Shuru
Apke Nagar Ki App…
ରାୟଗଡ଼ ରେଳ ଷ୍ଟେସନର ସୂଚନା ଫଳକରୁ ତେଲୁଗୁ ଭାଷା ହଟାଇ ଦିଆଯାଇଥିବା ଅଭିଯୋଗକୁ ନେଇ ବିଭିନ୍ନ ତେଲୁଗୁ ସଂଗଠନ ପକ୍ଷରୁ ଷ୍ଟେସନରେ ପୁନଃ ତେଲୁଗୁ ଭାଷାକୁ ସ୍ଥାନ ଦେବା ପାଇଁ ଦାବି କରାଯାଇଛି।
Amit jageranga
ରାୟଗଡ଼ ରେଳ ଷ୍ଟେସନର ସୂଚନା ଫଳକରୁ ତେଲୁଗୁ ଭାଷା ହଟାଇ ଦିଆଯାଇଥିବା ଅଭିଯୋଗକୁ ନେଇ ବିଭିନ୍ନ ତେଲୁଗୁ ସଂଗଠନ ପକ୍ଷରୁ ଷ୍ଟେସନରେ ପୁନଃ ତେଲୁଗୁ ଭାଷାକୁ ସ୍ଥାନ ଦେବା ପାଇଁ ଦାବି କରାଯାଇଛି।
More news from ଓଡ଼ିଶା and nearby areas
- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ଥାନା ପରିସରରେ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଶୁକ୍ରବାର ଦିନ ଏକ ଶାନ୍ତି କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଲାଞ୍ଜିଗଡ଼ର ଗୁଣ୍ଡିଚାଯାତ୍ରା ଏବଂ ବାହୁଡ଼ା ଯାତ୍ରାକୁ କିପରି ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳା ସହିତ ସମାପନ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତି କରାଯାଇଛି।1
- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି କ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ରୁଷିଆ ମେହେର ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ଶିକ୍ଷାଦାନ ସହିତ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସେ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ହତମୁଣ୍ଡା, କାରକରଟା ଏବଂ କିଡିଙ୍ଗ ବିଦ୍ୟାଳୟ ହଠାତ୍ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ପରିଦର୍ଶନ ସମୟରେ ସେ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ଶିକ୍ଷାଦାନ ଶୈଳୀର ପ୍ରତ୍ୟକ୍ଷ ସମୀକ୍ଷା କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ (MDM) ର ଗୁଣବତ୍ତା ଏବଂ ସ୍ୱଚ୍ଛତାର ମଧ୍ୟ ବିଧିବଦ୍ଧ ତଦନ୍ତ କରିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ସରସ ସୁନ୍ଦର କରିବା ଏବଂ ପିଲାମାନଙ୍କୁ ସ୍ୱାସ୍ଥ୍ୟକର ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଦିଗରେ ସେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ରୁଷିଆ ମେହେର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଲାଞ୍ଜିଗଡ଼ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିଥିବା ଦେଖିବାକୁ ମିଳିଛି। ତାଙ୍କର ନିୟମିତ ବିଦ୍ୟାଳୟ ପରିଦର୍ଶନ ଏବଂ କଡ଼ା ଆଭିମୁଖ୍ୟ ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ସମୟାନୁବର୍ତ୍ତିତା ଏବଂ ଦାୟିତ୍ୱବୋଧ ବୃଦ୍ଧି ପାଇଛି। ଶିକ୍ଷା ଅଧିକାରୀଙ୍କ ଏଭଳି ସକ୍ରିୟ ପଦକ୍ଷେପ ଯୋଗୁଁ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଆହୁରି ସଦୃଢ଼ ହେବ ବୋଲି ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଚର୍ଚ୍ଚା ହେଉଛି।2
- ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ କମିଶନର ତଥା ଆଇଏଏସ୍ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଗୁରୁବାର ଦିନ ମୋହନା ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗୀତା ବଦରଇତ, ମୋହନା ବ୍ଲକର ବିଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କମିଶନର ମ୍ୟାଡ଼ାମ ପ୍ରଥମେ ସମସ୍ତ ଅଧିକାରୀଙ୍କ ସହ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ। ଏହାପରେ ସେ ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ବିଷୟରେ ଆଲୋଚନା କରିବା ସହ ସେମାନଙ୍କର ଖାଦ୍ୟ ଏବଂ ପାଠ୍ୟ ଉପକରଣ ସମ୍ପର୍କରେ ପଚାରି ବୁଝିଥିଲେ। ପରିଦର୍ଶନ ପରେ, ସେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁଙ୍କ ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ପୂର୍ବତନ ଶିକ୍ଷାର୍ଥୀମାନଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ସମ୍ପାଦକ ଶ୍ରୀ ସାହୁ ଜଣାଇଥିଲେ ଯେ ବିଦ୍ୟାଳୟର ଅନେକ ପୁରାତନ ଛାତ୍ରଛାତ୍ରୀ ଶିକ୍ଷକତା ସମେତ ବିଭିନ୍ନ ଚାକିରିରେ ନିଯୁକ୍ତ ଅଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି। ବିଦ୍ୟାଳୟର ପରିବେଶକୁ ନେଇ କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ ବେଶ୍ ଖୁସି ବ୍ୟକ୍ତ କରିବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ।1
- କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପୁକାଲି ପଞ୍ଚାୟତର ପୁକାଲି ସାପ୍ତାହିକ ଶନିବାର ହାଟରେ ରାସ୍ତାର ଦୁଇ ପାର୍ଶ୍ୱରେ ହାଟ ବସୁଥିବା ହେତୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହି କାରଣରୁ ଯାତାୟାତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଥିସହ ଜରୁରୀକାଳୀନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧା ଓ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ପୁକାଲି ସାପ୍ତାହିକ ହାଟ ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ଦୋକାନ ବଜାର ବସିବା ଯୋଗୁଁ ହିଁ ଏହି ପ୍ରକାର ଟ୍ରାଫିକ ସମସ୍ୟା ଉପୁଜୁଛି।1
- କଳାହାଣ୍ଡି ଜିଲ୍ଲାରେ ଏକ ତାର ବାଡ଼ରେ ଭାଲୁ ଫଶିଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।1
- କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ଉନ୍ନୟନ କମିଟି ଗଠନ କରାଯାଇଛି।1
- କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଦାଦନ ସମସ୍ୟାକୁ ନେଇ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମର ଶୀର୍ଷକ 'ଦାଦନ ଶବ ଜୀଅନ୍ତା ଶବ' ରଖାଯାଇଛି, ଯେଉଁଥିରେ ଦାଦନ ସମସ୍ୟାର ଗମ୍ଭୀରତା ଓ ଏହି ଶ୍ରମିକମାନଙ୍କ ଦୁର୍ଦ୍ଦଶାଜନକ ସ୍ଥିତିକୁ ପ୍ରଦର୍ଶିତ କରାଯାଇଛି।1
- ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଚାନ୍ଦିପୁଟରୁ ୨୧ କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କମଳ ନାୟକକୁ ଅବକାରୀ ବିଭାଗର ମୋବାଇଲ ଟିମ୍ ଗିରଫ କରିଛି। ଏହି ଗଞ୍ଜେଇକୁ ବ୍ରହ୍ମପୁର ଚାଲାଣ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ବସକୁ ଜଗି ରହିଥିବା ସମୟରେ ଧରାପଡ଼ିଛି।1