logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସିମୁଳିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ କୃଷି ସମ୍ମିଳନୀ କକ୍ଷରେ 'ବିକାଶ ଧାରା ଓଡିଶା ସାରା' ଶୀର୍ଷକ ଏକ ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରରେ ଦକ୍ଷତା ପ୍ରତିପାଦିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସିମୁଳିଆ ବ୍ଲକ ଆତ୍ମାର ସଭାପତି ରମାକାନ୍ତ ପରିହାରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ତାପସ କୁମାର ମହାନ୍ତି, କୃଷି ଜିଲ୍ଲା ଅଧିକାରିଣୀ ଭଗିନୀ ନବନିତା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ କୈଳାସ ଚନ୍ଦ୍ର ବାରିକ, ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ, ପଶୁ ଡାକ୍ତର ସ୍ୱରୂପାନନ୍ଦ ପତି, ଉଦ୍ୟାନ କୃଷି ମୁଖ୍ୟ ଜ୍ୟୋତି ପ୍ରକାଶ ମହାପାତ୍ର, ରାଣୀତାଲ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଗାୟତ୍ରୀ ନାୟକ, ଗୋଷ୍ଠୀ କୃଷି ଅଧିକାରିଣୀ ବି. ପି. ରୋଜାଲିନ, ବିଜେପି ଜିଲ୍ଲା ସମ୍ପାଦକ ନିରାକାର ପଣ୍ଡା, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅକ୍ଷୟ ବିଶ୍ୱାଳ, ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି ଏବଂ ବୀରେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କୃଷିର ଉନ୍ନତି ଓ ବିକାଶ ଧାରାରେ ଚାଷୀମାନେ କିପରି ସାମିଲ ହୋଇ ଆର୍ଥିକ ଉନ୍ନତି ଦିଗରେ ଅଗ୍ରସର ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ କୃଷି ବିଭାଗରେ ଉନ୍ନତ କୃଷି କାର୍ଯ୍ୟ କରୁଥିବା ଚାଷୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏ. ଟି. ଏମ ସିଦ୍ଧାର୍ଥ ଶଙ୍କର ପାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବି. ଟି. ଏମ ପ୍ରତ୍ୟାଷାପନ୍ନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଏକ ଅଂଶ ଭାବେ ସିମୁଳିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଏକ ଆଲୋଚନା ଓ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା।

7 hrs ago
user_Prafulla pattnaik ସମାଜ
Prafulla pattnaik ସମାଜ
Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
7 hrs ago
e91bec8e-ea5f-450a-afd4-af4c60dd6be7

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସିମୁଳିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ କୃଷି ସମ୍ମିଳନୀ କକ୍ଷରେ 'ବିକାଶ ଧାରା ଓଡିଶା ସାରା' ଶୀର୍ଷକ ଏକ ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରରେ ଦକ୍ଷତା ପ୍ରତିପାଦିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସିମୁଳିଆ ବ୍ଲକ ଆତ୍ମାର ସଭାପତି ରମାକାନ୍ତ ପରିହାରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ତାପସ କୁମାର

85c77135-72d0-4e2e-9839-901fc8919496

ମହାନ୍ତି, କୃଷି ଜିଲ୍ଲା ଅଧିକାରିଣୀ ଭଗିନୀ ନବନିତା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ କୈଳାସ ଚନ୍ଦ୍ର ବାରିକ, ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ, ପଶୁ ଡାକ୍ତର ସ୍ୱରୂପାନନ୍ଦ ପତି, ଉଦ୍ୟାନ କୃଷି ମୁଖ୍ୟ ଜ୍ୟୋତି ପ୍ରକାଶ ମହାପାତ୍ର, ରାଣୀତାଲ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଗାୟତ୍ରୀ ନାୟକ, ଗୋଷ୍ଠୀ କୃଷି ଅଧିକାରିଣୀ ବି. ପି. ରୋଜାଲିନ, ବିଜେପି ଜିଲ୍ଲା ସମ୍ପାଦକ ନିରାକାର ପଣ୍ଡା, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅକ୍ଷୟ ବିଶ୍ୱାଳ, ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି ଏବଂ ବୀରେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କୃଷିର ଉନ୍ନତି ଓ ବିକାଶ

ac3fd00e-bebe-422a-b5c5-9e650ebc7e62

ଧାରାରେ ଚାଷୀମାନେ କିପରି ସାମିଲ ହୋଇ ଆର୍ଥିକ ଉନ୍ନତି ଦିଗରେ ଅଗ୍ରସର ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ କୃଷି ବିଭାଗରେ ଉନ୍ନତ କୃଷି କାର୍ଯ୍ୟ କରୁଥିବା ଚାଷୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏ. ଟି. ଏମ ସିଦ୍ଧାର୍ଥ ଶଙ୍କର ପାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବି. ଟି. ଏମ ପ୍ରତ୍ୟାଷାପନ୍ନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଏକ ଅଂଶ ଭାବେ ସିମୁଳିଆ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଏକ ଆଲୋଚନା ଓ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା।

More news from ଓଡ଼ିଶା and nearby areas
  • ଓଡ଼ିଶାରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି। ଏହି ପରିଦର୍ଶନ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବାର ଏକ ବିଶେଷ ମୁହୂର୍ତ୍ତରେ ସଂଘଟିତ ହେଉଛି।
    1
    ଓଡ଼ିଶାରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି। ଏହି ପରିଦର୍ଶନ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବାର ଏକ ବିଶେଷ ମୁହୂର୍ତ୍ତରେ ସଂଘଟିତ ହେଉଛି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    15 hrs ago
  • ଆଗାମୀ ମୋହରମ ପର୍ବକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ଭାଇଚାରାର ପରିବେଶରେ ପାଳନ କରିବା ଲକ୍ଷ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ, ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନେ ଯୋଗଦେଇଥିଲେ। ବୈଠକରେ ମୋହରମ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଆରକ୍ଷୀ ଅଧ୍ୟକ୍ଷ ପ୍ରତ୍ୟୁଷ ଦିବାକର ଏବଂ ଉପଜିଲ୍ଲାପାଳ ଶିବ ମାଲଭଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଆଲୋଚନାରେ ପର୍ବ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା, ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ କରିବା ଏବଂ ମୋହରମ ଶୋଭାଯାତ୍ରାକୁ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ ଓ ପାରସ୍ପରିକ ସଦ୍ଭାବ ମାଧ୍ୟମରେ ମୋହରମ ପର୍ବକୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ଭାବେ ପାଳନ କରିବାକୁ ଆହ୍ୱାନ କରାଯାଇଛି।
    1
    ଆଗାମୀ ମୋହରମ ପର୍ବକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ଭାଇଚାରାର ପରିବେଶରେ ପାଳନ କରିବା ଲକ୍ଷ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ, ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନେ ଯୋଗଦେଇଥିଲେ। ବୈଠକରେ ମୋହରମ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଆରକ୍ଷୀ ଅଧ୍ୟକ୍ଷ ପ୍ରତ୍ୟୁଷ ଦିବାକର ଏବଂ ଉପଜିଲ୍ଲାପାଳ ଶିବ ମାଲଭଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଆଲୋଚନାରେ ପର୍ବ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା, ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ କରିବା ଏବଂ ମୋହରମ ଶୋଭାଯାତ୍ରାକୁ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ ଓ ପାରସ୍ପରିକ ସଦ୍ଭାବ ମାଧ୍ୟମରେ ମୋହରମ ପର୍ବକୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ଭାବେ ପାଳନ କରିବାକୁ ଆହ୍ୱାନ କରାଯାଇଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    22 hrs ago
  • ଝାରସୁଗୁଡାରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହଠାତ୍ ମାଡ଼ିଆସିଛି, ଯାହା ଫଳରେ ଏକ ଟେଣ୍ଟ ଉଡ଼ିଯାଇଛି। BCGCL ପ୍ରକଳ୍ପର ଉଦ୍‌ଘାଟନ ପୂର୍ବରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।
    1
    ଝାରସୁଗୁଡାରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହଠାତ୍ ମାଡ଼ିଆସିଛି, ଯାହା ଫଳରେ ଏକ ଟେଣ୍ଟ ଉଡ଼ିଯାଇଛି। BCGCL ପ୍ରକଳ୍ପର ଉଦ୍‌ଘାଟନ ପୂର୍ବରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ଚଳିତବର୍ଷ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ଵ୍ୟାପକ ତୃଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
    1
    ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ଚଳିତବର୍ଷ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ଵ୍ୟାପକ ତୃଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଭଦ୍ରକ ସମେତ ସମଗ୍ର ଓଡ଼ିଶା ଏବଂ ଦେଶରେ ୨୦ ଜୁନ ୨୦୨୬ ରେ “ପିଏମ୍-କିଷାନ ଉତ୍ସବ ଦିବସ” ପାଳନ କରାଯାଇଛି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୩ ତମ କିସ୍ତି ଟଙ୍କା ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଛନ୍ତି।
    1
    ଭଦ୍ରକ ସମେତ ସମଗ୍ର ଓଡ଼ିଶା ଏବଂ ଦେଶରେ ୨୦ ଜୁନ ୨୦୨୬ ରେ “ପିଏମ୍-କିଷାନ ଉତ୍ସବ ଦିବସ” ପାଳନ କରାଯାଇଛି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୩ ତମ କିସ୍ତି ଟଙ୍କା ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଛନ୍ତି।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    4 hrs ago
  • ଡବଲ ଇଞ୍ଜିନ ସରକାର ଯୋଗୁଁ ଓଡ଼ିଶା ବର୍ତ୍ତମାନ କ୍ଷୀପ୍ର ଗତିରେ ଆଗକୁ ବଢୁଛି।
    1
    ଡବଲ ଇଞ୍ଜିନ ସରକାର ଯୋଗୁଁ ଓଡ଼ିଶା ବର୍ତ୍ତମାନ କ୍ଷୀପ୍ର ଗତିରେ ଆଗକୁ ବଢୁଛି।
    user_Samasya News Odia
    Samasya News Odia
    Local News Reporter ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    7 hrs ago
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁର ଠାରେ ଏକ ଅଭିଭାଷଣ ପ୍ରଦାନ କରିଛନ୍ତି।
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁର ଠାରେ ଏକ ଅଭିଭାଷଣ ପ୍ରଦାନ କରିଛନ୍ତି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    16 hrs ago
  • ବାଲେଶ୍ୱର ଜିଲ୍ଲା ସୋରର ବଡ଼ଖୁଆ ଛକ ନିକଟରେ ନୂତନ ଭାବେ ପିଏମ୍ ମୋଟର୍ସର ମି ବାଇକ୍ ଇଭି ସୋରୁମ୍ ଉଦ୍‌ଘାଟିତ ହୋଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଖୋଲିଥିଲେ। ଏହି ଅବସରରେ ବିଧାୟକ ମାଧବ ଧଡ଼ା ପ୍ରଦୂଷଣ ଓ ପେଟ୍ରୋଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଇଭି ଗାଡ଼ିର ବହୁଳ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ଆଗାମୀ ଭବିଷ୍ୟତରେ ଶକ୍ତି ସଙ୍କଟ ଦେଖାଯିବାର ସମ୍ଭାବନା ଥିବାରୁ ସମସ୍ତେ ଇଭି ଗାଡ଼ି ବ୍ୟବହାର କରିବା ଆବଶ୍ୟକ। ଏଭଳି ଏକ ପଦକ୍ଷେପ ନେଇଥିବାରୁ ବିଧାୟକ ଶୋ'ରୁମ୍ ମାଲିକ ତଥା ଯୁବ ଉଦ୍ୟୋଗୀ ମନୋଜ କୁମାର ନାୟକ ଓ ପ୍ରଦୀପ କୁମାର ନାୟକଙ୍କୁ ସାଧୁବାଦ ଜଣାଇଥିଲେ। କମ୍ପାନୀର ଆରଏସ୍ଏମ୍ ମନୋଜ କୁମାର ପାଣି ସୂଚନା ଦେଇଛନ୍ତି ଯେ ଏହି ଶୋ'ରୁମରେ ୪୮ ହଜାର ଟଙ୍କାରୁ ଆରମ୍ଭ କରି ବିଭିନ୍ନ ଡିଜାଇନ୍ ଓ ଅଧିକ ଦାମର ଗାଡ଼ି ଉପଲବ୍ଧ ରହିଛି। ଗ୍ରାହକଙ୍କ ପାଇଁ ନଗଦ ରିହାତି (କ୍ୟାସ୍ ଡିସକାଉଣ୍ଟ) ଓ ଇଏମ୍ଆଇ ମାଧ୍ୟମରେ ଗାଡ଼ି କିଣିବାର ସୁବିଧା ରହିଛି। ଏହା ସହିତ ଅନ୍-ରୋଡ୍ ସର୍ଭିସ୍ ଏବଂ ବ୍ୟାଟେରୀ ଉପରେ ୱାରେଣ୍ଟି ମଧ୍ୟ ପ୍ରଦାନ କରାଯାଉଛି। ଏହି ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ଏବଂ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।
    1
    ବାଲେଶ୍ୱର ଜିଲ୍ଲା ସୋରର ବଡ଼ଖୁଆ ଛକ ନିକଟରେ ନୂତନ ଭାବେ ପିଏମ୍ ମୋଟର୍ସର ମି ବାଇକ୍ ଇଭି ସୋରୁମ୍ ଉଦ୍‌ଘାଟିତ ହୋଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଖୋଲିଥିଲେ।

ଏହି ଅବସରରେ ବିଧାୟକ ମାଧବ ଧଡ଼ା ପ୍ରଦୂଷଣ ଓ ପେଟ୍ରୋଲ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଇଭି ଗାଡ଼ିର ବହୁଳ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ଆଗାମୀ ଭବିଷ୍ୟତରେ ଶକ୍ତି ସଙ୍କଟ ଦେଖାଯିବାର ସମ୍ଭାବନା ଥିବାରୁ ସମସ୍ତେ ଇଭି ଗାଡ଼ି ବ୍ୟବହାର କରିବା ଆବଶ୍ୟକ। ଏଭଳି ଏକ ପଦକ୍ଷେପ ନେଇଥିବାରୁ ବିଧାୟକ ଶୋ'ରୁମ୍ ମାଲିକ ତଥା ଯୁବ ଉଦ୍ୟୋଗୀ ମନୋଜ କୁମାର ନାୟକ ଓ ପ୍ରଦୀପ କୁମାର ନାୟକଙ୍କୁ ସାଧୁବାଦ ଜଣାଇଥିଲେ।

କମ୍ପାନୀର ଆରଏସ୍ଏମ୍ ମନୋଜ କୁମାର ପାଣି ସୂଚନା ଦେଇଛନ୍ତି ଯେ ଏହି ଶୋ'ରୁମରେ ୪୮ ହଜାର ଟଙ୍କାରୁ ଆରମ୍ଭ କରି ବିଭିନ୍ନ ଡିଜାଇନ୍ ଓ ଅଧିକ ଦାମର ଗାଡ଼ି ଉପଲବ୍ଧ ରହିଛି। ଗ୍ରାହକଙ୍କ ପାଇଁ ନଗଦ ରିହାତି (କ୍ୟାସ୍ ଡିସକାଉଣ୍ଟ) ଓ ଇଏମ୍ଆଇ ମାଧ୍ୟମରେ ଗାଡ଼ି କିଣିବାର ସୁବିଧା ରହିଛି। ଏହା ସହିତ ଅନ୍-ରୋଡ୍ ସର୍ଭିସ୍ ଏବଂ ବ୍ୟାଟେରୀ ଉପରେ ୱାରେଣ୍ଟି ମଧ୍ୟ ପ୍ରଦାନ କରାଯାଉଛି।

ଏହି ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ଏବଂ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    22 hrs ago
  • ରାୟଗଡ଼ାରେ ହୋଇଥିବା ଭିଡ଼ ହିଂସାକୁ 'ରେଡ୍ ଫ୍ଲାଗ୍' ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ମିଳିଛି। ରାୟଗଡ଼ା ଏସପି ରାଜ ପ୍ରସାଦଙ୍କ କହିବାନୁସାରେ, ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩ଟି ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି।
    1
    ରାୟଗଡ଼ାରେ ହୋଇଥିବା ଭିଡ଼ ହିଂସାକୁ 'ରେଡ୍ ଫ୍ଲାଗ୍' ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ମିଳିଛି। ରାୟଗଡ଼ା ଏସପି ରାଜ ପ୍ରସାଦଙ୍କ କହିବାନୁସାରେ, ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩ଟି ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.