ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସରପଞ୍ଚ ଓ ବିଜେଡି ସଭାପତି ଅଟକ, ଥାନା ଆଗରେ ଶୋଇଲେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ବଲାଙ୍ଗିର/ଲୋଇସିଂହା: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଗସ୍ତ ପୂର୍ବରୁ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ମନ୍ତ୍ରୀଙ୍କ ଗସ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ ପକ୍ଷରୁ କରାଯାଇଥିବା 'ପ୍ରତିଷେଧାତ୍ମକ' ଅଟକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଘଟଣାକ୍ରମ: ଲୋଇସିଂହା ଥାନା ରାମପୁର ଗ୍ରାମରେ ଆୟୋଜିତ ରାମନବମୀ ଉତ୍ସବ ଓ ଷୋହଳ ପ୍ରହର ନାମଯଜ୍ଞରେ ଯୋଗଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର ଚିରିବା ଅଭିଯୋଗରେ ପୁଲିସ ଗୁରୁବାର ରାତିରେ ଆଗଲପୁର ବ୍ଲକ ବେନ୍ଦ୍ରା ସରପଞ୍ଚ ରବୀନ୍ଦ୍ର ସାହୁ ଏବଂ ଆଗଲପୁର ବ୍ଲକ ବିଜେଡି ସଭାପତି ଉତ୍ତମ ଭୋଇଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଅଭିନବ ପ୍ରତିବାଦ: ଜନପ୍ରତିନିଧିଙ୍କୁ ଅଗଣତାନ୍ତ୍ରିକ ଭାବେ ଅଟକ ରଖାଯିବା ପ୍ରତିବାଦରେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ରଣହୁଙ୍କାର ଦେଇଥିଲେ। ଶୁକ୍ରବାର ସେ ଲୋଇସିଂହା ଥାନା ସମ୍ମୁଖରେ ମଝି ରାସ୍ତାରେ ଶୋଇ ରହି ଅଭିନବ ଢଙ୍ଗରେ ଧାରଣା ଦେଇଥିଲେ। ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ଏହି ଧାରଣା ପୁଲିସ ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ମୁକ୍ତ ହେଲେ ନେତା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନ ପ୍ରାୟ ୨ଟା ସମୟରେ ଅଟକ ଦୁଇ ଜଣଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲା ପୁଲିସ। ଏହା ପରେ ଶ୍ରୀ ମିଶ୍ର ଧାରଣାରୁ ଓହରିଥିଲେ। ତେବେ ପୁଲିସ କାହା ଚାପରେ ନପଡ଼ି ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ସେ ଚେତାବନୀ ଦେଇଛନ୍ତି। ପୁଲିସର ସଫେଇ: ଏ ସମ୍ପର୍କରେ ଲୋଇସିଂହା ଥାନା ଅଧିକାରୀ ସିପୋରା ସରାୟ ଲୁଗୁନ୍ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ବିରୋଧ ପ୍ରଦର୍ଶନକୁ ଏଡ଼ାଇବା ପାଇଁ ସତର୍କତା ମୂଳକ ଭାବେ ଉଭୟଙ୍କୁ ଅଟକ ରଖାଯାଇଥିଲା।

- Post by ସୋନୁ ଟାଇଗର1
- ଉତ୍କଳ ଦିବସ କୁ ବିରୋଧ କରି ଆଜି ବେଳପଡା କୋଶଳ ମୁକ୍ତି ମୋର୍ଚ୍ଚା ସଂଘଠନ ପକ୍ଷରୁ ବିରୋଧ ।1
- ଏପ୍ରିଲ୍ ୧ ଦିନ ଓଡ଼ିଶା ସାଙ୍ଗେ ଆମକୁ କୋଶଲାଞ୍ଚଲ୍ କେ ଜବରଦସ୍ତି ମିଶେଇ ଭକୁଆ ବନେଇ ଥିବାର୍ ଲାଗି ଓଡ଼ିଶା ଦିବସ୍ ଟା ଆମର୍ ଲାଗି କଲାଦିବସ୍ ଆଏ ।* *ଜୟ ବରଗଡ଼ 🙏 ଜୟ କୋଶଲ୍ 🚩*1
- YouTube channel yashsahu73251
- Post by ABHIMANYU BHOI1
- କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews1
- ନୂଆପଡ଼ା -୦୧/୦୪- ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ “ମାରାଗୁଡ଼ା ଲୋକମହୋତ୍ସବ–୨୦୨୬” ଆଜି ଭବ୍ୟ ମଶାଲ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ସକାଳେ କଣାଭଏଁରା ମନ୍ଦିର ଓ ସାଲିହା ସ୍ମୃତି ସ୍ତମ୍ଭରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଥିଲା। ପରେ ମଶାଲ ସହ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଯାହା ମେଘା ହୋଟେଲ ମାର୍ଗ ହୋଇ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ଦଳ ପକ୍ଷରୁ ଲୋକନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ମାନ୍ୟବର ବିଧାୟକ ନୂଆପଡା, ଜୟ ଢ଼ୋଲକିଆ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମୀ ସୋରେନ, ନୂଆପଡ଼ା, ଖଡିଆଳ , କୋମନା ବ୍ଲକ ଅଧ୍ୟକ୍ଷା, ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଅନ୍ୟାନ୍ୟ ନିର୍ବାଚିତ ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସମାଜ ସେବୀ, ଗଣମାଧ୍ୟମ ପ୍ରତିନିଧି, ସଧାରଣ ଲୋକ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଶୋଭାଯାତ୍ରା ମହୋତ୍ସବ ସ୍ଥଳ ପହଞ୍ଚିବା ପରେ ମଞ୍ଚ ପୂଜନ ଓ ପତାକା ଉତ୍ତୋଳନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ନେସନାଲ ମହାବିଦ୍ୟାଳୟ ସଭାଗୃହରେ ଏକ ସାରସ୍ୱତ ସଭା ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ସନ୍ଧ୍ୟା ଘ. ୦୫.୩୦ ଟିକା ସମୟରେ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଥିବାବେଳେ ପରେ ପରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହୋତ୍ସବର ପ୍ରଥମ ଦିନରେ ଆୟୋଜିତ ଏହି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା। ସମଗ୍ର କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ସହିତ ଜିଲ୍ଲାର ଲୋକକଳା ଲୋକସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପାଞ୍ଚଦିନିଆ ମହୋତ୍ସବ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚାଲିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ଏହି ଲୋକମହୋତ୍ସବରେ ସକ୍ରିୟ ଭାବେ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।5
- Post by Yash Sahu1