logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା: ମୋହନ ଚରଣ ମାଝୀ  ବିରୋଧୀଦଳଗୁଡ଼ିକ ମିଳିମିଶି ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି  ଯେଉଁମାନେ ନାରୀଶକ୍ତିର ସ୍ୱାର୍ଥକୁ ବଳି ପକାଇଦେଇଛନ୍ତି, ସେମାନଙ୍କୁ ଅଭିଶାପର ଫଳ ନିଶ୍ଚୟ ମିଳିବ : ବାଂସୁରୀ ସ୍ୱରାଜ  ବହୁତ ଶୀଘ୍ର ଦେଶର ନାରୀଶକ୍ତି ନୂଆ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେବ  କଂଗ୍ରେସ ସମେତ ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ ଭୁବନେଶ୍ୱର : ଗତ ୧୭ ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ‘କଳା ଦିବସ’ ଥିଲା । ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ସମଗ୍ର ବିରୋଧୀଦଳ ମିଳିମିଶି ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଥିଲେ । ସମ୍ବିଧାନର ୧୩୧ ତମ ସଂଶୋଧନକୁ ଲୋକସଭାରେ ପରାଜିତ କରି ହସଖୁସିର ସହ ଉତ୍ସବ ପାଳନ କରିଥିଲେ । ଏହା ଦେଶର ମହିଳାଙ୍କ ପରାଜୟ ନୁହେଁ, ଏହା ବିରୋଧୀଙ୍କ ଅହଂକାରକୁ ଦର୍ଶାଏ । ଏହାର ଉତର ଏ ଦେଶର ନାରୀଶକ୍ତି ନିଜ ଭୋଟ ମାଧ୍ୟମରେ ଦେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ “ନାରୀଶକ୍ତି ବନ୍ଦ ଅଧିନିୟମ” ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମହିଳାଙ୍କ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯଜ୍ଞ କରୁଥିବାବେଳେ ବିରୋଧୀମାନେ ଏହାକୁ ବିଫଳ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଦେଶର ପ୍ରାୟ ୧୪୦ କୋଟି ଜନସଂଖ୍ୟାର ଅଧା ହେଉଛନ୍ତି କେବଳ ମହିଳା । ମହିଳାଙ୍କ ବିନା ସୃଷ୍ଟିର କଳ୍ପନା ମଧ୍ୟ କରାଯାଇ ନ ପାରେ । ଆଜି ଦେଶର ଝିଅ ଓ ମହିଳାମାନେ ସବୁ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, କ୍ରିଡା, ବ୍ୟବସାୟ, ପ୍ରଶାସନ ସବୁ କ୍ଷେତ୍ରରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସ୍କୁଲରେ ପାଠ ପଢାଇବାରୁ ଆରମ୍ଭ କରି ଉଡାଜାହାଜ ଉଡାଇବା ତାଙ୍କ ପାଇଁ ଆଜି ସାଧାରଣ କଥା । ଅପରେଶନ ସିନ୍ଦୁର ସମୟରେ ଭାରତୀୟ ‘ନାରୀଶକ୍ତି’ର ଚମତ୍କାର ସାରା ବିଶ୍ୱ ଦେଖିଥିଲା । ମାତ୍ର ବିରୋଧୀଦଳମାନଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ଓ ଏକ ଫେଶନ । ଯେତେବେଳେ ନାରୀମାନଙ୍କୁ ପ୍ରକୃତ ସମ୍ମାନ ଏବଂ ପ୍ରକୃତ ଅଧିକାର ଦେବାର ବେଳ ଆସିଲା, ବିଭିନ୍ନ ଆଳ ଦେଖାଇ ସେମାନେ ସେଥିରୁ ଓହରିଗଲେ । ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ନୁହେଁ, ତାଙ୍କୁ କେବଳ ନିଜ ନିଜ ଦଳରେ ଗୋଡାଣିଆ ଭାବେ ବ୍ୟବହାର କରିବା ପାଇଁ ଷଡଯନ୍ତ୍ର କରାଗଲା । ସେମାନଙ୍କ ନାରୀ ସ୍ୱାଧୀନତା ସ୍ଲୋଗାନ ଏବଂ ତାଙ୍କର ଅସଲ ରୂପ ଦୁଇ ଦିନର ଲୋକସଭା ବିତର୍କରେ ପଦାକୁ ଆସିଛି । କଂଗ୍ରେସଠାରୁ ଆରମ୍ଭ କରି ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ଡିଏମକେ, ବାମପନ୍ଥୀ ଦଳଗୁଡ଼ିକର ଆଭିମୁଖ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ, ସେମାନେ ହେଉଛନ୍ତି ପ୍ରକୃତରେ ମହିଳା ବିରୋଧୀ । ସେମାନେ କେବଳ ମହିଳା ସଶକ୍ତିକରଣର ମୁଖା ପିନ୍ଧି ଅଭିନୟ କରୁଛନ୍ତି । ଯେଉଁମାନେ କହୁଛନ୍ତି ଯେ, ପଂଚାୟତ ନିର୍ବାଚନରେ ମହିଳାଙ୍କୁ ଆରକ୍ଷଣ ପ୍ରଦାନ କରିଛନ୍ତି, ତାହା ସେମାନେ ଏଥିପାଇଁ କରିଛନ୍ତି ଯେ, ପଂଚାୟତସ୍ତରରେ ଆରକ୍ଷଣ ଦେଲେ ଏହି ନେତାମାନଙ୍କର ବିଧାନସଭା କିମ୍ବା ଲୋକସଭା କ୍ଷେତ୍ରରେ ନିର୍ବାଚନ ଲଢ଼ିବା ପାଇଁ କିଛି କ୍ଷତି ହେଉନାହିଁ । କିନ୍ତୁ ଯେତେବେଳେ ଦେଖିଲେ ଯେ ବିଧାନସଭା ଓ ଲୋକସଭାରେ ତାଙ୍କ ସ୍ୱାର୍ଥରେ ଆଂଚ୍ ଆସିପାରେ, ସେତେବେଳେ ସେମାନଙ୍କ ମନରେ ଛନକା ପଶିଗଲା । ଏଥିଯୋଗୁ ସେମାନେ ଅଧିନିୟମକୁ ଲାଗୁ କରେଇ ଦେଇ ନଥିଲେ । କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳମାନେ ପୂର୍ବରୁ ଦୁର୍ନୀତି ଓ ପରିବାରବାଦ ପାଇଁ ଜଣାଶୁଣା ଥିଲେ, କିନ୍ତୁ ବର୍ତମାନ ତାଙ୍କ ମୁଣ୍ଡରେ ‘ ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ସଶକ୍ତିକରଣ ସମ୍ବନ୍ଧରେ ପଦକ୍ଷେପ ସାରା ଦୁନିଆ ଦେଖିଛି । ଏଥିପାଇଁ ପ୍ରମାଣର ଆବଶ୍ୟକତା ନାହିଁ । ଦେଶର ସମଗ୍ର ମହିଳା ସମାଜର ଭରସା ମାନନୀୟ ମୋଦୀଜୀଙ୍କ ଉପରେ ଅଛି । ଏହି ସାମୟିକ ବିଳମ୍ବ ନାରୀଶକ୍ତିକୁ ରୋକିପାରିବ ନାହିଁ । ତାଙ୍କ ଉଡାଣ କିଛି ଦିନ ପାଇଁ ବିଳମ୍ବିତ ହୋଇଛି, କିନ୍ତୁ ବହୁତ ଶୀଘ୍ର ଦେଶର ନାରୀଶକ୍ତି ନୂଆ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସାଂସଦ ଶ୍ରୀମତୀ ବାଂସୁରୀ ସ୍ୱରାଜ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ ସର୍ବସମ୍ମତିକ୍ରମେ ୨୦୨୩ ସେପ୍ଟେମ୍ବରରେ ପାରିତ ହୋଇଥିଲା । ସେତେବେଳେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଗୁଡ଼ିକ ଏହି ଅଧିନିୟମ ସପକ୍ଷରେ ସହମତି ପ୍ରକାଶ କରିଥିଲେ । ମାତ୍ର ଏହି ଅଧିନିୟମ ଲାଗୁ ହେବାବେଳକୁ କଂଗ୍ରେସ, ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟିଙ୍କ ସହ ଇଣ୍ଡି ମେଂଟରେ ଥିବା ସବୁ ବିରୋଧୀଦଳଗୁଡ଼ିକ ମିଳିମିଶି ଏହି ଦେଶର ମାତୃଶକ୍ତି ସହ ବିଶ୍ୱାସଘାତ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନରେ ନାରୀମାନଙ୍କ ପ୍ରତି ତାଙ୍କ ବେଦନା ଓ ସମ୍ବେଦନା ଦେଖିବାକୁ ମିଳିଥିଲା । ଗତ ୧୬, ୧୭, ୧୮ ଏପ୍ରିଲରେ ସଂସଦରେ ଯେତେବେଳେ ଏହି ଅଧିନିୟମ ଲାଗୁ କରିବା ଉପରେ ଚର୍ଚ୍ଚା ହୋଇଥିଲା, ସେତେବେଳେ ବିରୋଧିମାନେ ନିଜ ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ୨୦୨୯ରୁ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ଚାହିଁଥିଲେ, ମାତ୍ର ବିରୋଧୀମାନେ ଦେଶର ମାତୃଶକ୍ତି ପୀଠିରେ ଛୁରି ଭୁଷି ଦେଇଛନ୍ତି । କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ନାରୀମାନଙ୍କ ଭୂମିକା କେବଳ ମତଦାନ କେନ୍ଦ୍ରରେ ସୀମିତ ରହୁ ବୋଲି ଚାହୁଁଛନ୍ତି । ସେମାନଙ୍କୁ କେବଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରିବାକୁ ଚାହୁଁଥିବା ଏଥିରୁ ସ୍ପଷ୍ଟ ହୋଇଛି । ଯେତେବେଳେ ଏହି ଅଧିନିୟମ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ନାରୀମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରାଉଥିଲା ସେତେବେଳେ ବିରୋଧି ଦଳଗୁଡ଼ିକ ମୁହଁ ମୋଡ଼ି ଦେଇଛନ୍ତି । ଦେଶର ମାତୃଶକ୍ତିକୁ ଅଧିକାର ଦେବାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ପ୍ରୟାସ କରୁଥିବାବେଳେ କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଂଟରେ ଥିବା ବିରୋଧୀ ଦଳଗୁଡ଼ିକ ବାଧା ସୃଷ୍ଟି କରିଛନ୍ତି । କଂଗ୍ରେସ ସବୁବେଳେ ଭାରତରତ୍ନ ଡ. ଭୀମରାଓ ବାବାସାହେବ ଆମ୍ବେଦକର ଓ ସମ୍ବିଧାନର କଥା କହୁଥିବାବେଳେ ନାରୀମାନଙ୍କ ଅଧିକାରର ହିସାବ ଦେବାର ସମୟ ଯେତେବେଳେ ଆସିଲା ସେତେବେଳେ ଏହି ଦଳ ସମ୍ବିଧାନର ତଂଟି ଚିପିଦେଲା । ଗତ ୪୦ ବର୍ଷ ଧରି ଦେଶର ମାତୃଶକ୍ତି ନିଜର ଅଧିକାର ପାଇଁ ଅପେକ୍ଷା କରିଥିବାବେଳେ ବିରୋଧୀମାନେ ଜାଣିଶୁଣି ବିଭିନ୍ନ ପ୍ରସଙ୍ଗ ଉଠାଇ ହୀନ ରାଜନୀତି କରି ଏହି ଅଧିନିୟମକୁ ଲାଗୁ କରେଇ ଦେଇନାହାନ୍ତି । ମହିଳାମାନଙ୍କୁ ରାଜନୀତିରେ ସେମାନଙ୍କ ଅଧିକାର ମିଳୁ ବୋଲି ସେମାନେ ଚାହୁଁ ନ ଥିଲେ ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ମାତୃଶକ୍ତିଙ୍କ ହିତର ବଳି ଚଢ଼େଇବା ପାଇଁ ସେମାନେ ଯେଉଁ ଅବରୋଧ ସୃଷ୍ଟି କରିଛନ୍ତି, ଏଥିପାଇଁ ସେମାନେ ମାତୃଶକ୍ତିର ଆକ୍ରୋଶର ଶୀକାର ହେବା ସୁନିଶ୍ଚତ । ମାତୃଶକ୍ତିର ଆର୍ଶୀବାଦ ପାଇବାକୁ ସେମାନେ ସୁଯୋଗ ପାଇଥିଲେ କିନ୍ତୁ ହାତଛଡ଼ା କରିଦେଲେ । ଯେଉଁମାନେ ନାରୀଶକ୍ତିର ସ୍ୱାର୍ଥକୁ ବଳି ପକାଇଦେଇଛନ୍ତି, ସେମାନଙ୍କୁ ଅଭିଶାପର ଫଳ ନିଶ୍ଚୟ ମିଳିବ । ମୋଦିଜୀ ଓ ଭାରତୀୟ ଜନତା ପାର୍ଟି ପାଇଁ ନାରୀଶକ୍ତି ବନ୍ଦନ ଅଧିନିୟମ ଏକ ସଂକଳ୍ପ । ଏହା ନିଶ୍ଚିତ ପୂରଣ ହେବ । ମୋଦିଜୀଙ୍କ ନେତୃତ୍ୱରେ ନାରୀମାନଙ୍କୁ ସେମାନଙ୍କ ଅଧିକାର ନିଶ୍ଚୟ ମିଳିବ ବୋଲି ମୋଦିଜୀ ମାତୃଶକ୍ତିକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସମେତ ବିରୋଧୀ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ । ପଂଚାୟତରୁ ପାର୍ଲିଆମେଂଟ ପର୍ଯ୍ୟନ୍ତ ସବୁଠି ସ୍ୱର ଉତୋଳନ କରିବ ବୋଲି ବୋଲି ସାଂସଦ ସୁଶ୍ରୀ ସ୍ୱରାଜ ମତବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ କୁସୁମ ଟେଟେ ଓ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମତୀ ପୂର୍ଣ୍ଣିମା ପ୍ର୍ରିୟଦର୍ଶନୀ ନାୟକ ଉପସ୍ଥିତ ଥିଲେ ।

19 hrs ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
19 hrs ago
c2707354-36a8-4c0a-951a-89c6e851dd4b

More news from ଓଡ଼ିଶା and nearby areas
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    55 min ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ଵଦଳିଲା ପ୍ରଭାତ ବିଶ୍ବାଳଙ୍କ ପୋଷାକର ରଙ୍ଗ।ଖଇରିଆରୁ ଧଳା ହେଲା ପୋଷାକ। ସାମ୍ବାଦିକ ସମ୍ମିଳନୀ କରି କହିଲେ କାହିଁକି ପିନ୍ଧୁଥିଲେ ଖଇରିଆ ପୋଷାକ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେଉଁ ନେତାଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧୁଥିଲେ ।
    1
    ଵଦଳିଲା ପ୍ରଭାତ ବିଶ୍ବାଳଙ୍କ ପୋଷାକର ରଙ୍ଗ।ଖଇରିଆରୁ ଧଳା ହେଲା ପୋଷାକ। ସାମ୍ବାଦିକ ସମ୍ମିଳନୀ କରି କହିଲେ କାହିଁକି ପିନ୍ଧୁଥିଲେ ଖଇରିଆ ପୋଷାକ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେଉଁ ନେତାଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧୁଥିଲେ ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • Post by Prabhati Sahoo
    1
    Post by Prabhati Sahoo
    user_Prabhati Sahoo
    Prabhati Sahoo
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    1
    ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    7 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.