ରାୟଗଡା ପୌରପରିଷଦ ର ସେଚ୍ଛତା ପରିଚାଳନା ଅନୁଧ୍ୟାନ କଲେ ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧି ଦଳ ରାୟଗଡ଼ ପୌରପରିଷଦର ସ୍ୱଚ୍ଛତା ପରିଚାଳନା ଅନୁଧ୍ୟାନ କଲେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ରାୟଗଡ଼: ଆଜି ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ପ୍ରତିନିଧି ଦଳ ରାୟଗଡ଼ ପୌରପରିଷଦକୁ ଏକ ଜ୍ଞାନ ଆହରଣ ପରିଦର୍ଶନରେ ଆସିରାୟଗଡ଼ ପୌରପରିଷଦର ବିଭିନ୍ନ ସ୍ୱଚ୍ଛତା ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ସମେତ ଉପାଧକ୍ଷ, ୱାର୍ଡ କାଉନସିଲର, ସାନିଟାରୀ ଇନ୍ସପେକ୍ଟର, ଜୁନିୟର ସାନିଟେସନ ଏକ୍ସପର୍ଟ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର ଓ ସଫେଇ କର୍ମଚାରୀମାନେ ସାମିଲ ଥିଲେ। ରାୟଗଡ଼ ପୌର କାର୍ଯ୍ୟାଳୟରେ ପହଞ୍ଚିବା ପରେ ସମସ୍ତ ଅତିଥିଙ୍କୁ ପରିଷଦର ଅଧକ୍ଷ୍ୟ, ଉପାଧକ୍ଷା, ୱାର୍ଡ କାଉନସିଲର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ପୌରପରିଷଦର ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସହରର ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତା ବ୍ୟବସ୍ଥା ସମ୍ପର୍କରେ ମତ ବିନିମୟ କରାଯାଇଥିଲା। ଦଳ ପ୍ରଥମେ ସହରର ଆହାର କେନ୍ଦ୍ର ଓ ପୁନଃ ବ୍ୟବହାର କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ବିଷୟରେ ବୁଝିଥିଲେ। ୱାର୍ଡ ନଂ ୩ ଠାରେ ଅବସ୍ଥିତ ସଂପଦ କେନ୍ଦ୍ର ଏବଂ ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ପରିଦର୍ଶନ କରି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ ତଥା ଖତ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ଶେଷରେ ସମସ୍ତ କର୍ମକର୍ତ୍ତା ଅଣ୍ଟାରିଗୁଡା ସ୍ଥିତ ମଳ ପଙ୍କ ପରିଚାଳନା ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ସେଠାରେ ପ୍ଲାଣ୍ଟର କାର୍ଯ୍ୟଦକ୍ଷତା ଓ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ।ରାୟଗଡ଼ ପୌରପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଏବଂ ସୁସମନ୍ୱୟରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପରିଦର୍ଶନ ଦ୍ୱାରା ସେମାନେ ଅନେକ ନୂତନ ଶିକ୍ଷା ଲାଭ କରିଥିବା ବେଳେ ଏହାକୁ ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଅବସରରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାୟଗଡ଼ା ପୌର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
ରାୟଗଡା ପୌରପରିଷଦ ର ସେଚ୍ଛତା ପରିଚାଳନା ଅନୁଧ୍ୟାନ କଲେ ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧି ଦଳ ରାୟଗଡ଼ ପୌରପରିଷଦର ସ୍ୱଚ୍ଛତା ପରିଚାଳନା ଅନୁଧ୍ୟାନ କଲେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ରାୟଗଡ଼: ଆଜି ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ପ୍ରତିନିଧି ଦଳ ରାୟଗଡ଼ ପୌରପରିଷଦକୁ ଏକ ଜ୍ଞାନ ଆହରଣ ପରିଦର୍ଶନରେ ଆସିରାୟଗଡ଼ ପୌରପରିଷଦର ବିଭିନ୍ନ ସ୍ୱଚ୍ଛତା ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ସମେତ
ଉପାଧକ୍ଷ, ୱାର୍ଡ କାଉନସିଲର, ସାନିଟାରୀ ଇନ୍ସପେକ୍ଟର, ଜୁନିୟର ସାନିଟେସନ ଏକ୍ସପର୍ଟ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର ଓ ସଫେଇ କର୍ମଚାରୀମାନେ ସାମିଲ ଥିଲେ। ରାୟଗଡ଼ ପୌର କାର୍ଯ୍ୟାଳୟରେ ପହଞ୍ଚିବା ପରେ ସମସ୍ତ ଅତିଥିଙ୍କୁ ପରିଷଦର ଅଧକ୍ଷ୍ୟ, ଉପାଧକ୍ଷା, ୱାର୍ଡ କାଉନସିଲର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ପୌରପରିଷଦର ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସହରର ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତା ବ୍ୟବସ୍ଥା ସମ୍ପର୍କରେ ମତ ବିନିମୟ
କରାଯାଇଥିଲା। ଦଳ ପ୍ରଥମେ ସହରର ଆହାର କେନ୍ଦ୍ର ଓ ପୁନଃ ବ୍ୟବହାର କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ବିଷୟରେ ବୁଝିଥିଲେ। ୱାର୍ଡ ନଂ ୩ ଠାରେ ଅବସ୍ଥିତ ସଂପଦ କେନ୍ଦ୍ର ଏବଂ ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ପରିଦର୍ଶନ କରି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ ତଥା ଖତ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ଶେଷରେ ସମସ୍ତ କର୍ମକର୍ତ୍ତା ଅଣ୍ଟାରିଗୁଡା ସ୍ଥିତ ମଳ ପଙ୍କ ପରିଚାଳନା ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ସେଠାରେ ପ୍ଲାଣ୍ଟର କାର୍ଯ୍ୟଦକ୍ଷତା ଓ
ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ।ରାୟଗଡ଼ ପୌରପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଏବଂ ସୁସମନ୍ୱୟରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପରିଦର୍ଶନ ଦ୍ୱାରା ସେମାନେ ଅନେକ ନୂତନ ଶିକ୍ଷା ଲାଭ କରିଥିବା ବେଳେ ଏହାକୁ ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଅବସରରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାୟଗଡ଼ା ପୌର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
- ମୁନିଗୁଡା ବ୍ଲକରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ । ରିପୋର୍ଟର ନରୋତ୍ତମ ପାଢ଼ୀ ମୁନିଗୁଡା/ରାୟଗଡ:- ତା.୦୯-୦୩-୨୦୨୬ରିଖ ଦିନ ମୁନିଗୁଡା ବ୍ଲକ ସଦଭାବନା ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓହୋଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଭି ସରଜୋନୀ ଦେବୀ, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୭୩ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୫୭ ବ୍ୟକ୍ତିଗତ,୧୬ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଜିଲ୍ଲାପାଳ ଆଜି ରେଡ଼କ୍ରସ ପାଣ୍ଠିରୁ ଜଣକା ୨୦ ହଜାର ହିସାବରେ ତିନି ଜଣଙ୍କୁ ୬୦ହଜାର, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦୁଇ ଜଣଙ୍କୁ ୪୦ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରିବା ସହ ଗ୍ରହଣ କରିଥିବା ପଦକ୍ଷେପର ବିବରଣୀ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶିବିରରେ ଅବକାରୀ ନିରିକ୍ଷକ ସନ୍ତୋଶ କୁମାର ଧଳ ସାମନ୍ତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ବିଷମକଟକ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ତୋଷିନୀ ଓରାମ, ଲିଡ଼ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର ବାଉରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କ ତତ୍ୱାବଧାନରେ ଅନୁଷ୍ଠୀତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁନିଗୁଡା ତହସିଲଦାର ଏମ ଅନୁରାଧା, ମୁନିଗୁଡା ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ4
- ଗତକାଲି ଦିନ ଦିପହର ପ୍ରାୟ ୧୨ଟା ସମୟରେ ସହରର କପିଳାସରୋଡ଼ରେ ଘଟିଛି ଏକ ଲୁଟ ଘଟଣା କୁ ପର୍ଦ୍ଦାଫାଶ କଲେ ପୋଲିସ1
- ଟ୍ରକ ଧକାରେ1
- ପୂର୍ବ ଅଭିଯୋଗ ଶୁଣାଣି ଶିବିର ରେ କେତେ ଅଭିଯୋଗ ସମାଧାନ ହେଲା? କହିପାରୁ ନାହାଁନ୍ତି ଅଧିକାରୀ। ପୂର୍ବ ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ୟା ର ସମଧାନ ହେଉ ନ ଥିବା ଅଭିଯୋଗ। ଉତ୍ତର ଦେଇ ପାରୁ ନାହାଁନ୍ତି ଅଧିକାରୀ।1
- Post by Ansubhai Pandey1
- #ଫଗୁନ ରଙ୍ଗେ ରଙ୍ଗୁ ଥୀ ଲୁ ରାନୀ1
- Post by Pramodkumar Jena1
- ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଦୁଇ ବାଇକ୍ ମୁହାଁମୁହିଁ ୩ ମୃତ୍ୟୁ ଜଣେ ଗୁରୁତର1