Shuru
Apke Nagar Ki App…
ବାଲେଶ୍ୱରର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଡିଏଭି ସ୍କୁଲ୍ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଠାରେ ଦୁଇ ଲୁଟେରା ପ୍ରଥମେ ନକଲି ସୁନା ଝାମ୍ପି ଖସିଯାଇଥିବା ବେଳେ ପୁଣି ଥରେ ଅସଲି ସୁନା ଝାମ୍ପିବାକୁ ଆସି ଲୋକଙ୍କ ହାତରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଛନ୍ତି। ସୂଚନା ଅନୁଯାୟୀ, ଦୁଇ ଲୁଟେରା ପ୍ରଥମେ ଜଣେ ବ୍ୟକ୍ତିଙ୍କ ବେକରୁ ସିଟି ଗୋଲ୍ଡ (ନକଲି ସୁନା) ଚେନ୍ ସୁନା ଭାବି ଝାମ୍ପି ନେଇ ଚାଲିଯାଇଥିଲେ। ତେବେ ପୁଣି ଫେରି ସେହି ଅଞ୍ଚଳରେ ଅନ୍ୟ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଖସି ପଳାଉଥିବା ସମୟରେ ଲୋକେ ସେମାନଙ୍କୁ କାବୁ କରିନେଇଥିଲେ। ଜନତାଙ୍କ ହାତରେ ଧରାପଡ଼ିବା ପରେ ଦୁଇ ଲୁଟେରାଙ୍କୁ ଉତ୍ତମ ମଧ୍ୟମ ଦିଆଯାଇଥିଲା।
Rajib Behera
ବାଲେଶ୍ୱରର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଡିଏଭି ସ୍କୁଲ୍ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଠାରେ ଦୁଇ ଲୁଟେରା ପ୍ରଥମେ ନକଲି ସୁନା ଝାମ୍ପି ଖସିଯାଇଥିବା ବେଳେ ପୁଣି ଥରେ ଅସଲି ସୁନା ଝାମ୍ପିବାକୁ ଆସି ଲୋକଙ୍କ ହାତରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଛନ୍ତି। ସୂଚନା ଅନୁଯାୟୀ, ଦୁଇ ଲୁଟେରା ପ୍ରଥମେ ଜଣେ ବ୍ୟକ୍ତିଙ୍କ ବେକରୁ ସିଟି ଗୋଲ୍ଡ (ନକଲି ସୁନା) ଚେନ୍ ସୁନା ଭାବି ଝାମ୍ପି ନେଇ ଚାଲିଯାଇଥିଲେ। ତେବେ ପୁଣି ଫେରି ସେହି ଅଞ୍ଚଳରେ ଅନ୍ୟ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଖସି ପଳାଉଥିବା ସମୟରେ ଲୋକେ ସେମାନଙ୍କୁ କାବୁ କରିନେଇଥିଲେ। ଜନତାଙ୍କ ହାତରେ ଧରାପଡ଼ିବା ପରେ ଦୁଇ ଲୁଟେରାଙ୍କୁ ଉତ୍ତମ ମଧ୍ୟମ ଦିଆଯାଇଥିଲା।
More news from ଓଡ଼ିଶା and nearby areas
- ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଭିମସାର, ବୁର୍ଲା, ସମ୍ବଲପୁରର ଷ୍ଟିୱାର୍ଡ ତଥା ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। ଆଜି ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ପାଞ୍ଚଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ଦ୍ୱାରା ଚଢ଼ାଉ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ସମ୍ବଲପୁରର ଭିମସାର, ବୁର୍ଲାସ୍ଥିତ ମେଡିକାଲ ଷ୍ଟାଫ୍ କଲୋନୀରେ ଥିବା ତାଙ୍କ ଆବାସିକ ସରକାରୀ କ୍ୱାର୍ଟର ସାମିଲ ଥିଲା। ଏହା ବ୍ୟତୀତ, ବୁର୍ଲା, ସମ୍ବଲପୁରର ସୌରଭ ବିହାରରେ ଥିବା ଏକ ନିର୍ମାଣାଧୀନ ଚାରି ମହଲା କୋଠା, ପଠାଣବନ୍ଧ, ବୁର୍ଲାରେ ଥିବା ଆଉ ଏକ କୋଠା, ବରଗଡ଼ ଜିଲ୍ଲା ଗୋବିନ୍ଦପାଲିରେ ଥିବା ଏକ କୋଠା ଏବଂ ଶ୍ରୀ ଅଶ୍ୱିନୀ ମେହେରଙ୍କ ଭିମସାର, ବୁର୍ଲା, ସମ୍ବଲପୁରରେ ଥିବା କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ ତଲାସୀ କରାଯାଇଥିଲା।1
- କେନ୍ଦୁଝର ଜିଲ୍ଲାର ଟିକିରା ଗାଁରେ ମଦ କାରବାରକୁ ନେଇ ମହିଳାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଘଟଣାରେ ଉତ୍ତ୍ୟକ୍ତ ମହିଳାମାନେ ମଦ ସହିତ ବାଇକ ଜବତ କରିଛନ୍ତି। ତେବେ ଘଟଣାସ୍ଥଳରୁ ମଦ ବେପାରୀ ଫେରାର ହେବାରେ ସକ୍ଷମ ହୋଇଛି।1
- ବନ୍ତ ବ୍ଲକର ମହତାବ ମଣ୍ଡଳରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ବଳିଦାନ ଦିବସ ପାଳିତ ହୋଇଯାଇଛି।1
- ଘସିପୁରା ବ୍ଳକ୍ ଅନ୍ତର୍ଗତ କେଶଦୁରାପାଳଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ ଏବଂ ସୁଭଦ୍ରା ଶକ୍ତି ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।1
- କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘସିପୁରା ବ୍ଲକର କେଶଦୁରାପାଳ ପଞ୍ଚାୟତରେ ଏକ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ ଏବଂ ସୁଭଦ୍ରା ଶକ୍ତି ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।1
- ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ରେ ସାମିଲ ହେବେ। ସେମାନେ ନିଜ ସମର୍ଥକ କର୍ମୀଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଛନ୍ତି। ଅପରାହ୍ନ ୪ ଘଟିକା ସମୟରେ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟାନ୍ୟ ସମସ୍ତ ନେତୃ ମଣ୍ଡଳୀଙ୍କ ଉପସ୍ଥିତିରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।1
- ସମ୍ବଲପୁରର ବୁର୍ଲା ସ୍ଥିତ ଭିମସାର ଅଫିସର ସୁପରିଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ବାଳଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।1
- କେନ୍ଦୁଝର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ତିନୋଟି ବାଲି ବୋଝେଇ ହାଇୱା ଗାଡ଼ି ଜବତ କରିଛି।1
- ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲା ଅନ୍ତର୍ଗତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଭୟଙ୍କର ଘଟଣାରେ ଏକ କାର୍ ଉପରେ ସ୍ଲିପର ବସ୍ ମାଡ଼ିଯିବାରୁ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି। ହରିଆଣାରୁ ବିହାର ଅଭିମୁଖେ ଯାଉଥିବା ସ୍ଲିପର ବସ୍ଟି ନିୟନ୍ତ୍ରଣ ହରାଇ ସାମ୍ନାରେ ଯାଉଥିବା ଏକ ଏଟିଗା କାର୍କୁ ଧକ୍କା ଦେଇ ତାହା ଉପରକୁ ଚଢ଼ିଯାଇଥିଲା। ଦୁର୍ଘଟଣାରେ କାର୍ରେ ଥିବା ୨ ଜଣ ମହିଳା, ୨ ଜଣ ଶିଶୁ ଏବଂ ଡ୍ରାଇଭରଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ, ବସ୍ରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି, ଯେଉଁମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ବସ୍ ଚାଳକଙ୍କୁ ନିଦ ଲାଗିଯିବାରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ, ଯାହାକି ଏହି ଦୁର୍ଘଟଣାର ମୁଖ୍ୟ କାରଣ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1