logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶନାମା ଜାରି ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ଜନଗଣନା ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ସମ୍ପ୍ରତି ରାଜ୍ୟରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ୧୬ ଏପ୍ରିଲ ୨୦୨୬ରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ଆବାସ ଗଣନା ଚାଲୁରହିଛି l ଏହି ପରିପ୍ରେକ୍ଷୀରେ ଜନଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନେ ଘରକୁ ଘର ବୁଲି ଘରର ଅବସ୍ଥା, ପାରିବାରିକ ସୁବିଧା ଏବଂ ପରିବାର ସମ୍ବନ୍ଧିତ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି l ତେବେ,ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସିଥିବା କିଛି ଘଟଣା ସମ୍ପର୍କରେ ରାଜ୍ୟସରକାର ଚିନ୍ତାପ୍ରକଟ କରିବା ସହ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ସଜାଗ ରହିଛନ୍ତି l ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତ ପ୍ରମୁଖ ଜନଗଣନା ଅଧିକାରୀ ତଥା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ ଅଫିସରମାନଙ୍କୁ ଚିଠି ଲେଖିଛନ୍ତି l ବିଶେଷ ଭାବେ ଗ୍ରୀଷ୍ମପ୍ରବାହ ତଥା ପ୍ରଚଣ୍ଡ ତାତିଜନିତ ସମସ୍ୟାର ମୁକାବିଲା, କାର୍ଯ୍ୟ ସମୟରେ ରହିଥିବା ବିଭିନ୍ନ ବିପଦ ଗୁଡ଼ିକୁ ଚିହ୍ନଟ କରିବା ସହ ଜନଗଣନାକାରୀଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି l ଏହାବ୍ୟତୀତ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ଵନ୍ଧରେ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଛି ; ଯାହା ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁରୁଖୁରୁରେ ଏବଂ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହୋଇପାରିବ l ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଧିକାରୀମାନେ ଜନଗଣନା କରିବେ ନାହିଁ l ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ସ୍ଥଗିତ ରଖିବା ନିମନ୍ତେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଜନଗଣନାକାରୀଙ୍କ ପ୍ରାଥମିକ ଆବଶ୍ୟକତା ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ଏସଓପି ଜାରି କରି ଗୃହ ବିଭାଗ ସହ ଆଲୋଚନା କରି ପୋଲିସ ପ୍ରଶାସନକୁ ଦାୟିତ୍ଵ ଦେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଜନଗଣନା କାର୍ଯ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୁଖ୍ୟତଃ ନିୟୋଜିତ ହୋଇଥିବାରୁ ବିଦ୍ୟାଳୟରେ ଶିଶୁମାନଙ୍କ ପାଠପଢ଼ା ଏବଂ ମଧ୍ୟାହ୍ନ ଭୋଜନରେ ବ୍ୟାଘାତ ନ ହେବା ପାଇଁ ବ୍ୟବସ୍ଥା କରାଯାଇଛି l ସେହିପରି ଖରାଛୁଟି ସମୟରେ ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ନିମନ୍ତେ ଆଲୋଚନା କରାଯାଇଛି l ଜନଗଣନା କାର୍ଯ୍ୟରେ ମୃତାହତ ଘଟଣାରେ ଆବଶ୍ୟକସ୍ଥଳେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି କିମ୍ବା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଅଥବା ରେଡକ୍ରସ୍ ପାଣ୍ଠିରୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏବଂ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ଉପସ୍ଥିତ ଥିଲେ l

19 hrs ago
user_Saroj Kumar Mohapatra
Saroj Kumar Mohapatra
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
19 hrs ago
e4ed2333-b9ef-4942-a932-d20fab020705

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶନାମା ଜାରି ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ଜନଗଣନା ପରିପ୍ରେକ୍ଷୀରେ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ସମ୍ପ୍ରତି ରାଜ୍ୟରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ୧୬ ଏପ୍ରିଲ ୨୦୨୬ରୁ ୧୫ ମଇ ୨୦୨୬ ପର୍ଯ୍ୟନ୍ତ ଆବାସ ଗଣନା ଚାଲୁରହିଛି l ଏହି ପରିପ୍ରେକ୍ଷୀରେ ଜନଗଣନାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନେ ଘରକୁ ଘର ବୁଲି ଘରର ଅବସ୍ଥା, ପାରିବାରିକ ସୁବିଧା ଏବଂ ପରିବାର ସମ୍ବନ୍ଧିତ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି l ତେବେ,ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସିଥିବା କିଛି ଘଟଣା ସମ୍ପର୍କରେ ରାଜ୍ୟସରକାର ଚିନ୍ତାପ୍ରକଟ କରିବା ସହ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ସଜାଗ ରହିଛନ୍ତି l ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତ ପ୍ରମୁଖ ଜନଗଣନା ଅଧିକାରୀ ତଥା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ ଅଫିସରମାନଙ୍କୁ ଚିଠି ଲେଖିଛନ୍ତି l ବିଶେଷ ଭାବେ ଗ୍ରୀଷ୍ମପ୍ରବାହ ତଥା ପ୍ରଚଣ୍ଡ ତାତିଜନିତ ସମସ୍ୟାର ମୁକାବିଲା, କାର୍ଯ୍ୟ ସମୟରେ ରହିଥିବା ବିଭିନ୍ନ ବିପଦ ଗୁଡ଼ିକୁ ଚିହ୍ନଟ କରିବା ସହ ଜନଗଣନାକାରୀଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ

1f55cba1-ad0b-4954-83ed-e1f029981b1b

ନିର୍ଦ୍ଦେଶ ଦିଆଯାଇଛି l ଏହାବ୍ୟତୀତ ଜନଗଣନା କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ଵନ୍ଧରେ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଛି ; ଯାହା ଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁରୁଖୁରୁରେ ଏବଂ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ ହୋଇପାରିବ l ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଧିକାରୀମାନେ ଜନଗଣନା କରିବେ ନାହିଁ l ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ସ୍ଥଗିତ ରଖିବା ନିମନ୍ତେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଜନଗଣନାକାରୀଙ୍କ ପ୍ରାଥମିକ ଆବଶ୍ୟକତା ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ସୁରକ୍ଷା ପାଇଁ ଏସଓପି ଜାରି କରି ଗୃହ ବିଭାଗ ସହ ଆଲୋଚନା କରି ପୋଲିସ ପ୍ରଶାସନକୁ ଦାୟିତ୍ଵ ଦେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଜନଗଣନା କାର୍ଯ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୁଖ୍ୟତଃ ନିୟୋଜିତ ହୋଇଥିବାରୁ ବିଦ୍ୟାଳୟରେ ଶିଶୁମାନଙ୍କ ପାଠପଢ଼ା ଏବଂ ମଧ୍ୟାହ୍ନ ଭୋଜନରେ ବ୍ୟାଘାତ ନ ହେବା ପାଇଁ ବ୍ୟବସ୍ଥା କରାଯାଇଛି l ସେହିପରି ଖରାଛୁଟି ସମୟରେ ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା ନିମନ୍ତେ ଆଲୋଚନା କରାଯାଇଛି l ଜନଗଣନା କାର୍ଯ୍ୟରେ ମୃତାହତ ଘଟଣାରେ ଆବଶ୍ୟକସ୍ଥଳେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି କିମ୍ବା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଅଥବା ରେଡକ୍ରସ୍ ପାଣ୍ଠିରୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏବଂ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ ଉପସ୍ଥିତ ଥିଲେ l

More news from ଓଡ଼ିଶା and nearby areas
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    18 hrs ago
  • ରାଜ୍ୟ ଓଡ଼ିଶା ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ସେବା ସମବାୟ ସମିତି ନିକଟରେ ଲାଗିଥିବା ଫଳକ ଭାଙ୍ଗିଦେଲେ ଦୁବୃତ୍ତ
    1
    ରାଜ୍ୟ ଓଡ଼ିଶା ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ସେବା ସମବାୟ ସମିତି ନିକଟରେ ଲାଗିଥିବା ଫଳକ ଭାଙ୍ଗିଦେଲେ ଦୁବୃତ୍ତ
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • Bangala election news
    1
    Bangala election news
    user_Suresh barik
    Suresh barik
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଜନଗଣନା ପାଇଁ ଯାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗାଡି ଭାଙ୍ଗିବା ସହ ସେମାନଙ୍କ ଉପରେ ଆକ୍ରମଣ
    1
    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଜନଗଣନା ପାଇଁ ଯାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗାଡି ଭାଙ୍ଗିବା ସହ ସେମାନଙ୍କ ଉପରେ ଆକ୍ରମଣ
    user_Odisha khabar
    Odisha khabar
    Bhubaneswar (M.Corp.), Khordha•
    23 hrs ago
  • ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha
    1
    ଭାରତରେ ପଙ୍ଖାରେ ୩ ଟି ବ୍ଲେଡ କିନ୍ତୁ ଆମେରିକା ରେ ୫ ଟି ବ୍ଲେଡ କଣ ପାଇଁ ଜାଣନ୍ତୁ ପଛର ରହସ୍ୟ #LatestNews #UpdateNews #apanankakhabara #news #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    41 min ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.