logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଲକାନଗିରିରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ସଚେତନତା ଶିବିର ଅନୁଷ୍ଠିତ ମାଲକାନଗିରି, ୩୧/୩/୨୬: (ରାମ କୃଷ୍ଣ ଚୌଧୁରୀ) ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି ବ୍ଲକର ଝରାପାଲି ଗ୍ରାମ ପଞ୍ଚାୟତଠାରେ ଏକ ଶ୍ରମିକ ପଞ୍ଜିକରଣ, ନବୀକରଣ ଓ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଏବଂ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ତନ୍ମୟ ମଣ୍ଡଳଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।ଏହି ଶିବିରରେ ମୋଟ ୧୩୭ ଜଣ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ। ସେଥିମଧ୍ୟରୁ ୪୧ ଜଣ ନୂତନ ଶ୍ରମିକଙ୍କୁ ଅନଲାଇନ ମାଧ୍ୟମରେ ତୁରନ୍ତ ପଞ୍ଜିକରଣ କରାଯାଇଥିବା ବେଳେ ୬୧ ରୁ ଅଧିକ ପୁରୁଣା ଶ୍ରମିକଙ୍କ କାର୍ଡ ନବୀକରଣ କରାଯାଇଥିଲା। ଏହାସହ ଅଚଳ ହୋଇ ପଡ଼ିଥିବା ଶ୍ରମ କାର୍ଡଗୁଡ଼ିକୁ ମଧ୍ୟ ପୁନର୍ବାର ସକ୍ରିୟ କରାଯାଇଥିଲା।ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଜାତି ବହୁଳ ଏହି ଅଞ୍ଚଳର ଶ୍ରମିକମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଏହି ପଦକ୍ଷେପ ନିଆଯାଇଛି। ଶିବିରରେ ଉପସ୍ଥିତ ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ଅଣସଂଗଠିତ ଶ୍ରମିକମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଚିନ୍ମୟ ରାଉତରାୟ, ବିଜୟ ନନ୍ଦ ପଣ୍ଡା ଓ ସୋନାଲି ରାୟ ସହଯୋଗ କରିଥିଲେ। ଅନଲାଇନ ପଞ୍ଜିକରଣ କାର୍ଯ୍ୟରେ ମୋ ସେବା କେନ୍ଦ୍ରର କର୍ମଚାରୀମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

3 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
3 hrs ago
9163907f-d255-4707-979f-cd5db74ffe01

ମାଲକାନଗିରିରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ସଚେତନତା ଶିବିର ଅନୁଷ୍ଠିତ ମାଲକାନଗିରି, ୩୧/୩/୨୬: (ରାମ କୃଷ୍ଣ ଚୌଧୁରୀ) ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି ବ୍ଲକର ଝରାପାଲି ଗ୍ରାମ ପଞ୍ଚାୟତଠାରେ ଏକ ଶ୍ରମିକ ପଞ୍ଜିକରଣ, ନବୀକରଣ ଓ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଏବଂ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ତନ୍ମୟ ମଣ୍ଡଳଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।ଏହି ଶିବିରରେ ମୋଟ ୧୩୭ ଜଣ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ। ସେଥିମଧ୍ୟରୁ ୪୧ ଜଣ ନୂତନ ଶ୍ରମିକଙ୍କୁ ଅନଲାଇନ ମାଧ୍ୟମରେ ତୁରନ୍ତ ପଞ୍ଜିକରଣ କରାଯାଇଥିବା ବେଳେ ୬୧ ରୁ ଅଧିକ ପୁରୁଣା ଶ୍ରମିକଙ୍କ

3004fb64-dc3f-4da8-856b-a4328aa3a538

କାର୍ଡ ନବୀକରଣ କରାଯାଇଥିଲା। ଏହାସହ ଅଚଳ ହୋଇ ପଡ଼ିଥିବା ଶ୍ରମ କାର୍ଡଗୁଡ଼ିକୁ ମଧ୍ୟ ପୁନର୍ବାର ସକ୍ରିୟ କରାଯାଇଥିଲା।ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଜାତି ବହୁଳ ଏହି ଅଞ୍ଚଳର ଶ୍ରମିକମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଏହି ପଦକ୍ଷେପ ନିଆଯାଇଛି। ଶିବିରରେ ଉପସ୍ଥିତ ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ଅଣସଂଗଠିତ ଶ୍ରମିକମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଚିନ୍ମୟ ରାଉତରାୟ, ବିଜୟ ନନ୍ଦ ପଣ୍ଡା ଓ ସୋନାଲି ରାୟ ସହଯୋଗ କରିଥିଲେ। ଅନଲାଇନ ପଞ୍ଜିକରଣ କାର୍ଯ୍ୟରେ ମୋ ସେବା କେନ୍ଦ୍ରର କର୍ମଚାରୀମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

More news from ଓଡ଼ିଶା and nearby areas
  • ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ)ତାରିଖ: ୩୧ ମାର୍ଚ୍ଚ ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଭାବେ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ୟକ୍ରମ, ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା। ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ଦୀର୍ଘଦିନ ଧରି ଅବହେଳା ଓ ବିଭେଦର ସମ୍ମୁଖୀନ ହୋଇଆସୁଛନ୍ତି। ଶିକ୍ଷା, ଚାକିରି ଓ ସ୍ୱାସ୍ଥ୍ୟ ସେବାରେ ସମାନ ସୁଯୋଗ ପାଇବା ପାଇଁ ସେମାନେ ନିରନ୍ତର ଭାବେ ଦାବି ଜଣାଇଆସୁଛନ୍ତି। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ଅଧିକାରକୁ ସମ୍ମାନ ଦେବା ସହିତ ସମାଜରେ ସମାନତା ଓ ସ୍ୱୀକୃତି ବୃଦ୍ଧି କରିବା। ସରକାର ତରଫରୁ ବିଭିନ୍ନ କଳ୍ୟାଣମୂଳକ ଯୋଜନା ଆରମ୍ଭ କରାଯାଇଥିବା ସତ୍ତ୍ୱେ, ଅଧିକ ସଚେତନତା ଓ ସମର୍ଥନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛି ସଂଗଠନର ପ୍ରତିନିଧିମାନେ କହିଛନ୍ତି, “ଆମେ ସମାଜରେ ସମାନ ସମ୍ମାନ ଓ ଅଧିକାର ଚାହୁଁଛୁ। ଆମକୁ ମୂଳଧାରାରେ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର।” ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ଅବସରରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ସମାନତା ଓ ମାନବିକତାର ସନ୍ଦେଶ ଦିଆଯାଇଛି।
    4
    ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ)ତାରିଖ: ୩୧ ମାର୍ଚ୍ଚ
ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଭାବେ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ୟକ୍ରମ, ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା।
ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ଦୀର୍ଘଦିନ ଧରି ଅବହେଳା ଓ ବିଭେଦର ସମ୍ମୁଖୀନ ହୋଇଆସୁଛନ୍ତି। ଶିକ୍ଷା, ଚାକିରି ଓ ସ୍ୱାସ୍ଥ୍ୟ ସେବାରେ ସମାନ ସୁଯୋଗ ପାଇବା ପାଇଁ ସେମାନେ ନିରନ୍ତର ଭାବେ ଦାବି ଜଣାଇଆସୁଛନ୍ତି।
ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ଅଧିକାରକୁ ସମ୍ମାନ ଦେବା ସହିତ ସମାଜରେ ସମାନତା ଓ ସ୍ୱୀକୃତି ବୃଦ୍ଧି କରିବା। ସରକାର ତରଫରୁ ବିଭିନ୍ନ କଳ୍ୟାଣମୂଳକ ଯୋଜନା ଆରମ୍ଭ କରାଯାଇଥିବା ସତ୍ତ୍ୱେ, ଅଧିକ ସଚେତନତା ଓ ସମର୍ଥନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
କିଛି ସଂଗଠନର ପ୍ରତିନିଧିମାନେ କହିଛନ୍ତି, “ଆମେ ସମାଜରେ ସମାନ ସମ୍ମାନ ଓ ଅଧିକାର ଚାହୁଁଛୁ। ଆମକୁ ମୂଳଧାରାରେ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର।”
ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ଅବସରରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ସମାନତା ଓ ମାନବିକତାର ସନ୍ଦେଶ ଦିଆଯାଇଛି।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    13 hrs ago
  • ଅବସର ଗ୍ରହଣ ଦିନ ପୁର୍ଣ୍ଣାଙ୍ଗ ପେନସନ୍ ପାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ହାଟକଙ୍ଗା ଉନ୍ନତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ଓ ଇନ୍ଦିରା କଲନି ଖ ପ୍ରାଥମିକ ବିଦ୍ୟାଳୟ ଜୟପୁର ର ଶିକ୍ଷୟିତ୍ରୀ ଶ୍ରୀମତି ଜ୍ୟୋତ୍ସ୍ନା ପାଣିଗ୍ରାହୀ ତା ୩୧.୦୩.୨୦୨୬ ରେ ଚାକିରି ରୁ ଅବସର ଗ୍ରହଣ କରିବାକୁ ଥିବା ସମୟରେ ଅବସର ଗ୍ରହଣ ପୁର୍ବରୁ ସରକାର ଉକ୍ତ ଦ୍ବୟ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରିଥିଲେ,
    1
    ଅବସର ଗ୍ରହଣ ଦିନ ପୁର୍ଣ୍ଣାଙ୍ଗ ପେନସନ୍ ପାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ
ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ହାଟକଙ୍ଗା ଉନ୍ନତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ଓ ଇନ୍ଦିରା କଲନି ଖ ପ୍ରାଥମିକ ବିଦ୍ୟାଳୟ ଜୟପୁର ର ଶିକ୍ଷୟିତ୍ରୀ ଶ୍ରୀମତି ଜ୍ୟୋତ୍ସ୍ନା ପାଣିଗ୍ରାହୀ ତା ୩୧.୦୩.୨୦୨୬ ରେ ଚାକିରି ରୁ ଅବସର ଗ୍ରହଣ କରିବାକୁ ଥିବା ସମୟରେ ଅବସର ଗ୍ରହଣ ପୁର୍ବରୁ ସରକାର ଉକ୍ତ ଦ୍ବୟ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରିଥିଲେ,
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    1 hr ago
  • କୋଟପାଡ଼ ଅଞ୍ଚଳରେ ଏବେ ବି ଜୀବନ୍ତ ରହିଛି ଆଞ୍ଚଳିକ ଓ ପୌରାଣିକ ନାଟକ #kotpadbreakingnews #kotpad #desianato #nato #dhamanahandi #adibasisong #adibasidevas #ancholikonato #Ghatajatra #koraput #Odisha
    1
    କୋଟପାଡ଼ ଅଞ୍ଚଳରେ ଏବେ ବି ଜୀବନ୍ତ ରହିଛି ଆଞ୍ଚଳିକ ଓ ପୌରାଣିକ ନାଟକ #kotpadbreakingnews #kotpad #desianato #nato #dhamanahandi #adibasisong #adibasidevas #ancholikonato #Ghatajatra #koraput #Odisha
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    3 hrs ago
  • ନିଜ ଆଦିବାସୀ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ 10-20 ଟଙ୍କା ଗୋଟିଏ ଦିନ ପାଇଁ ମାଗିଲେ ପୋଲିସ ବାଲାଙ୍କ ପୃଥିବୀ ପ୍ରଳୟ ହୋଇ ଯାଉଛି, ଏଇଟା ଗୋଟିଏ ଖୁସିର ପର୍ବ l ଏହି ପର୍ବ ପାଇଁ ଲୋକମାନେ ଖୁସିରେ ଟଙ୍କା କିଛି କିଛି ଦେଉଛନ୍ତି l ଆଉ ଆମେ ମଧ୍ୟ ଦେଉଛୁ ଆଉ ସମସ୍ତେ ନିଜ ଶକ୍ତି ଅନୁସାରେ ଖୁସିରେ ଦେବା କଥା ମଧ୍ୟ l ଏଥିପାଇଁ କାହାକୁ ମଧ୍ୟ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉନାହିଁ l ଯିଏ ଯାହା ଖୁସିରେ ଦେଲେ ସେତିକିରେ ଏମାନେ ଶାନ୍ତି l କିଛି ଟାଉନ ମାନଙ୍କରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟାନ୍ୟ ପୂଜା ପାର୍ବଣ ପାଇଁ ଟେଣ୍ଟ୍ ପକେଇକି ମନଇଚ୍ଛା ରିସି୍ଡ୍ କାଟି ଟଙ୍କା ଆଦାୟ କରୁଛନ୍ତି l ସେଇଟା ଏହି ପୋଲିସ୍ ବାଲାଙ୍କୁ ଦେଖାଯାଉ ନାହିଁ l କିନ୍ତୁ ଆମ ଆଦିବାସୀ ପରମ୍ପରାରେ ଦଉଡ଼ି ଛେକି 5 କି 10 ଆଦାୟ କରିବାରୁ ଲାଠିଚାର୍ଜ l ଯିଏ ଆମ ସୁନ୍ଦର ପରମ୍ପରାକୁ ବିରୋଧ କରୁଛି ସେ କିପରି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବ ଜଣାପଡୁଛି, ପୋଲିସ ମାଡ଼ର ଦୃଢ ପ୍ରତିବାଦ ହେବା ଉଚିତ.
    3
    ନିଜ  ଆଦିବାସୀ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ 10-20 ଟଙ୍କା ଗୋଟିଏ ଦିନ ପାଇଁ ମାଗିଲେ ପୋଲିସ ବାଲାଙ୍କ ପୃଥିବୀ ପ୍ରଳୟ ହୋଇ ଯାଉଛି, ଏଇଟା ଗୋଟିଏ ଖୁସିର ପର୍ବ l ଏହି ପର୍ବ ପାଇଁ ଲୋକମାନେ ଖୁସିରେ ଟଙ୍କା କିଛି କିଛି ଦେଉଛନ୍ତି l ଆଉ ଆମେ ମଧ୍ୟ ଦେଉଛୁ ଆଉ ସମସ୍ତେ ନିଜ ଶକ୍ତି ଅନୁସାରେ ଖୁସିରେ ଦେବା କଥା ମଧ୍ୟ l ଏଥିପାଇଁ କାହାକୁ ମଧ୍ୟ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉନାହିଁ l ଯିଏ ଯାହା ଖୁସିରେ ଦେଲେ ସେତିକିରେ ଏମାନେ ଶାନ୍ତି l କିଛି ଟାଉନ ମାନଙ୍କରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟାନ୍ୟ ପୂଜା ପାର୍ବଣ ପାଇଁ ଟେଣ୍ଟ୍ ପକେଇକି ମନଇଚ୍ଛା ରିସି୍ଡ୍ କାଟି ଟଙ୍କା ଆଦାୟ କରୁଛନ୍ତି l ସେଇଟା ଏହି ପୋଲିସ୍ ବାଲାଙ୍କୁ ଦେଖାଯାଉ ନାହିଁ l କିନ୍ତୁ ଆମ ଆଦିବାସୀ ପରମ୍ପରାରେ 
ଦଉଡ଼ି ଛେକି 5 କି 10 ଆଦାୟ କରିବାରୁ ଲାଠିଚାର୍ଜ l ଯିଏ ଆମ ସୁନ୍ଦର ପରମ୍ପରାକୁ ବିରୋଧ କରୁଛି ସେ କିପରି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବ ଜଣାପଡୁଛି, ପୋଲିସ ମାଡ଼ର ଦୃଢ ପ୍ରତିବାଦ ହେବା ଉଚିତ.
    user_Jalandhar gd
    Jalandhar gd
    କୋଟପାଡ, କୋରାପୁଟ, ଓଡ଼ିଶା•
    15 hrs ago
  • ବିଜୁ ବାବୁଙ୍କ ପ୍ରତି ଅନୈତିକ ମନ୍ତବ୍ୟକୁ ବିରୋଧ କରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଘେରାଉ କଲା ବିଜେଡି, ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା
    1
    ବିଜୁ ବାବୁଙ୍କ ପ୍ରତି ଅନୈତିକ ମନ୍ତବ୍ୟକୁ ବିରୋଧ କରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଘେରାଉ କଲା ବିଜେଡି, ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା
    user_Koraput News
    Koraput News
    ସାମ୍ବାଦିକ କୋରାପୁଟ, କୋରାପୁଟ, ଓଡ଼ିଶା•
    3 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    50 min ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Lawyer ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    3 hrs ago
  • ଜୟପୁର: ଜୟପୁର ଲୋରି ଓନର୍ସ ଏସୋସିଏସନ ଓ ଟ୍ରକ୍ ଓନର୍ସ ଏସୋସିଏସନ ପକ୍ଷରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀଙ୍କୁ ସମ୍ମାନ ଜଣାଇବା ସହିତ ବିଶେଷ କାର୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱାମୀଜୀଙ୍କ ଆଶୀର୍ବାଦ ନେବା ସହିତ ସଦସ୍ୟମାନେ ସମାଜ ସେବା ଓ ନୀତିମୂଳକ ଜୀବନ ଉପରେ ତାଙ୍କର ମୂଲ୍ୟବାନ ଉପଦେଶ ଶୁଣିଥିଲେ। ସଭାରେ ଏସୋସିଏସନର ବରିଷ୍ଠ ସଦସ୍ୟ ଓ ଅନେକ ଲୋରି-ଟ୍ରକ୍ ମାଲିକ ଉପସ୍ଥିତ ରହି କାର୍ୟକ୍ରମକୁ ସଫଳ କରିଥିଲେ।
    1
    ଜୟପୁର: ଜୟପୁର ଲୋରି ଓନର୍ସ ଏସୋସିଏସନ ଓ ଟ୍ରକ୍ ଓନର୍ସ ଏସୋସିଏସନ ପକ୍ଷରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀଙ୍କୁ ସମ୍ମାନ ଜଣାଇବା ସହିତ ବିଶେଷ କାର୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ସ୍ୱାମୀଜୀଙ୍କ ଆଶୀର୍ବାଦ ନେବା ସହିତ ସଦସ୍ୟମାନେ ସମାଜ ସେବା ଓ ନୀତିମୂଳକ ଜୀବନ ଉପରେ ତାଙ୍କର ମୂଲ୍ୟବାନ ଉପଦେଶ ଶୁଣିଥିଲେ।
ସଭାରେ ଏସୋସିଏସନର ବରିଷ୍ଠ ସଦସ୍ୟ ଓ ଅନେକ ଲୋରି-ଟ୍ରକ୍ ମାଲିକ ଉପସ୍ଥିତ ରହି କାର୍ୟକ୍ରମକୁ ସଫଳ କରିଥିଲେ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.