କଲ୍ଲୋଳ ୨୦୨୬ ଉପଲକ୍ଷେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ଜଗତସିଂହପୁର ୨/୪- ଜିଲ୍ଲା ଉତ୍ସବ କଲ୍ଲୋଳ ୨୦୨୬ ର ଉଦଘାଟନୀ ଉତ୍ସବରେ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପଲ୍ଲୀଶ୍ରୀ ମେଳା ରେ ୮୮ ଟି ଷ୍ଟଲ୍ ର ଆୟୋଜନ କରାଯାଇଛି ସେଥିରେ ୧୦ ଟି ଖାଦ୍ୟ ଷ୍ଟଲ୍ ପଡ଼ିଛି। ଆମ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ହସ୍ତଶିଳ୍ପ, ହସ୍ତକଳା ଓ ହସ୍ତତନ୍ତ ସହିତ ବିଭିନ୍ନ ଗ୍ରାମୀଣ ଓ କୃଷି ଜାତ ଦ୍ରବ୍ୟ ନେଇ ଏଠାକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଆସିଛନ୍ତି । ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ,ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡ଼ିଶା ଗୋକୁଳାନନ୍ଦ ମଲ୍ଲିକ ଏହି ପଲ୍ଲୀଶ୍ରୀ ମେଳା ର ଶୁଭ ଉଦଘାଟନ କରିଥିଲେ । ଏହି ଷ୍ଟଲ୍ ଗୁଡିକ ମଧ୍ୟରେ କନ୍ଧମାଳ ହଳଦୀ, ମାଣ୍ଡିଆ ରେ ପ୍ରସ୍ତୁତି ଖାଦ୍ୟ ସାମଗ୍ରୀ, କଳାହାଣ୍ଡି ଜୁନାଗଡ ର କାଠ କାମ ଆଦି ପ୍ରମୁଖ । ମୁଖ୍ୟ ଅତିଥି ନିଜେ କନ୍ଧମାଳ ହଳଦୀ କିଣିବା ସହ ମାଣ୍ଡିଆ ରେ ପ୍ରସ୍ତୁତ ବିସ୍କୁଟ ଖାଇ ଏହାର ପ୍ରଶଂସା କରିଥିଲେ । ଏହି ପଲ୍ଲୀଶ୍ରୀ ମେଳା ଟି ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ ପିଲ୍ଲେ ଙ୍କ ତତ୍ତ୍ଵାବଧାନରେ ଡେପୁଟି ସିଇଓ ମଧୁସ୍ମିତା ସାହୁ ଓ ଓରମାସ କର୍ମକର୍ତ୍ତା ଙ୍କ ଦ୍ଵାରା ଆୟୋଜିତ କରାଯାଇଛି । ପ୍ରତ୍ୟେକ ଦିନ ଏହି ଷ୍ଟଲ୍ ଗୁଡିକରେ ଦର୍ଶକଙ୍କ ଭିଡ଼ ଜମୁଛି ।
କଲ୍ଲୋଳ ୨୦୨୬ ଉପଲକ୍ଷେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ଜଗତସିଂହପୁର ୨/୪- ଜିଲ୍ଲା ଉତ୍ସବ କଲ୍ଲୋଳ ୨୦୨୬ ର ଉଦଘାଟନୀ ଉତ୍ସବରେ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ପଲ୍ଲୀଶ୍ରୀ ମେଳା ରେ ୮୮ ଟି ଷ୍ଟଲ୍ ର ଆୟୋଜନ କରାଯାଇଛି ସେଥିରେ ୧୦ ଟି ଖାଦ୍ୟ ଷ୍ଟଲ୍ ପଡ଼ିଛି। ଆମ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ହସ୍ତଶିଳ୍ପ, ହସ୍ତକଳା ଓ ହସ୍ତତନ୍ତ ସହିତ ବିଭିନ୍ନ ଗ୍ରାମୀଣ ଓ କୃଷି ଜାତ ଦ୍ରବ୍ୟ ନେଇ ଏଠାକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଆସିଛନ୍ତି । ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ,ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ,
ଓଡ଼ିଶା ଗୋକୁଳାନନ୍ଦ ମଲ୍ଲିକ ଏହି ପଲ୍ଲୀଶ୍ରୀ ମେଳା ର ଶୁଭ ଉଦଘାଟନ କରିଥିଲେ । ଏହି ଷ୍ଟଲ୍ ଗୁଡିକ ମଧ୍ୟରେ କନ୍ଧମାଳ ହଳଦୀ, ମାଣ୍ଡିଆ ରେ ପ୍ରସ୍ତୁତି ଖାଦ୍ୟ ସାମଗ୍ରୀ, କଳାହାଣ୍ଡି ଜୁନାଗଡ ର କାଠ କାମ ଆଦି ପ୍ରମୁଖ । ମୁଖ୍ୟ ଅତିଥି ନିଜେ କନ୍ଧମାଳ ହଳଦୀ କିଣିବା ସହ ମାଣ୍ଡିଆ ରେ ପ୍ରସ୍ତୁତ ବିସ୍କୁଟ ଖାଇ ଏହାର ପ୍ରଶଂସା କରିଥିଲେ । ଏହି ପଲ୍ଲୀଶ୍ରୀ ମେଳା ଟି ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅକ୍ଷୟ ପିଲ୍ଲେ ଙ୍କ ତତ୍ତ୍ଵାବଧାନରେ ଡେପୁଟି ସିଇଓ ମଧୁସ୍ମିତା ସାହୁ ଓ ଓରମାସ କର୍ମକର୍ତ୍ତା ଙ୍କ ଦ୍ଵାରା ଆୟୋଜିତ କରାଯାଇଛି । ପ୍ରତ୍ୟେକ ଦିନ ଏହି ଷ୍ଟଲ୍ ଗୁଡିକରେ ଦର୍ଶକଙ୍କ ଭିଡ଼ ଜମୁଛି ।
- ଜଗତସିଂହପୁର ୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ ଗ୍ରାମ୍ୟବ୍ୟାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଜଣ ଆହତ l କାର ଘୋଷାଡ଼ିନେଲା ମଟରସାଇକେଲକୁ l ମଟରସାଇକେଲରେ ପ୍ରଶାନ୍ତ ସାହୁ, ପ୍ରଭୁ ପଦ ସାହୁ, (୨୬) ବାପା ପୁଅ କଟକରୁ ଆପାଚି ମଟର ସାଇକେଲ ନମ୍ବର ଓଡି ୨୧ ଏସ ୪୪୯୩ ରେ ପଞ୍ଚୁପଲାଇ ପୋଖରିଆପଡା ନିଜ ଘରକୁ ଫେରୁଥିଲେ l ପାରାଦ୍ୱୀପ କଷ୍ଟମ କାର୍ଯ୍ୟାଳୟ ରେ ଲାଗିଥିବା ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬, ପାରାଦ୍ୱୀପରୁ କଟକ ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳ କଟକ - ପାରାଦ୍ୱୀପ ରାସ୍ତା ସାରଳା ରୋଡ଼ ଗ୍ରାମ୍ୟବ୍ୟାଙ୍କ ସମ୍ମୁଖରେ ମଟର ସାଇକେଲକୁ ଡାହାଣରୁ ଘୋଷାଡ଼ି ଆଣିଥିଲା ଚାପିଦେଇଥିଲା l ଯାହାଫଳରେ ମଟରସାଇକଲେରେ ଥିବା ଦୁଇଜଣ ବାପାପୁଅ ରାସ୍ତାକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ଉପସ୍ଥିତ କିଛି ଯୁବକ ସଙ୍ଗେ ସଙ୍ଗେ ସ୍ଥାନୀୟ ମଣିଜଙ୍ଗା ମେଡିକାଲକୁ ନେଇଯାଇଥିଲେ l ସେଠାରେ ସେମାନେ ଚିକିଶ୍ଚିତ ହେଉଥିବା ଜଣାପଡିଛି l ମାରୁତି ସୁଇଫ୍ଟ ଡିଜେୟାର ନମ୍ବର ଓଡି ୩୩ ଟି ୪୩୧୬ ଗାଡିଟି ପାରାଦ୍ୱୀପ ଅଞ୍ଚଳର ବୋଲି ଜଣାପଡିଛି l ଉଭୟ ଦୁଇଟି ଗାଡିକୁ ତିର୍ତ୍ତୋଲ ପୋଲିସ ଜବତ କରି ଥାନାକୁ ନେଇଥିବା ଜଣାପଡିଛି l2
- ଜୟ ଜଗନ୍ନାଥ ଓଡ଼ିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ ଜୟ ଯବାନ ଜୟ କିସାନ୍,ଜୟ ଜଗନ୍ନାଥ1
- Post by Gagan Bhoi1
- Post by Himanshu Nanda1
- ଗାଡ଼ିରେ ପ୍ରେସ୍ ଲେଖୁଥିଲେ ସାବଧାନ! ପୋଲିସ୍ ଚେକିଙ୍ଗରୁ ବଞ୍ଚିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖି ଛାତି ଫୁଲାଇ ବୁଲୁଥିଲେ ବାବୁ। ଧରାପଡ଼ି ଗଲେ 😂 ପ୍ରେସ୍ ଲେଖି ମନ ଇଚ୍ଛା ଗାଡ଼ି ଧରି ରାସ୍ତାରେ ବୁଲିବା ପଡ଼ିଲା ମହଙ୍ଗା । ଚେକିଂ ବେଳେ ଧରାପଡ଼ିଗଲେ କଟକ ଟ୍ରାଫିକ୍ ଆଇଆଇସିଙ୍କ ହାବୁଡ଼ରେ।1
- Post by Sibanava Panda2
- Post by NEWS MANORANJAN1
- Post by Gagan Bhoi1