ମାଥିଲି ନୁଆଗୁଡ଼ା "ନକୁଳକୁ" ସହଯୋଗ ହାତ ବଢ଼ାଇଲା ଜିଲ୍ଲା ଶିକ୍ଷା ବିଭାଗ ମାଲକାନଗିରି :- ୧୬-୦୪-୨୬ (ରାମ କୃଷ୍ଣ ଚୌଧୁରୀ) ଆମ ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଅନାଥ ଛାତ୍ର ନକୁଳ ମାଢ଼ିକୁ ଭେଟି ତାର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ବ୍ଲକ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ।ଉଭୟ ଅଧିକାରୀ ଆଜି ପ୍ରାୟ ୯ଟା ୩୦ମି ସମୟରେ ନୁଆଗୁଡା ପ୍ରାଥମିକ ବିଦ୍ୟାଳୟ ଗ୍ରସ୍ତରେ ଆସି ଅନାଥ ଛାତ୍ର ନକୁଳ ମାଢ଼ିକୁ ଭେଟିଥିଲେ। ଜାଣିବାକୁ ପାଇଥିଲେ କି ନକୁଳର ନିଜ ଘର ମାଲକାନଗିରି ବ୍ଲକ୍ ସିନ୍ଦ୍ରୀମାଳ ପଞ୍ଚାୟତ ଅନ୍ତର୍ଗତ ସିମାଗୁଡ଼ି ଗ୍ରାମରେ। ପିତା ଜୟସିଂହ ମୃତ୍ୟୁ ପରେ ନକୁଲର ମା ଶୁକ୍ରି ମାଢ଼ି ମାନସିକ ଭାରସାମ୍ୟ ହରାଇ ନକୁଳକୁ ଛାଡ଼ି କେଉଁ ଆଡେ ଚାଲିଯାଇଛନ୍ତି। ମାଥିଲି ବ୍ଲକ ଚମ୍ପାଝରନ ଗାଁରେ ରହୁଥିବା ନକୁଳର ମାମୁଁ ସନିଆ ପୁଜାରୀ ନକୁଳକୁ ନିଜ ପାଖରେ ରଖି ନୂଆଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇ ଆସୁଥିଲେ।ହେଲେ ନକୁଳର ଆଧାର କାର୍ଡ ନହୋଇ ପାରିବା ନେଇ ଦ୍ଵନ୍ଦ ଉପୁଜିଛି ଥିଲା। ଏଖବର ମାଥିଲି ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଜାଣିଲା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀଙ୍କୁ ଜଣାଇଥିଲେ। ଉଭୟ ଅଧିକାରୀ ନକୁଳ ମାମୁଁ ସନିଆ ପୁଜାରୀଙ୍କୁ ଚମ୍ପାଝରନ୍ ଗ୍ରାମରେ ଭେଟିଥିଲେ।ତାର ପାଠ ପଢ଼ିବା ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାରେ କରିବା ପ୍ରସ୍ତାବକୁ ସନିଆ ଗ୍ରହଣ କରିଥିଲେ।ଆସନ୍ତା ଶୁକ୍ରବାରରେ ସନିଆ ମାଲକାନଗିରି ଯିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଆର୍ଥିକ ସହଯୋଗ କରିଥିଲେ।ଏହାକୁ ସୁନିଶ୍ଚିତ କରିବାକୁ ଚମ୍ପାଝରନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି।
ମାଥିଲି ନୁଆଗୁଡ଼ା "ନକୁଳକୁ" ସହଯୋଗ ହାତ ବଢ଼ାଇଲା ଜିଲ୍ଲା ଶିକ୍ଷା ବିଭାଗ ମାଲକାନଗିରି :- ୧୬-୦୪-୨୬ (ରାମ କୃଷ୍ଣ ଚୌଧୁରୀ) ଆମ ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଅନାଥ ଛାତ୍ର ନକୁଳ ମାଢ଼ିକୁ ଭେଟି ତାର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ବ୍ଲକ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ।ଉଭୟ ଅଧିକାରୀ ଆଜି ପ୍ରାୟ ୯ଟା ୩୦ମି ସମୟରେ ନୁଆଗୁଡା ପ୍ରାଥମିକ ବିଦ୍ୟାଳୟ ଗ୍ରସ୍ତରେ ଆସି ଅନାଥ ଛାତ୍ର ନକୁଳ ମାଢ଼ିକୁ ଭେଟିଥିଲେ। ଜାଣିବାକୁ ପାଇଥିଲେ କି ନକୁଳର ନିଜ ଘର ମାଲକାନଗିରି ବ୍ଲକ୍ ସିନ୍ଦ୍ରୀମାଳ ପଞ୍ଚାୟତ ଅନ୍ତର୍ଗତ ସିମାଗୁଡ଼ି ଗ୍ରାମରେ। ପିତା ଜୟସିଂହ ମୃତ୍ୟୁ ପରେ ନକୁଲର ମା ଶୁକ୍ରି ମାଢ଼ି ମାନସିକ ଭାରସାମ୍ୟ ହରାଇ
ନକୁଳକୁ ଛାଡ଼ି କେଉଁ ଆଡେ ଚାଲିଯାଇଛନ୍ତି। ମାଥିଲି ବ୍ଲକ ଚମ୍ପାଝରନ ଗାଁରେ ରହୁଥିବା ନକୁଳର ମାମୁଁ ସନିଆ ପୁଜାରୀ ନକୁଳକୁ ନିଜ ପାଖରେ ରଖି ନୂଆଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇ ଆସୁଥିଲେ।ହେଲେ ନକୁଳର ଆଧାର କାର୍ଡ ନହୋଇ ପାରିବା ନେଇ ଦ୍ଵନ୍ଦ ଉପୁଜିଛି ଥିଲା। ଏଖବର ମାଥିଲି ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଜାଣିଲା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀଙ୍କୁ ଜଣାଇଥିଲେ। ଉଭୟ ଅଧିକାରୀ ନକୁଳ ମାମୁଁ ସନିଆ ପୁଜାରୀଙ୍କୁ ଚମ୍ପାଝରନ୍ ଗ୍ରାମରେ ଭେଟିଥିଲେ।ତାର ପାଠ ପଢ଼ିବା ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାରେ କରିବା ପ୍ରସ୍ତାବକୁ ସନିଆ ଗ୍ରହଣ କରିଥିଲେ।ଆସନ୍ତା ଶୁକ୍ରବାରରେ ସନିଆ ମାଲକାନଗିରି ଯିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଆର୍ଥିକ ସହଯୋଗ କରିଥିଲେ।ଏହାକୁ ସୁନିଶ୍ଚିତ କରିବାକୁ ଚମ୍ପାଝରନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି।
- ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି ସୋମବାର ଦିନ ପ ଶପଥ ଗ୍ରହଣ କରିଛନ୍ତି ।1
- ଅକ୍ଷୟତୃତୀୟା_ଅବସରରେ_ଜିଲ୍ଲାସ୍ତରୀୟ_କୃଷକଦିବସ କୋଟପାଡ଼ରେ କୃଷକ ଦିବସ ପାଳିତ #Kalingatv #akayatrutiya #kotpad #krushakadivas1
- ଜୟପୁରରେ ଶିଶୁ ବିବାହ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି “ଶିଶୁ ବିବାହ ରୋକନ୍ତୁ, ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ” ଏହି ବାର୍ତ୍ତା ସହିତ ଜୟପୁରରେ ସଚେତନତା ଅଭିଯାନ ଜାରି ରହିଛି। ଜୟପୁର ଅଞ୍ଚଳରେ ଶିଶୁ ବିବାହ ପ୍ରତିରୋଧ ନିମନ୍ତେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଅପ୍ରାପ୍ତ ବୟସରେ ବିବାହର କୁପରିଣାମ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଏବଂ ସମାଜକୁ ଏହା ପ୍ରତି ସଚେତନ କରିବା।1
- କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ସାହିତ୍ୟ ସଂଗଠନ "ବର୍ଷା ସାହିତ୍ୟ ସଂସଦ"ର ବାର୍ଷିକ ସାରସତ୍ଵ ସମାରୋହ ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। "ସଂସ୍କୃତି ପରିବର୍ତ୍ତନଶୀଳ, ଭାରତ ପରିବର୍ତ୍ତନରେ ବିଶ୍ୱାସ କରେ, ତେଣୁ ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହୋଇପାରିଛି।" ଏହି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ଗବେଷକ ଅନିଲ ଧୀର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହା କହିଥିଲେ। ସଭାପତି ଅରୁଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି "ସଂସ୍କୃତି, ସଭ୍ୟତା,ପରମ୍ପରା ଆଦିର ପୁନରୁଦ୍ଧାର ମାଧ୍ୟମ ହେଉଛି ସାହିତ୍ୟ" ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଓଡ଼ିଆ ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ଆଲୋକ ବରାଳ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଏହା କହିଥିଲେ। ଏହି ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ସମ୍ପର୍କିତ ଆଲୋଚନା ହୋଇଥିଲା ବେଳେ ଦ୍ୱିତୀୟ ଅଧିବେଶନରେ କବି କବୟତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ହୋଇଥିଲା। ଏହି ଅବସରରେ ବର୍ଷାର ମୁଖପତ୍ର ସହ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ସ୍ୱରଚିତ ପୁସ୍ତକ "ପାହାଡ଼ ତଳର ଗାଁ" ଏବଂ ସରସ୍ୱତୀ ବିଦ୍ୟା ମନ୍ଦିରର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜୀବ ନାୟକଙ୍କ ରଚିତ "କଳିଙ୍ଗବୀର ବିଜୁ ପଟ୍ଟନାୟକ,ଏକ ପରିଚୟ" (ଜୀବନୀ ପୁସ୍ତକ) ଉନ୍ମୋଚିତ ହୋଇଥିଲା।ସାହିତ୍ୟ ସାଧନା ପାଇଁ ମାଲକାନଗିରିର କିଶୋର ପ୍ରଧାନ ଓ ଦାମନଯୋଡିର ରାଜୀବ ନାୟକଙ୍କୁ ଏହି ସମାରୋହରେ 'ବର୍ଷା ସାହିତ୍ୟ ସଂସଦ ସମ୍ମାନ -୨୦୨୬' ରେ ସମ୍ମାନୀତ କରାଯାଇଥିଲା। ସେହିପରି ଗତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତି ଓ ସଦସ୍ୟା ସ୍ୱାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଅନ୍ୟ ସଦସ୍ୟମାନେ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବର୍ଷାର ମାନପତ୍ର ପ୍ରଦାନ କରିଥିଲେ। ବର୍ଷାର ସଦସ୍ୟା ସାନ୍ତାବାଳା ରଥ,ପ୍ରଭାସିନୀ ପାଣି,ତପସ୍ୱିନୀ ମିଶ୍ର ମିଳିତ ଭାବେ ଦ୍ବିତୀୟ ଅଧିବେଶନରେ ସଂଯୋଜନା କରିଥିଲା ବେଳେ ଯୁବ କବି ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।1
- ଆର୍ଥିକ କ୍ଷେତ୍ରରେ ଦେଶକୁ ସୁଦୃଢ କରୁଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ. ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅନନ୍ୟ ଅବଦାନ.ଯାହାକି ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସଭା ଗୃହରେ ବିଦୂତ କଟିଥିବା ସମୟରେ ଯେକୋଣସି ବୈଠକ ପାଇଁ ଅସୁବିଧା ର ସମୁଖୀନ ହେଉଥିଲେ. ଏହି ମିଶନ ଶକ୍ତି ଗୃହରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ତଥା ବୈଠକ ଅନୁଷ୍ଠିତ ହୋଇଥାଏ l ଅନେକ ବାର ବୈଠକ ସମୟରେ ବିଦୂତ କଟିବା କାରଣ ହେତୁ ଅଧାରୁ ମିଟିଙ୍ଗ ସ୍ଥଗିତ ହେବା ମଧ୍ୟ ନଜରକୁ ଆସୁଥିଲା, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନବରଙ୍ଗପୁର ମିଶନ ଶକ୍ତି ସମିଳନୀ କକ୍ଷ ଠାରେ ୨୫ KV ର DG ସେଟ ପ୍ରଦାନ କରାଯାଇଛି l1
- Post by MSP TV (Reporter:-MiHiR)1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି1
- ଧାନ ବୁଣିଲେ,ଅଖିମୁଠି ଅନୁକୂଳ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା କୋଟପାଡ଼ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ l1