ଭୟଙ୍କର ଅଗ୍ନି କାଣ୍ଡ ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ଜଳି ପୋଡି ହେଲା ପାଉଁଶ ଉଦଳା- ୨/୮/୨୦୨୫(ରାଜୀବ ବେହେରା)- ସକାଳୁ ସକାଳୁ ଉଦଳା ସହରରେ ଘଟି ଯାଇଛି ବଡ଼ ଅଘଟଣ l ଜଳି ଗଲା ଦୋକାନ ଜଳିଗଲା ସମ୍ପତି, ଜଳିଗଲା ଶାଢ଼ୀ ମହଲ l ବିଳମ୍ବିତ ରାତ୍ରି ସମୟରେ ଦୋକାନରେ ଭୟାବହା ଅଗ୍ନିକାଣ୍ଡ, ଘଟି ଯାଇଛି, ତେବେ ନିଆଁ ଏତେ ଭୟଙ୍କର ଥିଲା ଯେ ଦୋକାନ ଭିତରେ ସବୁ କିଛି ହୁତୁ ହୁତୁ ହୋଇ ଜଳି ଯାଇଛି l ଉଦଳା ମୁଖ୍ୟ ବଜାରରେ ଥିବା ନିଉ ଶାଢ଼ୀ ମହଲ ଲୁଗା ଦୋକାନରେ, ଲାଗି ଗଲା ନିଆଁ , ଧୀରେ ଧୀରେ ନିଆଁ ଚାରି ଆଡକୁ ମାଡି ଯାଇ ଥିଲା ଆଉ ଦୋକାନ ଖୋଲି ବା ବେଳକୁ ସବୁ କିଛି ଜଳି ପୋଡି ପାଉଁଶ ହୋଇ ଯାଇଛି l ଆଖି ଆଗରେ ସବୁ କିଛି ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି , ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ବଜାର ରେ l ସୂଚନାକ୍ରମରେ ଗତକାଲି ବିଳମ୍ବିତ ରାତ୍ର ସମୟରେ ସବୁଦିନ ପରି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇ ଥିଲେ ଦୋକାନୀ ମାଲିକ l ଆଉ ବିଳମ୍ବିତ ରାତ୍ର ସମୟ ପ୍ରାୟ ୩ ଘଟିକା ସମୟରେ ହଠାତ ଦୋକାନ ଭିତରେ ନିଆଁ ଲାଗି ଦେlକାନ ଭିତରେ ସବୁ କିଛି ଜଳିବାରେ ଲାଗି ଥିବାବେଳେ ବଜାରରେ ଥିବା ବlହାଦୁର ଫୋନ କରି ଦୋକାନୀ ମାଲିକଙ୍କୁ ଦେlକାନରୁ ଧୂଆଁ ବାହାରୁ ଥିବାକଥା କହିଥିବା ବେଳେ, ସଙ୍ଗେ ସଙ୍ଗେ ଦୋକାନ ନିକଟରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଫୋନ କରି ଥିଲେ, ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୋକାନ ସଟର ଖୋଲି ଥିଲେ ହେଲେ ସେତେବେଳେକୁ ଦୋକାନ ଭିତରେ ସବୁକିଛି ଜଳି ପୋଡି ପାଉଁଶ ହୋଇ ଯାଇଛି,ଅଗ୍ନିଶମ ବାହିନୀ ଦେlକାନ ଭିତରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲା ବେଳେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନିଆଁ ରେ ଭସ୍ମ ହୋଇଯାଇଛି l ସୂଚନାରୁ ୭୦/୭୫ ଲକ୍ଷ ଟଙ୍କାର ସମ୍ପତ୍ତି ନିଆଁରେ ଭସ୍ମିଭୁତ ହୋଇ ଯାଇଛି l ବ୍ୟାଙ୍କ ରୁ ଧାର କରଜ କରି ବାପା ପର ଦାଦା ଅମଳରୁ ପିଢ଼ି ପରେ ପିଢ଼ି କ୍ରମରେ ବହୁ ପୁରାତନ ଏହି ଦେକାନ ଆଜି ଜଳି ଗଲା, ତେବେ ଅଗ୍ନିକାଣ୍ଡ ର କାରଣ ଜଣା ପଡ଼ିନଥିବା ବେଳେ , ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସର୍ଟ ସର୍କିଟ ପାଇଁ ହୋଇ ଥିବା ଅନୁମାନ କରା ଯାଉଛି l ଘଟଣାକୁ ଶୁଣି ଘଟଣା ସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି l କ୍ଷତି ଗ୍ରସ୍ତ ଦୋକାନୀ ଙ୍କୁ ପ୍ରଶାସନ ତରଫରୁ ସରକାରୀ ସହାୟତା ପାଇଁ ସାଧାରଣରେ ନିବେଦନ କରିଛନ୍ତି l

- ପି ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ର ବାର୍ଷିକ ସୈଖିକ ଭ୍ରମଣ ।1
- ମାଟି କମ୍ପିଲା, ମଞ୍ଚ ଜମିଲା | ଆରମ୍ଭ ହୋଇଯାଇଛି ଭୁବନ କପ - ୨୦୨୫ ରିପୋର୍ଟ : ନନ୍ଦ କିଶୋର ନାଏକ (ବିପିନ) Contact us : 83289683021
- କାମାକ୍ଷାନଗର ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ଥିବା ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ଚୋରୀ ଯାହାକୁ ନେଇ ଅଭିଯୋଗ ହେଲାପରେ ଶନିବାର ପୋଲିସ ପହଂଚି ତଦନ୍ତ କରିବା ସହିତ ସିସି ଟିଭି ଯାଞ୍ଚ କରିଛନ୍ତି ।#newsodiaodisha #newsupdate #dhenkanal #vairalvideo #odishalatestnews #facebookreelsviralviralシfypシ゚2025#shuru1
- ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ସରଳ ଲୋକ ତାଙ୍କୁ ବଦନାମ କରିବାକୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଲୋକ ଷଡଯନ୍ତ୍ର କରୁଛନ୍ତି’ KIIT,KISS Issue | #kiituniversity #kississue #achyutasamanth #university #school #college #goodpeople #studentsuccess #studentlife #students #carrier #future #opportunity #food #bjd #politics #Odisha #Bhubaneswar #kalingareporter1
- ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର1
- ଅନ ୱାଲ ଡେ ପ୍ରୋଗ୍ରାମ. ପଧାନ ପାଟ ଦେବଗଡ଼1
- Post by User5115 Susanta Kumar Pattnaik1
- ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ହେଲେ ଏଠି ସବୁ...? @ranjankumardash #ntvodia #ବୌଦ୍ଧ1