Shuru
Apke Nagar Ki App…
ନୂଆଗାଁ ବ୍ରିଜ ତଳକୁ ଖସିଲା କାର,ଜଣେ ମୃତ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଶୁକ୍ରବାର ଭୋର ପ୍ରାୟ ୫ଟା ସମୟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଭଞ୍ଜନଗର ଏଲ୍.ଆଇ.ସି. କଲୋନୀ ଅଞ୍ଚଳର ସୁନୀଲ ମହାନ୍ତି ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି। କେଉଁ ପରିସ୍ଥିତିରେ କାରଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଅକାଳ ମୃତ୍ୟୁ ଘଟଣା ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି.
ଅଖିଳ କୁମାର ପଟ୍ଟନାୟକ

More news from ଓଡ଼ିଶା and nearby areas
- ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ #ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice1
- ଜୀବନର ପାଞ୍ଚୋଟି ମୂଲ୍ୟବାନ ଗହଣା କଣ ନିଶ୍ଚୟ ଭାବରେ ଶୁଣନ୍ତୁ କଣ କଣ.1
- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅଲିଗଣ୍ଡା ଗ୍ରାମରେ ଗୋଟିଏ ଚୋରି ମାମଲାରେ ଅଭିଯୁକ୍ତ ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ବିକାଶ କିରଣ ମିଶ୍ର l ଗତ 2025 ମେ ମାସ 2 ତାରିଖ ରାତିରେ ଅlଲିଗଣ୍ଡା ଗ୍ରାମର ରୁପିନା ନାୟକଙ୍କ ଦୋକାନ ଘର ଭିତରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଲିଖିତ ଅଭିଯୋଗ କୁ ଭିତ୍ତି କରି ପୁଲିସ ତଦନ୍ତ କରିବା ସହ ଦଫା ବିଏନସ 331(4), 305, 3(5) ମାମଲା ରୁଜୁ କରି ଆସାମୀ ସେହି ଗ୍ରାମର ଅଜୟ ସଭାପତି ଙ୍କୁ ଉକ୍ତ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଅଜୟ ସର୍ତ୍ତ ମୂଳକ ଜାମିନ ରେ ଆସିଥିଲେ l ତେବେ ଉକ୍ତ ମାମଲା ର ବିଚାରଣ ମୋହନା କୋର୍ଟ ରେ ଜlରି ରହିଥିଲା l ଅଭିଯୁକ୍ତ ଙ୍କ ପକ୍ଷରୁ ଆଇନଜୀବୀ ବିଳାସ ନାୟକ ମାମଲା ପରିଚାଳନା କରୁଥିଲେ l1
- ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ନୟାଗଡ଼ ଜିଲ୍ଲା ବିଜେଡ଼ି,,, ଭୁଲ୍ ବହି ଛପା କୁ ନେଇ ବିଜେଡିର ଆନ୍ଦୋଳନ,, ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି କଲା ବିଜେଡି,,, ନୟାଗଡ଼ ରେ ଗର୍ଜିଲା ବିଜେଡି,, ଆଗକୁ ଏହି ଆନ୍ଦୋଳନ କୁ ଯୋରଦାର କରାଯିବ,,,1
- ଆସିକା : ନଳବଣ୍ଟା ଗ୍ରାମରେ ପୋଲିସର ଜୋରଦାର ଚଢାଉ, ବିପୁଳ ପରିମାଣର ବାଣ, ବାରୁଦ ଓ ରାସାୟନିକ ଦ୍ରବ୍ୟ ଜବତ ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗ୍ରାମ ର ଗୋଟିଏ ଘରେ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ଖବରପାଇ ଅତର୍କିର ଚଢ଼ାଉ କରିଛି ପୋଲିସ l ଆସିକା SDPO ସୌରଭ ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଆସିକା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ନଳବଣ୍ଟା ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ବାଣ, ବାରୁଦ ଓ ରାସାୟନିକ ଦ୍ରବ୍ୟ ଜବତ କରିଛନ୍ତି । ବର୍ଷ ତମାମ ଏଠାରେ ବେଆଇନ ବାଣ ତିଆରି ହେଉଥିଲା । ପୂର୍ବରୁ ଅନେକ ଅଘଟଣ ମଧ୍ୟ ଘଟିସାରିଛି ।1