ସୁବର୍ଣ୍ଣପୁର: "ରାତି ଉଜାଗର ମୁଗୁରା ମେଳା" ପୁଲିସ ତାର ସମସ୍ତ ଫୋର୍ସ ମହୋତ୍ସବରେ ନିୟୋଜିତ କରିଛି। ସହରର ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିବାକୁ ବି ଆଉ ପୁଲିସ ପାଖରେ ଅତିରିକ୍ତ ପୁଲିସ ନାହିଁ। ତା ସତ୍ତ୍ୱେ ପୁଲିସ ପୂର୍ବରୁ ଆଭାସ ପାଇ ପାରିଲା ନାହିଁ ମହୋତ୍ସରେ ଅଭାବନୀୟ ଘଟଣାକୁ ଏଡାଇବା ପାଇଁ। ଏହା ପୁଲିସ ର ଗୁଇନ୍ଦା ବିଫଳତା ବୋଲି ମାନିବାକୁ ପଡ଼ିବ। ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଅବସର ସାଂସ୍କୃତିକ କାର୍ଯ୍ୟକ୍ରମର ଚତୁର୍ଥ ସଂନ୍ଧ୍ୟାରେ ଆଜି ଏକ ଅପ୍ରୀତିକର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସାଂସ୍କୃତିକ ବାର୍ତ୍ତା ଦେବା ଆରମ୍ଭ କରିବାମାତ୍ରେ ତାଙ୍କ ସମ୍ମୁଖରେ ମଞ୍ଚ ତଲେ ହଠାତ ଗୋଣ୍ଡୋଗୋଲ ଆରମ୍ଭ ହୋଇଥିଲା। ଚେୟାର ଚୌକିରେ ଆକ୍ରମଣ ସହ ପ୍ରବଳ ମାଡ ହୋ ହାଲ୍ଲା ସୃଷ୍ଟି ହୋଇଥିଲା। ଲୋକେ କିଛି ବୁଝିବା ଆଗରୁ ଭୟଭୀତ ହୋଇ ପଡ଼ିଥିଲେ। ଏହା ଛୋଟ ଛୋଟ ଶିଶୁ, ମହିଳା ମାନଙ୍କ ଉପସ୍ଥିତିରେ ମଞ୍ଚ ତଳ ଭିଆଇପି ଅଞ୍ଚଳରେ ଘଟିଥିଲା। ପୁଲିସ ନୀରବଦ୍ରଷ୍ଟା ଅସହାୟ ହୋଇପଡ଼ିଥିଲା। ନାକେଦମ୍ ହେବା ପରେ ପୋଲିସ ଘଟଣାସ୍ଥଳରୁ ବିରୋଧ ପ୍ରଦର୍ଶନ କାରୀଙ୍କୁ ନେଇଯିବାରେ ସକ୍ଷମ ହୋଇଥିଲା। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିରୋଧପ୍ରଦର୍ଶନ କରାଯାଇଥିଲା। ପ୍ରଦର୍ଶନକରୀଙ୍କ ଉପରେ ପୁଲିସ ଉପସ୍ଥିତିରେ ପ୍ରବଳ ମାଡ ପଡିଥିଲା। ଏପରିକି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହେଉଥିଲା। ପୁଲିସ ନୀରବଦ୍ରଷ୍ଟା ସାଜିଥିଲା। ଜିଲ୍ଲାର ଗଳିକନ୍ଦି ପାନ ଚା' ଦୋକାନ ଭଳି ସର୍ବସାଧାରଣ ସ୍ଥାନରେ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ସଭାରେ କିଛି ଗୋଟେ ହେବ। ହେଲେ ଏସଂପର୍କରେ ପୁଲିସ ଟେର ସୁଦ୍ଧା ପାଇନଥିଲା। ଏହାହିଁ ସମସ୍ତଙ୍କୁ ଚକିତ କରିଛି। ପୁଲିସ ଗଞ୍ଜେଇର ବାସ୍ନା ସହଜରେ ବାରିପାରୁଥିବା ସ୍ଥଳେ ଏତେ ବଡ କଥାକୁ କିପରି ଆଗତୁରା ଜାଣି ପାରିଲାନାହିଁ। ତାହା ହିଁ ଅନେକଙ୍କୁ ଚକିତ କରିଛି। ଉତ୍ସବର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ଏ ଘଟଣା ପୁଲିସର ପାରିବାପଣିଆଁକୁ ପଦାରେ ପକାଇଛି। ପୁଲିସ ଉତ୍ସବ ନା'ରେ ସହରକୁ ଭଗବାନଙ୍କ ଭରସାରେ ଛାଡ଼ି ଦେଇଛି। ସହରର ଟ୍ରାଫିକ ବ୍ୟବସ୍ଥା ମଧ୍ୟ ମୁକୁଳା ପଡ଼ିଛି। ତା ସତ୍ତ୍ୱେ କୃଷକ ସଂଗଠନ ଉତ୍ସବରେ ପ୍ରତିବାଦ କରିବାର ସୁଯୋଗ ପାଇଥିଲେ।

- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।1
- ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l1
- सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1
- #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !1
- ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ, ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି1
- भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।1