logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅଜଣା ରୋଗରେ ଆକ୍ରାନ୍ତ ଶତାଧିକ ଗୋରୁ ଅନୁଗୋଳ ଜିଲା କିଶୋର ନଗର ଅଙ୍ଗପଡା, ତୁରୁଡ଼ା, ଧଡ଼ରପାଳ ଆଦି ଅଞ୍ଚଳରେ ଗୋରୁଙ୍କୁ ଅଜଣା ରୋଗ ବ୍ୟାପୁଛି ସେମାନଙ୍କୁ ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ଠିକ୍ ସମୟରେ ଚିକିତ୍ସା କରାଯାଉ ନ ଥିବା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବୁଧବାର ଅଙ୍ଗପଡ଼ା ଅଞ୍ଚଳବାସୀ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ପଞ୍ଚାୟତରେ ଗୋରୁଙ୍କ ପାଇଁ ତୁରୁଡ଼ା ଗ୍ରାମରେ ପ୍ରାଣୀଚିକିତ୍ସାଳୟ ରହିଛି। ହେଲେ ୫ ବର୍ଷ ହେବ ଉକ୍ତ କେନ୍ଦ୍ରରେ କୌଣସି କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। ଫଳରେ ଗୋରୁଙ୍କ ଚିକିତ୍ସା ହୋଇପାରୁ ନାହିଁ । ସରକାରୀ ପ୍ରାଣୀଚିକିତ୍ସା ଅଧିକାରୀ ଗ୍ରାମକୁ ଆସୁ ନଥିବା ଯୋଗୁ ଅସନ୍ତୋଷ ଦେଖାଦେଇଛି। ଏକମାସ ହେବ ଗୋରୁଙ୍କଠାରେ ଅଜଣା ରୋଗ ବ୍ୟାପୁଛି । ଶତାଧିକ ଗୋରୁଙ୍କ ପାଖରେ ଏହି ରୋଗ ଦେଖାଦେଇ ଥିବାବେଳେ ସେମାନେ ଚିକିତ୍ସା କରିପାରୁ ନାହାନ୍ତି । କିଶୋରନଗରଠାରେ ଥିବା ପ୍ରାଣୀଚିକିତ୍ସା କେନ୍ଦ୍ରରେ ଅଭିଯୋଗ କଲେ ହେଁ ଚିକିତ୍ସା କରାଯାଉ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଆକ୍ରାନ୍ତ ହୋଇଥିବା ଗୋରୁଗୁଡିକୁ ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ଚିକିତ୍ସା କରିବା ପାଇଁ ଅଙ୍ଗପଡ଼ା ଗ୍ରାମର ସନ୍ତୋଷ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ବୈରାଗୀ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସା ଅଧିକାରୀ ପ୍ରତାପ ପଟ୍ଟନାୟକ କହିଛନ୍ତି, ଉକ୍ତ ଗ୍ରାମକୁ ବିଭାଗ ପକ୍ଷରୁ ଏକ ଟିମ୍ ଯାଇ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯିବ।

3 hrs ago
user_Kishore nagar Shuru
Kishore nagar Shuru
Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•

More news from ଓଡ଼ିଶା and nearby areas
  • ବାଉଁଶୁଣୀ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ୩୧ ତମ ବିଶ୍ୱକର୍ମା ପୂଜା ପାଳିତ।
    1
    ବାଉଁଶୁଣୀ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ୩୧ ତମ ବିଶ୍ୱକର୍ମା ପୂଜା ପାଳିତ।
    user_DEBASISH NEPAK
    DEBASISH NEPAK
    Social worker ବାଉଁସୁଣି, ବୌଦ୍ଧ, ଓଡ଼ିଶା•
    1 hr ago
  • ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳର ସ୍ଥାନେ ସ୍ଥାନେ ବର୍ଷା । ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳ ଜିଲ୍ଲାର ପାଣିପାଗରେ ଦେଖାଦେଇଛି ପରିବର୍ତ୍ତନ। ଫୁଲବାଣୀ ସମେତ ଜିଲ୍ଲାର ଅନେକ ସ୍ଥାନରେ ଆଜି ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଆକାଶ ମେଘାଚ୍ଛନ୍ନ ରହିବା ସହିତ ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ହାଲୁକା ବର୍ଷା ଜାରି ରହିଛି। ଲଘୁଚାପର ପ୍ରଭାବ ଆଗାମୀ ଦିନରେ କନ୍ଧମାଳର ପାଣିପାଗ ଉପରେ କିପରି ପଡ଼ିବ, ତାହା ଉପରେ ଏବେ ନଜର ରହିଛି । ବର୍ଷା ଯୋଗୁଁ ଜିଲ୍ଲାର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଅନୁଭୂତ ହେଉଛି । ତେବେ ପାହାଡ଼ିଆ ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ବର୍ଷା ସମୟରେ ସତର୍କ ରହିବା ଆବଶ୍ୟକ । ଲଘୁଚାପକୁ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା କଣ ରହୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
    1
    ଆସୁଛି ଆଉ ଏକ ଲଘୁଚାପ ! ଲଘୁଚାପର ପ୍ରଭାବରେ କନ୍ଧମାଳର ସ୍ଥାନେ ସ୍ଥାନେ ବର୍ଷା ।
ଆସୁଛି ଆଉ ଏକ ଲଘୁଚାପ !
ଲଘୁଚାପର ପ୍ରଭାବରେ କନ୍ଧମାଳ ଜିଲ୍ଲାର ପାଣିପାଗରେ ଦେଖାଦେଇଛି ପରିବର୍ତ୍ତନ। ଫୁଲବାଣୀ ସମେତ ଜିଲ୍ଲାର ଅନେକ ସ୍ଥାନରେ ଆଜି ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ଆକାଶ ମେଘାଚ୍ଛନ୍ନ ରହିବା ସହିତ ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ହାଲୁକା ବର୍ଷା ଜାରି ରହିଛି। ଲଘୁଚାପର ପ୍ରଭାବ ଆଗାମୀ ଦିନରେ କନ୍ଧମାଳର ପାଣିପାଗ ଉପରେ କିପରି ପଡ଼ିବ, ତାହା ଉପରେ ଏବେ ନଜର ରହିଛି । ବର୍ଷା ଯୋଗୁଁ ଜିଲ୍ଲାର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଅନୁଭୂତ ହେଉଛି । ତେବେ ପାହାଡ଼ିଆ ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ ବର୍ଷା ସମୟରେ ସତର୍କ ରହିବା ଆବଶ୍ୟକ । ଲଘୁଚାପକୁ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା କଣ ରହୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
    user_Sudhira kumar maharana
    Sudhira kumar maharana
    Voluntary organisation ଫୁଲବାଣୀ, କନ୍ଧମାଳ, ଓଡ଼ିଶା•
    3 hrs ago
  • ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ
    1
    ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • ନୂଆଁଖାଇ ପାହୁର ଯାତ୍ରା
    1
    ନୂଆଁଖାଇ ପାହୁର ଯାତ୍ରା
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳ ମହମଦ ଅବଦଲ ଅଖତର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
    1
    ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା 
ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳ ମହମଦ ଅବଦଲ ଅଖତର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    2 hrs ago
  • 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress
    1
    🚨 ईरान में विमान में बड़ा हादसा टला, यात्रियों में मची चीख-पुकार

ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। 

शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। 

विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। 

#BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    12 hrs ago
  • ଘଣ୍ଟାପଡ଼ା ବଜାର ଛକରେ ମା' ମାହେଶ୍ଵରୀ ଅଟୋ,ସମଲେଶ୍ଵରୀ ଅଟୋ ଗେରେଜରେ ଦେବଶିଲ୍ପି ବିଶ୍ଵକର୍ମାଙ୍କ ଜୟନ୍ତି ପାଳିତ ହୋଇଯାଇଛି।
    2
    ଘଣ୍ଟାପଡ଼ା ବଜାର ଛକରେ ମା' ମାହେଶ୍ଵରୀ ଅଟୋ,ସମଲେଶ୍ଵରୀ ଅଟୋ ଗେରେଜରେ ଦେବଶିଲ୍ପି ବିଶ୍ଵକର୍ମାଙ୍କ ଜୟନ୍ତି ପାଳିତ ହୋଇଯାଇଛି।
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    1 hr ago
  • କନ୍ଧମାଳ ରେ ବଡ଼ ଧରଣର ଗଞ୍ଜେଇ ଜବତକନ୍ଧମାଳରେ ବସରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ । କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ବସ୍‌ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍‌ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍‌, ଯାହାର ନମ୍ବର OD-02AC-1151, ତାହାରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍‌ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି । ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
    2
    କନ୍ଧମାଳ ରେ ବଡ଼ ଧରଣର ଗଞ୍ଜେଇ ଜବତକନ୍ଧମାଳରେ ବସରୁ ୬୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୩ ଜଣ ଗିରଫ ।
କନ୍ଧମାଳରେ ବଡ଼ ଧରଣର ଗଞ୍ଜେଇ ଜବତ । 
କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ଏକ ବସ୍‌ରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବସ୍‌ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖ ରାତି ପ୍ରାୟ ୮ଟା ୧୫ରୁ ୧୧ଟା ମଧ୍ୟରେ SH-1 ଉପରେ କେ. ନୂଆଗାଁ ବ୍ଲକ୍ ସମ୍ମୁଖରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏକ ଧଳା ରଙ୍ଗର ବେଲୁନ୍ ବସ୍‌, ଯାହାର ନମ୍ବର OD-02AC-1151, ତାହାରୁ ୬୩ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୩୦ ହଜାର ଟଙ୍କା ବୋଲି ଦର୍ଶାଯାଇଛି । ଏହା ସହିତ ତିନୋଟି ମୋବାଇଲ୍ ଫୋନ୍—ଗୋଟିଏ ଭିଭୋ, ଗୋଟିଏ ଓପୋ ଏବଂ ଗୋଟିଏ ସାମସଙ୍ଗ ଫୋନ୍ ସହିତ ୬ ହଜାର ୭୦୦ ଟଙ୍କା ନଗଦ ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—ଗଞ୍ଜାମ ଜିଲ୍ଲାର ସୁଦର୍ଶନ ନାଏକ, କନ୍ଧମାଳ ଜିଲ୍ଲାର ବିନୋଦ ମଲ୍ଲିକ ଏବଂ ଗଞ୍ଜାମ ଜିଲ୍ଲାର ହାମିଦ୍ ଖାନ୍। ଏମାନଙ୍କ ମଧ୍ୟରୁ ସୁଦର୍ଶନ ନାଏକ ବସ୍‌ର ଡ୍ରାଇଭର, ବିନୋଦ ମଲ୍ଲିକ ହେଲପର ଏବଂ ହାମିଦ୍ ଖାନ୍ କଣ୍ଡକ୍ଟର ବୋଲି ସୂଚନା ମିଳିଛି ।
ଏହି ଘଟଣାରେ କେ. ନୂଆଗାଁ ଥାନାରେ ମାମଲା ନମ୍ବର ୧୩୫, ତାରିଖ ୧୫ ସେପ୍ଟେମ୍ବର ୨୦୨୪ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦର୍ଶାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି କେଲୁ ଚରଣ ଜେନା, IIC, କେ. ନୂଆଗାଁ ଥାନା । ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଛି । ଗଞ୍ଜେଇ ଚାଲାଣ ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
    user_Sudhira kumar maharana
    Sudhira kumar maharana
    Voluntary organisation ଫୁଲବାଣୀ, କନ୍ଧମାଳ, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.