logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୧୦ ଦଫା ଦାବୀ ନେଇ ସମୂହ ଛୁଟିରେ ରାଜସ୍ବ ଅମଲା କର୍ମଚାରୀ ଉଦଳା - (ରାଜୀବ ବେହେରା )-ମୂଳ ଦରମା ଲେବୁଲ ଏବଂ ୯ ଦାବୀ ପାଇଁ ଧର୍ମଘଟ କରୁଛି ରାଜସ୍ୱ ଅମଲା ବିଭାଗ l ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ ବହୁ ପ୍ରତିକ୍ଷିତ ଦାବି କୁ ନେଇ ସାରା ଜିଲ୍ଲା ରେ ସମସ୍ତ ଅମଲା କର୍ମଚାରୀ ସମୂହ ଛୁଟିରେ, କାର୍ଯ୍ୟ ଛାଡି ଦାବୀ ପୂରଣ ପାଇଁ ଧାରଣା ରେ ବସି ଛନ୍ତି l ତେଵେ ୧୧/୮/୨୫ ରିଖଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମୂହ ଛୁଟି ଚେତlବନି l ସେହି ଭଳି ଭାବରେ କପ୍ତିପଦା ଉପଖଣ୍ଡ ଉଦଳା କର୍ମଚାରୀ ଭବନ ଠାରେ ଉପଖଣ୍ଡର ସମସ୍ତ ଅମଲା କର୍ମଚାରୀ ମାନେ କାର୍ଯ୍ୟ ଛାଡି ନିଜର ହକ ଏବଂଦୀର୍ଘ ଦିନର ଦାବୀ ପୂରଣ ପାଇଁ ଶାନ୍ତି ପୂର୍ଣ୍ଣଭାବରେ ଧାରଣା ରେ ବସି ସରକାର ଙ୍କ ନିକଟରେ ସମସ୍ତ ଦାବୀ ଉପସ୍ଥlପନ କରି ଛନ୍ତି l ଓଡ଼ିଶା ରାଜସ୍ବ ଅମଲା ସଂଘ ଜିଲ୍ଲା ଶାଖା ମୟୂରଭଞ୍ଜ ତରଫରୁ ଦୀର୍ଘ ବର୍ଷ ହେବ ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ତୃଣମୂଳ ସ୍ତରରୁ ରାଜ୍ୟ ସରକାରଙ୍କର ସମସ୍ତ ଜନହିତକର ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହ‌ଞ୍ଚାଇବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି । ଏହାର ପ୍ରତିବଦଳରେ ସେମାନେ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିରୀକୃତ କିଛି ସ୍ବଳ୍ପ ବେତନକୁ ଛାଡ଼ି ଅନ୍ୟ କୌଣସି ସୁବିଧା ସୁଯୋଗ ଏ ପର୍ଯ୍ୟନ୍ତ ପାଇପାରି ନାହାନ୍ତି | ସରକାରଙ୍କୁ ବିଭିନ୍ନ ପତ୍ର ମାଧ୍ୟମରେ ଏବଂ ବିଭିନ୍ନ ସମୟରେ ସରକାରଙ୍କ ସହିତ ଆଲୋଚନା କରିବା ସତ୍ତ୍ବେ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ତ ଅମଲାମାନଙ୍କ କୌଣସି ଦାବି ଏଯାବତ ପୂରଣ କରିବା ପାଇଁ ସରକାର ଇଛା ପ୍ରକଟ କରୁ ନାହାନ୍ତି l | ବର୍ଷ ବର୍ଷ ଧରି ଅମଲା ନାର୍ଯ୍ୟ ଦାବିଗୁଡ଼ିକୁ ଅଣଦେଖା କରାଯାଇ ଆସୁଅଛି। ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅମଲାମାନଙ୍କ ତୁଳନାରେ ଅନ୍ୟାନ୍ୟ କ୍ୟାଡରଭୁକ୍ତ କର୍ମଚାରୀମାନଙ୍କ ଏକାଧିକବାର ପଦବୀ ପୁର୍ନଗଠନ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଅଛି କିନ୍ତୁ, ଜିଲ୍ଲାସ୍ତରୀୟ ଅମଲାମାଙ୍କର ପଦବୀ ପୂର୍ନଗଠନ ୧୯୮୪ ମସିହା ପରଠାରୁ ହୋଇନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ କୌଣସି ପ୍ରକାର ତତ୍ପରତା ପ୍ରକାଶ ପାଇଥିବା ବେଳେ ଦୁଃଖ ପ୍ରକୋଟ କରିଛି ଅମଲା ସଙ୍ଘ। ଏଠାରେ ପ୍ରକାଶଥାଉ କି, ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବରେ ଅତିଷ୍ଠ ହୋଇ ଏବଂ ବାରମ୍ବାର ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବରେ ନିରାଶ ହୋଇ ଓଡ଼ିଶା ରାଜସ୍ୱ ଅମଲା ସଂଘର ପତ୍ରସଂଖ୍ୟା ୫୪ ଚା:-୨୩.୦୬.୨୦୨୫ ରିଖରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କୁ ୧୦ ଦଫା ଦାବି ନେଇ ଏକ ଚରମ ପତ୍ର ପ୍ରଦାନ କରିଛନ୍ତି ଏବଂ ଏହା ସହିତ ଏହାର ଏକକିତା ଲେଖାଏଁ ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓଡ଼ିଶା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖଙ୍କୁ ପ୍ରଦାନ କରିଛନ୍ତି । ତେଵେ ସରକାର ପରିବର୍ତ୍ତନ ପରେ ମଧ୍ୟ ସେମାନଙ୍କ ଦାବୀ ପୂରଣ ହୋଇ ନଥିବା ଦୁଃଖ ପ୍ରକାଶ କରିବା ସହିତ ଶାନ୍ତି ପୂର୍ଣ୍ଣ ସମୂହ ଛୁଟିରେ ଅମଲା କର୍ମଚାରୀ, ଆଉ ଧାରଣା ରତରହି ଦାବୀ ନିଜର ହକ ପାଇଁ ଧାରଣା ଦେଇ ବସିଛନ୍ତି , ସେମାନଙ୍କ ଆଶା, ଭରସା ଏବଂ ବିଶ୍ୱାସ ସରକାର ସେମାନଙ୍କ ଦାବୀ ପୂରଣ କରିବେ ଆଶା ରଖିଛନ୍ତି l ଆଗକୁ ଦେଖିବାକୁ ବାକି ଅଛି କେତେ ଶୀଘ୍ର ସରକାର ଅମଲା ମାନଙ୍କ ଦାବୀ କୁ ପୂରଣ କରୁଛନ୍ତି l

on 11 August
user_Rajib Behera
Rajib Behera
Journalist Mayurbhanj•
on 11 August

୧୦ ଦଫା ଦାବୀ ନେଇ ସମୂହ ଛୁଟିରେ ରାଜସ୍ବ ଅମଲା କର୍ମଚାରୀ ଉଦଳା - (ରାଜୀବ ବେହେରା )-ମୂଳ ଦରମା ଲେବୁଲ ଏବଂ ୯ ଦାବୀ ପାଇଁ ଧର୍ମଘଟ କରୁଛି ରାଜସ୍ୱ ଅମଲା ବିଭାଗ l ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ ବହୁ ପ୍ରତିକ୍ଷିତ ଦାବି କୁ ନେଇ ସାରା ଜିଲ୍ଲା ରେ ସମସ୍ତ ଅମଲା କର୍ମଚାରୀ ସମୂହ ଛୁଟିରେ, କାର୍ଯ୍ୟ ଛାଡି ଦାବୀ ପୂରଣ ପାଇଁ ଧାରଣା ରେ ବସି ଛନ୍ତି l ତେଵେ ୧୧/୮/୨୫ ରିଖଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମୂହ ଛୁଟି ଚେତlବନି l ସେହି ଭଳି ଭାବରେ କପ୍ତିପଦା ଉପଖଣ୍ଡ ଉଦଳା କର୍ମଚାରୀ ଭବନ ଠାରେ ଉପଖଣ୍ଡର ସମସ୍ତ ଅମଲା କର୍ମଚାରୀ ମାନେ କାର୍ଯ୍ୟ ଛାଡି ନିଜର ହକ ଏବଂଦୀର୍ଘ ଦିନର ଦାବୀ

ପୂରଣ ପାଇଁ ଶାନ୍ତି ପୂର୍ଣ୍ଣଭାବରେ ଧାରଣା ରେ ବସି ସରକାର ଙ୍କ ନିକଟରେ ସମସ୍ତ ଦାବୀ ଉପସ୍ଥlପନ କରି ଛନ୍ତି l ଓଡ଼ିଶା ରାଜସ୍ବ ଅମଲା ସଂଘ ଜିଲ୍ଲା ଶାଖା ମୟୂରଭଞ୍ଜ ତରଫରୁ ଦୀର୍ଘ ବର୍ଷ ହେବ ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ତୃଣମୂଳ ସ୍ତରରୁ ରାଜ୍ୟ ସରକାରଙ୍କର ସମସ୍ତ ଜନହିତକର ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହ‌ଞ୍ଚାଇବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି । ଏହାର ପ୍ରତିବଦଳରେ ସେମାନେ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିରୀକୃତ କିଛି ସ୍ବଳ୍ପ ବେତନକୁ ଛାଡ଼ି ଅନ୍ୟ କୌଣସି ସୁବିଧା ସୁଯୋଗ ଏ ପର୍ଯ୍ୟନ୍ତ ପାଇପାରି ନାହାନ୍ତି | ସରକାରଙ୍କୁ ବିଭିନ୍ନ ପତ୍ର ମାଧ୍ୟମରେ ଏବଂ ବିଭିନ୍ନ ସମୟରେ ସରକାରଙ୍କ ସହିତ ଆଲୋଚନା କରିବା ସତ୍ତ୍ବେ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ତ ଅମଲାମାନଙ୍କ କୌଣସି ଦାବି ଏଯାବତ ପୂରଣ କରିବା ପାଇଁ ସରକାର ଇଛା ପ୍ରକଟ କରୁ ନାହାନ୍ତି l | ବର୍ଷ ବର୍ଷ

ଧରି ଅମଲା ନାର୍ଯ୍ୟ ଦାବିଗୁଡ଼ିକୁ ଅଣଦେଖା କରାଯାଇ ଆସୁଅଛି। ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅମଲାମାନଙ୍କ ତୁଳନାରେ ଅନ୍ୟାନ୍ୟ କ୍ୟାଡରଭୁକ୍ତ କର୍ମଚାରୀମାନଙ୍କ ଏକାଧିକବାର ପଦବୀ ପୁର୍ନଗଠନ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଅଛି କିନ୍ତୁ, ଜିଲ୍ଲାସ୍ତରୀୟ ଅମଲାମାଙ୍କର ପଦବୀ ପୂର୍ନଗଠନ ୧୯୮୪ ମସିହା ପରଠାରୁ ହୋଇନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ କୌଣସି ପ୍ରକାର ତତ୍ପରତା ପ୍ରକାଶ ପାଇଥିବା ବେଳେ ଦୁଃଖ ପ୍ରକୋଟ କରିଛି ଅମଲା ସଙ୍ଘ। ଏଠାରେ ପ୍ରକାଶଥାଉ କି, ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବରେ ଅତିଷ୍ଠ ହୋଇ ଏବଂ ବାରମ୍ବାର ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବରେ ନିରାଶ ହୋଇ ଓଡ଼ିଶା ରାଜସ୍ୱ ଅମଲା ସଂଘର ପତ୍ରସଂଖ୍ୟା ୫୪ ଚା:-୨୩.୦୬.୨୦୨୫ ରିଖରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କୁ ୧୦ ଦଫା ଦାବି ନେଇ ଏକ ଚରମ ପତ୍ର ପ୍ରଦାନ କରିଛନ୍ତି ଏବଂ ଏହା

ସହିତ ଏହାର ଏକକିତା ଲେଖାଏଁ ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓଡ଼ିଶା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖଙ୍କୁ ପ୍ରଦାନ କରିଛନ୍ତି । ତେଵେ ସରକାର ପରିବର୍ତ୍ତନ ପରେ ମଧ୍ୟ ସେମାନଙ୍କ ଦାବୀ ପୂରଣ ହୋଇ ନଥିବା ଦୁଃଖ ପ୍ରକାଶ କରିବା ସହିତ ଶାନ୍ତି ପୂର୍ଣ୍ଣ ସମୂହ ଛୁଟିରେ ଅମଲା କର୍ମଚାରୀ, ଆଉ ଧାରଣା ରତରହି ଦାବୀ ନିଜର ହକ ପାଇଁ ଧାରଣା ଦେଇ ବସିଛନ୍ତି , ସେମାନଙ୍କ ଆଶା, ଭରସା ଏବଂ ବିଶ୍ୱାସ ସରକାର ସେମାନଙ୍କ ଦାବୀ ପୂରଣ କରିବେ ଆଶା ରଖିଛନ୍ତି l ଆଗକୁ ଦେଖିବାକୁ ବାକି ଅଛି କେତେ ଶୀଘ୍ର ସରକାର ଅମଲା ମାନଙ୍କ ଦାବୀ କୁ ପୂରଣ କରୁଛନ୍ତି l

More news from Sambalpur and nearby areas
  • ଅନ ୱାଲ ଡେ ପ୍ରୋଗ୍ରାମ. ପଧାନ ପାଟ ଦେବଗଡ଼
    1
    ଅନ ୱାଲ ଡେ ପ୍ରୋଗ୍ରାମ. ପଧାନ ପାଟ ଦେବଗଡ଼
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) Sambalpur•
    6 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    9 hrs ago
  • ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ହେଲେ ଏଠି ସବୁ...? @ranjankumardash #ntvodia #ବୌଦ୍ଧ
    1
    ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ହେଲେ ଏଠି ସବୁ...? @ranjankumardash #ntvodia #ବୌଦ୍ଧ
    user_Ranjan Kumar Dash
    Ranjan Kumar Dash
    Journalist Boudh•
    4 hrs ago
  • nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE
    1
    nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE
    user_Kanhu charan jena
    Kanhu charan jena
    Content Creator (YouTuber) Nayagarh•
    4 hrs ago
  • Post by Meena
    1
    Post by Meena
    user_Meena
    Meena
    Artist Sambalpur•
    7 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    7 hrs ago
  • Vote Chori Sardar Patel and Nehru issue
    1
    Vote Chori 
Sardar Patel and Nehru issue
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    19 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur•
    9 hrs ago
  • ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh
    1
    ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh
    user_Ranjan Kumar Dash
    Ranjan Kumar Dash
    Journalist Boudh•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.