Shuru
Apke Nagar Ki App…
ଜୀବନ ଏକ ସଂଘର୍ଷ, ଏଠି ନିଜେ ବଞ୍ଚିବା ସହିତ ଅନ୍ୟକୁ ବଂଚିବାକୁ ସହଯୋଗ ର ଆବଶ୍ୟକ, କିପରି ସମସ୍ତେ ନିଜର ସ୍ୱାଭିମାନ ସହିତ ବଞ୍ଚି ପାରିବେ ଏ ନେଇ କାର୍ଯ୍ୟ କରିବା ଆବଶ୍ୟକ....
Biraja prasad tripathy Tripathy
ଜୀବନ ଏକ ସଂଘର୍ଷ, ଏଠି ନିଜେ ବଞ୍ଚିବା ସହିତ ଅନ୍ୟକୁ ବଂଚିବାକୁ ସହଯୋଗ ର ଆବଶ୍ୟକ, କିପରି ସମସ୍ତେ ନିଜର ସ୍ୱାଭିମାନ ସହିତ ବଞ୍ଚି ପାରିବେ ଏ ନେଇ କାର୍ଯ୍ୟ କରିବା ଆବଶ୍ୟକ....
More news from ଓଡ଼ିଶା and nearby areas
- ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଙ୍କ ସଭାପତିତ୍ବ ରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ,କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଉଚ୍ଛେଦ କରିବା ଏବଂ ତାକୁ ବିକୃତ କରି ଶ୍ରମିକ ଅଧିକାର ଛଡାଇ ନେବା , ଟାଟା ପାଓ୍ବାର ର ମନମାନୀ ଏବଂ ଉପଭକ୍ତା ମାନଙ୍କୁ ଶୋଷଣ କରିବା ଓ ଧାନ ସଂଗ୍ରହ ମଣ୍ଡି ଗୁଡିକରେ ରହୁଥିବା କଟନି ଛଟନି ସମସ୍ଯା କୁ ନେଇ ଆଗାମୀ ଦିନରେ କଂଗ୍ରେସ ଦଳ ବ୍ଯାପକ କାର୍ଯ୍ଯକ୍ରମ ହାତକୁ ନେବା ସହିତ ଆଗାମୀ ଦିନରେ କଂଗ୍ରେସ ଦଳ ସାଧାରଜ୍ଞ ଜନତା ଙ୍କ ଏହି ସମସ୍ଯା ଗୁଡିକୁ ନେଇ ଗାଁ ରୁ ବିଧାନସଭା ପର୍ଯ୍ଯନ୍ତ ଆନ୍ଦୋଳନ କରିବାକୁ ନିଷ୍ପତ୍ତି........1
- ହୁରାସାହି,ମେହେନ୍ଦିନଗର ରାସ୍ତାର ହୁରାସାହି ଦେବୀପଡ଼ିଆ ନିକଟରେ ଦୁର୍ବୃତ୍ତମାନେ ଏକ ଗହଣା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଓ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ସୂଚନା..!1
- ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ଆର୍ଥିକ ସହାୟତା ପ୍ରଦାନ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବଦଗବପୂର୍ ଗ୍ରାମର ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, କ୍ରିଷ୍ଣାଙ୍କ ପିତା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | କ୍ରିଷ୍ଣା ଜନ୍ମରୁ ଥାଲାସେମିଆ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ବାପା ତାଙ୍କର ଚିକିସ୍ଥା କରାଇବାରେ ଅସମର୍ ।| ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୁଧାକର ମହାନ୍ତି,ବିଶ୍ଵନାଥ ସ୍ଵାଇଁ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୂଖ କ୍ରିଷ୍ଣାଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |1
- ଆକାଶରେ ଝଲସିବ ବୃହସ୍ପତି। ଆଜିଠୁ ଏକ ମାସ ପର୍ଯ୍ୟନ୍ତ ଖାଲି ଆଖିରେ ଦେଖିପାରିବେ।1
- GET. TOGETHER, 2026 Bach2004-06 D. I. E. T, ଖୋର୍ଦ୍ଧା VENUE ମା BARUNE TEMPLE1
- ଜନ୍ମମାଟି ରେ ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ। ପୁରୀ :- ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପୁରୀ ଡାନ୍ସ ଏକାଡେମୀ ଆନୁକୁଲ୍ୟରେ କଳାକାର, ବୁଦ୍ଧିଜୀବୀ ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମହାସମାରୋହରେ ତିନି ଦିନ ବ୍ୟାପୀ ଗୁରୁଜିଙ୍କ ଜନ୍ମ ଶତାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ତା୦୮/୦୧/୨୬ ରିଖ, ଗୁରୁବାର ସନ୍ଧ୍ୟା ୭: ୦୦ଘଣ୍ଟିକା: ଏକାଡେମୀ ପରିସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଗୁରୁଜୀଙ୍କୂ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ଏବଂ ଗୁରୁଜୀଙ୍କ ଜୀବନୀ ଉପରେ ଚର୍ଚ୍ଚା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ତା ୦୯/୦୧/୨୬ ରିଖ ଶୁକ୍ରବାର ଦିନ ପୁରୀ ସ୍ଵର୍ଗଦ୍ଵାର ସ୍ଥିତ ମହୋଦଧି ଠାରେ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ତଥା ଛାତ୍ରଛାତ୍ରୀ ଓ ଅତିଥି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା। ତା ୧୦/୦୧/୨୬ ରିଖ, ଶନିବାର ଦ୍ୱିପହର ୧:୦୦ ଘଣ୍ଟିକା ସମୟରେ ରଘୁରାପୁର ସ୍ଥିତ ଗୁରୁଜୀଙ୍କ ଜନ୍ମ ମାଟିରେ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ନୃତ୍ୟ ପରିବେଷଣ। ଅପରାହ୍ନ ୪:୦୦ ଘଣ୍ଟିକା ଶ୍ରୀ ଜୀଉଙ୍କ ଦୋଳବେଦୀ ଠାରେ ଗୁରୁଜୀଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଏବଂ ଅତିଥି କଳାକାର ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟଞଳି କାର୍ଯକ୍ରମ। ସନ୍ଧ୍ୟା ୬:୦୦ ଘଣ୍ଟିକା ସିଂହଦ୍ଵାର ନିକଟରେ ସାମୁହିକ ଦୀପଦାନ ଏବଂ ପ୍ରାଥନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମ ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଏଥିରେ ଗୁରୁ କୃଷ୍ଣ କୁମାର ଦାସ ଓ ସୂର୍ଯ୍ୟକାନ୍ତ ପୂଜା ପଣ୍ଡା ସହଯୋଗ କରି ଥିଲେ।4
- Jay Jagannath 🙏1
- ସୋମନାଥ ସ୍ୱାଭିମାନ ଦିବସ,ପାରାଦୀପ ରେ ବିଜେପି ଯୁବମୋର୍ଚା ତରଫରୁ ବୃନ୍ଦାବନ କଲୋନୀ ଶିବମନ୍ଦିର ରେ ପୂଜାର୍ଚନା ଓ ଦ୍ବୀପଦାନ...1