Shuru
Apke Nagar Ki App…
ଚିକିତ୍ସାରେ ଅବହେଳା ଅଭିଯୋଗକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ଏକ ଗୁରୁତର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଜଣେ ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଇଛି।
ଆଦର୍ଶ ନ୍ୟୁଜ live
ଚିକିତ୍ସାରେ ଅବହେଳା ଅଭିଯୋଗକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ଏକ ଗୁରୁତର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଜଣେ ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଇଛି।
More news from ଓଡ଼ିଶା and nearby areas
- କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ବର୍ଷା ଯୋଗୁଁ ସ୍ଥାନୀୟ ଚାଷୀମାନଙ୍କ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ଭିଜିଯାଇଛି। ବିଶେଷ କରି ଘୁମର, ନୁଆଁଗାଁ ଏବଂ ଷଣ୍ଡଗାଁ ଅଞ୍ଚଳର ଚାଷୀମାନେ ଏହି ଅଚାନକ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି।1
- ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରୁ ଓପିଏସସିରେ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଜଣ ଓପିଏସସି ଉତ୍ତୀର୍ଣ୍ଣଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର, ଓ ସମ୍ପାଦକ ଅକ୍ଷୟ କୁମାର ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ଓପିଏସସିରେ ୪ର୍ଥ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା କନକ ଜୈନ ଏବଂ ୧୧୩ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ସଂଗୀତା ସେଠୀଙ୍କୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। କେସିଙ୍ଗା ବିଡିଓ ଉଭୟଙ୍କୁ ଆଗାମୀ ଦିନରେ ଭଲ ଭାବରେ କାମ କରିବା ସହ ଗରିବଙ୍କ ପ୍ରତି ଦୟାନୁଭାବ ରଖି ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ସହିତ ଗରିବଙ୍କ ସମସ୍ୟା ଦୂର କରିବାକୁ ଉଦ୍ବୋଧନ ଦେଇଥିଲେ। ପ୍ରତିକ୍ରିୟାରେ, କନକ ଜୈନ ଓ ସଂଗୀତା ସେଠୀ ଉପସ୍ଥିତ ଅନୁଷ୍ଠାନର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ ଜୁହାର କରି ନିଜସ୍ୱ ମତ ବ୍ୟକ୍ତ କରିଥିଲେ।1
- କଳାହାଣ୍ଡି ଜିଲ୍ଲାରୁ ଟ୍ରକ୍ ଟ୍ରକ୍ ଆମ୍ବ ବାହାର ରାଜ୍ୟକୁ ପଠାଯାଉଥିବା ସତ୍ତ୍ୱେ ଏହି ଅଞ୍ଚଳର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।1
- ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଡାଇଗୁଡଛକ ଅଞ୍ଚଳରେ ଏକ ଜଙ୍ଗଲୀ ଭାଲୁର ଉପସ୍ଥିତି ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏହି ବନ୍ୟ ଭାଲୁ ସମ୍ପର୍କରେ ସୂଚନା ମିଳିବା ପରେ ମଧ୍ୟ ବନ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି, ଯାହା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।1
- ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ନେଇ କିଛି ଛାତ୍ରଛାତ୍ରୀ ପୋଲିସ ଥାନାର ଦ୍ୱାରସ୍ତ ହୋଇଛନ୍ତି।1
- ଗଜପତି ଜିଲ୍ଲା ଗୁମ୍ମା ବ୍ଲକରୁ ଦୁର୍ନୀତିର ଆଉ ଏକ ନମୁନା ସାମ୍ନାକୁ ଆସିଛି, ଯେଉଁଠାରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଦେଖିବାକୁ ମିଳିଛି। ବ୍ଲକ୍ କାର୍ଯ୍ୟାଳୟ ପରିସର ମଧ୍ୟରେ ନୂତନ ଭାବେ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏକ ମଟର ସାଇକେଲ ଷ୍ଟାଣ୍ଡର କାମ ସମ୍ପୂର୍ଣ୍ଣ ହୋଇନଥିବା ସତ୍ତ୍ୱେ, ଏହାର ପୁରା ବିଲ୍ ଉଠାଇ ନିଆଯାଇଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଛି। ଏହି ମଟର ସାଇକେଲ ଷ୍ଟାଣ୍ଡରେ ଟିଣ ସମ୍ପୂର୍ଣ୍ଣ ଭାବେ ପକାଯାଇ ନାହିଁ। ଏଥିସହ, ନିମ୍ନ ମାନର ଉପକରଣ ବ୍ୟବହାର କରାଯାଇଥିବାରୁ ଟିଣଗୁଡ଼ିକ ବଙ୍କା ହୋଇଯାଇଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ଆବାସିକ କାର୍ଯ୍ୟାଳୟ ତଥା ସମଗ୍ର ଗୁମ୍ମା ବ୍ଲକର ଅଧିକାରୀଙ୍କ ଆଖି ଆଗରେ ଏପରି ଦୁର୍ନୀତି ଚାଲିଥିବା ବେଳେ, ଅନ୍ୟ ଉପାନ୍ତ ଅଞ୍ଚଳରେ କେତେ ଦୁର୍ନୀତି ହେଉଥିବ ତାହା ଅନୁମାନ କରାଯାଉଛି। ଏହି ପ୍ରସଙ୍ଗରେ ଗୁମ୍ମା ବିଡ଼ିଓ, ଏଇଇ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଫୋନ୍ ମାଧ୍ୟମରେ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନାହାନ୍ତି।1
- ମାଲକାନଗିରିର କ୍ୟାନାଲ୍ ଛକ ନିକଟରେ ଏକ ଭୟଙ୍କର ଦୁର୍ଘଟଣାରୁ ତିନି ବାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଠାରେ ଏକ ହାଇୱା ସିଧାସଳଖ ସେମାନଙ୍କ ସାଇକେଲ୍ ଉପରେ ଚଢ଼ିଯାଇଥିଲା। ତେବେ ସୌଭାଗ୍ୟବଶତଃ, ଏହି ତିନି ବାଳକ ସୁରକ୍ଷିତ ଭାବରେ ବର୍ତ୍ତିଯାଇଛନ୍ତି।3