Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ବ୍ଲକର ଫୁଟିଆପଦର ପଞ୍ଚାୟତରେ ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ବାଳକୃଷ୍ଣପୁର ଗ୍ରାମର ମହିଳାମାନେ ପାନୀୟ ଜଳ ଯୋଗାଣ ଦାବିରେ ରାସ୍ତା ଉପରେ ବାଲଟି ଓ ଗରା ରଖି ରାସ୍ତା ଅବରୋଧ କରିଥିଲେ। ଏହି ଅବସରରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବା 'ବସୁଧା ଯୋଜନା' ଏହି ଅଞ୍ଚଳରେ କୌଣସି କାମରେ ଆସୁନାହିଁ। ପାନୀୟ ଜଳର ତୀବ୍ର ସଙ୍କଟ ମଧ୍ୟରେ ଜୀବନ କାଟୁଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରି ଏହି ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି।
ଅଖିଳ କୁମାର ପଟ୍ଟନାୟକ
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳିକାଟୁ ବ୍ଲକର ଫୁଟିଆପଦର ପଞ୍ଚାୟତରେ ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ବାଳକୃଷ୍ଣପୁର ଗ୍ରାମର ମହିଳାମାନେ ପାନୀୟ ଜଳ ଯୋଗାଣ ଦାବିରେ ରାସ୍ତା ଉପରେ ବାଲଟି ଓ ଗରା ରଖି ରାସ୍ତା ଅବରୋଧ କରିଥିଲେ। ଏହି ଅବସରରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବା 'ବସୁଧା ଯୋଜନା' ଏହି ଅଞ୍ଚଳରେ କୌଣସି କାମରେ ଆସୁନାହିଁ। ପାନୀୟ ଜଳର ତୀବ୍ର ସଙ୍କଟ ମଧ୍ୟରେ ଜୀବନ କାଟୁଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରି ଏହି ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି।
More news from ଓଡ଼ିଶା and nearby areas
- ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଶାସନ ଆମ୍ବଗାଁ ସ୍କୁଲରୁ ସ୍ମାର୍ଟ ସ୍କୁଲର ଅସଲ ଚିତ୍ର ସାମ୍ନାକୁ ଆସିଛି। ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ପିଟି ସାର୍ ନିଜର ଖେଳ ପଡ଼ିଆ ଛାଡ଼ି ଶ୍ରେଣୀଗୃହରେ ସବୁ ବିଷୟର ପାଠ ପଢ଼ାଉଛନ୍ତି। ଜାଗୃତି ଖବରର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଏହି ବାସ୍ତବ ଚିତ୍ର ସାମ୍ନାକୁ ଆସିଛି, ଯେଉଁଠି ଶିକ୍ଷକ ଅଭାବ ଯୋଗୁଁ ପିଟି ସାର୍ ହିଁ ସବୁ ବିଷୟର ପାଠ ପଢ଼ାଳି ସାଜିଛନ୍ତି।1
- ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ପରାମର୍ଶ ଦାତା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।1
- ଗଞ୍ଜାମ ଜିଲ୍ଲାର ଛେଳିଗଡ଼ ଜଳସେଚନ ପ୍ରକଳ୍ପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରକଳ୍ପ ସମ୍ବନ୍ଧୀୟ ଥଇଥାନ ଓ ପରାମର୍ଶ ଦାତା କମିଟିର ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି।1
- ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବାକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବାବେଳେ ପୁରୀକୁ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ପୁରୀକୁ ଯୋଡ଼ୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଦୁର୍ଦ୍ଦଶାକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବାକୁ ଥିବାବେଳେ ଏହି ବିପଦପୂର୍ଣ୍ଣ ରାସ୍ତା ସେମାନଙ୍କ ସୁରକ୍ଷା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରେ। ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକରୁ ପୁରୀ ପର୍ଯ୍ୟନ୍ତ ଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କ ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଚଳାଚଳ କରୁଛି। ମାତ୍ର ବର୍ତ୍ତମାନ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲଖମା ଯୋଗୁଁ ପ୍ରତ୍ୟେକ ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି ଏବଂ ଏଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ଏକ ନିତିଦିନିଆ ଘଟଣା ପାଲଟିଛି। ରଥଯାତ୍ରା ଭଳି ବିଶ୍ୱସ୍ତରୀୟ ପର୍ବକୁ ଦୃଷ୍ଟିରେ ରଖି ଏହି ସଡ଼କର ମରାମତି କରାଯିବା ନେଇ ଆଶା କରାଯାଉଥିଲା, କିନ୍ତୁ ଏପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ଯେ ରଥଯାତ୍ରା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ସଡ଼କର ମରାମତି କରାଯାଉ, ନଚେତ ଏହା ଭକ୍ତଙ୍କ ଯାତ୍ରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ଏହି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଯେ, ପୂର୍ତ୍ତ ବିଭାଗ କେବେ ଜାଗିବ ଏବଂ ଭକ୍ତମାନଙ୍କର ଏହି ବିପଦପୂର୍ଣ୍ଣ ଯାତ୍ରାର ଅନ୍ତ ଘଟିବ।1
- ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଦେଶ-ବିଦେଶରୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍ ଏବଂ ଗେଷ୍ଟହାଉସଗୁଡ଼ିକରେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି। ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ ସୁରକ୍ଷା ବାହିନୀର ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ଏହି ହଠାତ୍ ଯାଞ୍ଚ ସମୟରେ ହୋଟେଲଗୁଡ଼ିକରେ ରହୁଥିବା ଅତିଥିମାନଙ୍କ ପରିଚୟପତ୍ର, ରେଜିଷ୍ଟର ଓ ଡିଜିଟାଲ ରେକର୍ଡର ସଠିକ୍ ସଂରକ୍ଷଣର ଯାଞ୍ଚ କରାଯିବା ସହ ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ଏବଂ ସାମଗ୍ରିକ ଆଇନ-ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି। ଯାଞ୍ଚ ସମୟରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ଅତିଥିମାନଙ୍କର ସଠିକ୍ ପରିଚୟପତ୍ର ସଂଗ୍ରହ କରିବା, ଚେକ୍-ଇନ୍ ଓ ଚେକ୍-ଆଉଟ୍ ସମ୍ବନ୍ଧୀୟ ରେକର୍ଡ ରଖିବା ଏବଂ ବିନା ପରିଚୟପତ୍ରରେ କୌଣସି ବ୍ୟକ୍ତିଙ୍କୁ ରହିବାକୁ ନଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ଥାନାକୁ ଜଣାଇବା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସକ୍ରିୟ ରଖିବା, ସିସିଟିଭି କ୍ୟାମେରା ସବୁବେଳେ କାର୍ଯ୍ୟକ୍ଷମ ରଖିବା ଏବଂ ବିଦେଶୀ ନାଗରିକଙ୍କ ସମ୍ବନ୍ଧୀୟ ପ୍ରଚଳିତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହୋଟେଲ ପରିଚାଳକମାନଙ୍କୁ କୁହାଯାଇଛି। ଏହା ବ୍ୟତୀତ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରର ପ୍ରମୁଖ ସ୍ଥାନ, ଧାର୍ମିକ ସ୍ଥଳ, ପାର୍କିଂ ସ୍ଥାନ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ସମୁଦ୍ରକୂଳ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପକ୍ଷରୁ ୨୪×୭ ପାଟ୍ରୋଲିଂ ଓ ନଜରଦାରିକୁ ଅଧିକ ସୁଦୃଢ଼ କରାଯାଇଛି। ପବିତ୍ର ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସଫଳ କରିବା ପାଇଁ ପୁରୀ ପୋଲିସ ସମସ୍ତ ହୋଟେଲ ମାଲିକ, ପରିଚାଳକ, ସ୍ଥାନୀୟ ସହଯୋଗୀ ସଂସ୍ଥା ଏବଂ ପର୍ଯ୍ୟଟକଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ନିଜ ସହ ସର୍ବଦା ପରିଚୟପତ୍ର ରଖିବା, ସତର୍କ ରହିବା ଏବଂ କୌଣସି ସନ୍ଦେହଜନକ ଘଟଣା ବା ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି।4
- ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ କମିଶନର ତଥା ଆଇଏଏସ୍ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଗୁରୁବାର ଦିନ ମୋହନା ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗୀତା ବଦରଇତ, ମୋହନା ବ୍ଲକର ବିଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କମିଶନର ମ୍ୟାଡ଼ାମ ପ୍ରଥମେ ସମସ୍ତ ଅଧିକାରୀଙ୍କ ସହ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ। ଏହାପରେ ସେ ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ବିଷୟରେ ଆଲୋଚନା କରିବା ସହ ସେମାନଙ୍କର ଖାଦ୍ୟ ଏବଂ ପାଠ୍ୟ ଉପକରଣ ସମ୍ପର୍କରେ ପଚାରି ବୁଝିଥିଲେ। ପରିଦର୍ଶନ ପରେ, ସେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁଙ୍କ ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ପୂର୍ବତନ ଶିକ୍ଷାର୍ଥୀମାନଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ସମ୍ପାଦକ ଶ୍ରୀ ସାହୁ ଜଣାଇଥିଲେ ଯେ ବିଦ୍ୟାଳୟର ଅନେକ ପୁରାତନ ଛାତ୍ରଛାତ୍ରୀ ଶିକ୍ଷକତା ସମେତ ବିଭିନ୍ନ ଚାକିରିରେ ନିଯୁକ୍ତ ଅଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି। ବିଦ୍ୟାଳୟର ପରିବେଶକୁ ନେଇ କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ ବେଶ୍ ଖୁସି ବ୍ୟକ୍ତ କରିବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ।1
- ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରରେ ଦିନ ଦ୍ବିପହରରେ ଏକ ଲୁଟ୍ ଘଟଣା ଘଟିଯାଇଛି। ଏହି ଲୁଟର ଶିକାର ହୋଇଛନ୍ତି ଛତ୍ରପୁର ସହରର ପୂର୍ଣ୍ଣ ଚନ୍ଦ୍ର ସେନାପତି। ଏହି ଘଟଣା ସମ୍ପର୍କରେ ପୂର୍ଣ୍ଣ ଚନ୍ଦ୍ର ସେନାପତି ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।1
- ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଚାନ୍ଦିପୁଟରୁ ୨୧ କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କମଳ ନାୟକକୁ ଅବକାରୀ ବିଭାଗର ମୋବାଇଲ ଟିମ୍ ଗିରଫ କରିଛି। ଏହି ଗଞ୍ଜେଇକୁ ବ୍ରହ୍ମପୁର ଚାଲାଣ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ବସକୁ ଜଗି ରହିଥିବା ସମୟରେ ଧରାପଡ଼ିଛି।1