ଆଜି ବିଶ୍ୱ ତମାଖୁ ଦିବସ ପାଳିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଇସ୍କନ ପରିବାର ପକ୍ଷରୁ ସମଗ୍ର ବିଶ୍ୱବାସୀ ତଥା ଦେଶ ଓ ସହରବାସୀଙ୍କୁ ତମାଖୁ ସମେତ ସମସ୍ତ ନିଶା ବର୍ଜନ କରିବାକୁ ବାର୍ତ୍ତା ଦିଆଯାଇଛି। ଏହି ଅବସରରେ ଭଞ୍ଜନଗର ଇସ୍କନ ଅଧ୍ୟକ୍ଷ ବିଶ୍ୱମ୍ବର ଦାସଙ୍କ ତତ୍ତ୍ଵାବଧାନରେ ସହର ପରିକ୍ରମା କରି ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଏହି ରାଲିରେ ଇସ୍କନ ପରିବାରର ବହୁ ସଦସ୍ୟ ନାମ ସଂକୀର୍ତ୍ତନ ମାଧ୍ୟମରେ ସାଧାରଣ ଜନତାଙ୍କୁ ନିଶା ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ। ଭଞ୍ଜନଗର ସମେତ ଆସ୍କା, ଖଲିକୋଟ, ପୋଲସରା, ବ୍ରହ୍ମପୁର, ଛତ୍ରପୁର ଆଦି ସ୍ଥାନରୁ ବହୁ ସଂଖ୍ୟକ ଭକ୍ତ ଏଥିରେ ଯୋଗ ଦେଇଥିଲେ। ବର୍ତ୍ତମାନ ସମୟରେ ଯୁବସମାଜ ନିଶା କବଳରେ କଲବଲ ହୋଇ ଜୀବନ ବିତାଉଥିବା ବେଳେ, ପ୍ରତିଦିନ ନିଶାସକ୍ତ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ, ପାରିବାରିକ ବିଚ୍ଛେଦ ଏବଂ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ଯୋଗୁଁ ମୃତ୍ୟୁ ଖବର ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ଗୋଟିଏ ପଟେ ସରକାର ନିଶାଖୋର ବ୍ୟକ୍ତି ଓ ବେପାରୀଙ୍କ ପ୍ରତି ଆଇନର ଲାଲ୍ ଆଖି ଦେଖାଉଥିବା ବେଳେ, ଅନ୍ୟ ପଟେ ସେହି ସରକାର ନିଶା ବ୍ୟବସାୟକୁ ପ୍ରଶୟ ଦେଉଥିବା ଅଭିଯୋଗ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୮୦ ଲକ୍ଷ ଲୋକ ତମାଖୁ ଜନିତ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି ଏବଂ ତମାଖୁ ସେବନ ଯୋଗୁଁ ୧୭ ପ୍ରକାର କର୍କଟ ରୋଗ ହେବାର ନଜିର ରହିଛି। ପ୍ରତିବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ହେଉଥିଲେ ମଧ୍ୟ ମାନବ ସମାଜ ଏହି ତମାଖୁ କବଳରୁ ମୁକ୍ତ ହୋଇପାରୁ ନାହିଁ। ଏସବୁ ସତ୍ତ୍ଵେ, ଇସ୍କନ ପରିବାର ଦ୍ୱାରା ଆୟୋଜିତ ଏହି ନିଆରା ସଚେତନତାକୁ ସବୁ ମହଲରେ ପ୍ରଶଂସା ମିଳିଛି। ଆଜି ଅପରାହ୍ନରେ ଡହ ରାସ୍ତାର ସ୍ୱସ୍ତିକ ବିହାର ଠାରେ ଆୟୋଜିତ ଏକ ସଚେତନତା ଓ ପ୍ରବଚନ କାର୍ଯ୍ୟକ୍ରମରେ ହରିନାମ ନିଶାରେ ନିଜକୁ ନିମଗ୍ନ କରି ଜୀବନକୁ ସରସ ସୁନ୍ଦର କରିବାକୁ ବାର୍ତ୍ତା ଦିଆଯାଇଥିଲା।

- ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ତି ଅଞ୍ଚଳରେ ଏକ ନୂତନ କିଓରବେ କ୍ଲିନିକ୍ର ଶୁଭାରମ୍ଭ କରାଯାଇଛି। ଏହି କ୍ଲିନିକ୍ରେ ଡାକ୍ତର ପରାମର୍ଶ, ଔଷଧ, ଲ୍ୟାବ୍ ପରୀକ୍ଷା ଏବଂ ସର୍ଜରୀ ଭଳି ସେବା ଉପଲବ୍ଧ ହେବ। ଏହାସହ, 200ରୁ ଅଧିକ ପାର୍ଟନର ହସ୍ପିଟାଲରେ 100ରୁ ଅଧିକ ପ୍ରକାରର ସର୍ଜରୀ ସହଜ ଏବଂ ସୁଲଭ ମୂଲ୍ୟରେ କରାଇବାର ସୁବିଧା ମିଳିବ।1
- ସାନଖେମୁଣ୍ଡି ପ୍ରେସ କ୍ଲବ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ମୌଳିକ ସମସ୍ୟାଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଏକ ପ୍ରୟାସ କରାଯାଉଛି।1
- Post by GANESH PANlGRAHl1
- ପୁରୀର ସୁଖଲତା ସ୍ମୃତି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପିଲାଙ୍କ ଖବରକାଗଜ 'ଶିଶୁ ସମାଚାର'ର ଉନବିଂଶ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଏକ ବିଦ୍ୟାଳୟ ସ୍ତରୀୟ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଶିଶୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯାହା ଚେସ୍ ପ୍ରଶିକ୍ଷକ ଶ୍ୟାମଲ କୁଣ୍ଡୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ଏହି ଅବସରରେ କୁନି ଚେସ୍ ଖେଳାଳି ପ୍ରଭାବିକ ସିଂହ ଏବଂ 'ଶିଶୁ ସମାଚାର' ପରିବାରର ସଦସ୍ୟ ମନୋଜ କୁମାର ରଥ, ବିଜୟ କୁମାର ବ୍ରହ୍ମା ଓ ଅନାମ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ସେମାନେ ମତ ଦେଇଥିଲେ ଯେ ଖେଳ ମାଧ୍ୟମରେ ପିଲାମାନଙ୍କ ମାନସିକ ଦକ୍ଷତା ବୃଦ୍ଧି ପାଉଛି ଏବଂ ଚେସ୍ ଖେଳ ଶିଶୁମାନଙ୍କ ମାନସିକତାକୁ ଶକ୍ତ କରିବା ସହ ଆଗକୁ ବଢ଼ିବାରେ 'ଶିଶୁ ସମାଚାର'ର ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରତିଯୋଗିତାକୁ ସର୍ବଶ୍ରୀ ଶ୍ରବଣ କୁମାର ପ୍ରଧାନ, ଅଶୋକ ନାୟକ, ସ୍ଵରାଜ ମହାନ୍ତି ଏବଂ ଓମ୍ ପ୍ରକାଶ ତ୍ରିପାଠୀ ପରିଚାଳନା କରିବାରେ ସହଯୋଗ କରିଥିଲେ। 'ଶିଶୁ ସମାଚାର'ର ସଂପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇ ଜଣାଇଛନ୍ତି ଯେ ଆସନ୍ତା ଅଗଷ୍ଟ ୮ ତାରିଖରେ ପୌରସଦନରେ ଅନୁଷ୍ଠିତ ହେବାକୁ ଥିବା ସ୍ଵନକ୍ଷେତ୍ର ଉତ୍ସବରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଆସନ୍ତା ରବିବାର ଦିନ ଦାମୋଦର ରୋଡ୍ ସ୍ଥିତ ବେଟ୍ରିକ୍ସ ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟତମ ପରିବାର ସଦସ୍ୟ ଡ. ଶଶିକାନ୍ତ ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ।4
- ଏହି ଭାବପୂର୍ଣ୍ଣ ବାର୍ତ୍ତାରେ ଜଣେ ଭକ୍ତ ନିଜ ଜୀବନ ପୁରୀର ପବିତ୍ର 'ବାଇଶି ପାହାଚ'ରେ ଶେଷ କରିବାକୁ ଆକୁଳ ପ୍ରାର୍ଥନା କରିଛନ୍ତି। 'କଳା ଚନ୍ଦନ' ପ୍ରତି ନିଜର ଗଭୀର ପ୍ରେମ ଓ ଅସୀମ ଭକ୍ତିଭାବ ପ୍ରକାଶ କରି, ଭକ୍ତ ଜଣକ ଇଶ୍ୱରଙ୍କ ଚରଣରେ ସମ୍ପୂର୍ଣ୍ଣ ସମର୍ପଣର ଭାବନାକୁ ଏହି ପୋଷ୍ଟ ମାଧ୍ୟମରେ ଦର୍ଶାଇଛନ୍ତି।1
- Puri Jila ranganpur 40/5 samajsevi apnon Ka Piya neta Congress dwara samajsevi rajanitra Puri Jila Gaon hello bro panchayat Subway Surfers aap mujhe Pradhanmantri Aawas Yojana Lokmanya ka shubhechha Amar Vishwas Bharosa1
- ପୁରୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ଜନଜାତି ସମ୍ପ୍ରଦାୟର ସଦସ୍ୟ ଏବଂ କଳାକାରମାନେ ଏକାଠି ହେବାକୁ ଯାଉଛନ୍ତି। ଏହି ଅଭୂତପୂର୍ବ ସମାଗମକୁ 'ଭାରତର ଆତ୍ମାର ଉତ୍ସବ' ଭାବେ ବର୍ଣ୍ଣନା କରାଯାଇଛି ଏବଂ ସମସ୍ତଙ୍କୁ ଏହି ଅନୁଭୂତିରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରାଯାଇଛି।4
- ବାରିପଦା ଷ୍ଟେସନ ବଜାର ହାଟରେ ପ୍ରଶାସନ ବୁଲଡୋଜର ଚଳାଇ ଶହେ ବର୍ଷର ଏକ ସମୃଦ୍ଧ ଇତିହାସକୁ ମାଟିରେ ମିଶାଇ ଦେଇଛି। ଏହି ଘଟଣାକୁ ନେଇ ପ୍ରଶ୍ନ ଉଠିଛି ଯେ ବିକାଶର ଉଚ୍ଚ ଅଟ୍ଟାଳିକା ପାଇଁ ଗରିବଙ୍କ ଲୁହ ଉପରେ ହିଁ କାହିଁକି ମୂଳଦୁଆ ପଡ଼ିଥାଏ। ବାରିପଦା ମ୍ୟୁନିସିପାଲିଟି ଏଠାରେ ଏକ ନୂଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଘୋଷଣା କରିଥିବାବେଳେ, ଏହି ଶହେ ବର୍ଷ ପୁରୁଣା ହାଟ ସହ ଜଡ଼ିତ ଶହ ଶହ ପରିବାରର ଭବିଷ୍ୟତ ଏବେ ଅନ୍ଧକାରମୟ ହୋଇପଡ଼ିଛି। ପ୍ରଶାସନ ଏହି ଗରିବ ବ୍ୟବସାୟୀଙ୍କୁ ପୁନର୍ବାର ଥଇଥାନ କରିବା ପାଇଁ ଉଦ୍ୟମ କରିବ ନା ସେମାନଙ୍କୁ ଏହିପରି ଅସହାୟ ଅବସ୍ଥାରେ ଛାଡ଼ିଦେବ, ତାହାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି।1