ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା (OSSR&TI) ପକ୍ଷରୁ ୧୯ ଜୁନ ୨୦୨୬ ରୁ ୨୩ ଜୁନ ୨୦୨୬ ପର୍ଯ୍ୟନ୍ତ “ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା” ବିଷୟ ଉପରେ ପ୍ରଥମ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସେ ଏହି ଅବସରରେ କହିଥିଲେ ଯେ ରେଶମ ଚାଷ ଏକ ବର୍ଷବ୍ୟାପୀ ଜୀବିକାମୂଳକ କାର୍ଯ୍ୟକଳାପ ଯାହା ଚାଷୀମାନଙ୍କୁ ଲାଭଜନକ ଆୟ ପ୍ରଦାନ କରିଥାଏ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବରୁ ଗତ ୨୪ ଫେବୃଆରୀ ୨୦୨୬ ରେ ଭୁବନେଶ୍ୱରର ଜନତା ମୈଦାନରେ ଆୟୋଜିତ ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳା ଅବସରରେ OSSR&TI ର ଅତ୍ୟାଧୁନିକ ପ୍ରଶିକ୍ଷଣ ଭବନ “ରେଶା ଭବନ” ଉଦ୍ଘାଟିତ ହୋଇଥିଲା। ଓଡ଼ିଶାରେ ପ୍ରାୟ ୧୫,୦୦୦ ପାରମ୍ପରିକ ପରିବାରର ପ୍ରାୟ ୧ ଲକ୍ଷ ଲୋକ ସକ୍ରିୟ ଭାବେ ରେଶମ ଚାଷ କରୁଛନ୍ତି। ଭାରତରେ ମଲବେରି, ଟସର, ଏରି ଏବଂ ମୁଗା ଭଳି ଚାରି ପ୍ରକାର ରେଶମ ଚାଷ କରାଯାଏ, ଯାହା ସେମାନଙ୍କର ଖାଦ୍ୟ ଉଦ୍ଭିଦ, ଜୀବନଚକ୍ରର ଅବଧି, କୋକୁନ ଓ ସୂତାର ଗୁଣବତ୍ତା ଆଦି ଦିଗରେ ଭିନ୍ନ ଅଟନ୍ତି। ଓଡ଼ିଶାରେ ଟସର ଚାଷ ଏକ ପୁରାତନ ଓ ପାରମ୍ପରିକ କୃଷି କାର୍ଯ୍ୟକଳାପ। ରାଜ୍ୟର ୧୪ଟି ପାହାଡ଼ିଆ ଜିଲ୍ଲା ଯଥା—ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରରେ ୪୬,୮୨୮ରୁ ଅଧିକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାର ଟସର ଚାଷ ସହ ଜଡ଼ିତ। ପ୍ରତିବର୍ଷ ୫୦,୦୦୦ରୁ ଅଧିକ ଟସର କୋକୁନ ଉତ୍ପାଦନ ହେଉଥିବା ବେଳେ ଆଦିବାସୀ ଚାଷୀମାନେ ଅତ୍ୟଳ୍ପ ବିହନ ନିବେଶରେ ପ୍ରାୟ ୬ କୋଟି ଟଙ୍କା ଆୟ କରୁଛନ୍ତି। ଏରି ଚାଷ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଜପତି, ଫୁଲବାଣୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଚଳିତ ଅଛି। ପ୍ରାୟ ହଜାରେ ଏକର ଜମିରେ ଏରି ଚାଷ କରାଯାଉଥିବା ବେଳେ ୨,୦୦୦ ହିତାଧିକାରୀ ଏଥିରୁ ଉପକୃତ ହେଉଛନ୍ତି ଏବଂ ପ୍ରତିବର୍ଷ ପ୍ରାୟ ୭ ମେଟ୍ରିକ ଟନ୍ ଏରି କୋକୁନ ଉତ୍ପାଦିତ ହୋଇଥାଏ, ଯାହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା। ମଲବେରି ରେଶମ ଚାଷ ମଧ୍ୟ ଓଡ଼ିଶା ପାଇଁ ଏକ ପାରମ୍ପରିକ କୃଷି କାର୍ଯ୍ୟକଳାପ ଏବଂ ଏହା ଗଜପତି, ରାୟଗଡ଼ା, କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ସୋନପୁର, ଦେବଗଡ଼, ସମ୍ବଲପୁର, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ସହିତ ୧୨ଟି ଜିଲ୍ଲାରେ ଚାଷ କରାଯାଉଛି। ପ୍ରତିବର୍ଷ ହାରାହାରି ୪୦,୦୦୦ କିଲୋଗ୍ରାମ ମଲବେରି କୋକୁନ ଉତ୍ପାଦନ ହେଉଥିବା ବେଳେ ପ୍ରାୟ ୧,୦୦୦ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଚାଷୀ ଏଥିରୁ ବାର୍ଷିକ ପ୍ରାୟ ୫୦ ଲକ୍ଷ ଟଙ୍କା ଆୟ କରୁଛନ୍ତି। ବିଭାଗର ଶାସନ ସଚିବ ଓଡ଼ିଶା ସରକାରଙ୍କ ବହୁମୁଖୀ ପ୍ରଚେଷ୍ଟାକୁ ଉଲ୍ଲେଖ କରି ରେଶମଚାଷୀଙ୍କ ଉନ୍ନତି ନିମନ୍ତେ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ସମ୍ପର୍କରେ ଜଣାଇଥିଲେ। ସେ କହିଥିଲେ ଯେ ଆଗାମୀ ଦିନରେ କୋକୁନ ରିଅରିଂ ପାଇଁ ସେରିସେଡ୍ର ବ୍ୟବସ୍ଥା କରାଯିବ ଏବଂ ରେଶମ ଚାଷୀଙ୍କ ବୀମା ପାଇଁ ମଧ୍ୟ ଚେଷ୍ଟା ଜାରି ରହିଛି। ମହିଳା ରେଶମ ଚାଷୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସ୍ୱତନ୍ତ୍ର ହଷ୍ଟେଲର ବ୍ୟବସ୍ଥା କରାଯାଉଛି। କେନ୍ଦୁଝରର ଭାଗମୁଣ୍ଡାରେ ଥିବା ସ୍ପିନିଂ ୟୁନିଟ୍ର ପୁନରୁଦ୍ଧାର ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସିଲ୍କ ବୋର୍ଡ ଦ୍ୱାରା ଆୟୋଜିତ ରେଶମ ରିଭିଉରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେ ଚାଷୀଙ୍କୁ କୃତଜ୍ଞତା ଜଣାଇଥିଲେ। ସେହିପରି ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଅଧୀନରେ ଆଗାମୀ ୫ ବର୍ଷରେ ସରକାର ୨୭୪ କୋଟି ଟଙ୍କା ବିନିଯୋଗ କରି ଏହି ଚାରି ପ୍ରକାର ରେଶମର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗୋଟିଏ ବର୍ଷ ମଧ୍ୟରେ ୧୧ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ୧୬୫ ଜଣଙ୍କୁ ମାତୃଭାଷାରେ ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ରହିଛି। ଏହି ଅବସରରେ କରୁଣା ସିଲ୍କ, ପୁରୀର ଅମ୍ଳାନ କରୁଣା ସିଲ୍କ ବସ୍ତ୍ରାଳୟ, କେନ୍ଦୁଝରର ଟସର ସିଲ୍କ ପାର୍କ ବିଷୟରେ ଏକ ଅଡିଓ ଭିଜୁଆଲ୍ ପ୍ରେଜେଣ୍ଟେସନ୍ ରଖାଯାଇଥିଲା। ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଏବଂ ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଏକ୍ ପେଡ୍ ମା କେ ନାମ୍ ଅଧୀନରେ ବୃକ୍ଷରୋପଣ କରିଥିଲେ। ଅତିଥିମାନେ ଆୟୋଜିତ ପ୍ରଦର୍ଶନୀ ବୁଲିଦେଖି ବୁନିଆଦ୍ ରିଲିଂ ଯନ୍ତ୍ର ଓ ମୋଟରାଇଜଡ୍ ସ୍ପିନିଂ ମେସିନ୍ ବିଷୟରେ ଆଲୋଚନା କରିଥିଲେ। ଶେଷରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପଟ୍ଟନାୟକ ଅତିଥିଙ୍କ ସମେତ ୧୮ଟି ଜିଲ୍ଲାରୁ ଆସିଥିବା ପ୍ରାଥମିକ ରେଶମ ସମବାୟ ସମିତିର ସଭାପତି, ଉପସଭାପତି, ଅଧିକାରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ତଥା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

- ଜଳସମ୍ପଦ ବିଭାଗ ଅଧୀନରେ ଥିବା ବାଲିଅନ୍ତା ଉପଖଣ୍ଡର ଗୋପ ବ୍ରାଞ୍ଚ କେନାଲ କାର୍ଯ୍ୟ ବର୍ତ୍ତମାନ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହି ଅଧୁରା କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଚାଷୀମାନେ ଜଳସମ୍ପଦ ବିଭାଗ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।1
- ୧୧ ଦିନ ମେଡିକାଲରେ ରହି ସୁସ୍ଥ ହେବା ପରେ ବିବାଦୀୟ ସରପଞ୍ଚ ଚାମେଲି ଓଝା ଘରକୁ ଫେରିଛନ୍ତି। ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଏଣିକି ସେ ପଞ୍ଚାୟତ ବାସୀଙ୍କ ପାଇଁ ଅଧିକ ସେବା କରିବେ।1
- କୁଶଭଦ୍ରା ନଦୀରୁ ବାଲି ଉଠାଣକୁ ନେଇ ଗତକାଲି ରାତିରେ ବାଲିଅନ୍ତା ପଞ୍ଚାୟତର ବଜାର ସାହି ଅଞ୍ଚଳରେ ଗ୍ରାମବାସୀ ଓ ବାଲିମାଫିଆଙ୍କ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ସାରା ରାତି ଧରି ସେଠାରେ ଏକ ଚାପା ଉତ୍ତେଜନା ଲାଗିରହିଥିଲା। ଗ୍ରାମବାସୀମାନେ ବାଲି ବୋଝେଇ ହାଇୱାକୁ ଅଟକ ରଖିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳକୁ ୧୪ଟି ପିସିଆର୍ ଭ୍ୟାନ୍ ସହିତ ୬ ଜଣ ଥାନା ଅଧିକାରୀ ଏବଂ ଜୋନ୍ ୪ର ଏସିପି ପହଞ୍ଚିଥିଲେ। ପୋଲିସ ଅଧିକାରୀମାନେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ଶେଷରେ, ବାଲି ଖାଲି କରି ହାଇୱାଟି ଘଟଣାସ୍ଥଳରୁ ଚାଲିଯାଇଥିଲା। ବାଲିଅନ୍ତା ପଞ୍ଚାୟତର ବଜାର ସାହିରେ ଏହି ସମ୍ପୂର୍ଣ୍ଣ ଘଟଣା ରାତି ତମାମ ଏକ ଉଚ୍ଚାଙ୍ଗ ନାଟକୀୟ ପରିସ୍ଥିତି (ହାଇଡ୍ରାମା) ସୃଷ୍ଟି କରିଥିଲା।1
- ଏମ୍ସ ଭୁବନେଶ୍ୱରର ସହଭାଗିତାରେ ଆୟୋଜିତ ପ୍ରଥମ ମାଗଣା ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।1
- ପାତେଲ ଗ୍ରାମରେ ଶୀତଳ ଷଷ୍ଠୀ ପର୍ବକୁ ଅତ୍ୟନ୍ତ ଧୁମ୍ ଧାମ୍ରେ ପାଳନ କରାଯାଇଛି। ଏହି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।1
- ରାଜ୍ୟରେ ଓଡ଼ିଶା ପୋଲିସ ମନମୁଖୀ ଶାସନ ଚଳାଉଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ଏହି କାର୍ଯ୍ୟକଳାପକୁ ଓଡ଼ିଆ ଅସ୍ମିତା ଉପରେ ଏକ ପ୍ରହାର ବୋଲି କୁହାଯାଉଛି।1
- ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି।1
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ପହଞ୍ଚିଛନ୍ତି। ନିଜର ପ୍ରଥମ କର୍ମଭୂମି ତଥା ଜନ୍ମମାଟିରେ ତାଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଭବ୍ୟ ସ୍ୱାଗତ ଜଣାଇଥିଲେ। ରାଇରଙ୍ଗପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଏମ୍ସ (AIIMS) ଭୁବନେଶ୍ୱରର ସହଭାଗିତାରେ ଆୟୋଜିତ ପ୍ରଥମ ମାଗଣା ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ କରି ସ୍ୱାସ୍ଥ୍ୟକର୍ମୀଙ୍କ ସହିତ କଥା ହୋଇଥିଲେ। ଏହାପରେ, ରାଷ୍ଟ୍ରପତି କୁସୁମୀ ବ୍ଲକ ପାଇଁ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ, ବ୍ରହ୍ମାକୁମାରୀ ସଂଗଠନର ନୂତନ ଭବନ, ସ୍ପେଶାଲ ସର୍କିଟ ହାଉସ ଏବଂ ନବଗଠିତ ରାଇରଙ୍ଗପୁର ପୋଲିସ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜନହିତକର ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପ ରାଜ୍ୟରେ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ବୋଲି କୁହାଯାଇଛି। ଉଦ୍ଘାଟନ ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ଜନପ୍ରତିନିଧି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନିଜ ଜନ୍ମଦିନ ନିଜ ଜନ୍ମମାଟି ତଥା ପ୍ରଥମ କର୍ମକ୍ଷେତ୍ର ରାଇରଙ୍ଗପୁରରେ ପାଳନ କରିବେ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏହି ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ଆସନ୍ତାକାଲି (୨୦ ଜୁନ) ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଆସି ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁରର ଦଣ୍ଡବୋଷ ପଡ଼ିଆଠାରେ ଆୟୋଜିତ "ବିକାଶ ର ଧାରା, ଓଡ଼ିଶା ସାରା" ମେଗା ସମାବେଶରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଯୋଗଦେବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୪୭,୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ, ଯେଉଁଥିରେ ଶକ୍ତି, ରେଳବାଇ, ସଡ଼କ ସଂଯୋଗୀକରଣ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ବଡ଼ ବଡ଼ ପ୍ରକଳ୍ପ ସାମିଲ ରହିଛି।3