Shuru
Apke Nagar Ki App…
କଳାହାଣ୍ଡି ଜିଲ୍ଲାର ରାସୋଳ ପଞ୍ଚାୟତରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି। ଏହି ବିଫଳତା ଯୋଗୁଁ ପଞ୍ଚାୟତର ବଜାର ଏବଂ ସମସ୍ତ ଗ୍ରାମ୍ୟ ଅଞ୍ଚଳରେ ଘୋର ଅନ୍ଧାର ଲାଗି ରହିଛି।
TV5 ଓଡ଼ିଆ
କଳାହାଣ୍ଡି ଜିଲ୍ଲାର ରାସୋଳ ପଞ୍ଚାୟତରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି। ଏହି ବିଫଳତା ଯୋଗୁଁ ପଞ୍ଚାୟତର ବଜାର ଏବଂ ସମସ୍ତ ଗ୍ରାମ୍ୟ ଅଞ୍ଚଳରେ ଘୋର ଅନ୍ଧାର ଲାଗି ରହିଛି।
More news from ଓଡ଼ିଶା and nearby areas
- 🌹🌹🌹🌹🌹🌹🌹🌹🌹🌹1
- ସରକାର ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି, କିନ୍ତୁ ଏହି ନିୟମ ବହୁତ ବଳ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଏହି ନିୟମ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଯୁବ ପିଢ଼ି ତଥା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି।1
- ମୟୂରଭଞ୍ଜ ଜିଲ୍ଲାର କୁଲିଅଣା ସବଡିଭିଜନ ଅନ୍ତର୍ଗତ ଝାରପୋଖରିଆ ସେକ୍ସନ୍ର କୁଆଁରଡିହି ଗାଁରେ ଗତ ୮-୧୦ ଦିନ ହେଲା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁର ମଧ୍ୟଭାଗରେ ଟ୍ରାନ୍ସଫର୍ମର, ଖମ୍ବ ଏବଂ ପ୍ରତ୍ୟେକ ଘରେ ମିଟର ଲାଗିଥିଲେ ମଧ୍ୟ ବିଦ୍ୟୁତ୍ ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଧିକାରୀମାନେ କେବଳ ଅଫିସରେ ବସି ମୋଟା ଦରମା ନେଉଛନ୍ତି। ପ୍ରତି ସପ୍ତାହରେ ମେଣ୍ଟେନାନ୍ସ ନାଁରେ ବିଦ୍ୟୁତ୍ କାଟ୍ କରାଯାଉଥିଲେ ମଧ୍ୟ ଟ୍ରାନ୍ସଫର୍ମରର ଅବସ୍ଥା ଦେଖିଲେ ପ୍ରକୃତ ମେଣ୍ଟେନାନ୍ସ ଉପରେ ପ୍ରଶ୍ନ ଉଠୁଛି। ଏହା ସହିତ ଝାରପୋଖରିଆ ସେକ୍ସନ୍ର ଟୋଲଫ୍ରି ନମ୍ବର ମଧ୍ୟ ଲାଗୁ ନଥିବା ଗ୍ରାମବାସୀ ଜଣାଇଛନ୍ତି। ଉର୍ଜା ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନ ହେବା କଥା କହିଥିଲେ, କିନ୍ତୁ କୁଆଁରଡିହି ଗାଁରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି ଏବଂ ଗ୍ରାମବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ରିପୋର୍ଟ ମୟୂରଭଞ୍ଜରୁ ବ୍ୟୁରୋ ପ୍ରମୁଖ ମୁରାରୀ ମୋହନ ମହାପାତ୍ର ଦେଇଛନ୍ତି।1
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ପଞ୍ଚାୟତ ପଡ଼ିଆ ପରିସରଠାରେ ଶୁକ୍ରବାର ଦିନ ଏକ ପଞ୍ଚାୟତ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।1
- ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଥିବା CQ-1 ବର୍ଥରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜାହାଜରେ ଆଇରନ ଲୋଡିଂ ସମୟରେ ଜଣେ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ‘ଜିନ ହାଇ ହେ’ ନାମକ ଜାହାଜରେ ଆଇରନ ଓଭରଲୋଡ କରାଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା। ଗତକାଲି ବର୍ଷା ଯୋଗୁଁ ଆଇରନ ଗୁଣ୍ଡ କାଦୁଅ ଅବସ୍ଥାରେ ଥିଲା। କ୍ରେନ ସାହାଯ୍ୟରେ ଆଇରନ ଲୋଡ୍ କରାଯାଉଥିବା ବେଳେ ହଠାତ୍ କ୍ରେନର ଗ୍ରାଫ୍ ଖୋଲିଯିବାରୁ ତଳେ ଥିବା ହାଇୱା ଉପରେ ଆଇରନ ଖସିପଡ଼ିଥିଲା। ଘଟଣାସ୍ଥଳରେ ହିଁ ହାଇୱା ଚାଳକ ସରୋଜ ଖିଲାରଙ୍କ ମୃତ୍ୟୁ ଘଟିଥିଲା। ମୃତ ଡ୍ରାଇଭର ସରୋଜ ଖିଲାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପରଜଙ୍ଗ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ସାଥି ଡ୍ରାଇଭରମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଛି। ସାଥି ଡ୍ରାଇଭରମାନେ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିରହିବା ଯୋଗୁଁ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ସୂଚନା ମିଳିଛି।1