logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି* ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି* *୨୨ ରୁ ୨୫ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ* ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି* *୨୨ ରୁ ୨୫ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ* *ମାଲକାନଗିରି, ୨୧/୪/୨୬:* ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ନେଇ ଏକ ବଡ଼ ଘୋଷଣା କରାଯାଇଛି। ଜିଲ୍ଲାରେ ପ୍ରକଟ ହୋଇଥିବା ପ୍ରବଳ ତାତି ଓ ଗୁଳୁଗୁଳିରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଆସନ୍ତା ଏପ୍ରିଲ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ପାଇଁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହେବ। ତେବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଓସେପା ଦ୍ୱାରା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ। ଏହା ସହିତ ବିଏସଇ , ସିଏଚଏସଇ, ସିବିଏସଇ ଏବଂ ଆଇସିଏସଇ ଦ୍ୱାରା ପରିଚାଳିତ ଅନ୍ୟ କୌଣସି ନିର୍ଦ୍ଧାରିତ ପରୀକ୍ଷା ମଧ୍ୟ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିଲେ ମଧ୍ୟ ନାମଲେଖା, ପ୍ରଶାସନିକ କାର୍ଯ୍ୟ ଏବଂ ଜନଗଣନା ପରି ଜରୁରୀ କାର୍ଯ୍ୟ ଚାଲୁ ରହିବ। ଏଥିପାଇଁ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନେ ସକାଳ ୦୬:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

4 hrs ago
user_ମାନସ ରଞ୍ଜନ ଜେନା
ମାନସ ରଞ୍ଜନ ଜେନା
Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
4 hrs ago
c740704f-deba-4a4e-b357-247c3cf73048

ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି* ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି* *୨୨ ରୁ ୨୫ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ* ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି* *୨୨ ରୁ ୨୫ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ* *ମାଲକାନଗିରି, ୨୧/୪/୨୬:* ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ନେଇ ଏକ ବଡ଼ ଘୋଷଣା କରାଯାଇଛି। ଜିଲ୍ଲାରେ ପ୍ରକଟ ହୋଇଥିବା ପ୍ରବଳ ତାତି ଓ ଗୁଳୁଗୁଳିରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଆସନ୍ତା ଏପ୍ରିଲ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ପାଇଁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହେବ। ତେବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଓସେପା ଦ୍ୱାରା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ। ଏହା ସହିତ ବିଏସଇ , ସିଏଚଏସଇ, ସିବିଏସଇ ଏବଂ ଆଇସିଏସଇ ଦ୍ୱାରା ପରିଚାଳିତ ଅନ୍ୟ କୌଣସି ନିର୍ଦ୍ଧାରିତ ପରୀକ୍ଷା ମଧ୍ୟ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିଲେ ମଧ୍ୟ ନାମଲେଖା, ପ୍ରଶାସନିକ କାର୍ଯ୍ୟ ଏବଂ ଜନଗଣନା ପରି ଜରୁରୀ କାର୍ଯ୍ୟ ଚାଲୁ ରହିବ। ଏଥିପାଇଁ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନେ ସକାଳ ୦୬:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

More news from ଓଡ଼ିଶା and nearby areas
  • ମାଲକାନଗିରି ତା:- ୨୦/୦୪ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀ ପଡିଆମି ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ସୋଡି କହିଛନ୍ତି କର୍ମ କ୍ଷେତ୍ର ହିଁ ଭଗବାନ । କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର । ନିଜ ଆସନ ଗ୍ରହଣ କରିବା ପୁର୍ବରୁ କାର୍ଯ୍ୟାଳୟକୁ ପ୍ରଣାମ କଲେ ନୂତନ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋଇଥିବା ଗଙ୍ଗା ସୋଡ଼ି । ଜିଲ୍ଲାରେ ଥିବା ଆଦିବାସୀ, ହରିଜନ ଭଳି ପଛୁଆ ବର୍ଗ ଙ୍କ ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ କିଭଳି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଯିବ ସେଥି ନେଇ ଚେଷ୍ଟା କରିବେ । ଜିଲ୍ଲା ର ପଛୁଆ ବର୍ଗର ମହିଳା ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ମାଲକାନାଗିରି ବିଧାୟକ ନରସିଂହ ମାଡକାମି, ପି ଆଈ ଟି ଡ଼ି ଏ ହଳଧର ଶବର ଙ୍କ ସମେତ ବିଭାଗୀୟ କର୍ମଚାରୀ ଜିଲ୍ଳା ବିଜେପିର ରତନ ବଣିକ, ସଞ୍ଜୟ ସରକାର, ନିମାଇଁ ପାଲ୍, ମାଣିକ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ନିହାର ରାୟ ପ୍ରମୁଖ ଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ପରେ ଏକ ବିରାଟ ଶୋଭାଯାତ୍ରାରେ ନବନିଯୁକ୍ତ ପଦାଧିକାରୀ ମାନେ ସହର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଧ୍ୟକ୍ଷ ଶ୍ରୀ ସୋଡି କହିଛନ୍ତି ଯେ, "ରାଜ୍ୟ ନେତୃତ୍ୱ ମୋ ଉପରେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ତାହାକୁ ମୁଁ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ଶପଥ କରି ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗ କରିବି।" ବିଗତ ଦୁଇ ବର୍ଷର ବିଳମ୍ବକୁ ଭରଣା କରିବା ପାଇଁ ସେ ଦୁଇ ଗୁଣା ବେଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ସେହିପରି ଉପାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ପଡ଼ିଆମୀ କହିଛନ୍ତି ଯେ, ଆଦିବାସୀମାନଙ୍କ ବିକାଶ, ସ୍ୱାସ୍ଥ୍ୟ କାର୍ଡର ସୁବିଧା ଏବଂ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମର ପ୍ରାଥମିକତା ରହିବ। ଶୋଭାଯାତ୍ରା ସମୟରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହା ଜିଲ୍ଲାର ଆଗାମୀ ବିକାଶ ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି।
    4
    ମାଲକାନଗିରି ତା:- ୨୦/୦୪
ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷ ଭାବେ  ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ  ସାବିତ୍ରୀ ପଡିଆମି ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ସୋଡି କହିଛନ୍ତି କର୍ମ କ୍ଷେତ୍ର ହିଁ ଭଗବାନ । କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର । ନିଜ ଆସନ ଗ୍ରହଣ କରିବା ପୁର୍ବରୁ କାର୍ଯ୍ୟାଳୟକୁ ପ୍ରଣାମ କଲେ ନୂତନ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ  ହୋଇଥିବା ଗଙ୍ଗା ସୋଡ଼ି । ଜିଲ୍ଲାରେ ଥିବା ଆଦିବାସୀ, ହରିଜନ ଭଳି ପଛୁଆ ବର୍ଗ ଙ୍କ ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ କିଭଳି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଯିବ ସେଥି ନେଇ ଚେଷ୍ଟା କରିବେ । ଜିଲ୍ଲା ର ପଛୁଆ ବର୍ଗର ମହିଳା ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ମାଲକାନାଗିରି ବିଧାୟକ ନରସିଂହ ମାଡକାମି, ପି ଆଈ ଟି ଡ଼ି ଏ ହଳଧର ଶବର ଙ୍କ ସମେତ ବିଭାଗୀୟ କର୍ମଚାରୀ ଜିଲ୍ଳା ବିଜେପିର ରତନ ବଣିକ, ସଞ୍ଜୟ ସରକାର, ନିମାଇଁ ପାଲ୍, ମାଣିକ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ନିହାର ରାୟ ପ୍ରମୁଖ ଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।  ପରେ ଏକ ବିରାଟ ଶୋଭାଯାତ୍ରାରେ ନବନିଯୁକ୍ତ ପଦାଧିକାରୀ ମାନେ ସହର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଧ୍ୟକ୍ଷ ଶ୍ରୀ ସୋଡି କହିଛନ୍ତି ଯେ, "ରାଜ୍ୟ ନେତୃତ୍ୱ ମୋ ଉପରେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ତାହାକୁ ମୁଁ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ଶପଥ କରି ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗ କରିବି।" ବିଗତ ଦୁଇ ବର୍ଷର ବିଳମ୍ବକୁ ଭରଣା କରିବା ପାଇଁ ସେ ଦୁଇ ଗୁଣା ବେଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ସେହିପରି ଉପାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ପଡ଼ିଆମୀ କହିଛନ୍ତି ଯେ, ଆଦିବାସୀମାନଙ୍କ ବିକାଶ, ସ୍ୱାସ୍ଥ୍ୟ କାର୍ଡର ସୁବିଧା ଏବଂ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମର ପ୍ରାଥମିକତା ରହିବ। ଶୋଭାଯାତ୍ରା ସମୟରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହା ଜିଲ୍ଲାର ଆଗାମୀ ବିକାଶ ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    7 hrs ago
  • ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି ସୋମବାର ଦିନ ପ ଶପଥ ଗ୍ରହଣ କରିଛନ୍ତି ।
    1
    ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର  ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି  ସୋମବାର ଦିନ   ପ ଶପଥ ଗ୍ରହଣ କରିଛନ୍ତି ।
    user_Ratnakar Dash
    Ratnakar Dash
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    21 hrs ago
  • ଅକ୍ଷୟତୃତୀୟା_ଅବସରରେ_ଜିଲ୍ଲାସ୍ତରୀୟ_କୃଷକଦିବସ କୋଟପାଡ଼ରେ କୃଷକ ଦିବସ ପାଳିତ #Kalingatv #akayatrutiya #kotpad #krushakadivas
    1
    ଅକ୍ଷୟତୃତୀୟା_ଅବସରରେ_ଜିଲ୍ଲାସ୍ତରୀୟ_କୃଷକଦିବସ କୋଟପାଡ଼ରେ କୃଷକ ଦିବସ ପାଳିତ #Kalingatv #akayatrutiya  #kotpad #krushakadivas
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    10 hrs ago
  • ଜୟପୁରରେ ଶିଶୁ ବିବାହ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି “ଶିଶୁ ବିବାହ ରୋକନ୍ତୁ, ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ” ଏହି ବାର୍ତ୍ତା ସହିତ ଜୟପୁରରେ ସଚେତନତା ଅଭିଯାନ ଜାରି ରହିଛି। ଜୟପୁର ଅଞ୍ଚଳରେ ଶିଶୁ ବିବାହ ପ୍ରତିରୋଧ ନିମନ୍ତେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଅପ୍ରାପ୍ତ ବୟସରେ ବିବାହର କୁପରିଣାମ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଏବଂ ସମାଜକୁ ଏହା ପ୍ରତି ସଚେତନ କରିବା।
    1
    ଜୟପୁରରେ ଶିଶୁ ବିବାହ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି
“ଶିଶୁ ବିବାହ ରୋକନ୍ତୁ, ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ” ଏହି ବାର୍ତ୍ତା ସହିତ ଜୟପୁରରେ ସଚେତନତା ଅଭିଯାନ ଜାରି ରହିଛି।
ଜୟପୁର ଅଞ୍ଚଳରେ ଶିଶୁ ବିବାହ ପ୍ରତିରୋଧ ନିମନ୍ତେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଅପ୍ରାପ୍ତ ବୟସରେ ବିବାହର କୁପରିଣାମ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଏବଂ ସମାଜକୁ ଏହା ପ୍ରତି ସଚେତନ କରିବା।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    16 hrs ago
  • ଭେଜାପୁଟ ସ୍ଥିତ ମା ତାରିଣୀ ମନ୍ଦିରର ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ମା'ଙ୍କ ଦୈନନ୍ଦିନ ନୀତି ସହ ମାର୍ଜନା,ମହାସ୍ନାନ,ବେଶ, ଷୋଡ଼ଶ ଉପଚାର ପୂଜା ଓ ହୋମଯଜ୍ଞ ଆଦି କରାଯାଇଥିଲା। ସକାଳୁ ଶ୍ରଦ୍ଧାଳୁମାନେ ମରିଚମଳ ନଦୀରୁ କଳସରେ ଜଳ ଆଣି ମା'ଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ।ମନ୍ଦିରର ନିତ୍ୟ ପୂଜକ ସନ୍ତୋଷ କୁମାର ଦାଶ (ଚଗଲୁ ନନା),ମାନସ କୁମାର ଦାଶ ଓ ଦେବେନ୍ଦ୍ର କୁମାର ଦାଶ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ। ସମୀର ମହାପାତ୍ରଙ୍କ ସହ ପତ୍ନୀ ସୁକାନ୍ତି ମହାପାତ୍ର କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସରୋଜ କୁମାର ସ୍ବାଇଁ, ବାବୁଲି ସ୍ବାଇଁ,କୈଳାସ ଚନ୍ଦ୍ର ମାହୁନ୍ତ,ପ୍ରମୋଦ ବେହେରା,ସୁରେନ୍ଦ୍ର ମଲ୍ଲ,ଅଜୟ ଜେନା ପ୍ରମୁଖ କମିଟି କାର୍ଯ୍ୟକର୍ତ୍ତାଙ୍କ ସମେତ ମାର୍କେଟର ବ୍ୟବସାୟୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    1
    ଭେଜାପୁଟ ସ୍ଥିତ ମା ତାରିଣୀ ମନ୍ଦିରର ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ମା'ଙ୍କ ଦୈନନ୍ଦିନ ନୀତି ସହ ମାର୍ଜନା,ମହାସ୍ନାନ,ବେଶ,
ଷୋଡ଼ଶ ଉପଚାର ପୂଜା ଓ ହୋମଯଜ୍ଞ ଆଦି କରାଯାଇଥିଲା। ସକାଳୁ ଶ୍ରଦ୍ଧାଳୁମାନେ ମରିଚମଳ ନଦୀରୁ କଳସରେ ଜଳ ଆଣି ମା'ଙ୍କ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ।ମନ୍ଦିରର ନିତ୍ୟ ପୂଜକ ସନ୍ତୋଷ କୁମାର ଦାଶ (ଚଗଲୁ ନନା),ମାନସ କୁମାର ଦାଶ ଓ ଦେବେନ୍ଦ୍ର କୁମାର ଦାଶ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଥିଲେ। ସମୀର ମହାପାତ୍ରଙ୍କ ସହ ପତ୍ନୀ ସୁକାନ୍ତି ମହାପାତ୍ର କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସରୋଜ କୁମାର ସ୍ବାଇଁ, ବାବୁଲି ସ୍ବାଇଁ,କୈଳାସ ଚନ୍ଦ୍ର ମାହୁନ୍ତ,ପ୍ରମୋଦ ବେହେରା,ସୁରେନ୍ଦ୍ର ମଲ୍ଲ,ଅଜୟ ଜେନା ପ୍ରମୁଖ କମିଟି କାର୍ଯ୍ୟକର୍ତ୍ତାଙ୍କ ସମେତ ମାର୍କେଟର ବ୍ୟବସାୟୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    19 min ago
  • ରାୟଗଡ଼ା ଜିଲ୍ଲା ରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉତ୍ସବ
    1
    ରାୟଗଡ଼ା ଜିଲ୍ଲା ରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା  ଉତ୍ସବ
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    7 hrs ago
  • ଗୀତ ଶୁଣନ୍ତୁ 🙏🙏🙏
    1
    ଗୀତ ଶୁଣନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    14 hrs ago
  • ରବିବାର ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ ବ୍ରାହ୍ମଣ ସମାଜ ଦାମନଯୋଡିର ପରିବାର ମିଳନ ଅନୁଷ୍ଠିତ ହୋଇଯାଇଛି। ଟାଉନସିପ ସ୍ଥିତ ମାଉସୀ ମା ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଅତିଥି ରୂପେ ଯୋଗଦେଇଥିଲେ। ସ୍ଥାନୀୟ ଅଞ୍ଚଳରୁ ୨ଶହରୁ ଉର୍ଦ୍ଧ୍ୱ ବ୍ରାହ୍ମଣ ପରିବାର ଯୋଗଦେଇଥିଲେ।
    1
    ରବିବାର ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ ବ୍ରାହ୍ମଣ ସମାଜ ଦାମନଯୋଡିର ପରିବାର ମିଳନ ଅନୁଷ୍ଠିତ ହୋଇଯାଇଛି। ଟାଉନସିପ ସ୍ଥିତ ମାଉସୀ ମା ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଅତିଥି ରୂପେ ଯୋଗଦେଇଥିଲେ। ସ୍ଥାନୀୟ ଅଞ୍ଚଳରୁ ୨ଶହରୁ ଉର୍ଦ୍ଧ୍ୱ ବ୍ରାହ୍ମଣ ପରିବାର ଯୋଗଦେଇଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.