Shuru
Apke Nagar Ki App…
ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରାଇବା ନାଁରେ ଶ୍ରଦ୍ଧାଳୁଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ପୋଲିସ ମୋଟ ୧୧ ଜଣଙ୍କୁ ଗିରଫ କରିଛି। ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହେବା ପରେ ଜଣେ ଦଲାଲକୁ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ପୋଲିସ ଗତ ପାଞ୍ଚ ଦିନ ମଧ୍ୟରେ ସମୁଦାୟ ୧୧ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି। ଏସପି ସ୍ପଷ୍ଟ କରିଛନ୍ତି ଯେ ମହାପ୍ରଭୁଙ୍କ ଦର୍ଶନ ସଂପୂର୍ଣ୍ଣ ମାଗଣା ଏବଂ କେହି କାହାରି ଦ୍ୱାରା ପ୍ରଭାବିତ ନ ହେବାକୁ ସେ ଅନୁରୋଧ କରିଛନ୍ତି।
Rajib Behera
ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରାଇବା ନାଁରେ ଶ୍ରଦ୍ଧାଳୁଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ପୋଲିସ ମୋଟ ୧୧ ଜଣଙ୍କୁ ଗିରଫ କରିଛି। ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହେବା ପରେ ଜଣେ ଦଲାଲକୁ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ପୋଲିସ ଗତ ପାଞ୍ଚ ଦିନ ମଧ୍ୟରେ ସମୁଦାୟ ୧୧ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି। ଏସପି ସ୍ପଷ୍ଟ କରିଛନ୍ତି ଯେ ମହାପ୍ରଭୁଙ୍କ ଦର୍ଶନ ସଂପୂର୍ଣ୍ଣ ମାଗଣା ଏବଂ କେହି କାହାରି ଦ୍ୱାରା ପ୍ରଭାବିତ ନ ହେବାକୁ ସେ ଅନୁରୋଧ କରିଛନ୍ତି।
More news from ଓଡ଼ିଶା and nearby areas
- ରାଜଧାନୀ ଭୁବନେଶ୍ୱରର ମଧୁସୂଦନ ନଗର ଅଞ୍ଚଳରୁ ବହୁ ସଂଖ୍ୟାରେ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ସ୍ଥାନୀୟ ବାସିନ୍ଦା ସୁବ୍ରତ ରଥଙ୍କ ଘରେ ଗୋଟିଏ ନାଗ ସାପ ବୁଲୁଥିବା ଦେଖିବା ପରେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଖବର ଦିଆଯାଇଥିଲା। ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଥମେ ଗ୍ୟାରେଜ ଭିତରୁ ୧୩ଟି ନାଗ ସାପ ଛୁଆ ଉଦ୍ଧାର କରିଛନ୍ତି। ତେବେ ଏହି ସମୟରେ ସେମାନେ ମା’ ନାଗୁଣୀର କୌଣସି ପତ୍ତା ପାଇନଥିବା ଜଣାପଡ଼ିଛି।1
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 20, 2026 ରେ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁ ଗସ୍ତ କରିଛନ୍ତି। ସକାଳ 11:15 ରୁ ଆରମ୍ଭ ହୋଇଥିବା ଏହି ଗସ୍ତ ସମୟରେ ଉଭୟ ନେତା ଆଧ୍ୟାତ୍ମିକ ପୀଠ ଦର୍ଶନ କରିବା ସହ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ପାହାଡ଼ପୁର ଗାଁକୁ ପାରମ୍ପରିକ ରଙ୍ଗରେ ସଜାଯାଇଥିଲା ଏବଂ ଉଭୟ ନେତାଙ୍କ ଆଦିବାସୀ ଗାଁରେ ଏକାଠି ଚାଲିବା ଏକ ବିରଳ ମୁହୂର୍ତ୍ତ ବୋଲି କୁହାଯାଉଛି। ନେତାଦ୍ୱୟ ପ୍ରଥମେ ଗୋସାଣୀ ପୀଠରେ ପୂଜାର୍ଚନା କରିଥିଲେ, ଯାହାକି ସାନ୍ତାଳୀ ସମ୍ପ୍ରଦାୟର ଗ୍ରାମ ଦେବତା, ପୂର୍ବପୁରୁଷଙ୍କ ଆତ୍ମା ଓ ଆଧ୍ୟାତ୍ମିକ ରକ୍ଷକଙ୍କ ବାସସ୍ଥଳୀ। ଏଠାରେ ପାରମ୍ପରିକ ସାନ୍ତାଳୀ ପୋଷାକ ପିନ୍ଧିବା ପରମ୍ପରା ଥିବାରୁ ସୁରକ୍ଷା କର୍ମୀମାନେ ମଧ୍ୟ ପୂଜା ପୂର୍ବରୁ ସାନ୍ତାଳୀ କପଡା ପିନ୍ଧିଥିଲେ। ଏହାପରେ ସେମାନେ ସାନ୍ତାଳ ଓ ହୋ ଆଦିବାସୀ ସମ୍ପ୍ରଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସାନ୍ତାଳୀ ଜାହେରା ଓ ହୋ ଜାହେରାର ପବିତ୍ର ବନରେ ପ୍ରାର୍ଥନା କରିଥିଲେ। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ, ଉଭୟ ପାହାଡ଼ପୁରର ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତିଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ପ୍ରତିଷ୍ଠିତ SLS ମେମୋରିଆଲ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ, ଯେଉଁମାନେ ଉଭୟ ନେତାଙ୍କୁ ସ୍ୱାଗତ କରିବାକୁ ଉତ୍ସାହରେ ଭରପୂର ଥିଲେ। ଏହି ଗସ୍ତର ମୂଳ ଲକ୍ଷ୍ୟ ଥିଲା ଆଦିବାସୀ ଅଞ୍ଚଳରେ ଶିକ୍ଷା ଓ ଦକ୍ଷତା ବିକାଶକୁ ମଜବୁତ କରିବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମୁର୍ମୁଙ୍କ ସ୍ୱର୍ଗତ ସ୍ୱାମୀ ଓ ପୁଅମାନଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜୁନ୍ 20 ତାରିଖ ରାଷ୍ଟ୍ରପତି ମୁର୍ମୁଙ୍କ 68ତମ ଜନ୍ମଦିନ ମଧ୍ୟ ଥିଲା। ପାହାଡ଼ପୁର ଗସ୍ତ ପରେ, ଉଭୟ ନେତା ଅପରାହ୍ନ 1:00 ରେ ରାଇରଙ୍ଗପୁରରେ ଆୟୋଜିତ ମହାସମାବେଶରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ଉଦ୍ଦିଷ୍ଟ। ଏହାର ବିଷୟବସ୍ତୁ ହେଉଛି "ବିକାଶ ର ଧାରା, ଓଡ଼ିଶା ସାରା"। ଏହି ସମାବେଶରେ ଶକ୍ତି, ରାସ୍ତା, ସ୍ୱାସ୍ଥ୍ୟ, ଜଳସେଚନ ଓ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ₹47,600 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କିମ୍ବା ଶିଳାନ୍ୟାସ କରାଯିବ। ମୁଖ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ 600 MW Upper Indravati Pumped Storage, IB Thermal Stage-II ଏବଂ ₹25,016 କୋଟିର Coal Gasification ପ୍ରକଳ୍ପ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଏହି 50,000 ରୁ ଅଧିକ ଜନସମାବେଶକୁ ସମ୍ବୋଧନ କରିବେ। ଗସ୍ତ ସମୟରେ, ପାହାଡ଼ପୁର ଗାଁ "ପାରମ୍ପରିକ ରଙ୍ଗରେ ସଜ୍ଜିତ" ହୋଇଥିଲା, ଯେଉଁଥିରେ ଘର କାନ୍ଥରେ ଫୁଲ ଓ ପ୍ରକୃତି ଚିତ୍ର ସହ ସାନ୍ତାଳ କଳା ଶୋଭା ପାଉଥିଲା। ଗସ୍ତ ପାଇଁ 120 ପ୍ଲାଟୁନ୍ ଫୋର୍ସ ସହିତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ପାହାଡ଼ପୁରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା।1
- ବାଲେଶ୍ୱର ଜିଲ୍ଲାର ରେମୁଣା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।1
- ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମଦିନ ଅବସରରେ ଆଜି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାକୁ ଗସ୍ତ କରିଥିଲେ। ନିଜ ଜନ୍ମମାଟିରେ ପହଞ୍ଚିବା ପରେ ରାଷ୍ଟ୍ରପତି ପିଲାମାନଙ୍କ ସହ ଅତ୍ୟନ୍ତ ଆତ୍ମୀୟ ମୁହୂର୍ତ୍ତ ବିତାଇଥିଲେ। ଜନ୍ମଦିନ ଅବସରରେ ପିଲାମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ସେ ସେମାନଙ୍କୁ ଚକୋଲେଟ୍ ବଣ୍ଟନ କରିଥିଲେ। ରାଷ୍ଟ୍ରପତିଙ୍କର ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିବାର ଏହି ଦୃଶ୍ୟ ସମସ୍ତଙ୍କ ମନ ଜିତି ନେଇଥିଲା। ଏହି ଗସ୍ତ ସମୟରେ ସେ ମୟୂରଭଞ୍ଜର ପାହାଡ଼ପୁର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏବଂ ପିଲାମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗ୍ରାମରେ ଚାଲିଥିବା ରଜ ମହୋତ୍ସବ ଜୁନ୍ ୨୦ ତାରିଖରେ ଆନନ୍ଦ ଉଲ୍ଲାସରେ ଉଦ୍ଯାପିତ ହୋଇଯାଇଛି। ବିସ୍ତାପାଳ ଆମ୍ବତୋଟାଠାରେ ଆୟୋଜିତ ଏହି ମହୋତ୍ସବରେ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳି ଓ ମୀନା ବଜାରର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଦିବାସୀ ସଂପ୍ରଦାୟର ଲୋକେ ଏକାଠି ହୋଇଥିଲେ। ମାଦଳର ତାଳେ ତାଳେ ପୁଅ, ଝିଅ, ବୋହୂ ଏବଂ ମହିଳାମାନେ ହାତକୁ ହାତ ଛନ୍ଦି ନାଚଗୀତରେ ମଜ୍ଜି ରହିଥିଲେ। ସେମାନେ ରଜପାନ ଖାଇ ରଜ ଗୀତ ଗାଇ ଦୋଳିରେ ଝୁଲିବାର ଦୃଶ୍ୟ ବେଶ୍ ମନୋରମ ଥିଲା।1
- ଏଲଆଇସି ଏଜେଣ୍ଟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ନିଜର ମହାନତା ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ସେ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଏକ ବ୍ୟାଗକୁ ଫେରାଇଛନ୍ତି। ଅସାବଧାନତା ବଶତଃ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ଛାଡି ଦେଇଥିଲେ। ଶ୍ରୀଯୁକ୍ତ ସାହୁ ତତ୍କ୍ଷଣାତ୍ ଫୋନ୍ କରି ବ୍ୟାଗର ମାଲିକଙ୍କୁ ନିଜ ଅଫିସକୁ ଡାକିଥିଲେ ଏବଂ ସୁରକ୍ଷିତ ଭାବେ ବ୍ୟାଗଟିକୁ ତାଙ୍କୁ ହସ୍ତାନ୍ତର କରି ମାନବିକତାର ଏକ ଉଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।1
- ଘସିପୁରା ବ୍ଲକ୍ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ କର୍ମଚାରୀ, ମିଶନ୍ ଶକ୍ତି ମହିଳା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।1
- ଝାରସୁଗୁଡାରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହଠାତ୍ ମାଡ଼ିଆସିଛି, ଯାହା ଫଳରେ ଏକ ଟେଣ୍ଟ ଉଡ଼ିଯାଇଛି। BCGCL ପ୍ରକଳ୍ପର ଉଦ୍ଘାଟନ ପୂର୍ବରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।1