କରଞ୍ଜିଆ ବ୍ଲକ ଅନ୍ତର୍ଗତ ବଡଦେଉଳୀ ପଞ୍ଚାୟତର ଭଅଁରା ହୁଡିସାହି ଠାରେ ନିର୍ଭୟା କଳାବିକାଶ କେନ୍ଦ୍ର ଓ ନିର୍ଭୟା କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ତିନିଦିନିଆ ରାଜ୍ୟସ୍ତରୀୟ ‘ନିର୍ଭୟା ରଜ ମହୋତ୍ସବ–୨୦୨୬’ ଓ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଦିବସରେ କରଞ୍ଜିଆ ବିଇଓ ତରୁଲତା ନାଏକ ମୁଖ୍ୟ ଅତିଥି, ପାଞ୍ଚପୀଢ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ କୁମାର ପୃଷ୍ଟି ସମ୍ମାନିତ ଅତିଥି ଏବଂ କାଦଡିହା ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାଗବତ ଲେଙ୍କା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍ସବର ମହତ୍ତ୍ୱ ଓ ଗ୍ରାମାଞ୍ଚଳରେ ପ୍ରତିଭା ବିକାଶର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ସହ ନିର୍ଭୟା କଳାବିକାଶ କେନ୍ଦ୍ରର ନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ତିନିଦିନ ଧରି ରଜ ପର୍ବକୁ କେନ୍ଦ୍ର କରି ଆୟୋଜିତ ବିଭିନ୍ନ ପାରମ୍ପରିକ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ ବିଶିଷ୍ଟ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ସଭାନେତ୍ରୀ କ୍ଷୀରମଣୀ ନାୟକ ସଭାପତିତ୍ୱ କରିଥିଲେ ଏବଂ ସୁନାମଧନ୍ୟ କଣ୍ଠଶିଳ୍ପୀ ଇପସିତ୍ ପତିଙ୍କ ମନୋମୁଗ୍ଧକର ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବିଭୋର କରିଥିଲା। ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ମଞ୍ଚ ପ୍ରଦାନ କରି ସେମାନଙ୍କ ଦକ୍ଷତାର ବିକାଶ ପାଇଁ ନିର୍ଭୟା କଳାବିକାଶ କେନ୍ଦ୍ର ଓ ନିର୍ଭୟା କ୍ଲବ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଅତିଥି ଓ ଉପସ୍ଥିତ ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିଲେ। ନୃତ୍ୟଗୁରୁ ଶିପୁନ କୁମାର ମହାକୁଡ଼ ସମସ୍ତ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କ୍ଲବ ଓ ଏକାଡେମୀର ସଞ୍ଜୟ ଆଙ୍କୁଳିଆ, କ୍ଷୀରୋଦ ଆଙ୍କୁଳିଆ, ମନୋଜ ଆଙ୍କୁଳିଆ, ନିତିଆ ଆଙ୍କୁଳିଆ, ବାସୁ ଆଙ୍କୁଳିଆ, ଛୁନୁ ଆଙ୍କୁଳିଆଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।

- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗ୍ରାମରେ ଚାଲିଥିବା ରଜ ମହୋତ୍ସବ ଜୁନ୍ ୨୦ ତାରିଖରେ ଆନନ୍ଦ ଉଲ୍ଲାସରେ ଉଦ୍ଯାପିତ ହୋଇଯାଇଛି। ବିସ୍ତାପାଳ ଆମ୍ବତୋଟାଠାରେ ଆୟୋଜିତ ଏହି ମହୋତ୍ସବରେ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳି ଓ ମୀନା ବଜାରର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଦିବାସୀ ସଂପ୍ରଦାୟର ଲୋକେ ଏକାଠି ହୋଇଥିଲେ। ମାଦଳର ତାଳେ ତାଳେ ପୁଅ, ଝିଅ, ବୋହୂ ଏବଂ ମହିଳାମାନେ ହାତକୁ ହାତ ଛନ୍ଦି ନାଚଗୀତରେ ମଜ୍ଜି ରହିଥିଲେ। ସେମାନେ ରଜପାନ ଖାଇ ରଜ ଗୀତ ଗାଇ ଦୋଳିରେ ଝୁଲିବାର ଦୃଶ୍ୟ ବେଶ୍ ମନୋରମ ଥିଲା।1
- କେନ୍ଦୁଝର ସଦର ପୋଲିସ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପଟେଶ୍ୱର ବାରିକଙ୍କୁ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ସଫଳତାର ସହ ଗିରଫ କରିଛି। ଏହି ମାମଲା କେନ୍ଦୁଝର ସଦର ଥାନାରେ ମାମଲା ନଂ–୩୫୩/୨୬, ଧାରା ୧୦୩(୧) ବି.ଏନ୍.ଏସ୍. ଅନୁଯାୟୀ ରୁଜୁ ହୋଇଥିଲା। ଅଭିଯୁକ୍ତ ପଟେଶ୍ୱର ବାରିକ (୨୬ ବର୍ଷ), ମନୁ ବାରିକଙ୍କ ପୁଅ ଏବଂ ସେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମର ବାସିନ୍ଦା ଅଟନ୍ତି। ଅଭିଯୁକ୍ତ ପଟେଶ୍ୱର ବାରିକ ଆଲେଖ ମହିମା ଅନୁଗାମୀ ଶ୍ରୀକାନ୍ତ ମହାକୁଡଙ୍କୁ କିପରି ହତ୍ୟା କରିଥିଲେ, ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଘଟଣାସ୍ଥଳରେ ଅପରାଧର ପୁନଃନିର୍ମାଣ (Crime Scene Recreation) କରାଯାଇଥିଲା।1
- ବିଶ୍ୱ ଗୁରୁ ଭାରତଙ୍କ ଦ୍ୱାରା କରାଯାଇଥିବା ସୃଷ୍ଟି ରଚନାର ପ୍ରମାଣ ଦେଖିବାକୁ ଏକ ଆହ୍ୱାନ କରାଯାଇଛି।1
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 20, 2026 ରେ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁ ଗସ୍ତ କରିଛନ୍ତି। ସକାଳ 11:15 ରୁ ଆରମ୍ଭ ହୋଇଥିବା ଏହି ଗସ୍ତ ସମୟରେ ଉଭୟ ନେତା ଆଧ୍ୟାତ୍ମିକ ପୀଠ ଦର୍ଶନ କରିବା ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ପାହାଡ଼ପୁର ଗାଁକୁ ପାରମ୍ପରିକ ରଙ୍ଗରେ ସଜାଯାଇଥିଲା ଏବଂ ଉଭୟ ନେତାଙ୍କ ଆଦିବାସୀ ଗାଁରେ ଏକାଠି ଚାଲିବା ଏକ ବିରଳ ମୁହୂର୍ତ୍ତ ବୋଲି କୁହାଯାଉଛି। ନେତାଦ୍ୱୟ ପ୍ରଥମେ ଗୋସାଣୀ ପୀଠରେ ପୂଜାର୍ଚନା କରିଥିଲେ, ଯାହାକି ସାନ୍ତାଳୀ ସମ୍ପ୍ରଦାୟର ଗ୍ରାମ ଦେବତା, ପୂର୍ବପୁରୁଷଙ୍କ ଆତ୍ମା ଓ ଆଧ୍ୟାତ୍ମିକ ରକ୍ଷକଙ୍କ ବାସସ୍ଥଳୀ। ଏଠାରେ ପାରମ୍ପରିକ ସାନ୍ତାଳୀ ପୋଷାକ ପିନ୍ଧିବା ପରମ୍ପରା ଥିବାରୁ ସୁରକ୍ଷା କର୍ମୀମାନେ ମଧ୍ୟ ପୂଜା ପୂର୍ବରୁ ସାନ୍ତାଳୀ କପଡା ପିନ୍ଧିଥିଲେ। ଏହାପରେ ସେମାନେ ସାନ୍ତାଳ ଓ ହୋ ଆଦିବାସୀ ସମ୍ପ୍ରଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସାନ୍ତାଳୀ ଜାହେରା ଓ ହୋ ଜାହେରାର ପବିତ୍ର ବନରେ ପ୍ରାର୍ଥନା କରିଥିଲେ। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ, ଉଭୟ ପାହାଡ଼ପୁରର ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତିଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ପ୍ରତିଷ୍ଠିତ SLS ମେମୋରିଆଲ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ, ଯେଉଁମାନେ ଉଭୟ ନେତାଙ୍କୁ ସ୍ୱାଗତ କରିବାକୁ ଉତ୍ସାହରେ ଭରପୂର ଥିଲେ। ଏହି ଗସ୍ତର ମୂଳ ଲକ୍ଷ୍ୟ ଥିଲା ଆଦିବାସୀ ଅଞ୍ଚଳରେ ଶିକ୍ଷା ଓ ଦକ୍ଷତା ବିକାଶକୁ ମଜବୁତ କରିବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱର୍ଗତ ସ୍ୱାମୀ ଓ ପୁଅମାନଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜୁନ୍ 20 ତାରିଖ ରାଷ୍ଟ୍ରପତି ମୁର୍ମୁଙ୍କ 68ତମ ଜନ୍ମଦିନ ମଧ୍ୟ ଥିଲା। ପାହାଡ଼ପୁର ଗସ୍ତ ପରେ, ଉଭୟ ନେତା ଅପରାହ୍ନ 1:00 ରେ ରାଇରଙ୍ଗପୁରରେ ଆୟୋଜିତ ମହାସମାବେଶରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ଉଦ୍ଦିଷ୍ଟ। ଏହାର ବିଷୟବସ୍ତୁ ହେଉଛି "ବିକାଶ ର ଧାରା, ଓଡ଼ିଶା ସାରା"। ଏହି ସମାବେଶରେ ଶକ୍ତି, ରାସ୍ତା, ସ୍ୱାସ୍ଥ୍ୟ, ଜଳସେଚନ ଓ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ₹47,600 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କିମ୍ବା ଶିଳାନ୍ୟାସ କରାଯିବ। ମୁଖ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ 600 MW Upper Indravati Pumped Storage, IB Thermal Stage-II ଏବଂ ₹25,016 କୋଟିର Coal Gasification ପ୍ରକଳ୍ପ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଏହି 50,000 ରୁ ଅଧିକ ଜନସମାବେଶକୁ ସମ୍ବୋଧନ କରିବେ। ଗସ୍ତ ସମୟରେ, ପାହାଡ଼ପୁର ଗାଁ "ପାରମ୍ପରିକ ରଙ୍ଗରେ ସଜ୍ଜିତ" ହୋଇଥିଲା, ଯେଉଁଥିରେ ଘର କାନ୍ଥରେ ଫୁଲ ଓ ପ୍ରକୃତି ଚିତ୍ର ସହ ସାନ୍ତାଳ କଳା ଶୋଭା ପାଉଥିଲା। ଗସ୍ତ ପାଇଁ 120 ପ୍ଲାଟୁନ୍ ଫୋର୍ସ ସହିତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ପାହାଡ଼ପୁରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା।1
- ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଘସିପୁରା ବ୍ଲକର ଦରଡିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ବିଭାଗ, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମିଶନ ଶକ୍ତି ଏବଂ ଶ୍ରମ ବିଭାଗର ବିଭିନ୍ନ କର୍ମଚାରୀମାନେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀମାନେ ଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି।1
- ରାଜ୍ୟରେ ସରକାର ଗଠନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଦରଡିପାଳ ପଞ୍ଚାୟତରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।1
- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ରତନପୁର ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଜମି ବିବାଦ କାରଣରୁ ଅଟକି ରହିଛି। ଚଳିତ ବର୍ଷ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ୧୦ ଲକ୍ଷ ଟଙ୍କା କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ହୋଇଥିବା ବେଳେ ବିଦ୍ୟାଳୟ ନିକଟରେ ଥିବା ଏକ ଘରୋଇ ଜମିର ମାଲିକଙ୍କ ବିରୋଧ ଯୋଗୁଁ କାମ ଆଗେଇ ପାରୁନାହିଁ। ରାସ୍ତା କାମ ଅଟକି ରହିବା ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତାଟି କାଦୁଅମୟ ହୋଇ ପାଣି ଜମି ରହୁଛି, ଯାହା ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ଯାତାୟାତରେ ଅତ୍ୟନ୍ତ କଷ୍ଟକର ହେଉଛି। ମାଟି ରାସ୍ତାରେ ବାଇକ୍, ସାଇକେଲରେ ଯିବା ଆସିବା କରିବା କଷ୍ଟକର ହେଉଥିବା ବେଳେ ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଥିପାଇଁ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ୨୧ ଜଣ ଛାତ୍ରଛାତ୍ରୀ ଏବଂ ଦୁଇ ଜଣ ଶିକ୍ଷୟତ୍ରୀ ଚିନ୍ତାରେ ପଡ଼ିଯାଇଛନ୍ତି, କାରଣ ବିଦ୍ୟାଳୟରେ ପ୍ରବେଶ କରିବାକୁ ବାଧା ସୃଷ୍ଟି ହେଉଛି। ଗ୍ରାମବାସୀ ଏହି ସମସ୍ୟା ନେଇ କେନ୍ଦୁଝର ଜିଲ୍ଲାପାଳ ଏବଂ ସଦର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ, ଏହି ଜମି ପଟ୍ଟାଭୁକ୍ତ ହୋଇଥିବାରୁ କଂକ୍ରିଟ ରାସ୍ତା ନିର୍ମାଣରେ ବାଧା ଦେଖାଦେଇଛି। ଗ୍ରାମବାସୀ ତୁରନ୍ତ ଏହି ସମସ୍ୟା ପ୍ରତି କେନ୍ଦୁଝର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।1
- ଏକ ଅମାନୁଷିକ କାର୍ଯ୍ୟରେ ଜଣଙ୍କୁ ଉଲଗ୍ନ କରି ନିବସ୍ତ୍ର କରାଯାଇଛି ଏବଂ ଚୁଟି ଭିଡାଯାଇଛି। ଏଥିରେ ସମ୍ପୃକ୍ତ ଲୋକମାନେ ମାଆ-ଉଉଣୀଙ୍କ ସମ୍ମାନ ଏବଂ ସମସ୍ତ ଲଜ୍ଜାକୁ ଭୁଲିଯାଇ ମାନବିକତାକୁ ମୋଡିମକଚି ଦେଇଛନ୍ତି। ପୀଡ଼ିତ ବ୍ୟକ୍ତି ଜଣକ ନିଜ ଦେହ ଲୁଚାଇବା ପାଇଁ ଖଣ୍ଡେ କନା ଖୋଜି ହାତ ଯୋଡି ନେହୁରା ହେଉଥିଲେ ମଧ୍ୟ, ଏହି ଲୋକମାନେ ତାଙ୍କ ପ୍ରତି ଏଭଳି ବ୍ୟବହାର କରିଛନ୍ତି। ଏଭଳି ଘଟଣା ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯେ 'ଏସବୁ କଣ ହେଉଛି'।1