logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯେଉଁ ସମୟରେ ଯୁବପିଢ଼ି ସରକାରୀ ଚାକିରି ପଛରେ ଗୋଡ଼ାଉଛନ୍ତି, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତର ଦୁହୁଲପାଲି ଗ୍ରାମର ୪୭ ବର୍ଷୀୟ କର୍ମୁ ଧଳ କୃଷିକୁ ନିଜ ଜୀବିକା ଓ ପରିଚୟର ମାଧ୍ୟମ କରି ଏକ ସଫଳତାର କାହାଣୀ ଲେଖିଛନ୍ତି। ଚାକିରିକୁ ପଛରେ ପକାଇ ଆମ୍ବ ଚାଷକୁ ଜୀବନର ପଥ ଭାବେ ବାଛିଥିବା କର୍ମୁ ଆଜି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି। +୩ କଳାରେ ଶିକ୍ଷା ଲାଭ କରିବା ପରେ ସରକାରୀ ଚାକିରି ପାଇଁ ଚେଷ୍ଟା ନ କରି କର୍ମୁ କୃଷି ପ୍ରତି ଆକର୍ଷିତ ହୋଇଥିଲେ। ପ୍ରାୟ ୨୦ ବର୍ଷ ପୂର୍ବେ ସରକାରୀ ସହାୟତା ପାଇ ସେ ଆମ୍ବ ଚାଷ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ଛୋଟ ପରିସରରେ ଚାଷ କରୁଥିବା ବେଳେ ଧୀରେ ଧୀରେ ନିଜ ବଗିଚାକୁ ବିସ୍ତାର କରିଥିଲେ। ବର୍ତ୍ତମାନ ସେ ପ୍ରାୟ ୫.୫ ଏକର ଜମିରେ ୧୭୦ଟି ଆମ୍ବ ଗଛ ଲଗାଇ ସଫଳ ଭାବେ ଚାଷ କରୁଛନ୍ତି। ତାଙ୍କ ବଗିଚାରେ ଦଶରୀ, ଆମ୍ରପଲ୍ଲି, ମଲ୍ଲିକା ଓ ଲେଙ୍ଗେଡ଼ା ଭଳି ଉନ୍ନତମାନର ବିଭିନ୍ନ ପ୍ରଜାତିର ଆମ୍ବ ଚାଷ ହେଉଛି। କର୍ମୁଙ୍କ କହିବା ଅନୁଯାୟୀ, ଗଛର ନିୟମିତ ରକ୍ଷଣାବେକ୍ଷଣ, ଜୈବ ଓ ରାସାୟନିକ ସାର ପ୍ରୟୋଗ, ସମୟୋପଯୋଗୀ ଔଷଧ ଛିଟା ଏବଂ ବଉଳ ଆସିବା ସମୟରୁ ବିଶେଷ ଯତ୍ନ ନେବା ଫଳରେ ପ୍ରତିବର୍ଷ ଭଲ ଫଳନ ମିଳୁଛି। ବର୍ତ୍ତମାନ ତାଙ୍କ ବଗିଚାରୁ ଉତ୍ପାଦିତ ଆମ୍ବ ବିହାର, ଛତିଶଗଡ଼ ଏବଂ ମହାରାଷ୍ଟ୍ର ଭଳି ବାହାର ରାଜ୍ୟକୁ ବିକ୍ରି ପାଇଁ ପଠାଯାଉଛି। ତେବେ ସେ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ବଜାରରେ ଆମ୍ବ କିଲୋ ପ୍ରତି ସର୍ବାଧିକ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଦଲାଲମାନେ ଅଧିକ ଲାଭ ନେଉଛନ୍ତି, ଫଳରେ ଚାଷୀମାନେ ଯଥେଷ୍ଟ ମୂଲ୍ୟ ପାଇପାରୁ ନାହାନ୍ତି। ସରକାରୀ ଭାବେ ଆମ୍ବ କ୍ରୟ ବିକ୍ରୟର ବ୍ୟବସ୍ଥା କିମ୍ବା ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ସ୍ଥାପନ କରାଗଲେ ଆମ୍ବ ଚାଷୀମାନେ ବହୁତ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। ଆମ୍ବ ଚାଷ ମାଧ୍ୟମରେ କର୍ମୁ ଧଳ ବର୍ଷକୁ ପ୍ରାୟ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ, ତାଙ୍କ ବଗିଚାରେ ୪ରୁ ୫ ଜଣ ଲୋକ ନିୟମିତ କାମ ପାଉଛନ୍ତି। ଏହି ଚାଷରେ ତାଙ୍କ ବଡ଼ ଭାଇ ଧର୍ମୁ ଧଳ ତାଙ୍କୁ ସହଯୋଗ କରିବା ସହ ବିଭିନ୍ନ ପରାମର୍ଶ ଦେଇଥାନ୍ତି। ସେ ଓ ତାଙ୍କ ବଡ଼ ଭାଇଙ୍କ ପରିବାର ଏକାଠି ରହି ଏହି ଚାଷରୁ ଅର୍ଥ ରୋଜଗାର କରି ଉଭୟଙ୍କ ପିଲାଙ୍କ ପାଠପଢ଼ା ସହିତ ଭଲରେ ପାରିବାର ଚଳାଇଥାନ୍ତି। ତାଙ୍କର ଏହି ସଫଳତା ଦେଖି ଅଞ୍ଚଳର ଅନେକ ଯୁବକ ମଧ୍ୟ ବର୍ତ୍ତମାନ ଉଦ୍ୟାନ କୃଷି ପ୍ରତି ଆକର୍ଷିତ ହେଉଛନ୍ତି। କୃଷି ପ୍ରତି ଆଗ୍ରହ, ଧୈର୍ଯ୍ୟ ଓ ନିଷ୍ଠା ଥିଲେ ଚାଷ ମାଧ୍ୟମରେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବ ବୋଲି କର୍ମୁ ଧଳ ପ୍ରମାଣିତ କରିଦେଇଛନ୍ତି। ତାଙ୍କର ଏହି ସଫଳତା କାହାଣୀ ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

21 hrs ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
21 hrs ago
5f64de14-2e37-4247-b72b-a8bf146f2a7b

ଯେଉଁ ସମୟରେ ଯୁବପିଢ଼ି ସରକାରୀ ଚାକିରି ପଛରେ ଗୋଡ଼ାଉଛନ୍ତି, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତର ଦୁହୁଲପାଲି ଗ୍ରାମର ୪୭ ବର୍ଷୀୟ କର୍ମୁ ଧଳ କୃଷିକୁ ନିଜ ଜୀବିକା ଓ ପରିଚୟର ମାଧ୍ୟମ କରି ଏକ ସଫଳତାର କାହାଣୀ ଲେଖିଛନ୍ତି। ଚାକିରିକୁ ପଛରେ ପକାଇ ଆମ୍ବ ଚାଷକୁ ଜୀବନର ପଥ ଭାବେ ବାଛିଥିବା କର୍ମୁ ଆଜି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି। +୩ କଳାରେ ଶିକ୍ଷା ଲାଭ କରିବା ପରେ ସରକାରୀ ଚାକିରି ପାଇଁ ଚେଷ୍ଟା ନ କରି କର୍ମୁ କୃଷି ପ୍ରତି ଆକର୍ଷିତ ହୋଇଥିଲେ। ପ୍ରାୟ ୨୦ ବର୍ଷ ପୂର୍ବେ ସରକାରୀ ସହାୟତା ପାଇ ସେ ଆମ୍ବ ଚାଷ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ଛୋଟ ପରିସରରେ ଚାଷ କରୁଥିବା ବେଳେ ଧୀରେ ଧୀରେ ନିଜ ବଗିଚାକୁ ବିସ୍ତାର କରିଥିଲେ। ବର୍ତ୍ତମାନ ସେ ପ୍ରାୟ ୫.୫ ଏକର ଜମିରେ ୧୭୦ଟି ଆମ୍ବ ଗଛ ଲଗାଇ

99ea451c-4585-452c-ab5e-b19af01edf29

ସଫଳ ଭାବେ ଚାଷ କରୁଛନ୍ତି। ତାଙ୍କ ବଗିଚାରେ ଦଶରୀ, ଆମ୍ରପଲ୍ଲି, ମଲ୍ଲିକା ଓ ଲେଙ୍ଗେଡ଼ା ଭଳି ଉନ୍ନତମାନର ବିଭିନ୍ନ ପ୍ରଜାତିର ଆମ୍ବ ଚାଷ ହେଉଛି। କର୍ମୁଙ୍କ କହିବା ଅନୁଯାୟୀ, ଗଛର ନିୟମିତ ରକ୍ଷଣାବେକ୍ଷଣ, ଜୈବ ଓ ରାସାୟନିକ ସାର ପ୍ରୟୋଗ, ସମୟୋପଯୋଗୀ ଔଷଧ ଛିଟା ଏବଂ ବଉଳ ଆସିବା ସମୟରୁ ବିଶେଷ ଯତ୍ନ ନେବା ଫଳରେ ପ୍ରତିବର୍ଷ ଭଲ ଫଳନ ମିଳୁଛି। ବର୍ତ୍ତମାନ ତାଙ୍କ ବଗିଚାରୁ ଉତ୍ପାଦିତ ଆମ୍ବ ବିହାର, ଛତିଶଗଡ଼ ଏବଂ ମହାରାଷ୍ଟ୍ର ଭଳି ବାହାର ରାଜ୍ୟକୁ ବିକ୍ରି ପାଇଁ ପଠାଯାଉଛି। ତେବେ ସେ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ବଜାରରେ ଆମ୍ବ କିଲୋ ପ୍ରତି ସର୍ବାଧିକ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଦଲାଲମାନେ ଅଧିକ ଲାଭ ନେଉଛନ୍ତି, ଫଳରେ ଚାଷୀମାନେ ଯଥେଷ୍ଟ ମୂଲ୍ୟ ପାଇପାରୁ ନାହାନ୍ତି। ସରକାରୀ ଭାବେ ଆମ୍ବ କ୍ରୟ ବିକ୍ରୟର ବ୍ୟବସ୍ଥା କିମ୍ବା ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ସ୍ଥାପନ କରାଗଲେ ଆମ୍ବ ଚାଷୀମାନେ ବହୁତ ଉପକୃତ

0eacdb41-5161-48c4-ab1f-10528f77f072

ହେବେ ବୋଲି ସେ ପ୍ରକାଶ କରିଛନ୍ତି। ଆମ୍ବ ଚାଷ ମାଧ୍ୟମରେ କର୍ମୁ ଧଳ ବର୍ଷକୁ ପ୍ରାୟ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ, ତାଙ୍କ ବଗିଚାରେ ୪ରୁ ୫ ଜଣ ଲୋକ ନିୟମିତ କାମ ପାଉଛନ୍ତି। ଏହି ଚାଷରେ ତାଙ୍କ ବଡ଼ ଭାଇ ଧର୍ମୁ ଧଳ ତାଙ୍କୁ ସହଯୋଗ କରିବା ସହ ବିଭିନ୍ନ ପରାମର୍ଶ ଦେଇଥାନ୍ତି। ସେ ଓ ତାଙ୍କ ବଡ଼ ଭାଇଙ୍କ ପରିବାର ଏକାଠି ରହି ଏହି ଚାଷରୁ ଅର୍ଥ ରୋଜଗାର କରି ଉଭୟଙ୍କ ପିଲାଙ୍କ ପାଠପଢ଼ା ସହିତ ଭଲରେ ପାରିବାର ଚଳାଇଥାନ୍ତି। ତାଙ୍କର ଏହି ସଫଳତା ଦେଖି ଅଞ୍ଚଳର ଅନେକ ଯୁବକ ମଧ୍ୟ ବର୍ତ୍ତମାନ ଉଦ୍ୟାନ କୃଷି ପ୍ରତି ଆକର୍ଷିତ ହେଉଛନ୍ତି। କୃଷି ପ୍ରତି ଆଗ୍ରହ, ଧୈର୍ଯ୍ୟ ଓ ନିଷ୍ଠା ଥିଲେ ଚାଷ ମାଧ୍ୟମରେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବ ବୋଲି କର୍ମୁ ଧଳ ପ୍ରମାଣିତ କରିଦେଇଛନ୍ତି। ତାଙ୍କର ଏହି ସଫଳତା କାହାଣୀ ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି। ବୃଦ୍ଧ ବ୍ୟକ୍ତି ହୋଇ ମଧ୍ୟ ତାଙ୍କ ପରିବାର ଏହି ଯୋଜନାର ସୁଫଳରୁ ବଞ୍ଚିତ ହୋଇଛନ୍ତି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ହିଙ୍ଗମା ଗ୍ରାମରେ ବୃଦ୍ଧ ଏବଂ ବିଧବା ଭତ୍ତା ହିତାଧିକାରୀମାନେ ଦୀର୍ଘ ଦୁଇ ମାସ ଧରି ସେମାନଙ୍କର ଭତ୍ତା ରାଶି ପାଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର ହିଙ୍ଗମା ଗ୍ରାମରେ ବୃଦ୍ଧ ଏବଂ ବିଧବା ଭତ୍ତା ହିତାଧିକାରୀମାନେ ଦୀର୍ଘ ଦୁଇ ମାସ ଧରି ସେମାନଙ୍କର ଭତ୍ତା ରାଶି ପାଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।
    user_Ranjan hota
    Ranjan hota
    Sonepur, Odisha•
    13 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    20 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ଆଇଁଲାମୁଣ୍ଡା ଗ୍ରାମର ଅନେକ ବୃଦ୍ଧବୃଦ୍ଧା ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଉନଥିବା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ଦ୍ୱାରା ଡିବିଟି (DBT) ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଥିବା ଯୋଗୁଁ, ଏହି ବୃଦ୍ଧବୃଦ୍ଧାମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ଆଇଁଲାମୁଣ୍ଡା ଗ୍ରାମର ଅନେକ ବୃଦ୍ଧବୃଦ୍ଧା ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଉନଥିବା ନେଇ ଅଭିଯୋଗ କରିଛନ୍ତି। ସରକାରଙ୍କ ଦ୍ୱାରା ଡିବିଟି (DBT) ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଥିବା ଯୋଗୁଁ, ଏହି ବୃଦ୍ଧବୃଦ୍ଧାମାନେ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    14 hrs ago
  • ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ କହିଛନ୍ତି ଯେ ସେ ବିଜେପି ସରକାରଙ୍କ ବ୍ୟବହାରକୁ ନେଇ ଗଭୀର ଆଶ୍ଚର୍ଯ୍ୟ ଓ ଦୁଃଖିତ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କ୍ଷମତାକୁ ଆସିବାର ମାସକ ପୂର୍ବରୁ, ବିଜେପି ସରକାର ପୋଲିସ୍ ପ୍ରଶାସନ ମାଧ୍ୟମରେ ହସ୍ପିଟାଲ୍ ଏବଂ ନର୍ସିଂ ହୋମ୍‌ଗୁଡ଼ିକୁ ଧମକ ଦେଉଛନ୍ତି ଯେ ଅଭିଷେକ ବାନାର୍ଜୀଙ୍କୁ ଭର୍ତ୍ତି ନ କରନ୍ତୁ, ଯେହେତୁ ସେମାନେ ତାଙ୍କର ଚିକିତ୍ସା ଚାହୁଁନାହାନ୍ତି। ଡାକ୍ତରମାନେ ଅଭିଷେକ ବାନାର୍ଜୀଙ୍କୁ ଯାଞ୍ଚ କରିବା ପରେ, ସେମାନଙ୍କ ପରାମର୍ଶକ୍ରମେ ରାତି ୮:୧୫ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ପରୀକ୍ଷା କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଗୁରୁତ୍ୱକୁ ରେକର୍ଡ କରାଯାଇଛି।
    1
    ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ କହିଛନ୍ତି ଯେ ସେ ବିଜେପି ସରକାରଙ୍କ ବ୍ୟବହାରକୁ ନେଇ ଗଭୀର ଆଶ୍ଚର୍ଯ୍ୟ ଓ ଦୁଃଖିତ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କ୍ଷମତାକୁ ଆସିବାର ମାସକ ପୂର୍ବରୁ, ବିଜେପି ସରକାର ପୋଲିସ୍ ପ୍ରଶାସନ ମାଧ୍ୟମରେ ହସ୍ପିଟାଲ୍ ଏବଂ ନର୍ସିଂ ହୋମ୍‌ଗୁଡ଼ିକୁ ଧମକ ଦେଉଛନ୍ତି ଯେ ଅଭିଷେକ ବାନାର୍ଜୀଙ୍କୁ ଭର୍ତ୍ତି ନ କରନ୍ତୁ, ଯେହେତୁ ସେମାନେ ତାଙ୍କର ଚିକିତ୍ସା ଚାହୁଁନାହାନ୍ତି। ଡାକ୍ତରମାନେ ଅଭିଷେକ ବାନାର୍ଜୀଙ୍କୁ ଯାଞ୍ଚ କରିବା ପରେ, ସେମାନଙ୍କ ପରାମର୍ଶକ୍ରମେ ରାତି ୮:୧୫ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ପରୀକ୍ଷା କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଗୁରୁତ୍ୱକୁ ରେକର୍ଡ କରାଯାଇଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ମୟୂରଭଞ୍ଜ ଜିଲ୍ଲାର କୁଲିଅଣା ସବଡିଭିଜନ ଅନ୍ତର୍ଗତ ଝାରପୋଖରିଆ ସେକ୍ସନ୍‌ର କୁଆଁରଡିହି ଗାଁରେ ଗତ ୮-୧୦ ଦିନ ହେଲା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁର ମଧ୍ୟଭାଗରେ ଟ୍ରାନ୍ସଫର୍ମର, ଖମ୍ବ ଏବଂ ପ୍ରତ୍ୟେକ ଘରେ ମିଟର ଲାଗିଥିଲେ ମଧ୍ୟ ବିଦ୍ୟୁତ୍ ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଧିକାରୀମାନେ କେବଳ ଅଫିସରେ ବସି ମୋଟା ଦରମା ନେଉଛନ୍ତି। ପ୍ରତି ସପ୍ତାହରେ ମେଣ୍ଟେନାନ୍ସ ନାଁରେ ବିଦ୍ୟୁତ୍ କାଟ୍ କରାଯାଉଥିଲେ ମଧ୍ୟ ଟ୍ରାନ୍ସଫର୍ମରର ଅବସ୍ଥା ଦେଖିଲେ ପ୍ରକୃତ ମେଣ୍ଟେନାନ୍ସ ଉପରେ ପ୍ରଶ୍ନ ଉଠୁଛି। ଏହା ସହିତ ଝାରପୋଖରିଆ ସେକ୍ସନ୍‌ର ଟୋଲଫ୍ରି ନମ୍ବର ମଧ୍ୟ ଲାଗୁ ନଥିବା ଗ୍ରାମବାସୀ ଜଣାଇଛନ୍ତି। ଉର୍ଜା ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନ ହେବା କଥା କହିଥିଲେ, କିନ୍ତୁ କୁଆଁରଡିହି ଗାଁରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି ଏବଂ ଗ୍ରାମବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ରିପୋର୍ଟ ମୟୂରଭଞ୍ଜରୁ ବ୍ୟୁରୋ ପ୍ରମୁଖ ମୁରାରୀ ମୋହନ ମହାପାତ୍ର ଦେଇଛନ୍ତି।
    1
    ମୟୂରଭଞ୍ଜ ଜିଲ୍ଲାର କୁଲିଅଣା ସବଡିଭିଜନ ଅନ୍ତର୍ଗତ ଝାରପୋଖରିଆ ସେକ୍ସନ୍‌ର କୁଆଁରଡିହି ଗାଁରେ ଗତ ୮-୧୦ ଦିନ ହେଲା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁର ମଧ୍ୟଭାଗରେ ଟ୍ରାନ୍ସଫର୍ମର, ଖମ୍ବ ଏବଂ ପ୍ରତ୍ୟେକ ଘରେ ମିଟର ଲାଗିଥିଲେ ମଧ୍ୟ ବିଦ୍ୟୁତ୍ ନାହିଁ। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଧିକାରୀମାନେ କେବଳ ଅଫିସରେ ବସି ମୋଟା ଦରମା ନେଉଛନ୍ତି। ପ୍ରତି ସପ୍ତାହରେ ମେଣ୍ଟେନାନ୍ସ ନାଁରେ ବିଦ୍ୟୁତ୍ କାଟ୍ କରାଯାଉଥିଲେ ମଧ୍ୟ ଟ୍ରାନ୍ସଫର୍ମରର ଅବସ୍ଥା ଦେଖିଲେ ପ୍ରକୃତ ମେଣ୍ଟେନାନ୍ସ ଉପରେ ପ୍ରଶ୍ନ ଉଠୁଛି। ଏହା ସହିତ ଝାରପୋଖରିଆ ସେକ୍ସନ୍‌ର ଟୋଲଫ୍ରି ନମ୍ବର ମଧ୍ୟ ଲାଗୁ ନଥିବା ଗ୍ରାମବାସୀ ଜଣାଇଛନ୍ତି। ଉର୍ଜା ମନ୍ତ୍ରୀ ବିଦ୍ୟୁତ୍ କାଟ୍ ନ ହେବା କଥା କହିଥିଲେ, କିନ୍ତୁ କୁଆଁରଡିହି ଗାଁରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି ଏବଂ ଗ୍ରାମବାସୀ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ରିପୋର୍ଟ ମୟୂରଭଞ୍ଜରୁ ବ୍ୟୁରୋ ପ୍ରମୁଖ ମୁରାରୀ ମୋହନ ମହାପାତ୍ର ଦେଇଛନ୍ତି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    4 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ବୃଦ୍ଧ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତର ତରାଇକେଲା ଗ୍ରାମରେ ବାସ କରୁଥିବା ନାରାୟଣ ସାହୁଙ୍କ ବୃଦ୍ଧ ପରିବାର ପାଇଁ ଆବାସ ଯୋଜନା ଏବେ ବି ଏକ ସାତ ସପନ ହୋଇ ରହିଛି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ଗତକାଲି ଗୁରୁବାର ରାତି ପ୍ରାୟ ୮.୧୫ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ଏକ ପ୍ରବଳ କାଳବୈଶାଖୀ ଝଡ଼, ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ୩୦ ମିନିଟ୍ ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଘରର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ୟ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଛି। ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସମେତ ସହରର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକର କିଛି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ପଡି ରାସ୍ତା ଅବରୋଧ କରିଛି। ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୧୮ ଘଣ୍ଟା ଧରି ଅନ୍ଧାରରେ ରହିଛି। ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେତୁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି। ଏହା ବ୍ୟତୀତ, ଗଛ ପଡ଼ି ଅନେକ ଘର ଓ ରାସ୍ତାକଡରେ ଥିବା କାର୍, ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ମଧ୍ୟ ନଷ୍ଟ ହୋଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ଘଟଣା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଓଡ୍ରାଫ ଟିମ୍ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ମଧ୍ୟ ପୌର ପରିଷଦ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋନପୁର ଜିଲ୍ଲାବାସୀ ପ୍ରବଳ ଗୁଳୁଗୁଳିରେ ଭାଜି ହେଉଥିବା ବେଳେ କେବେ ବିଦ୍ୟୁତ୍ ଆସିବ, ସେନେଇ ଅନିଶ୍ଚିତତା ଦେଖାଦେଇଛି। ବୁଦ୍ଧିଜୀବିମାନେ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ୍ ବିଭାଗର ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି। ଏହାସହ, କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ମଧ୍ୟ ଦାବୀ ହେଉଛି।
    1
    ଗତକାଲି ଗୁରୁବାର ରାତି ପ୍ରାୟ ୮.୧୫ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ଏକ ପ୍ରବଳ କାଳବୈଶାଖୀ ଝଡ଼, ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ୩୦ ମିନିଟ୍ ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଘରର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ୟ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଛି।

ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସମେତ ସହରର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକର କିଛି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ପଡି ରାସ୍ତା ଅବରୋଧ କରିଛି। ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୧୮ ଘଣ୍ଟା ଧରି ଅନ୍ଧାରରେ ରହିଛି। ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେତୁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି। ଏହା ବ୍ୟତୀତ, ଗଛ ପଡ଼ି ଅନେକ ଘର ଓ ରାସ୍ତାକଡରେ ଥିବା କାର୍, ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ଆଖପାଖ ଅଞ୍ଚଳରେ ଠିଆ ହୋଇଥିବା ଧାନ, ପନିପରିବା ଓ ଆମ୍ବ ଫସଲ ମଧ୍ୟ ନଷ୍ଟ ହୋଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି।

ଘଟଣା ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଓଡ୍ରାଫ ଟିମ୍ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ମଧ୍ୟ ପୌର ପରିଷଦ କର୍ମଚାରୀ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୋନପୁର ଜିଲ୍ଲାବାସୀ ପ୍ରବଳ ଗୁଳୁଗୁଳିରେ ଭାଜି ହେଉଥିବା ବେଳେ କେବେ ବିଦ୍ୟୁତ୍ ଆସିବ, ସେନେଇ ଅନିଶ୍ଚିତତା ଦେଖାଦେଇଛି। ବୁଦ୍ଧିଜୀବିମାନେ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ୍ ବିଭାଗର ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି। ଏହାସହ, କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ମଧ୍ୟ ଦାବୀ ହେଉଛି।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.