logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୂର୍ବତଟ ରେଳପଥ ଜୋନ୍‌କୁ ଦୁର୍ବଳ କରିବା ବିରୋଧରେ ରେଳ କ୍ଷେତ୍ର ରେ ଓଡ଼ଶାର ହକ ପାଇଁ ୧୬ ଏପ୍ରିଲରେ ବିରୋଧୀ ଦଳମାନଙ୍କ ମିଳିତ ଗଣ ଧାରଣା ଭୁବନେଶ୍ୱର : 🔴ପୂର୍ବତଟ ରେଳପଥ ଜୋନ୍‌କୁ ଦୁର୍ବଳ କରିବା ଓ ଓଡ଼ିଶାର ନ୍ୟାୟସଂଗତ ହକ୍‌କୁ କ୍ରମାଗତ ଅବହେଳା କରିବା ବିରୋଧରେ ରାଜ୍ୟର ବିରୋଧୀ ଦଳମାନଙ୍କର ଏକ ମିଳିତ ବୈଠକ ସି .ପି. ଆଇ.(ଏମ୍)ରାଜ୍ୟ ଅଫିସ ରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ରେଳ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ଉପରେ ଆଲୋଚନା କରାଯାଇ ଆସନ୍ତା ୧୬ ଏପ୍ରିଲ ୨୦୨୬ ରେ ଭୁବନେଶ୍ୱରରେ ପୂର୍ବତଟ ରେଳପଥ ଜୋନ୍ ଅଫିସ (ରେଳ ସଦନ) ସମ୍ମୁଖରେ ବିଶାଳ ଗଣ ଧାରଣା ଆୟୋଜନ କରିବାକୁ ସିଦ୍ଧାନ୍ତ ନିଆଯାଇଛି। 🔴ୱାଲଟିୟର ରେଳ ଡିଭିଜନ କୁ ପୂର୍ବତଟ ରେଳପଥ ଜୋନ୍ କୁ ଫେରାଇବା,ପାଲାସା- ଇଚ୍ଛାପୁରମ୍ ରେଳ ଅଞ୍ଚଳ କୁ ପୂର୍ବତଟ ରେଳପଥ ଜୋନ୍‌ରୁ ଦକ୍ଷିଣ ଉପକୂଳ ରେଳପଥ ଜୋନ୍‌କୁ ସ୍ଥାନାନ୍ତରଣ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା,ଓଡ଼ିଶା ଭୂଖଣ୍ଡ ମଧ୍ୟରେ ଯାଇଥିବା ସମସ୍ତ ରେଳ ଅଞ୍ଚଳକୁ ପୂର୍ବତଟ ରେଳପଥ ଅଧୀନକୁ ଅଣାଯିବା,ସୁନ୍ଦରଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ରେଳ ଲାଇନ୍‌ଗୁଡ଼ିକୁ ତୁରନ୍ତ ପୂର୍ବତଟ ରେଳପଥ ଜୋନ୍‌ରେ ଅନ୍ତର୍ଭୁକ୍ତ କରିବା,ସୁନ୍ଦରଗଡ,ଝାରସୁଗୁଡ଼ା ଜିଲ୍ଲାର ରେଳ ରୁଟ୍ ଗୁଡିକୁ ନେଇ ନୂତନ ରେଳ ଡିଭିଜନ ଗଠନ ସହିତ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ରେଳ ରୁଟ ଗୁଡ଼ିକୁ ନେଇ ଅନ୍ୟ ଏକ ନୂତନ ରେଳ ଡିଭିଜନ ସ୍ଥାପନ କରିବା,ରେଳ ରାଜସ୍ୱ, ନିଯୁକ୍ତି ଓ ରେଳ ଭିତ୍ତିଭୂମି ଉନ୍ନତିରେ ଓଡ଼ିଶାକୁ ତାହାର ନ୍ୟାୟସଂଗତ ଅଧିକାର ଦେବା ଇତ୍ୟାଦି ଦାବି ଉପରେ ଏହି ଗଣଧାରଣା ଅନୁଷ୍ଠିତ ହେବ। 🔴ମୋଦି–ମୋହନ ଡବଲ ଇଞ୍ଜିନ ବିଜେପି ସରକାରକୁ ସତର୍କ କରି ବୈଠକରେ ବିରୋଧୀ ଦଳମାନଙ୍କ ତରଫରୁ କୁହାଯାଇଛି ଯେ ପୂର୍ବତଟ ରେଳପଥ ଜୋନ୍‌କୁ ପଙ୍ଗୁ କରିବାର ଯେକୌଣସି ଚକ୍ରାନ୍ତ ବନ୍ଦ କରିବାକୁ ପଡ଼ିବ। ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ସକଳ ସ୍ତରର ଜନସାଧାରଣ ୧୬ ଏପ୍ରିଲର ଗଣ ଧାରଣାରେ ବ୍ୟାପକ ଭାବେ ଯୋଗ ଦେବା ପାଇଁ ଆହ୍ୱାନ କରାଯାଇଛି। 🔴 ଏହି ମିଳିତ ବୈଠକରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଜେଡି ର ବରିଷ୍ଠ ନେତା ଲେନିନ ମହାନ୍ତି, ସି. ପି .ଆଇ. ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ନେତା ସୁର ଜେନା,ସି.ପି.ଆଇ.(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଅଳି କିଶୋରପଟ୍ଟନାୟକ, ଦୁଷ୍ମନ୍ତ କୁମାର ଦାସ,ଜମେଶ୍ୱର ସାମନ୍ତରାୟ, ସି.ପି.ଆଇ.(ଏମ.ଏଲ)-ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ବରିଷ୍ଠ ନେତା ମହେନ୍ଦ୍ର ପରିଡା, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍ ସି ପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆର୍ ଜେ ଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

9 hrs ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
9 hrs ago
d42f6d94-3b9e-4c13-93df-c746c8e3412e

More news from ଓଡ଼ିଶା and nearby areas
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।
    1
    ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ ।  ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    14 hrs ago
  • Post by ନିମାଇଁ ଚରଣ ମହାରଣା
    1
    Post by ନିମାଇଁ ଚରଣ ମହାରଣା
    user_ନିମାଇଁ ଚରଣ ମହାରଣା
    ନିମାଇଁ ଚରଣ ମହାରଣା
    Local News Reporter Khordha, Odisha•
    15 hrs ago
  • ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର
    1
    ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର
    user_ଅଭିମନ୍ୟୁ ଅଭିସାର
    ଅଭିମନ୍ୟୁ ଅଭିସାର
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    15 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    19 hrs ago
  • ଆମ୍ ଆଦମୀ ପାର୍ଟି ପକ୍ଷରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ, ଓଡ଼ିଆ ନୂଆ ବର୍ଷ ଦିବସ ପାଳନ, ପଥଚାରୀ ମାନଙ୍କୁ ପଣା ବଣ୍ଟନ ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ଭାରତୀୟ ସମ୍ବିଧାନ ନିର୍ମାତା ଭାରତରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଏବଂ ଓଡ଼ିଆ ନୂଆ ବର୍ଷ ଦିବସ ପାଳନ କରାଯାଇଛି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ପ୍ରଣେତାଙ୍କର ବିଭିନ୍ନ ନାରା ଜୟ ଭୀମ! ଜୟ ସମ୍ବିଧାନ! ଜୟ ଭାରତ! ନାରା ଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଆଲୋଚନା ଚକ୍ରରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ବାବାସାହେବ କେବଳ ଜଣେ ଆଇନବିତ୍ ନଥିଲେ, ସେ ଥିଲେ ସାମାଜିକ ନ୍ୟାୟର ମଶାଲବାହକ, ଦଳିତ-ଶୋଷିତଙ୍କ ସ୍ୱର ଏବଂ ସମାନତାର ସ୍ଥପତି। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ସ୍ୱାଧୀନ ଭାରତକୁ ସବୁଠାରୁ ବଡ଼ ଲିଖିତ ସମ୍ବିଧାନ ଯାହା ସମସ୍ତଙ୍କୁ ସମାନ ଅଧିକାର ଦିଏ ଏବଂ ସେ କହିଥିଲେ “ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର”। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ହିନ୍ଦୁ କୋଡ୍ ବିଲ୍ ମାଧ୍ୟମରେ ମହିଳାଙ୍କୁ ସମ୍ପତ୍ତି ଓ ଛାଡପତ୍ର ଅଧିକାର ଦେବା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ ଶ୍ରମିକ ମାନଙ୍କ ୮ ଘଣ୍ଟା କାମ, ସାପ୍ତାହିକ ଛୁଟି, ମାତୃତ୍ୱ ଲାଭ - ଏସବୁ ତାଙ୍କ ଅବଦାନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସଂଗ୍ରାମ ସିଂହ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ନଗର ଯୁବ ସଭାପତି ଜାଫର ଖାନ, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ଜେୟଦେବ ବେହେରା, ସୋମନାଥ ଦାସ, ଯୁଧିଷ୍ଠିର ଦାସ, ମିଟୁ ମହାପାତ୍ର, ଚିନ୍ମୟ ସେନାପତି, ଦେବାଶିଷ ନାଏକ, ଅମିତ କୁମାର, ଅଭିମନ୍ୟୁ ନାଏକ ପ୍ରମୁଖ ଯୋଗଦେଇ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ସକାଳ ୧୧ ଟା ବେଳେ ଦଳ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀ ମାନଙ୍କୁ ବେଲ, ଗୁଡ଼, ଦହି, ଛେନା, ବୁନ୍ଦିଆ, କଦଳୀ, ଗୋଲମରିଚ ଇତ୍ୟାଦିରେ ପ୍ରସ୍ତୁତ ପଣା ପରସା ଯାଇଥିଲା।
    3
    ଆମ୍ ଆଦମୀ ପାର୍ଟି ପକ୍ଷରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ, ଓଡ଼ିଆ ନୂଆ ବର୍ଷ ଦିବସ ପାଳନ, ପଥଚାରୀ ମାନଙ୍କୁ ପଣା ବଣ୍ଟନ 
ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ଭାରତୀୟ ସମ୍ବିଧାନ ନିର୍ମାତା ଭାରତରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଏବଂ ଓଡ଼ିଆ ନୂଆ ବର୍ଷ ଦିବସ ପାଳନ କରାଯାଇଛି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ପ୍ରଣେତାଙ୍କର ବିଭିନ୍ନ ନାରା ଜୟ ଭୀମ! ଜୟ ସମ୍ବିଧାନ! ଜୟ ଭାରତ! ନାରା ଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଆଲୋଚନା ଚକ୍ରରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ବାବାସାହେବ କେବଳ ଜଣେ ଆଇନବିତ୍ ନଥିଲେ, ସେ ଥିଲେ ସାମାଜିକ ନ୍ୟାୟର ମଶାଲବାହକ, ଦଳିତ-ଶୋଷିତଙ୍କ ସ୍ୱର ଏବଂ ସମାନତାର ସ୍ଥପତି। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ସ୍ୱାଧୀନ ଭାରତକୁ ସବୁଠାରୁ ବଡ଼ ଲିଖିତ ସମ୍ବିଧାନ ଯାହା ସମସ୍ତଙ୍କୁ ସମାନ ଅଧିକାର ଦିଏ ଏବଂ ସେ କହିଥିଲେ “ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର”।  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ହିନ୍ଦୁ କୋଡ୍ ବିଲ୍ ମାଧ୍ୟମରେ ମହିଳାଙ୍କୁ ସମ୍ପତ୍ତି ଓ ଛାଡପତ୍ର ଅଧିକାର ଦେବା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ ଶ୍ରମିକ ମାନଙ୍କ ୮ ଘଣ୍ଟା କାମ, ସାପ୍ତାହିକ ଛୁଟି, ମାତୃତ୍ୱ ଲାଭ - ଏସବୁ ତାଙ୍କ ଅବଦାନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସଂଗ୍ରାମ ସିଂହ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ନଗର ଯୁବ ସଭାପତି ଜାଫର ଖାନ, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ଜେୟଦେବ ବେହେରା, ସୋମନାଥ ଦାସ, ଯୁଧିଷ୍ଠିର ଦାସ, ମିଟୁ ମହାପାତ୍ର, ଚିନ୍ମୟ ସେନାପତି, ଦେବାଶିଷ ନାଏକ, ଅମିତ କୁମାର, ଅଭିମନ୍ୟୁ ନାଏକ ପ୍ରମୁଖ ଯୋଗଦେଇ ଏହି  ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ସକାଳ ୧୧ ଟା ବେଳେ ଦଳ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀ ମାନଙ୍କୁ ବେଲ, ଗୁଡ଼, ଦହି, ଛେନା, ବୁନ୍ଦିଆ, କଦଳୀ, ଗୋଲମରିଚ ଇତ୍ୟାଦିରେ ପ୍ରସ୍ତୁତ ପଣା ପରସା ଯାଇଥିଲା।
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    49 min ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    6 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.