡିଆ ଓ ହରଡ଼ ସଂଗ୍ରହ କରାଯିବ । ଢେଙ୍କାନାଳ ସଦର : ତା. ୧୯.୧୨.୨୦୨୫ - ଜିଲ୍ଲାରେ ଆସନ୍ତା ଜାନୁଆରୀ ମାସ ୧୬ ତାରିଖ ଠାରୁ ମଣ୍ଡି ମାଧ୍ୟମରେ ମାଣ୍ଡିଆ ଓ ହରଡ ସଂଗ୍ରହ କରାଯିବ । ଏହାର ସୁପରିଚାଳନା ନିମନ୍ତେ ଆଜି ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ମଣ୍ଡିରେ ଚାଷୀ ଭାଇମାନେ ଯେପରି ସହଜରେ ସେମାନଙ୍କର ଉତ୍ପାଦ ବିକ୍ରି କରିପାରିବେ ସେଥି ପ୍ରତି ସଂପୃକ୍ତ ଅଧିକାରୀମାନେ ଅଧିକ ଯତ୍ନବାନ ହେବାକୁ କହିଥିଲେ । ଚାଷୀଭାଇ ମାନେ ଯେପରି ସେମାନଙ୍କର ପ୍ରାପ୍ୟ ୭୨ ଘଣ୍ଟା ମଧ୍ୟରେ ନିଶ୍ଚିତ ପାଇ ପାରିବେ ସେଥିପ୍ରତି ଅଗ୍ରାଧିକାର ଦେବାକୁ ସେ ପରାମର୍ଶ ଦେଇଥିଲେ । ଆସନ୍ତା ୧୬ ତାରିଖ ଦିନ ଚାଷୀ ମାନଙ୍କ ଠାରୁ ଘଟିପିରିସ୍ଥିତ ମଣ୍ଡିରେ ଏହି ମାଣ୍ଡିଆ ଏବଂ ହରଡ଼ ସଂଗ୍ରହ ଶୁଭାରମ୍ଭ ହେବ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ୱନାଥ ଦାସ ପ୍ରକାଶ କରିଛନ୍ତି। ହିନ୍ଦୋଳ,କାମାକ୍ଷାନଗର, କାଙ୍କଡ଼ାହାଡ଼,ଓଡ଼ାପଡ଼ା ଓ ଭୁବନ ବ୍ଲକ୍ ରେ ବିଭିନ୍ନ ମଣ୍ଡିରେ ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ସମୁଦାୟ ୬,୨୦୦ କ୍ଵିଣ୍ଟାଲ ମାଣ୍ଡିଆ ଏବଂ ୮,୬୦୦ କ୍ଵି.ହରଡ଼ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ମାଣ୍ଡିଆ କ୍ଵିଣ୍ଟାଲ ପ୍ରତି ୪,୮୮୬ ଟଙ୍କା ଓ ହରଡ଼ କ୍ଵିଣ୍ଟାଲ ପ୍ରତି ୮,୦୦୦ ଟଙ୍କା ଲେଖାଏଁ ସହାୟକ ରାଶି ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଚାଷୀମାନେ ସେମାନଙ୍କର ଖରିଫ୍ ଫସଲ ମାଣ୍ଡିଆ ଓ ହରଡ଼କୁ କିଭଳି ଭାବରେ ସହଜରେ ବିକ୍ରି କରି ପାରିବେ ସେ ସଂପର୍କରେ ଗ୍ରାମ ସଭା ମାଧ୍ୟମରେ ଅବଗତ କରାଯିବ ବୋଲି ସେ କହିଥିଲେ । ଆଜି ସୁଦ୍ଧା ଜିଲ୍ଲାର ସମୁଦାୟ ୨୨୭୭ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି ବୋଲି ସେ କହିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ଶ୍ରୀ ଲଳିତ ମୋହନ ବେହେରା,ସଦର ଉପ-ଜିଲାପାଳ ଶ୍ରୀ ବିବୁଧ ଗଡ଼ନାୟକ,ହିନ୍ଦୋଳ ଉପ-ଜିଲ୍ଲାପାଳ ଶ୍ରୀ ପ୍ରଭାସ କୁମାର ବେଉରା, ହିନ୍ଦୋଳ ବିଧାୟିକାଙ୍କ ପ୍ରତିନିଧି ଶ୍ରୀ ସହଦେବ ପୃଷ୍ଟି ଓ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ମାଣ୍ଡିଆ ଓ ହରଡ଼ ସଂଗ୍ରହର ସୁପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । #postviralシfypシ゚viralシal #facebookpostシ

- Post by Tapasdas1
- ହରିଣ ପାରର୍କ1
- proud moment for all indian1
- Orissa Subha sakal good morning1
- ऑफिस में काम करते समय अचानक कोई पीछे आ जाए, तो घबराहट आम बात है। लेकिन अब एक नई लेज़र ट्रिपवायर टेक्नोलॉजी इस परेशानी का हल बन रही है। जैसे ही कोई कमरे में एंट्री करता है, कंप्यूटर स्क्रीन अपने-आप सेफ मोड में चली जाती है। न कैमरा, न मैनुअल क्लिक,ये सिस्टम ऑफिस प्राइवेसी को पहले से कहीं ज्यादा स्मार्ट और सुरक्षित बना रहा है। 📹Media: Git.io #technology #engineering #privacy #hardware #innovation #OfficeLife #FutureTech #PrivacyTech #SmartOffice #TechNews1
- Post by User5115 Susanta Kumar Pattnaik1
- ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 70910778981
- OMAN AND INDIA RELATIONSHIP1