ଗଞ୍ଜାମ ଜିଲ୍ଲା ପୋଲସରା ଓ ବୁଗୁଡ଼ା ରେ ବିଜେଡି ପାଳିଲା ବିଜୁବାବୁ ଙ୍କ ତିରୋଧାନ ଦିବସ ପୋଲସରା/ବୁଗୁଡ଼ା :- ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଓ ବୁଗୁଡ଼ାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ବୁଗୁଡ଼ା ନଗର ସଭାପତି କେ ତ୍ରିଲୋଚନ ଦୋରା ଙ୍କ ତତ୍ୱାବଧାନ ରେ ବିଜୁବାବୁ ଙ୍କ ୨୯ତମ ତିରୋଧାନ ଦିବସ ଆଜି ପାଳିତ ହୋଇଯାଇଛି । ଉକ୍ତ ଦୁଇ କାର୍ଯ୍ୟକ୍ରମ ରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପୋଲସରା ବସଷ୍ଟାଣ୍ଡ ଓ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ପୋଲସରା ଓ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ବିଜେଡି ର ସମ୍ପୃକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧକ୍ଷ କାହ୍ନୁଚରଣ ପରିଡା, ଏନ୍ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ ନାୟକ,ନଗର ସଭାପତି ଗୋପାଳ ସାହାଣୀ,କନକ ରାଉତ,ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ,ବିଜୟ ସ୍ବାଇଁ,ଜକର ସରପଞ୍ଚ ଦୀପିକା ବାରିକ, ନିବାସୀ ପରିଡ଼ା,ନଗର ବିଜେଡି ସମ୍ପାଦକ ବାବୁଲା ପଟ୍ଟନାୟକ ଓ ବୁଗୁଡ଼ା ବ୍ଲକର ବ୍ଳକ ସଭାପତି ଖଦାଳ ଖଟେଇ, ସୁଧାଂଶୁ ଶେଖର ପାଢ଼ୀ,କବିରାଜ ଗୌଡ଼, ସୁବ୍ରତ ରାଖଲ ଦାସ, କିଶୋର ବେହେରା,ଚିକୁ ବାରିକ,ମନୋରଞ୍ଜନ ଦାସ, ଜିତେନ୍ଦ୍ର କୁମାର ନାୟକ, କାର୍ତ୍ତିକ ସାହାଣୀ, ସନ୍ମଥ ସାମଲ, ସୂର୍ଯ୍ୟନାରାୟଣ ମହାନ୍ତି,ହରିହର ବିଷୋୟୀ,ଭାଗ୍ଯଲତା ରାଉତ, ଚିତ୍ରସେନ ନାୟକ, ନାରାୟଣ ସାହୁ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ପୋଲସରା ଓ ବୁଗୁଡ଼ା ରେ ବିଜେଡି ପାଳିଲା ବିଜୁବାବୁ ଙ୍କ ତିରୋଧାନ ଦିବସ ପୋଲସରା/ବୁଗୁଡ଼ା :- ପୋଲସରା ନିର୍ବାଚନ ମଣ୍ଡଳୀ ପୋଲସରା ଓ ବୁଗୁଡ଼ାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ବୁଗୁଡ଼ା ନଗର ସଭାପତି କେ ତ୍ରିଲୋଚନ ଦୋରା ଙ୍କ ତତ୍ୱାବଧାନ ରେ ବିଜୁବାବୁ ଙ୍କ ୨୯ତମ ତିରୋଧାନ ଦିବସ ଆଜି ପାଳିତ ହୋଇଯାଇଛି । ଉକ୍ତ ଦୁଇ କାର୍ଯ୍ୟକ୍ରମ ରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପୋଲସରା ବସଷ୍ଟାଣ୍ଡ ଓ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ପୋଲସରା ଓ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ବିଜେଡି ର ସମ୍ପୃକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧକ୍ଷ କାହ୍ନୁଚରଣ ପରିଡା, ଏନ୍ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ବିକ୍ରମ ନାୟକ,ନଗର ସଭାପତି ଗୋପାଳ ସାହାଣୀ,କନକ ରାଉତ,ବନ୍ଥପଲ୍ଲୀ ସରପଞ୍ଚ ପବିତ୍ର ରାଉତ,ବିଜୟ ସ୍ବାଇଁ,ଜକର ସରପଞ୍ଚ ଦୀପିକା ବାରିକ, ନିବାସୀ ପରିଡ଼ା,ନଗର ବିଜେଡି ସମ୍ପାଦକ ବାବୁଲା ପଟ୍ଟନାୟକ ଓ ବୁଗୁଡ଼ା ବ୍ଲକର ବ୍ଳକ ସଭାପତି ଖଦାଳ ଖଟେଇ, ସୁଧାଂଶୁ ଶେଖର ପାଢ଼ୀ,କବିରାଜ ଗୌଡ଼, ସୁବ୍ରତ ରାଖଲ ଦାସ, କିଶୋର ବେହେରା,ଚିକୁ ବାରିକ,ମନୋରଞ୍ଜନ ଦାସ, ଜିତେନ୍ଦ୍ର କୁମାର ନାୟକ, କାର୍ତ୍ତିକ ସାହାଣୀ, ସନ୍ମଥ ସାମଲ, ସୂର୍ଯ୍ୟନାରାୟଣ ମହାନ୍ତି,ହରିହର ବିଷୋୟୀ,ଭାଗ୍ଯଲତା ରାଉତ, ଚିତ୍ରସେନ ନାୟକ, ନାରାୟଣ ସାହୁ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
- Post by Ansubhai Pandey1
- କୁକୁଡ଼ାଖଣ୍ତି ବ୍ଳକର ଶିହଳା ଗ୍ରାମ ପଞ୍ଚାୟତରେ ଜନଅଭିଯୋଗ ଶୁଣାଣି ଶିବିର1
- ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ନେଇ ନୁଆସାହିରେ ରାସ୍ତାରୋକ l ପଦ୍ମପୁର, ୨୦।୦୪ (ନିପ୍ର) ପଦ୍ମପୁରବାସୀଙ୍କ ଜଳକଷ୍ଟ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଦୀର୍ଘ ଦିନର ଜଳାଭାବ ଏବଂ କୋଟି କୋଟି ଟଙ୍କାର ବସୁଧା ପ୍ରକଳ୍ପରେ ଦେଖାଦେଇଥିବା ବାରମ୍ବାର ଯାନ୍ତ୍ରିକ ତ୍ରୁଟିକୁ ନେଇ ଆଜି ପଦ୍ମପୁରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାନୀୟ ଜଳ ଯୋଗାଣରେ ବିପର୍ଯ୍ୟସ୍ତ ଅବସ୍ଥାକୁ ପ୍ରତିବାଦ କରି ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ମହିଳା ଓ ପୁରୁଷ ଗୁଣପୁର ପଦ୍ମପୁର ମୁଖ୍ୟ ରାସ୍ତାକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ମୁଖ୍ୟ ପ୍ରଡକ୍ସନ ୱେଲ ମଧ୍ୟରେ ଅତ୍ୟଧିକ ବାଲି ଓ ମାଟି ଜମିଯିବା ସହ ଏକ ୧୫ ଏଚ.ପି.ର ପମ୍ପ ମୋଟର ପୋଡ଼ି ଯାଇଥିଲା। ଫଳରେ ତିନୋଟି ଯାକ ବୋରୱେଲ୍କୁ କମ୍ପ୍ରେସର ମାଧ୍ୟମରେ ସଫା କରାଯିବା ସହ ଦୁଇଟି ନୂତନ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ସ୍ଥାପନ କରାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟି ଏବଂ ପୂର୍ବରୁ ବିଛାଯାଇଥିବା ନିମ୍ନ ମାନର ପାଇପ୍ ଫାଟି ପାଣି ନଷ୍ଟ ହେଉଥିବାରୁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଏବଂ ସୁନାରୀ ସାହି ଭଳି ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିଲା। ପ୍ରଖର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହୋଇ ଶେଷରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ। ଖବରପାଇ ଘଟଣା ସ୍ଥଳରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସାହି ଗୁଡ଼ିକୁ ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା।3
- ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1
- ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...1
- 🇹🇯🇹🇯🇹🇯🇹🇯🌹🥺🥺🥺😏😏1
- (ବିଜେପି ରେ ମିଶିଲେ ଥାଇଳୋ ଓ ଓଚିନ୍ଦା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଏବଂ ଶତାଧିକ କର୍ମୀ ) ଜଗତସିଂହପୁର ତା =20/4/26 ବିଶ୍ୱ ଗୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଙ୍କ ନିତି ଆଦର୍ଶ ଏବଂ ଭାରତୀୟ ଜନତା ପାଟିର ବିଚାରଧାରା ରେ ଅନୁପ୍ରାଣିତ ହୋଇ ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ବାହାଲିଆ ଶତାଧିକ ସମର୍ଥକମାନଙ୍କୁ ନେଇ ବିଧିବଦ୍ଧ ଭାବେ ବିଜେପି ରେ ଯୋଗଦେଇଛନ୍ତି |ଏହି ପରିପ୍ରେକ୍ଷୀରେ ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ମହାନ୍ତି ଙ୍କ ବୋରିକିନା ତିତିରା ସ୍ଥିତ ବାସଭବନ ରେ ଶତାଧିକ କର୍ମକର୍ତା ଉପସ୍ଥିତ ହୋଇଥିଲେ | ଶ୍ରୀ ଯୁକ୍ତ ମହାନ୍ତି ପୁଷ୍ପଗୁଚ୍ଛ ଦଳୀୟ ଟୋପି ଦେଇ ସମସ୍ତ କର୍ମକର୍ତା ଙ୍କୁ ବିଧିବଦ୍ଧ ଭାବେ ବିଜେପି ରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ବେଳେ ମାଛଗାଁ ଓଚିନ୍ଦା ଠାରେ ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର ଏବଂ ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତି ଙ୍କ ଉପସ୍ଥିତ ରେ ଶତାଧିକ ବିଭିନ୍ନ ଦଳ ର କର୍ମକର୍ତା ବିଜେପି ରେ ସାମିଲ ହୋଇଛନ୍ତି |ଆଗାମୀ ଦିନରେ ବିଜେପି କୁ ବିଶ୍ୱର ସର୍ବ ବୃହତ ଦଳ ଭାବେ ପରିଗଣିତ କରିବାକୁ ସଂକଳ୍ପ କରିଛନ୍ତି | ଜଗତସିଂହପୁର ରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ ଙ୍କ ରିପୋର୍ଟ1
- ମହିଳା ସଂରକ୍ଷଣ ବିଲ୍କୁ ନେଇ ସରକାର ଙ୍କୁ ଘେରିଲେ ସାଂସଦ ସପ୍ତଗିରି ଉଲାକା। ମହିଳା ସଂରକ୍ଷଣ ବିଲ୍କୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସେ ଅଭିଯୋଗ କରିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ମହିଳା ମାନଙ୍କୁ ସଶକ୍ତ କରିବା ଅପେକ୍ଷା ମିଥ୍ୟା ପ୍ରଚାର କରି ଭୋଟ୍ ହାତେଇବାକୁ ଅଧିକ ପ୍ରୟାସ କରୁଛନ୍ତି। ଶ୍ରୀ ଉଲାକା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ୨୦୨୩ ମସିହାରେ ସମସ୍ତ ରାଜନୈତିକ ଦଳର ସହମତିରେ ସଂସଦରେ ପାରିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏହାର ଗେଜେଟ୍ ନୋଟିଫିକେସନ୍ ପ୍ରକାଶ କରିବା ପାଇଁ ସରକାରଙ୍କୁ ଦୀର୍ଘ ସମୟ ଲାଗିଗଲା। ଗତ ୧୬ ଏପ୍ରିଲ ୨୦୨୬ରେ ଏହି ନୋଟିଫିକେସନ୍ ବାହାରିବା ସରକାରଙ୍କ ଇଚ୍ଛାଶକ୍ତିର ଅଭାବକୁ ସ୍ପଷ୍ଟ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ପାଖରେ ଆବଶ୍ୟକୀୟ ସଂଖ୍ୟା ବଳ ନଥିବା ବେଳେ ବିରୋଧୀ ଦଳର ସହାୟତାରେ ଏହି ବିଲ୍ ପାସ ହୋଇଥିଲା। କିନ୍ତୁ ନିର୍ବାଚନ ସମୟରେ ଏହାକୁ ଏକ ରାଜନୈତିକ ଚାଲ୍ ଭାବେ ବ୍ୟବହାର କରାଯାଉଛି। କୌଣସି ପ୍ରକାର ସର୍ବଦଳୀୟ ଆଲୋଚନା କିମ୍ବା ପରାମର୍ଶ ନକରି ସରକାର ଏକପାଖିଆ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ବିରୋଧରେ ମିଥ୍ୟା ଅପପ୍ରଚାର କରି ସରକାର ନିଜର ବିଫଳତା ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଦେଶର ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ବୋଲି ସାଂସଦ ଚେତାବନୀ ଦେଇଛନ୍ତି।1
- ତା.19/04/2026 ରିଖ ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପଞ୍ଚ ମହାଦେବ ସେବାୟତ ନିଯୋଗର ମିଳିତ ଆନୁକୁଲ୍ୟରେ ମହାପ୍ରଭୁଙ୍କ ର ଚଳିତ ବର୍ଷ ର ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ପ୍ରସୂତି ବୈଠକ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଲୋକନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।. ଚଳିତ ବର୍ଷ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହେବାକୁ ଥିବା ୨୧ ଦିନ ଧରି ଚନ୍ଦନ ଯାତ୍ରା କୁ ଯେପରି ଶାନ୍ତି ଓ ଶୃଙ୍ଖଳିତ କରିବା ସହିତ ସମସ୍ତ ନୀତି କାନ୍ତି ସଠିକ୍ ହୋଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଠାକୁର ଯିବା ଆସିବା ରାସ୍ତାରେ ମଇଳା ପାଣି ଯେପରି ନ ଭାସେ ତାହାକୁ ରୋକାଯିବା. ସ୍ତାନେ ସ୍ତାନେ ରାସ୍ତା ରେ ଛାଈ ର୍ ବ୍ଯବ୍ଯସ୍ଥା ଭୀଷଣ ତାତି କୁ ରୋକିବା ପାଇଁ ଜଳ ଢାଳି ରାସ୍ତା କୁ ଥଣ୍ଡା କରିବା,ରାତ୍ରି ସମୟରେ ଆଲୋକ ଓ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା. କୁ ସଠିକ୍ କରିବା ସହିତ ମନ୍ଦିର ରେ ଚନ୍ଦନ ଯାତ୍ରା ପାଇଁ ଆଲୋକ ବ୍ୟବସ୍ଥା କରିବା ପାଇଁ ସେବାୟତ ଙ୍କ ନିବେଦନ ରହିଥିଲା।ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ କୁ ସଠିକ୍ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହ,ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ସୂଚନା ଦେଇଥିଲେ।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜ କିଶୋର ଜେନା, ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା,ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର, ଟାଉନ ଥାନା ଆଇଆଇସି ଗୋକୁଳ ନନ୍ଦ ଦାଶ, ଆଇଆଇସି ବାସେଳୀ ସାହି,ପଞ୍ଚୁ ମହାଦେବ କମିଟି ର୍ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ମଦନ ଖୁଣ୍ଟିଆ, ନରେନ୍ଦ୍ର ମହାନ୍ତି, ବୈଦ୍ୟ ନଥା ପଣ୍ଡା, ସନ୍ତୋଷ ପଣ୍ଡା, ଦାମ୍ଦର୍ ମହାପାତ୍ର,, କୃଷ୍ଣଚନ୍ଦ୍ର ଦାସ, ଗଣେଶ ମହାସୁଆର, ସନ୍ତୋଷ ପଣ୍ଡା, ରଘୁନାଥ ଖୁଣ୍ଟିଆ, କାନୁ ଚରଣ ପଣ୍ଡା, ଙ୍କ ସମେତ ପଞ୍ଚୁ ମହାଦେବ ଙ୍କ ମନ୍ଦିର ସଭାପତି, ସମ୍ପାଦକ, ଓ ବୟୋଜ୍ୟେଷ୍ଠ ସଦସ୍ୟ ରହି ଆଲୋଚନା ରେ ଭାଗ ନେଇଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1