Shuru
Apke Nagar Ki App…
କଟକ ସୂତାହାଟ ଇଣ୍ଡିପେଣ୍ଡେଣ୍ଟ କ୍ଲବ ପକ୍ଷରୁ ଆଜି ଏକ ପେନାଲ୍ଟି ସୁଟ୍ ଆଉଟ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ବିଜେତା ଓ ଉପ ବିଜେତା ଦଳକୁ ଆର୍ଥିକ ରାଶି, ଟ୍ରଫି ସହିତ ପୁରସ୍କାର ସ୍ୱରୂପ ଦେଶୀ ଛେଳି ପ୍ରଦାନ କରାଯାଇଛି।
GANESH PANlGRAHl
କଟକ ସୂତାହାଟ ଇଣ୍ଡିପେଣ୍ଡେଣ୍ଟ କ୍ଲବ ପକ୍ଷରୁ ଆଜି ଏକ ପେନାଲ୍ଟି ସୁଟ୍ ଆଉଟ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ବିଜେତା ଓ ଉପ ବିଜେତା ଦଳକୁ ଆର୍ଥିକ ରାଶି, ଟ୍ରଫି ସହିତ ପୁରସ୍କାର ସ୍ୱରୂପ ଦେଶୀ ଛେଳି ପ୍ରଦାନ କରାଯାଇଛି।
More news from ଓଡ଼ିଶା and nearby areas
- ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଏବଂ କେ. ନୀଳମାଧବ ଆଚାରୀଙ୍କ ପୁଣି ଥରେ 'ଘର ବାହୁଡ଼ା' ହେବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଲୋକଙ୍କ ଆସ୍ଥା ଓ ସମର୍ଥନକୁ ସମ୍ମାନ ଦେଇ ସମସ୍ତେ ଏକାଠି ହୋଇ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୀତିରେ ମତଭେଦ ରହିପାରେ, କିନ୍ତୁ ଜନସେବା ହିଁ ସର୍ବୋପରି। ଏହି ଘଟଣା ପରେ ବୁଗୁଡ଼ା ଅଞ୍ଚଳରେ ବିଭିନ୍ନ ମହଲରେ ଆଲୋଚନା ଚାଲିଥିବା ବେଳେ ଆଗାମୀ ଦିନରେ ଏହାର ରାଜନୈତିକ ପ୍ରଭାବ କିପରି ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।1
- ୨୧.୦୬.୨୦୨୬ ରେ ବ୍ରହ୍ମପୁରର ଅଙ୍କୁଳି ସ୍ଥିତ ଶ୍ରୀହରି ନଗରର ଶ୍ରୀ ଲେଡିଜ୍ ଗ୍ରୁପ୍ ପକ୍ଷରୁ ହରିହର କଲ୍ୟାଣ ମଣ୍ଡପ ପରିସରରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା “ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ”।1
- ଗଜପତି ଜିଲ୍ଲାର ସାନଖଣି ଓ ବଡ଼ଖଣି ଗ୍ରାମରେ ଜଗନ୍ନାଥ ମନ୍ଦିର, ଦୁର୍ଗା ମନ୍ଦିର, ଠାକୁରାଣୀ ମନ୍ଦିର ଏବଂ ଆଉ ଏକ ଦୁର୍ଗା ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମର ତୃତୀୟ ଦିନରେ ଠାକୁରମାନଙ୍କର ମହାସ୍ନାନ କରାଯାଇଛି। ଏହି ମହାସ୍ନାନ କାର୍ଯ୍ୟକ୍ରମରେ ବିଜେପି ଆଦିବାସୀ ସଭାପତି ଏବଂ ରାଜ୍ୟ ଆଦିବାସୀର ସମ୍ପାଦକ ଯୋଗ ଦେଇଛନ୍ତି।1
- ଡାରିଙ୍ଗବାଡ଼ି ଅଧୀନରେ ଥିବା କିରିକୁଟି ପଞ୍ଚାୟତରେ ଏକ କୃଷକ ବୈଠକ ଅନୁଷ୍ଠିତ ହୋଇଛି।3
- ବିଜେପିର ଜାତୀୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ (PA) ବୋଲି ମିଥ୍ୟା ପରିଚୟ ଦେଇ ଚାନ୍ଦା ଆଦାୟ କରିବାକୁ ଉଦ୍ୟମ କରାଯାଉଥିଲା। ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି।1
- ନୟାଗଡ଼ ଜିଲ୍ଲାର ସରଣକୁଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଲାଦୁକେଶ୍ୱର ମନ୍ଦିରରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ପାଳିତ ହୋଇସାରିଛି।2
- ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟରେ ପ୍ରତିବାଦ କରାଯାଇଛି।1
- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପିଲାଚୋର ସନ୍ଦେହରେ କେବଳ ଦୁଇ ଜଣଙ୍କୁ ଲୋକେ ନିଜ ହାତକୁ ଆଇନ ନେଇ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ତେବେ, ଏଭଳି ହିଂସାତ୍ମକ ଘଟଣାରେ ଗିରଫ ପରେ କ'ଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ମଣିଷ ଭିତରେ ଲୁଚିଥିବା ପଶୁର ଏକ ଭୟଙ୍କର ଚିତ୍ର ଦର୍ଶାଉଛି।1