ନାଲକୋ ଖଣି ଅଞ୍ଚଳ ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।
ନାଲକୋ ଖଣି ଅଞ୍ଚଳ ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।
- ବ୍ଳକ ଥୁଆମୂଳ ରାମପୁର ର ଦେଖନ୍ତୁ 🙏🙏🙏1
- ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।1
- Maa Thakurani Kalashi Yatra Navarangpur Maidalpur 20261
- ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ନେଇ ନୁଆସାହିରେ ରାସ୍ତାରୋକ l ପଦ୍ମପୁର, ୨୦।୦୪ (ନିପ୍ର) ପଦ୍ମପୁରବାସୀଙ୍କ ଜଳକଷ୍ଟ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଦୀର୍ଘ ଦିନର ଜଳାଭାବ ଏବଂ କୋଟି କୋଟି ଟଙ୍କାର ବସୁଧା ପ୍ରକଳ୍ପରେ ଦେଖାଦେଇଥିବା ବାରମ୍ବାର ଯାନ୍ତ୍ରିକ ତ୍ରୁଟିକୁ ନେଇ ଆଜି ପଦ୍ମପୁରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାନୀୟ ଜଳ ଯୋଗାଣରେ ବିପର୍ଯ୍ୟସ୍ତ ଅବସ୍ଥାକୁ ପ୍ରତିବାଦ କରି ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ମହିଳା ଓ ପୁରୁଷ ଗୁଣପୁର ପଦ୍ମପୁର ମୁଖ୍ୟ ରାସ୍ତାକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ମୁଖ୍ୟ ପ୍ରଡକ୍ସନ ୱେଲ ମଧ୍ୟରେ ଅତ୍ୟଧିକ ବାଲି ଓ ମାଟି ଜମିଯିବା ସହ ଏକ ୧୫ ଏଚ.ପି.ର ପମ୍ପ ମୋଟର ପୋଡ଼ି ଯାଇଥିଲା। ଫଳରେ ତିନୋଟି ଯାକ ବୋରୱେଲ୍କୁ କମ୍ପ୍ରେସର ମାଧ୍ୟମରେ ସଫା କରାଯିବା ସହ ଦୁଇଟି ନୂତନ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ସ୍ଥାପନ କରାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟି ଏବଂ ପୂର୍ବରୁ ବିଛାଯାଇଥିବା ନିମ୍ନ ମାନର ପାଇପ୍ ଫାଟି ପାଣି ନଷ୍ଟ ହେଉଥିବାରୁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଏବଂ ସୁନାରୀ ସାହି ଭଳି ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିଲା। ପ୍ରଖର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହୋଇ ଶେଷରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ। ଖବରପାଇ ଘଟଣା ସ୍ଥଳରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସାହି ଗୁଡ଼ିକୁ ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା।3
- ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି ସୋମବାର ଦିନ ପ ଶପଥ ଗ୍ରହଣ କରିଛନ୍ତି ।1
- ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।1
- ପାରମ୍ପରିକ ରୀତିନୀତି ଅନୁସାରେ ଜୟପୁରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ରହି ପାରମ୍ପରିକ ପୂଜାର୍ଚ୍ଚନା ମାଧ୍ୟମରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।1
- ମାଁ ଠାକୁରାଣୀ ଙ୍କ କଳସୀ ଯାତ୍ରା ମଇଦଳପୁର 20261
- ମହିଳା ସଂରକ୍ଷଣ ବିଲ୍କୁ ନେଇ ସରକାର ଙ୍କୁ ଘେରିଲେ ସାଂସଦ ସପ୍ତଗିରି ଉଲାକା। ମହିଳା ସଂରକ୍ଷଣ ବିଲ୍କୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସେ ଅଭିଯୋଗ କରିଛନ୍ତି ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ମହିଳା ମାନଙ୍କୁ ସଶକ୍ତ କରିବା ଅପେକ୍ଷା ମିଥ୍ୟା ପ୍ରଚାର କରି ଭୋଟ୍ ହାତେଇବାକୁ ଅଧିକ ପ୍ରୟାସ କରୁଛନ୍ତି। ଶ୍ରୀ ଉଲାକା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ୨୦୨୩ ମସିହାରେ ସମସ୍ତ ରାଜନୈତିକ ଦଳର ସହମତିରେ ସଂସଦରେ ପାରିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏହାର ଗେଜେଟ୍ ନୋଟିଫିକେସନ୍ ପ୍ରକାଶ କରିବା ପାଇଁ ସରକାରଙ୍କୁ ଦୀର୍ଘ ସମୟ ଲାଗିଗଲା। ଗତ ୧୬ ଏପ୍ରିଲ ୨୦୨୬ରେ ଏହି ନୋଟିଫିକେସନ୍ ବାହାରିବା ସରକାରଙ୍କ ଇଚ୍ଛାଶକ୍ତିର ଅଭାବକୁ ସ୍ପଷ୍ଟ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ପାଖରେ ଆବଶ୍ୟକୀୟ ସଂଖ୍ୟା ବଳ ନଥିବା ବେଳେ ବିରୋଧୀ ଦଳର ସହାୟତାରେ ଏହି ବିଲ୍ ପାସ ହୋଇଥିଲା। କିନ୍ତୁ ନିର୍ବାଚନ ସମୟରେ ଏହାକୁ ଏକ ରାଜନୈତିକ ଚାଲ୍ ଭାବେ ବ୍ୟବହାର କରାଯାଉଛି। କୌଣସି ପ୍ରକାର ସର୍ବଦଳୀୟ ଆଲୋଚନା କିମ୍ବା ପରାମର୍ଶ ନକରି ସରକାର ଏକପାଖିଆ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ବିରୋଧରେ ମିଥ୍ୟା ଅପପ୍ରଚାର କରି ସରକାର ନିଜର ବିଫଳତା ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଦେଶର ମହିଳାମାନେ ଏହାର ଉଚିତ୍ ଜବାବ ଦେବେ ବୋଲି ସାଂସଦ ଚେତାବନୀ ଦେଇଛନ୍ତି।1