logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସରସ୍ୱତୀ ଶିଶୁ ମନ୍ଦିର, ଲଇଡାର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର କଟରୀଙ୍କୁ ତାଙ୍କର ସ.ଶି.ମ. ଭୋଜପୁରକୁ ସ୍ଥାନାନ୍ତରଣ ହୋଇଥିବା ଯୋଗୁଁ ୨୧/୬/୨୦୨୬ ରବିବାର ଦିନ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କୁଟୁରା ଚୁଆଁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରିଚାଳନା ସମିତି ଉପଦେଷ୍ଟା ସଦସ୍ୟ ଶ୍ରୀଯୁକ୍ତ ନିଳାଞ୍ଚଳ ତିୱାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ତିୱାରୀ ପ୍ରଧାନ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ନିରାମୟ ଜୀବନ ଓ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତି ସଂପାଦକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ, ସଦସ୍ୟା ସୁଶ୍ରୀ ନବୀନା ପଶାୟତ ଓ ଶ୍ରୀମତୀ କବିତା ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ରମେଶ କାହାଳୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ସୁଶ୍ରୀ ରୋଜିରଣା ଧନ୍ୟବାଦ ଜ୍ଞାପନ କରିଥିଲେ। ଶ୍ରୀଯୁକ୍ତ ପ୍ରମୋଦ କୁମାର କଟରୀ ଜଣେ ସରଳ, ନିରାଡମ୍ବର, ମିଷ୍ଟଭାଷୀ, ଶିଶୁପ୍ରେମୀ, ନମ୍ର ଏବଂ ଉତ୍ତମ ଆଚରଣର ବ୍ୟକ୍ତିତ୍ୱ ଥିବାରୁ ସେ ସ୍ଥାନୀୟ ଅଞ୍ଚଳ ତଥା ଅଭିଭାବକ ମହଲରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ।

2 hrs ago
user_Biswanath Patel
Biswanath Patel
Local News Reporter ରେଙ୍ଗାଲି, ସମ୍ବଲପୁର, ଓଡ଼ିଶା•
2 hrs ago
4111f10c-035e-4c59-bfd8-4f2edf4b7ef5

ସରସ୍ୱତୀ ଶିଶୁ ମନ୍ଦିର, ଲଇଡାର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର କଟରୀଙ୍କୁ ତାଙ୍କର ସ.ଶି.ମ. ଭୋଜପୁରକୁ ସ୍ଥାନାନ୍ତରଣ ହୋଇଥିବା ଯୋଗୁଁ ୨୧/୬/୨୦୨୬ ରବିବାର ଦିନ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କୁଟୁରା ଚୁଆଁ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରିଚାଳନା ସମିତି ଉପଦେଷ୍ଟା ସଦସ୍ୟ ଶ୍ରୀଯୁକ୍ତ ନିଳାଞ୍ଚଳ ତିୱାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ତିୱାରୀ ପ୍ରଧାନ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ନିରାମୟ ଜୀବନ ଓ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

236ca58d-4b19-4fd1-9d89-36b4239433de

ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତି ସଂପାଦକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ, ସଦସ୍ୟା ସୁଶ୍ରୀ ନବୀନା ପଶାୟତ ଓ ଶ୍ରୀମତୀ କବିତା ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ରମେଶ କାହାଳୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ସୁଶ୍ରୀ ରୋଜିରଣା ଧନ୍ୟବାଦ ଜ୍ଞାପନ କରିଥିଲେ। ଶ୍ରୀଯୁକ୍ତ ପ୍ରମୋଦ କୁମାର କଟରୀ ଜଣେ ସରଳ, ନିରାଡମ୍ବର, ମିଷ୍ଟଭାଷୀ, ଶିଶୁପ୍ରେମୀ, ନମ୍ର ଏବଂ ଉତ୍ତମ ଆଚରଣର ବ୍ୟକ୍ତିତ୍ୱ ଥିବାରୁ ସେ ସ୍ଥାନୀୟ ଅଞ୍ଚଳ ତଥା ଅଭିଭାବକ ମହଲରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ।

More news from Jharsuguda and nearby areas
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁଶ୍ରାଲୋଇ ପଞ୍ଚାୟତରେ କୋଲ ଗ୍ୟାସିଫିକେସନ ଆମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୨୫ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ କରାଯାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭାରତ କୋଲ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ (ବିସିଜିସିଏଲ୍) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ ହେବ ଏବଂ ଏହା ଦ୍ୱାରା ପ୍ରାୟ ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ ପ୍ରକଳ୍ପ, ଯାହା ଦେଶର ଊର୍ଜା ସୁରକ୍ଷା ପାଇଁ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିରେ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ଏହି ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, ବିସିଜିସିଏଲ୍‌ର ଚେୟାରମ୍ୟାନ୍ ଆସିଷ କୁମାର, ଏମସିଏଲ୍‌ର ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡା ଜିଲ୍ଲାପାଳ ଏବଂ ଝାରସୁଗୁଡା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ବିସିଜିସିଏଲ୍ ହେଉଛି ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠିତ ଏକ ଯୌଥ ଉଦ୍ୟୋଗ। ଗତ ଏପ୍ରିଲ୍‌ରେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍) ଓ ବିସିଜିସିଏଲ୍ ମଧ୍ୟରେ ଜମି ଲିଜ୍ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଦେଶରେ କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପ ପାଇଁ ଏକ ମଡେଲ୍ ଭାବେ କାର୍ଯ୍ୟ କରିବ ଏବଂ କୋଲ୍ ଗ୍ୟାସିଫିକେସନ କ୍ଷମତା ବଢ଼ାଇବା ଦ୍ୱାରା ଦେଶ ପ୍ରାକୃତିକ ଗ୍ୟାସ, ମିଥାନଲ, ଆମୋନିଆ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସାୟନିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ।
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁଶ୍ରାଲୋଇ ପଞ୍ଚାୟତରେ କୋଲ ଗ୍ୟାସିଫିକେସନ ଆମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୨୫ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ କରାଯାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ଭାରତ କୋଲ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ (ବିସିଜିସିଏଲ୍) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ ହେବ ଏବଂ ଏହା ଦ୍ୱାରା ପ୍ରାୟ ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ ପ୍ରକଳ୍ପ, ଯାହା ଦେଶର ଊର୍ଜା ସୁରକ୍ଷା ପାଇଁ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିରେ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ।

ଏହି ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, ବିସିଜିସିଏଲ୍‌ର ଚେୟାରମ୍ୟାନ୍ ଆସିଷ କୁମାର, ଏମସିଏଲ୍‌ର ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡା ଜିଲ୍ଲାପାଳ ଏବଂ ଝାରସୁଗୁଡା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ବିସିଜିସିଏଲ୍ ହେଉଛି ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠିତ ଏକ ଯୌଥ ଉଦ୍ୟୋଗ। ଗତ ଏପ୍ରିଲ୍‌ରେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍) ଓ ବିସିଜିସିଏଲ୍ ମଧ୍ୟରେ ଜମି ଲିଜ୍ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଦେଶରେ କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପ ପାଇଁ ଏକ ମଡେଲ୍ ଭାବେ କାର୍ଯ୍ୟ କରିବ ଏବଂ କୋଲ୍ ଗ୍ୟାସିଫିକେସନ କ୍ଷମତା ବଢ଼ାଇବା ଦ୍ୱାରା ଦେଶ ପ୍ରାକୃତିକ ଗ୍ୟାସ, ମିଥାନଲ, ଆମୋନିଆ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସାୟନିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    13 hrs ago
  • ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ହାଡ଼ିପାଲି ଗ୍ରାମପଞ୍ଚାୟତର ବିଜାଗୁଡ଼ା ଠାରେ ସୁମି ବାଗଙ୍କ ପକ୍ଷରୁ ଏକ ବଏଠିକି କୀର୍ତନ ଆୟୋଜିତ ହୋଇଛି।
    1
    ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ହାଡ଼ିପାଲି ଗ୍ରାମପଞ୍ଚାୟତର ବିଜାଗୁଡ଼ା ଠାରେ ସୁମି ବାଗଙ୍କ ପକ୍ଷରୁ ଏକ ବଏଠିକି କୀର୍ତନ ଆୟୋଜିତ ହୋଇଛି।
    user_Rajkishor Sethi
    Rajkishor Sethi
    କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    18 hrs ago
  • ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପଞ୍ଚାୟତ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରପାଲି ବିଡିଓ ସୁମନ୍ତ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତ ସ୍ତରରେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, କୃଷି, ପଶୁପାଳନ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ, ଗ୍ରାମ୍ୟ ବିକାଶ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରପାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ମହିଳାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁ, ବରପାଲି ବ୍ଲକ ସାଂସଦ ପ୍ରତିନିଧି ଅଚ୍ୟୁତାନନ୍ଦ ବାରିକ, ବିଧାୟକ ପ୍ରତିନିଧି ଧିରୋଜ ପଧାନ ଏବଂ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭେଟେରିନାରୀ ଡ. ଜ୍ୟୋତିପ୍ରକାଶ ପଧାନ, ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝି, ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ଯୋଗାଣ ଅଧିକାରୀ ମନିକା ମିଶ୍ର, ସମାଜ ମଙ୍ଗଳ ଅଧିକାରୀ ବର୍ଷା ରାଣୀ ମେହେର ଏବଂ ସିଡିପିଓ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଅଜିତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।
    3
    ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପଞ୍ଚାୟତ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବରପାଲି ବିଡିଓ ସୁମନ୍ତ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତ ସ୍ତରରେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, କୃଷି, ପଶୁପାଳନ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ, ଗ୍ରାମ୍ୟ ବିକାଶ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରପାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ମହିଳାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁ, ବରପାଲି ବ୍ଲକ ସାଂସଦ ପ୍ରତିନିଧି ଅଚ୍ୟୁତାନନ୍ଦ ବାରିକ, ବିଧାୟକ ପ୍ରତିନିଧି ଧିରୋଜ ପଧାନ ଏବଂ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭେଟେରିନାରୀ ଡ. ଜ୍ୟୋତିପ୍ରକାଶ ପଧାନ, ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝି, ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ଯୋଗାଣ ଅଧିକାରୀ ମନିକା ମିଶ୍ର, ସମାଜ ମଙ୍ଗଳ ଅଧିକାରୀ ବର୍ଷା ରାଣୀ ମେହେର ଏବଂ ସିଡିପିଓ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଅଜିତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    20 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ଏବଂ ଖଣ୍ଡହତା ଆଦି ଉପାନ୍ତ ଅଞ୍ଚଳରେ ଆଜି ସକାଳୁ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଝିପିଝିପି ବର୍ଷା ଲାଗି ରହିଥିବାରୁ ଅଞ୍ଚଳବାସୀ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଏହି ବର୍ଷା ଯୋଗୁଁ ଚାଷ କାମ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଥିବାରୁ ଚାଷୀମାନେ ବେଶ୍ ଖୁସି ଅନୁଭବ କରୁଛନ୍ତି ଏବଂ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ଏବଂ ଖଣ୍ଡହତା ଆଦି ଉପାନ୍ତ ଅଞ୍ଚଳରେ ଆଜି ସକାଳୁ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଝିପିଝିପି ବର୍ଷା ଲାଗି ରହିଥିବାରୁ ଅଞ୍ଚଳବାସୀ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଏହି ବର୍ଷା ଯୋଗୁଁ ଚାଷ କାମ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଥିବାରୁ ଚାଷୀମାନେ ବେଶ୍ ଖୁସି ଅନୁଭବ କରୁଛନ୍ତି ଏବଂ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୋନପୁର ଜିଲ୍ଲା ଅନ୍ତର୍ଗତ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି।
    1
    ସୋନପୁର ଜିଲ୍ଲା ଅନ୍ତର୍ଗତ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ସୁବର୍ଣ୍ଣପୁରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ, ୧୦୮ ଭରି ସୁନାରେ ତିଆରି ସୁବର୍ଣ୍ଣନାଗ ଏବଂ ବାବା ଚନ୍ଦ୍ରଶେଖର ମଧ୍ୟ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଭବ୍ୟ ଦର୍ଶନକୁ ନେଇ ସ୍ଥାନୀୟ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
    1
    ସୁବର୍ଣ୍ଣପୁରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ, ୧୦୮ ଭରି ସୁନାରେ ତିଆରି ସୁବର୍ଣ୍ଣନାଗ ଏବଂ ବାବା ଚନ୍ଦ୍ରଶେଖର ମଧ୍ୟ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଭବ୍ୟ ଦର୍ଶନକୁ ନେଇ ସ୍ଥାନୀୟ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
    user_Ranjan hota
    Ranjan hota
    Sonepur, Odisha•
    14 hrs ago
  • ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁଶ୍ରାଲୋଇ ପଞ୍ଚାୟତରେ କୋଲ ଗେସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଆଭାସୀ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଛନ୍ତି। ୨୫ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଭାରତ କୋଲ ଗେସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ ପକ୍ଷରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ପ୍ରକଳ୍ପର ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, ଭାରତ କୋଲ ଗେସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ର ଚେୟାରମ୍ୟାନ ଆସିଷ କୁମାର, ଏମସିଏଲ ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡା ଜିଲ୍ଲାପାଳ ଏବଂ ଝାରସୁଗୁଡା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ ହେବ ଏବଂ ଏହା ଦ୍ୱାରା ପ୍ରାୟ ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ଦେଶର ଊର୍ଜା ସୁରକ୍ଷା ପାଇଁ କୋଇଲାରୁ ଆମୋନିଅମ୍ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିଅମ୍ ନାଇଟ୍ରେଟ୍ ପ୍ରକଳ୍ପ। ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଓ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ୍ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ୍) ପକ୍ଷରୁ ଏହି ପ୍ରକଳ୍ପ ସ୍ଥାପନ କରାଯାଉଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍ ଆମୋନିଅମ୍ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଭେଲ୍ ଦ୍ବାରା ବିକାଶ କରାଯାଇଥିବା ସ୍ବଦେଶୀ ଜ୍ଞାନ କୌଶଳ ବ୍ୟବହାର କରାଯିବ। ଗତ ଏପ୍ରିଲ୍‌ରେ ଏହି ପ୍ରକଳ୍ପ ପାଇଁ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍) ଓ ବିସିଜିସିଏଲ୍ ମଧ୍ୟରେ ଜମି ଲିଜ୍ ବୁଝାମଣା ସ୍ବାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ମଞ୍ଜୁର କରାଯାଇଛି। ଦେଶରେ କୋଲ୍ ଗ୍ୟାସିଫିକେସନ୍ କ୍ଷମତା ବୃଦ୍ଧି ହେଲେ ପ୍ରାକୃତିକ ଗ୍ୟାସ, ମିଥାନଲ, ଆମୋନିଆ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ରାସାୟନିକ କ୍ଷେତ୍ରରେ ଆମ ଦେଶ ଆତ୍ମନିର୍ଭର ହୋଇପାରିବ।
    1
    ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁଶ୍ରାଲୋଇ ପଞ୍ଚାୟତରେ କୋଲ ଗେସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଆଭାସୀ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଛନ୍ତି। ୨୫ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଭାରତ କୋଲ ଗେସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ ପକ୍ଷରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ପ୍ରକଳ୍ପର ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, ଭାରତ କୋଲ ଗେସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ର ଚେୟାରମ୍ୟାନ ଆସିଷ କୁମାର, ଏମସିଏଲ ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡା ଜିଲ୍ଲାପାଳ ଏବଂ ଝାରସୁଗୁଡା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ ହେବ ଏବଂ ଏହା ଦ୍ୱାରା ପ୍ରାୟ ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ପ୍ରକଳ୍ପ ଦେଶର ଊର୍ଜା ସୁରକ୍ଷା ପାଇଁ କୋଇଲାରୁ ଆମୋନିଅମ୍ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିଅମ୍ ନାଇଟ୍ରେଟ୍ ପ୍ରକଳ୍ପ। ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଓ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ୍ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ୍) ପକ୍ଷରୁ ଏହି ପ୍ରକଳ୍ପ ସ୍ଥାପନ କରାଯାଉଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍ ଆମୋନିଅମ୍ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଭେଲ୍ ଦ୍ବାରା ବିକାଶ କରାଯାଇଥିବା ସ୍ବଦେଶୀ ଜ୍ଞାନ କୌଶଳ ବ୍ୟବହାର କରାଯିବ।

ଗତ ଏପ୍ରିଲ୍‌ରେ ଏହି ପ୍ରକଳ୍ପ ପାଇଁ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍) ଓ ବିସିଜିସିଏଲ୍ ମଧ୍ୟରେ ଜମି ଲିଜ୍ ବୁଝାମଣା ସ୍ବାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ମଞ୍ଜୁର କରାଯାଇଛି। ଦେଶରେ କୋଲ୍ ଗ୍ୟାସିଫିକେସନ୍ କ୍ଷମତା ବୃଦ୍ଧି ହେଲେ ପ୍ରାକୃତିକ ଗ୍ୟାସ, ମିଥାନଲ, ଆମୋନିଆ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ରାସାୟନିକ କ୍ଷେତ୍ରରେ ଆମ ଦେଶ ଆତ୍ମନିର୍ଭର ହୋଇପାରିବ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    17 hrs ago
  • ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଏବଂ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବହୁଗୁଣୀ ପ୍ରତିଭାର ଅଧିକାରୀ ଦୟାନିଧି ମିଶ୍ରଙ୍କ ସ୍ମୃତିରେ ବରଗଡ଼ ଓଡ଼ିଶା ସାହିତ୍ୟ ଏକାଡେମୀ, ଦୟାନିଧି ମିଶ୍ର ସ୍ମୃତି କମିଟି, ବରପାଲି ଏବଂ ବରପାଲି ମହାବିଦ୍ୟାଳୟର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଜୟନ୍ତୀ ଦାଶ ଉଦଘାଟନ କରିଥିବାବେଳେ ବିଶିଷ୍ଟ ସାହିତ୍ୟିକ ରବୀନ୍ଦ୍ର କୁମାର ଗଡ଼ତିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ମହାବିଦ୍ୟାଳୟର IQAC ସଂଯୋଜକ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ ଏବଂ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ ସଂଯୋଜକ ଦାୟିତ୍ୱ ତୁଲାଇଥିଲେ। ଅଧ୍ୟାପକ ଡ. ବିଶ୍ୱନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଡ. ସମ୍ବିତା ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଦୟାନିଧି ସାହିତ୍ୟ ଆଲୋଚନା ସମ୍ପର୍କୀୟ ଦ୍ୱିତୀୟ ଅଧିବେଶନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଗୋପୀନାଥ ବାଗ ସଭାମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ତିନିଜଣ ବିଶିଷ୍ଟ ଆଲୋଚକ ଭାବରେ ବିଜେପୁର ମହାବିଦ୍ୟାଳୟର ଅଧ୍ୟାପକ ଡ. ଶେଷ ମେହେର, ଅତାବିରା ମହାବିଦ୍ୟାଳୟର ଅଧ୍ୟାପିକା ଡ. ରିଙ୍କି ପଧାନ ଏବଂ ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ. ଜଗନ୍ନାଥ ସାହୁ ଯୋଗଦେଇଥିଲେ। ସେମାନେ ଯଥାକ୍ରମେ ଦୟାନିଧି ମିଶ୍ରଙ୍କ ଗଳ୍ପ, ଉପନ୍ୟାସ ଓ କବିତା ସମ୍ପର୍କରେ ଭାବଗର୍ଭକ ଓ ତଥ୍ୟାତ୍ମକ ଆଲୋଚନା କରିଥିଲେ। ଦୟାନିଧି ମିଶ୍ର ସ୍ମୃତି କମିଟିର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ସାହୁ ଏହାର ସଂଯୋଜନା କରିଥିବାବେଳେ ଅଧ୍ୟାପକ ଅରୁଣ କୁମାର ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଦୟାନିଧି ସାହିତ୍ୟ ସମୁଦ୍ରରେ ଅବଗାହନ କରି ନିଜକୁ ତଲ୍ଲିନ କରିବାର ସୁଯୋଗ ପାଇଥିଲେ। ବକ୍ତାମାନେ ଏହି ଅବସରରେ ଦୟାନିଧି ସାହିତ୍ୟର ଅନେକ ଅନାଲୋଚିତ ଦିଗକୁ ଆଲୋଚନା ପରିସରକୁ ଆଣିଥିଲେ।
    4
    ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଏବଂ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବହୁଗୁଣୀ ପ୍ରତିଭାର ଅଧିକାରୀ ଦୟାନିଧି ମିଶ୍ରଙ୍କ ସ୍ମୃତିରେ ବରଗଡ଼ ଓଡ଼ିଶା ସାହିତ୍ୟ ଏକାଡେମୀ, ଦୟାନିଧି ମିଶ୍ର ସ୍ମୃତି କମିଟି, ବରପାଲି ଏବଂ ବରପାଲି ମହାବିଦ୍ୟାଳୟର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ଜୟନ୍ତୀ ଦାଶ ଉଦଘାଟନ କରିଥିବାବେଳେ ବିଶିଷ୍ଟ ସାହିତ୍ୟିକ ରବୀନ୍ଦ୍ର କୁମାର ଗଡ଼ତିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ମହାବିଦ୍ୟାଳୟର IQAC ସଂଯୋଜକ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ ଏବଂ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ ସଂଯୋଜକ ଦାୟିତ୍ୱ ତୁଲାଇଥିଲେ। ଅଧ୍ୟାପକ ଡ. ବିଶ୍ୱନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଡ. ସମ୍ବିତା ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଦୟାନିଧି ସାହିତ୍ୟ ଆଲୋଚନା ସମ୍ପର୍କୀୟ ଦ୍ୱିତୀୟ ଅଧିବେଶନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଗୋପୀନାଥ ବାଗ ସଭାମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ତିନିଜଣ ବିଶିଷ୍ଟ ଆଲୋଚକ ଭାବରେ ବିଜେପୁର ମହାବିଦ୍ୟାଳୟର ଅଧ୍ୟାପକ ଡ. ଶେଷ ମେହେର, ଅତାବିରା ମହାବିଦ୍ୟାଳୟର ଅଧ୍ୟାପିକା ଡ. ରିଙ୍କି ପଧାନ ଏବଂ ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ. ଜଗନ୍ନାଥ ସାହୁ ଯୋଗଦେଇଥିଲେ। ସେମାନେ ଯଥାକ୍ରମେ ଦୟାନିଧି ମିଶ୍ରଙ୍କ ଗଳ୍ପ, ଉପନ୍ୟାସ ଓ କବିତା ସମ୍ପର୍କରେ ଭାବଗର୍ଭକ ଓ ତଥ୍ୟାତ୍ମକ ଆଲୋଚନା କରିଥିଲେ। ଦୟାନିଧି ମିଶ୍ର ସ୍ମୃତି କମିଟିର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ସାହୁ ଏହାର ସଂଯୋଜନା କରିଥିବାବେଳେ ଅଧ୍ୟାପକ ଅରୁଣ କୁମାର ବାରିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ଦୟାନିଧି ସାହିତ୍ୟ ସମୁଦ୍ରରେ ଅବଗାହନ କରି ନିଜକୁ ତଲ୍ଲିନ କରିବାର ସୁଯୋଗ ପାଇଥିଲେ। ବକ୍ତାମାନେ ଏହି ଅବସରରେ ଦୟାନିଧି ସାହିତ୍ୟର ଅନେକ ଅନାଲୋଚିତ ଦିଗକୁ ଆଲୋଚନା ପରିସରକୁ ଆଣିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    20 hrs ago
  • ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲାରେ ଏକ ମଦ ଦୋକାନରେ ମହିଳାମାନେ ବ୍ୟାପକ ହଙ୍ଗାମା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମହିଳାମାନେ ଦୋକାନ ଭିତରେ ପଶି ଭଙ୍ଗାରୁଜା ମଧ୍ୟ କରିଛନ୍ତି।
    1
    ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲାରେ ଏକ ମଦ ଦୋକାନରେ ମହିଳାମାନେ ବ୍ୟାପକ ହଙ୍ଗାମା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମହିଳାମାନେ ଦୋକାନ ଭିତରେ ପଶି ଭଙ୍ଗାରୁଜା ମଧ୍ୟ କରିଛନ୍ତି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.