ଢେଙ୍କାନାଳ ଲୋକସଭା କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗକୁ ନେଇ ପୂର୍ବତନ ସାଂସଦ ମହେଶ ସାହୁ ତାଳଚେର ସ୍ଥିତ ଗ୍ରୀନ ପାର୍କ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଏହାକୁ ନିୟନ୍ତ୍ରିତ କରି ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜନପ୍ରତିନିଧି ଓ ସାମ୍ବାଦିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉନାହିଁ। ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ଏହି ସମୟରେ ପଞ୍ଚାୟତରେ ଓ ସହରୀ ବିକାଶ ଯୋଜନାରେ କେତେ ଫୁଟ ରାସ୍ତା ନିର୍ମାଣ ହୋଇଛି? ସେହିପରି ଧାନ ଉଠାଣ ଠିକ ଭାବେ ହେଉନଥିବା ଓ ପାନୀୟ ଜଳ ମିଳୁନଥିବାରୁ ଲୋକେ ଓ ଚାଷୀ ଆଜି ରାସ୍ତାରେ ବୋଲି ସେ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଡବଲ ଇଞ୍ଜିନ ସରକାରଙ୍କ ଅମଳରେ ବୈଷୟିକ ତ୍ରୁଟି ପାଇଁ ୩ ମାସ ହେଲା ବିଭିନ୍ନ ଭତ୍ତା ବନ୍ଦ ହୋଇଯାଇଛି ଏବଂ ୨ ବର୍ଷରେ ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ମିଳିନାହିଁ। ସେ ଅଭିଯୋଗ କରିଛନ୍ତି ଯେ ହିନ୍ଦୋଳ କ୍ଷେତ୍ରରେ ଓଡ଼ିଶାର ସମସ୍ତ ବନଖଣ୍ଡ ତୁଳନାରେ ସର୍ବାଧିକ ହାତୀ ଆକ୍ରମଣରେ ମୃତ୍ୟୁ ହେଉଛି। ତାଳଚେର ଥର୍ମାଲରେ ଷ୍ଟେଜ ୩ରେ ପର୍ଯ୍ୟାୟକ୍ରମେ ୩ ମାସ ମଧ୍ୟରେ ଶ୍ରମିକମାନଙ୍କୁ ନିଯୁକ୍ତି ଦେବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ହୋଇଥିବା ବେଳେ ତାହା କାର୍ଯ୍ୟକାରୀ ହେଉନଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସେ ଦାବି କରିଛନ୍ତି ଯେ ଜାତୀୟ ସ୍ୱାର୍ଥ ପାଇଁ ତାଳଚେରବାସୀଙ୍କ ତ୍ୟାଗ ଥିବାବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ନିର୍ଦ୍ଧାରଣ କରିବା ସହ ସ୍ୱଳ୍ପ ଜମି ହରାଇଥିବା ଜମିହରା ପ୍ରଜାଙ୍କୁ ନିଯୁକ୍ତି ମିଳୁ। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ କଳକାରଖାନା ଗଢ଼ି ଉଠିଥିଲେ ମଧ୍ୟ CSR ମାଧ୍ୟମରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବାକୁ ସେ ବିରୋଧ କରିଛନ୍ତି। ଏହି ଦୁଇ ଜିଲ୍ଲାରେ ଜାତୀୟ ରାଜପଥ ନିର୍ମାଣ ଶେଷ ହୋଇନଥିବା ବେଳେ ଖମାର, ହାତୀଲୁଚାଣି, ଇଟାପ ଠାରେ ଟୋଲ ଟିକସ ଆଦାୟ ହେଉଥିବାକୁ ସେ ବିରୋଧ କରିଛନ୍ତି। କେନ୍ଦ୍ର ସରକାର ଦେଶରେ ଦୈନିକ ୩୪ କିମି ରାସ୍ତା ନିର୍ମାଣ ହେଉଥିବା ସୂଚନା ଦେଉଥିବା ବେଳେ ଓଡ଼ିଶାରେ କେତେ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି, ପୂର୍ତ୍ତ ବିଭାଗ ୧୫ ହଜାର କିମି ରାସ୍ତା କରିବ ବୋଲି କହୁଥିବା ବେଳେ ୫୦୦ କିମି ହେଉଛି କି ନାହିଁ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ଗ୍ରାମ ଉନ୍ନୟନ ରାସ୍ତା ଯୋଜନାରେ ଓଡ଼ିଶାରେ କେତେ କିମି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ବିଧାୟକ ଓ ସାଂସଦ ପାଣ୍ଠି ବାବଦ ୫ କୋଟି ଲେଖାଏଁ ମିଳୁଥିବା ବେଳେ ସେ ଅର୍ଥ ମିଳିବାରେ ଅହେତୁକ ବିଳମ୍ବ ଯୋଗୁଁ ବିଭିନ୍ନ କାର୍ଯ୍ୟ ହୋଇପାରୁନାହିଁ। ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବେ ବୋଲି କହିଥିବା ବେଳେ ଅନୁଗୁଳ ଜିଲ୍ଲାରେ ଏହା କେବେ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲ୍ଲାରେ ପରିବେଶ ସମସ୍ୟା ଉଦବେଗଜନକ ଥିବାବେଳେ ତାଳଚେରରେ କୋଇଲା କମ୍ପାନୀ କେବେ ପ୍ରତିଷ୍ଠା ହେବ ବୋଲି ସେ ପଚାରିଛନ୍ତି ଏବଂ ଏଥିପ୍ରତି ଜନ ପ୍ରତିନିଧିଙ୍କ ନୀରବତା ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ ଦାବି କରିଛନ୍ତି ଯେ କୋଇଲାଖଣି ପାଇଁ ତାଳଚେର ସହରର ବିଭିନ୍ନ ସ୍ଥାନରେ ମାଟି ଦବୁଥିବା ବେଳେ ଉପଯୁକ୍ତ ବାଲି ଭର୍ତ୍ତି କରାଯାଇ ତାଳଚେରକୁ ବିପଦମୁକ୍ତ ଘୋଷଣା କରାଯାଉ। MCL ଉତ୍ପାଦନ ଅନୁସାରେ ଅନ୍ୟ ଖଣିରେ ନିଯୁକ୍ତି ଆଧାରରେ ନିଯୁକ୍ତି ଦେଉନଥିବା ସେ ଅଭିଯୋଗ କରିଛନ୍ତି। ନିକଟରେ ତାଳଚେର ପବିତ୍ର ମୋହନ ସରକାରୀ ଡାକ୍ତରଖାନାରେ ହୋଇଥିବା ନର୍ସ ନିଯୁକ୍ତି ଜାଲିଆତି ଘଟଣାରେ ଯଦି କୌଣସି ରୋଗୀର ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ MCL ଉପଖଣ୍ଡ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରୟାସରେ ଏଭଳି ଅବ୍ୟବସ୍ଥାର ତଦନ୍ତ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ମଳ ତ୍ରିପାଠୀ, ରମେଶ ଚନ୍ଦ୍ର ବେହେରା ଓ କଳାକାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

- ଢେଙ୍କାନାଳର ଦୀନବନ୍ଧୁପୁର ଗ୍ରାମବାସୀ ପ୍ରାୟ ଗୋଟିଏ ବର୍ଷ ହେବ ବିଜୁଳି ସମସ୍ୟା ଯୋଗୁଁ ଅନ୍ଧାରରେ ରହିଛନ୍ତି। ପ୍ରତିଦିନ ରାତି ୭ଟାରୁ ବିଜୁଳି କଟିଯାଉଥିବା ବେଳେ ପରଦିନ ସକାଳ ୯ଟାରେ ଆସୁଛି। ଏହି ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ବିଧାୟିକା ସୀମାରାଣୀ ନାଏକଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ପ୍ରଶାସନ କିମ୍ବା ବିଧାୟିକା କେହି ସେମାନଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ ବର୍ତ୍ତମାନ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।4
- ଆଜି ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ନରେନ୍ଦ୍ର ମୋଦୀ କୋଲକାତାର ରେଡ୍ ରୋଡ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସର ଯୋଗର ଗୁରୁତ୍ୱ ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ଏହାର ଉପାଦେୟତା ଉପରେ ଗୁରୁତ୍ୱାରୋପ କରିଥିଲା।1
- ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ୍ ଅନ୍ତର୍ଗତ ମସିନ୍ତା ଗ୍ରାମରେ ଜୁନ୍ ୨୧, ୨୦୨୬ ତାରିଖରେ ଜୀବନ ଜ୍ୟୋତି ସମନ୍ୱିତ ନିଶାମୁକ୍ତ ଥାଇଥାନ କେନ୍ଦ୍ର କଣ୍ଡଳ ଆନୁକୂଲ୍ୟରେ ନିଶାମୁକ୍ତ ସପ୍ତାହ, ନିଶାମୁକ୍ତ ଭାରତ ଅଭିଯାନ, ବିକଶିତ ଭାରତ ଏବଂ ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମଚାରୀ ହୃଷିକେଶ ସାହୁ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଦେବପ୍ରସାଦ ନନ୍ଦ, ଯୋଗର ଉପକାରିତା ଓ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ନିଶାମୁକ୍ତ ଭାରତ ଅଭିଯାନରେ ସମସ୍ତଙ୍କୁ ସାମିଲ୍ ହୋଇ ଏକ ବିକଶିତ ଭାରତ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଯୋଗ ଗୁରୁ ସଞ୍ଜୟ କୁମାର ନାୟକ ଯୋଗାଭ୍ୟାସ କରାଇଥିଲେ। ଶେଷରେ ରାଜେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।1
- ଗ୍ରାମବାସୀଙ୍କ ପକ୍ଷରୁ ନିଜ ଗାଁର ପହଞ୍ଚ ରାସ୍ତାର ମରାମତି ପାଇଁ ଅନୁରୋଧ କରାଯାଇଛି।1
- କେନ୍ଦେଇପଶି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଥିରେ BLOOM Education ସମ୍ମୁଖରେ ପଡ଼ିଥିବା ବ୍ୟବହୃତ ପୁରୁଣା ପାପୋଛ ଚୋରି ହୋଇଛି। ରାତି ଅଧିଆରେ ଚୋରମାନେ ଏକ ବୋଲେରୋ ଗାଡ଼ିରେ ଆସି ଏହି ଚୋରି କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାଟି ସେଠାରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି।1
- ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳା ଜେନେରାଲ୍ କୋଚ୍ ମଧ୍ୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଯାତ୍ରା ସମୟରେ ମହିଳାଙ୍କୁ ପ୍ରସବ ବେଦନା ହୋଇଥିଲା। ଏହାପରେ ରେଲ୍ ମଦଦ ମାଧ୍ୟମରେ ଅଭିଯୋଗ କରାଯିବା ପରେ RPF ଟିମ୍ କଟକ ଷ୍ଟେସନରେ ପହଞ୍ଚିଥିଲା। ତେବେ, RPF ପହଞ୍ଚିବା ପୂର୍ବରୁ ମହିଳା ଜଣକ ଶିଶୁପୁତ୍ରକୁ ଜନ୍ମ ଦେଇସାରିଥିଲେ। RPF କର୍ମଚାରୀମାନେ ମହିଳାଙ୍କ ପାଇଁ ତୁରନ୍ତ ସହାୟତାର ବ୍ୟବସ୍ଥା କରିଥିଲେ। ପରେ ପୁଣି ବେଦନା ଅନୁଭବ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ SCB ମେଡିକାଲ୍ ପଠାଯାଇଥିଲା।1
- ଢେଙ୍କାନାଳର କଣ୍ଟାନାଳି ବାଇପାସରେ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି, ଯାହାକୁ ନେଇ ସ୍ଥାନୀୟ ଲୋକେ ଏବଂ ବିଶେଷ କରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନବେଳା ଯେଉଁ ସମସ୍ୟା ରହୁଛି, ସନ୍ଧ୍ୟା ହେଲେ ଏହି ସ୍ଥାନରେ ବିପଦ ଆହୁରି ବଢିଯାଏ, କାରଣ ସେଠାରେ ସମ୍ପୂର୍ଣ୍ଣ ଅନ୍ଧାର ଘୋଡ଼ାଇ ରହିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ବାଇପାସରେ ହାଇମାଷ୍ଟ ଲାଇଟ୍ ଲଗାଯାଇଥିଲେ ମଧ୍ୟ, ଗତ ଆଠ ମାସ ଧରି ଏଗୁଡ଼ିକ ଜଳୁନାହିଁ। ଜିଲ୍ଲା ପୋଲିସକୁ ଏ ବିଷୟରେ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ, ଫଳରେ ଏହି ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି।1
- ଢ଼େଙ୍କାନାଳ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁନଃ ନିଟ୍ ପରୀକ୍ଷା ଆରମ୍ଭ ହୋଇଛି। ମୋଟ ୧୧୪୭ ଜଣ ପରୀକ୍ଷାର୍ଥୀ ପି ଏମ ଶ୍ରୀ କେନ୍ଦ୍ରିୟ ବିଦ୍ୟାଳୟ, ସରକାରୀ ପଲିଟେକନିକ୍ ମହିଷାପାଟ ଏବଂ ଢେଙ୍କାନାଳ ସ୍ୱୟଂସାସିତ ମହାବିଦ୍ୟାଳୟ ଭଳି ତିନୋଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ବ୍ଲକ୍ ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ବସ୍ ସୁବିଧା କରାଯାଇଥିଲା। ଏହା ବ୍ୟତୀତ, ଢ଼େଙ୍କାନାଳରେ ପରୀକ୍ଷା ଦେବାକୁ ଆସୁଥିବା ବାହାର ପିଲାମାନଙ୍କ ପାଇଁ ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ଏବଂ କଲେଜ ବାଇପାସ୍ରୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଥିଲା। ଏହି ପରୀକ୍ଷା ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି।1
- ଦେବଗଡ଼ରେ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ବିଭାଗ, ଜିଲ୍ଲା ଯୋଗ ମହୋତ୍ସବ ସମିତି ଏବଂ ଜିଲ୍ଲା କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଜୁନ୍ ୨୧, ୨୦୨୬ ରେ ୧୨ତମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ୱାରା ଏହି ବର୍ଷର ବିଷୟବସ୍ତୁ "ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ" ରଖାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ କୁମାର ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାଜେନ୍ଦ୍ର ମିଞ୍ଜ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦ ପ୍ରତିନିଧି ସୁବାସ ଚନ୍ଦ୍ର ପାଣିଗ୍ରାହି, ମାନ୍ୟବର ବିଧାୟକ ପ୍ରତିନିଧି ଚନ୍ଦ୍ର ଶେଖର ଭୁକ୍ତା, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ବରଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସକାଳ ୬:୩୦ ଘଟିକାରେ ପ୍ରଦୀପ ପ୍ରଜ୍ବଳନ କରି ଅତିଥିମାନେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ଯେ, ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ଯୋଗ ବ୍ୟାୟାମ କରିବା ଆବଶ୍ୟକ। ଯୋଗ ଦ୍ୱାରା ମନ ପ୍ରଫୁଲ୍ଲିତ ରୁହେ ଏବଂ ଏହାର ସୁପ୍ରଭାବ ଶରୀର ଉପରେ ପଡେ। ଏହାପରେ ଜିଲ୍ଲା ଯୋଗ ମହୋତ୍ସବ ସମିତିର ଯୋଗ ଗୁରୁ ଦେବରାଜ ସାହୁ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲା। ପରେ ଶପଥ ପାଠ କରାଯିବା ସହ ଓମ୍ ଶାନ୍ତି ପ୍ରଜାପତି ବ୍ରହ୍ମକୁମାରୀ ଅନୁଷ୍ଠାନର ଭଉଣୀ ସ୍ନେହାଙ୍କ ଦ୍ୱାରା ଓମ୍ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା। ଜିଲ୍ଲାସ୍ତରରେ ଆୟୋଜିତ ଓଡ଼ିଆ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ବରଣ୍ୟ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ସାମ୍ବାଦିକ, ସମାଜସେବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ପୌରାଞ୍ଚଳର ଅଧିବାସୀ, ବୁଦ୍ଧିଜୀବୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।1