ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପୁରୀ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ଅବସରରେ ପୁରୀ ସହରର କେତେକ ପ୍ରମୁଖ ଅଞ୍ଚଳକୁ 'ନୋ ଭେହିକିଲ ଜୋନ୍' (No Vehicle Zone) ଭାବେ ଘୋଷଣା କରାଯାଇଛି। ନୋ ଭେହିକିଲ ଜୋନ୍ରେ ମାର୍କେଟ ଛକରୁ ଗ୍ରାଣ୍ଡ ସେଣ୍ଟର ଦେଇ ଜଗବାଳିଆ ଲଜ୍ ପର୍ଯ୍ୟନ୍ତ; ମାର୍କେଟ ଛକରୁ ଏସ୍ଜେଟିଏ ଅଫିସ୍, ଦୋଳବେଦୀ କୋଣ ଦେଇ ଗଡ଼ନ୍ତି ଛକ ପର୍ଯ୍ୟନ୍ତ; ମୋଚିସାହି ଛକରୁ ଜଗବାଳିଆ ଲଜ୍ ପର୍ଯ୍ୟନ୍ତ; ସୋଲାଖିଆ ବରଗଛ ଛକରୁ କକୁଡ଼ିଖାଇ ଛକ ପର୍ଯ୍ୟନ୍ତ; ବ୍ରୁସଭ ଛକରୁ ଗାଣ୍ଡୁଆ ଚଉରା ଛକ ପର୍ଯ୍ୟନ୍ତ; ଏବଂ ପାଣ୍ଡ ଜାଗାରୁ ଗଡ଼ନ୍ତି ଛକ ପର୍ଯ୍ୟନ୍ତ ଅଞ୍ଚଳ ରହିଛି। ଏହା ବ୍ୟତୀତ ଶ୍ରୀ ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ ଚତୁଃପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ମଧ୍ୟ 'ନୋ ଭେହିକିଲ ଜୋନ୍' ଭାବେ ଘୋଷଣା କରାଯାଇଛି। ତେବେ, ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ନିର୍ଦ୍ଧାରିତ ନିଷିଦ୍ଧାଞ୍ଚଳ ମଧ୍ୟରେ କୌଣସି ପ୍ରକାର ଟଣା ରିକ୍ସା ଚଳାଚଳକୁ ଅନୁମତି ମିଳିବ ନାହିଁ। ପୁରୀ ପୋଲିସ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନର ସମସ୍ତ ନିୟମକୁ ମାନି ଚଳିବାକୁ ଡ଼ଃ ମନୋଜ କୁମାର ବଳିଆରସିଂ ଅନୁରୋଧ କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପୁରୀ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ଅବସରରେ ପୁରୀ ସହରର କେତେକ ପ୍ରମୁଖ ଅଞ୍ଚଳକୁ 'ନୋ ଭେହିକିଲ ଜୋନ୍' (No Vehicle Zone) ଭାବେ ଘୋଷଣା କରାଯାଇଛି। ନୋ ଭେହିକିଲ ଜୋନ୍ରେ ମାର୍କେଟ
ଛକରୁ ଗ୍ରାଣ୍ଡ ସେଣ୍ଟର ଦେଇ ଜଗବାଳିଆ ଲଜ୍ ପର୍ଯ୍ୟନ୍ତ; ମାର୍କେଟ ଛକରୁ ଏସ୍ଜେଟିଏ ଅଫିସ୍, ଦୋଳବେଦୀ କୋଣ ଦେଇ ଗଡ଼ନ୍ତି ଛକ ପର୍ଯ୍ୟନ୍ତ; ମୋଚିସାହି ଛକରୁ ଜଗବାଳିଆ ଲଜ୍ ପର୍ଯ୍ୟନ୍ତ; ସୋଲାଖିଆ ବରଗଛ ଛକରୁ କକୁଡ଼ିଖାଇ ଛକ ପର୍ଯ୍ୟନ୍ତ; ବ୍ରୁସଭ ଛକରୁ ଗାଣ୍ଡୁଆ ଚଉରା ଛକ ପର୍ଯ୍ୟନ୍ତ; ଏବଂ ପାଣ୍ଡ ଜାଗାରୁ ଗଡ଼ନ୍ତି ଛକ ପର୍ଯ୍ୟନ୍ତ ଅଞ୍ଚଳ ରହିଛି। ଏହା ବ୍ୟତୀତ ଶ୍ରୀ ଜଗନ୍ନାଥ ମନ୍ଦିରର ସମ୍ପୂର୍ଣ୍ଣ ଚତୁଃପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ମଧ୍ୟ
'ନୋ ଭେହିକିଲ ଜୋନ୍' ଭାବେ ଘୋଷଣା କରାଯାଇଛି। ତେବେ, ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ନିର୍ଦ୍ଧାରିତ ନିଷିଦ୍ଧାଞ୍ଚଳ ମଧ୍ୟରେ କୌଣସି ପ୍ରକାର ଟଣା ରିକ୍ସା ଚଳାଚଳକୁ ଅନୁମତି ମିଳିବ ନାହିଁ। ପୁରୀ ପୋଲିସ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନର ସମସ୍ତ ନିୟମକୁ ମାନି ଚଳିବାକୁ ଡ଼ଃ ମନୋଜ କୁମାର ବଳିଆରସିଂ ଅନୁରୋଧ କରିଛନ୍ତି।
- ଅପେରା ମାହେଶ୍ୱରୀରେ ଦର୍ଶକ ବରିଷ୍ଠ ହାସ୍ୟାଭିନେତା ରମାକାନ୍ତଙ୍କ ସହ ଦୟାଙ୍କୁ ଏକାଠି ଦେଖିବାକୁ ପାଇବେ। ଉଭୟ 'ବୋଝ' ନାଟକରେ କମେଡି ଭୂମିକାରେ ଅଭିନୟ କରିବେ, ଯାହା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇବ। ଏଥର ଅପେରା ମାହେଶ୍ୱରୀରେ ଦୟା ଏକ ସ୍ୱତନ୍ତ୍ର ଖେଳ ପ୍ରଦର୍ଶନ କରିବେ, ଯେଉଁଥିରେ 'ଚକୁଳିଆ ପଣ୍ଡା' ଗୀତରେ ମଞ୍ଚ କମ୍ପିବ ବୋଲି ଆଶା କରାଯାଉଛି।1
- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୩ ଓ ୨୦୨୪ ବର୍ଷ ପାଇଁ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି। ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଲୋକ ସେବା ଭବନର ଷ୍ଟେଟ୍ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେଉଛି।1
- ନିଆଳିରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଜେଡି ନେତା ପୁଲକ ମହାନ୍ତି ପ୍ରଶାସନ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଶେଷ ଭାବରେ, ସେ ବାଲିଘାଟକୁ ନେଇ ଅଭିଯୋଗ କରିଛନ୍ତି ଯେ ପ୍ରଶାସନ ସମସ୍ତ ନୀତି ନିୟମକୁ ଭୁଲିଯାଇଛି।1
- କୃଷକ ସମ୍ବାଦ କାର୍ଯ୍ୟକ୍ରମ ଅଧୀନରେ ସରକାର ଘରକୁ ଘର ଯାଇ ସମସ୍ତ ଯୋଜନା ବିଷୟରେ ଜନସାଧାରଣଙ୍କୁ ବୁଝାଇବେ।1
- ଢେଙ୍କାନାଳରେ ଉଦ୍ୟମୀ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଆରମ୍ଭ ହୋଇଛି, ଯାହା ତିନି ଦିନ ଧରି ଚାଲିବ। ଏହି ପ୍ରଦର୍ଶନୀରେ ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗର ଉତ୍ପାଦ ପ୍ରଦର୍ଶନ ସହିତ ବିକ୍ରି ମଧ୍ୟ କରାଯାଉଛି। ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୁବପିଢ଼ିଙ୍କୁ ଉଦ୍ୟୋଗ ପ୍ରତିଷ୍ଠା କରି ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ କରିଛନ୍ତି। ଢେଙ୍କାନାଳ ମିନି ଷ୍ଟାଡିୟମ୍ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ପରେ ସେ ଫିତା କାଟିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖି ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରଦର୍ଶନୀରେ ସର୍ଜିକାଲ ଯନ୍ତ୍ରପାତି, ସେଡ୍ ନେଟ୍, ଟ୍ରି ଗାର୍ଡ, ଷ୍ଟିଲ ବାସନ, ପିଭିସି ପାଇପ୍, ଡୋର୍ ଫିଟିଂସ୍, ହସ୍ତତନ୍ତ ଉତ୍ପାଦ, ଡୋକ୍ରା ଶିଳ୍ପ, ବାଉଁଶ ଓ କାଠର ସୌଖିନ ସାମଗ୍ରୀ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀର ମୋଟ ୩୦ଟି ଷ୍ଟଲ ଲଗାଯାଇଛି।1
- ସମଗ୍ର ରାଜ୍ୟରେ ଟାଟା ପାୱାରର ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ୧ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ପ୍ରସଙ୍ଗ ଉଠାଇଛନ୍ତି। ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପୂର୍ବରୁ ତିନି ଶହ ୟୁନିଟ୍ ମାଗଣା ବିଦ୍ୟୁତ ସେବା ଯୋଗାଇ ଦେବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ, ଆଗାମୀ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଏହାର ଦୃଢ ଜବାବ ଦେବେ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି।1
- ଜଗତସିଂହପୁର ଜିଲ୍ଲାରେ ଅବକାରୀ ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ପାଳିତ ହୋଇଛି।1
- ଭୁବନେଶ୍ୱରଠାରେ ଆୟୋଜିତ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଚଳଚ୍ଚିତ୍ରର ବିକାଶ ଓ କଳାକାରଙ୍କ ସୁରକ୍ଷା ପାଇଁ ଖୁବ୍ ଶୀଘ୍ର ରାଜ୍ୟ ସରକାର ଏକ ନୂତନ ଚଳଚ୍ଚିତ୍ର ନୀତି ଆଣିବେ ବୋଲି ଘୋଷଣା କରିଛନ୍ତି। ଏଥିସହ କଳିଙ୍ଗ ଷ୍ଟୁଡିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଓ ପୋଷ୍ଟ-ପ୍ରଡକ୍ସନ ହବ୍ରେ ପରିଣତ କରାଯିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଏହି ପୁରସ୍କାର ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମାର ସମୃଦ୍ଧ ପରମ୍ପରାକୁ ପ୍ରଶଂସା କରିବା ସହ ଏହା ଆମ ଜାତିର ଅସ୍ମିତାର ପରିଚୟ ବୋଲି କହିଥିଲେ। ଏହାର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମଧ୍ୟ ସେ ଦୋହରାଇଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଚଳଚ୍ଚିତ୍ର ଜଗତର କଳାକାର ଓ ପ୍ରଯୁକ୍ତିବିଦ୍ମାନଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବେ। ଏହି ନୀତି କଳାକାରଙ୍କ ସୁରକ୍ଷା, ଆଧୁନିକ ପ୍ରଯୁକ୍ତିର ସୁବିଧା ଏବଂ ଉନ୍ନତମାନର ସିନେମା ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି।1
- ଦେବାଶିଷ ଏବଂ ଶୁଭଶ୍ରୀ ପ୍ରୀୟଦର୍ଶନୀ ପ୍ରେମ ବିବାହ କରିବା ପରେ କୋର୍ଟ ମ୍ୟାରେଜ୍ କରିଥିଲେ। ତେବେ, ଏହି କୋର୍ଟ ମ୍ୟାରେଜ୍ ପରେ ଝିଅ ଶୁଭଶ୍ରୀଙ୍କ ଘର ଲୋକ ତାଙ୍କୁ ଜୋର ଜବରଦସ୍ତ ସେଠାରୁ ନେଇ ଯାଇଛନ୍ତି। ବର୍ତ୍ତମାନ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠିଛି ଯେ ସେମାନେ ଆଗକୁ କଣ କରିବେ।1