ନୀତୀଶ କୁମାର ଓ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସେ କହିଛନ୍ତି, ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ମିଳିବା ଦରକାର । ତାହା ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଶଂସା କରି କହିଛନ୍ତି, ନୀତୀଶ କୁମାର ଏବେ ବିଜେପିର ସହଯୋଗୀ ଅଛନ୍ତି, ନବୀନ ପଟ୍ଟନାୟକ ବିଜେଡି ଦଳରେ ହେଲେ ମଧ୍ୟ ଏନଡିଏକୁ ସମର୍ଥନ ଦେଇଥାନ୍ତି । ଗତ ନିର୍ବାଚନରେ ଓଡ଼ିଶାରେ ବିଜେଡିର ପରାଜୟ ପରେ ବିଜେପି ସରକାର ଗଢ଼ିଛି । ସେ ଆହୁରି କହିଛନ୍ତି, ନୀତୀଶ କୁମାରଙ୍କ ସମୟରେ ବିହାରରେ ରାସ୍ତା, ସ୍କୁଲ ଏବଂ ଅନ୍ୟ ଭିତ୍ତିମୂମି ସୁଦୃଢ଼ ହୋଇପାରିଛି। ନୀତିଶଙ୍କ ପାଇଁ ବିହାର ନୂଆ ପରିଚୟ ପାଇଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାକୁ ଦୀର୍ଘ ଦିନ ଧରି ଶାସନ କରି ଓଡ଼ିଶାର ବହୁ ବିକାଶ ମଧ୍ୟ କରିଛନ୍ତି। ସେଥିପାଇଁ ଏହି ଦୁଇ ନେତାଙ୍କୁ ଭାରତ ରତ୍ନ ଭଳି ସର୍ବୋଚ୍ଚ ସମ୍ମାନ ଦିଆଯିବା ଦରକାର ବୋଲି ଶ୍ରୀ ସିଂହ ଦାବି କରିଛନ୍ତି

- ବିଜେଡି ଶହେ ବର୍ଷ ଶାସନ କରିବ,ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକଙ୍କ କର୍ମୀଙ୍କୁ ବାର୍ତ୍ତା1
- ବି.ଜେ.ଡିର ପ୍ରତିଷ୍ଠା ଦିବସରେ ବବି କହିଲେ ଆମ୍ଭେ କୋରେଇକୁ ବେଷ୍ଟ ଶାସନ ଦେଇଛୁ କଲର ଟେକୀକି ବାଟ ଚାଲିବୁ l1
- ଗଣତନ୍ତ୍ର ଶାସନ ରେ କେବେ ହୋଇ ନାହିଁ | BJP Odisha | Samarth Bharat1
- ଶାସନ ହରାଇବା ପରେ ବିଜେଡି1
- Kebhe.hebu tui mate biha sambalpurisong #instagood #instagram #sambalpuria #instagood #instagram modelofkoshal #india #kendrapara #of #sambalpurireels❤🖤❤sambalpurisong🖤sambalpurilover🖤🦋✨️🌿💯 eels1
- ଟ୍ରାକ୍ଟର ଓଲଟି ଚାଳକର ମୃତ୍ୟୁ //ଜମନକିରା//ଦେହୁରୁଣୀମାଳ1
- .TUmbi Bala🫂😎❤️😇🫵✨💯1
- Laje heu thilu 🫣☺️1