ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ବଇସିଣା ଗ୍ରାମର ଏକ ଭଡ଼ାଘରୁ ମାଙ୍କଡ଼ଟୁଆ ଗ୍ରାମର ବିବାହିତା ମହିଳା ପୁଷ୍ପଲତା ଦେହୁରୀ (୪୦)ଙ୍କ ମୃତଦେହ ଗତ ସୋମବାର ହଣ୍ଡପା ପୋଲିସ ଜବତ କରିଥିଲା। ପୁଷ୍ପଲତାଙ୍କୁ ତାଙ୍କ ସ୍ବାମୀ ସୁମନ୍ତ ଦେହୁରୀ (୪୬) ଲୁହାରଡ୍ରେ ପିଟି ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତ ସୁମନ୍ତଙ୍କୁ ଶୁକ୍ରବାର ରାତିରେ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସର ସୂଚନା ଅନୁଯାୟୀ, ସୁମନ୍ତ ଓ ପୁଷ୍ପଲତା ମାଙ୍କଡ଼ଟୁଆ ଗ୍ରାମରୁ ଆସି ବଇସିଣା ଗ୍ରାମର ଏକ ଭଡ଼ା ଘରେ ରହୁଥିଲେ। କିଛି ଦିନ ହେବ ଦମ୍ପତିଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ସୁମନ୍ତ ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଅନେକ ସମୟରେ ମାଡ଼ ମାରୁଥିଲେ। ଗତ ରବିବାର ରାତିରେ ମଧ୍ୟ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସୁମନ୍ତ ଏକ ଲୁହାରଡ୍ରେ ପିଟି ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ସୋମବାର ଖବର ପାଇ ପୋଲିସ ତାଙ୍କ ମୃତଦେହ ବେଡ୍ ଉପରୁ ଜବତ କରିଥିଲା। ଏହି ଘଟଣା ସଂକ୍ରାନ୍ତରେ ପ୍ରଥମେ ପୁଷ୍ପଲତାଙ୍କ ଭାଉଜଙ୍କ ଅଭିଯୋଗ କ୍ରମେ ନଂ. ୬/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରେ ମଙ୍ଗଳବାର ଦିନ ପୁଷ୍ପଲତାଙ୍କ ମା' ଠାକୁରଗଡ଼ ଥାନା ଅଞ୍ଚଳର ଗିଲା ପ୍ରଧାନ ନିଜ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୨୫୫/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପୋଲିସ ଫେରାର ଅଭିଯୁକ୍ତ ସୁମନ୍ତଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଲୁହାରଡ୍ ଜବତ କରିଛି।
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ବଇସିଣା ଗ୍ରାମର ଏକ ଭଡ଼ାଘରୁ ମାଙ୍କଡ଼ଟୁଆ ଗ୍ରାମର ବିବାହିତା ମହିଳା ପୁଷ୍ପଲତା ଦେହୁରୀ (୪୦)ଙ୍କ ମୃତଦେହ ଗତ ସୋମବାର ହଣ୍ଡପା ପୋଲିସ ଜବତ କରିଥିଲା। ପୁଷ୍ପଲତାଙ୍କୁ ତାଙ୍କ ସ୍ବାମୀ ସୁମନ୍ତ ଦେହୁରୀ (୪୬) ଲୁହାରଡ୍ରେ ପିଟି ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତ ସୁମନ୍ତଙ୍କୁ ଶୁକ୍ରବାର ରାତିରେ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସର ସୂଚନା ଅନୁଯାୟୀ, ସୁମନ୍ତ ଓ ପୁଷ୍ପଲତା ମାଙ୍କଡ଼ଟୁଆ ଗ୍ରାମରୁ ଆସି ବଇସିଣା ଗ୍ରାମର ଏକ ଭଡ଼ା ଘରେ ରହୁଥିଲେ। କିଛି ଦିନ ହେବ ଦମ୍ପତିଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ସୁମନ୍ତ ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଅନେକ ସମୟରେ ମାଡ଼ ମାରୁଥିଲେ। ଗତ ରବିବାର ରାତିରେ ମଧ୍ୟ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସୁମନ୍ତ ଏକ ଲୁହାରଡ୍ରେ ପିଟି ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ସୋମବାର ଖବର ପାଇ ପୋଲିସ ତାଙ୍କ ମୃତଦେହ ବେଡ୍ ଉପରୁ ଜବତ କରିଥିଲା। ଏହି ଘଟଣା ସଂକ୍ରାନ୍ତରେ ପ୍ରଥମେ ପୁଷ୍ପଲତାଙ୍କ ଭାଉଜଙ୍କ ଅଭିଯୋଗ କ୍ରମେ ନଂ. ୬/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରେ ମଙ୍ଗଳବାର ଦିନ ପୁଷ୍ପଲତାଙ୍କ ମା' ଠାକୁରଗଡ଼ ଥାନା ଅଞ୍ଚଳର ଗିଲା ପ୍ରଧାନ ନିଜ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୨୫୫/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପୋଲିସ ଫେରାର ଅଭିଯୁକ୍ତ ସୁମନ୍ତଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଲୁହାରଡ୍ ଜବତ କରିଛି।
- ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ଏକ ଅଭାବନୀୟ ତଥା ସ୍ପନ୍ଦନହୀନ ଘଟଣା ଦେଖିବାକୁ ମିଳିଛି। ଋଶିବନ୍ଧ ଗ୍ରାମର ହିରୋ ମଲ୍ଲିକ ନାମକ ଜଣେ ଯୁବକ ପ୍ରଚୁର ମଦ୍ୟପାନ କରି ବାଇକ୍ ଚଲାଉଥିବା ବେଳେ ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ନିୟନ୍ତ୍ରଣ ହରାଇ ପ୍ରଥମେ ଜଣେ ନାବାଳିକାକୁ ଜୋରଦାର ଧକ୍କା ଦେଇଥିଲେ। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ନାବାଳିକା ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେହି ସମୟରେ ମଦ୍ୟପ ବାଇକ୍ ଚାଳକ ହିରୋ ମଲ୍ଲିକ ଉତକ୍ଷିପ୍ତ ହୋଇ ନିଜ ପାଖରେ ଥିବା ଏକ ଛୁରାରେ ଉଦ୍ଧାର କରିବାକୁ ଆସିଥିବା ଲୋକଙ୍କ ଉପରକୁ ଆତର୍କିତ ଆକ୍ରମଣ କରିଥିଲା ଏବଂ ସେଠାରେ ଉପସ୍ଥିତ ଲୋକଙ୍କୁ ବାରମ୍ବାର ଛୁରାମାଡ଼ କରି ଚାଲିଥିଲା। ଏହି ସାଂଘାତିକ ଛୁରାମାଡ଼ରେ ୩ ଜଣ ଗ୍ରାମବାସୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଅନ୍ୟ ୨ ଜଣ ମଧ୍ୟ ଏହି ଆକ୍ରମଣରେ ସାମାନ୍ୟ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବାଉଁଶୁଣୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଅଭିଯୁକ୍ତ ଚାଳକ ହିରୋ ମଲ୍ଲିକକୁ ଉଦ୍ଧାର କରି ଅଟକ ରଖିଛି। ଏହା ସହ ପୋଲିସ ଘଟଣାସ୍ଥଳରୁ ବ୍ୟବହୃତ ବାଇକ୍ ଏବଂ ରକ୍ତଭିଜା ଛୁରାକୁ ଜବତ କରିବା ସହ ମାମଲା ରୁଜୁ କରି ଏହି ବର୍ବରୋଚିତ କାଣ୍ଡର ଅଧିକ ତଦନ୍ତ ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ମଦ୍ୟପ ଚାଳକ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।1
- ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜର ବରପଦର୍ ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ପାୱାରଫୁଲ୍ ଫରେଷ୍ଟର ବୁଲି ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସରକାରୀ କର୍ତ୍ତବ୍ୟରେ ଅବହେଳା କରିବା ସହିତ ବେଆଇନ କାଠ ଚାଲାଣରେ ତାଙ୍କର ସଂପୃକ୍ତି ରହିଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଆସୁଥିଲା। ସେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ସମ୍ପର୍କରେ ସ୍ପଷ୍ଟ ଜାଣିବା ପରେ ବ୍ରହ୍ମପୁର RCCF ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ନିଲମ୍ବନ କରିବା ସହିତ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଡିଭିଜନ ଅଫିସରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ରାସ୍ତା ଉପରେ ଗାଈଗୋରୁ ବୁଲୁଥିବାରୁ ଦୁର୍ଘଟଣାର ଆଶଙ୍କା ଦେଖାଦେଇଛି। ଗୋରୁ ମାଲିକମାନେ ନିଜ ଗାଈ ଓ ବଳଦମାନଙ୍କୁ ଘରେ ନ ରଖି ବାହାରେ ଛାଡ଼ି ଦେଉଛନ୍ତି। ଏହି କାରଣରୁ ଏବେ ଏହି ଗୋରୁମାନେ ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଏହା ସହିତ ଏହି ଗୋରୁଗାଈମାନେ ଦିନରାତି ରାସ୍ତା ଉପରେ ରହୁଥିବାରୁ ଦୁର୍ଘଟଣା ଘଟିବାର ଭୟ ବୃଦ୍ଧି ପାଇବାରେ ଲାଗିଛି।2
- ସୁବର୍ଣ୍ଣପୁରରେ ପ୍ରବଳ ଝଡ଼ ବର୍ଷା ହେତୁ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅନେକ ଜାଗାରେ ଗଛ ମଧ୍ୟ ପଡ଼ିବା କାରଣରୁ ରାସ୍ତା ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବ୍ଲକ ହୋଇ ରହିଛି। ପ୍ରବଳ ଝଡ଼ ଏବଂ ବର୍ଷାର ଏହି ପ୍ରଭାବ ଯୋଗୁଁ ସୁବର୍ଣ୍ଣପୁରରେ ରାସ୍ତାରେ ପାଣି ଜମି ରହିବା ସହ ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି।1
- ବେଲପାହାଡ଼ ସ୍ଥିତ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟରେ ସିଆଇଏସସିଇ ଜୋନାଲ ଦୌଡ଼କୁଦ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜୋନର ୮ଟି ଆଇସିଏସସିଇ ବିଦ୍ୟାଳୟର ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍, ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ବର୍ଗର ଉଭୟ ବାଳକ ଓ ବାଳିକା କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଶନିବାର ସକାଳେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ମନୋଜ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ କମିଟିର ସମ୍ପାଦକ ଅମ୍ବରିଶ ପୋଷ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ତଥେ କୋଡିନେଟର ହମିଦ କୁମାର ମହାପାତ୍ର ପ୍ରତିଯୋଗୀତା ବିଷୟରେ ସୂଚନା ଦେଇଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ବିଜୟ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ବେଲପାହାଡ଼ ଏଜୁକେଶନ ସୋସାଇଟି ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମେଡେଲ ପ୍ରଦାନ କରି ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ଅମ୍ବରିଶ ଘୋଷ ଏବଂ ବ୍ରଜରାଜନଗର ଡାନିଏଲ ଗ୍ରୁପ୍ସ ଅପ୍ ବିଦ୍ୟାଳୟର ଡାଇରେକ୍ଟର ଡ. ବିଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବରେ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିକ୍ଷକ ପ୍ରତୀକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ଜୋନାଲ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ସେଣ୍ଟ ଟେରେସା ବିଦ୍ୟାଳୟ, ସମ୍ବଲପୁରର ସେଣ୍ଟ ଜୋସେଫ, ଝାରସୁଗୁଡାର ସେଣ୍ଟ ମେରି, ସେଣ୍ଟ ଥୋମାସ, ଏସେମ୍ଲି ଅଫ ଗଡ଼, ବ୍ରଜରାଜନଗରର ଶିକ୍ଷା ନିକେତନ, ଡାନିଏଲ ପବ୍ଲିକ ସ୍କୁଲ ଏବଂ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ବିଭିନ୍ନ କ୍ରୀଡ଼ାରେ ଶ୍ରୀ ସୋନମ ଶଡ଼ଙ୍ଗୀ, ଜୟ କିଶନ ନାୟକ, ତନିଶ ସୋରେନ, ଅଭିଶେକ ୟାଦବ, ସମିକ୍ଷା ପାଣିଗ୍ରାହୀ, ଆୟୁଷ୍ମାନ ପ୍ରଧାନ ଏବଂ ରିତୁ ୟାଦବ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏହି ସମସ୍ତ କୃତୀ ଖେଳାଳୀ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ (ରିଜିଓନାଲ) ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ହମିଦ କୁମାର ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ଏହି ପ୍ରତିଯୋଗିତାକୁ ମାନସ ଆଚାର୍ଯ୍ୟ, ଦେବେନ୍ଦ୍ର ବେହେରା, ପଞ୍ଚାନନ ପାଣିଗ୍ରାହୀ, ଅଭିଲାଶ ସାହୁ, ଶାନ୍ତି ନାୟକ, ଅକ୍ଷୟ ନାୟକ, ସଞ୍ଚୟ କୁମାର ପାଢୀ, ଅନିଲ ଦାସ ଓ ଜୟନ୍ତ ଲାକ୍ରା ଅଫିସିଆଲ ଭାବେ ପରିଚାଳନା କରିଥିଲେ। ଏହି ସଫଳ ଆୟୋଜନରେ ବିଇଏମ ବିଦ୍ୟାଳୟର ସୁନନ୍ତ କୁମାର ପଣ୍ଡା, ଅଶୋକ ଧିର ସାମନ୍ତ, ମନୋଜ ବିନ୍ଧାଣୀ, ଧର୍ମେନ୍ଦ୍ର ବିଶ୍ଵକର୍ମା, ସିମରନ ସିଂ, ରମଣୀ ରଞ୍ଜନ ଡିଲା, ପ୍ରତୀକ ମହାନ୍ତି ଏବଂ ଏମଡି ସାହିଦ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।4
- ସୋନପୁରର ପାଣ୍ଡ୍ରି ଡୁଙ୍ଗୁରିରୁ ଏକ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ମୃତକଙ୍କ ବାପା ଅଷାଢୁ ପାଣ୍ଡେ ହତ୍ୟା ଅଭିଯୋଗ ଆଣିଛନ୍ତି।1
- ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ସୁଚାରୁ ଏବଂ ସୁରକ୍ଷିତ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ସାହାଣମେଲା ଏବଂ ନବଯୌବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ସାହାଣମେଲା ଏବଂ ନବଯୌବନ ଦର୍ଶନ ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ଅପରାହ୍ନ ୨ଟା ପରେ ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ବିଶେଷ ଧାର୍ମିକ ରୀତିନୀତି ଏବଂ ନିର୍ଦ୍ଧାରିତ ନିୟମାବଳୀ ଯୋଗୁଁ ଏହାର ପରଦିନ ମଧ୍ୟ ଦର୍ଶନ ସମୟ ସୀମିତ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ନିର୍ଦ୍ଧାରିତ ଦିଶାନିର୍ଦ୍ଦେଶ ପାଳନ କରିବା ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରାଯାଇଛି।1
- ବିହାରର ରୋହତାସ ଜିଲ୍ଲା ଚେନାରୀ ଅନ୍ତର୍ଗତ ମଲ୍ଲୀପୁରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବିଦ୍ୟୁତ ଲାଇନ ମରାମତି ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶଟଡାଉନ୍ ନିଆଯାଇଥିବା ସତ୍ତ୍ୱେ ହଠାତ୍ ବିଦ୍ୟୁତ୍ ସରବରାହ ଚାଲୁ ହୋଇଯିବାରୁ ବିଦ୍ୟୁତ ମିସ୍ତ୍ରୀ ମନୀଷ କୁମାର ଚୌଧୁରୀ କରେଣ୍ଟ ସଂସ୍ପର୍ଶରେ ଆସି ପୋଲରୁ ତଳକୁ ଖସି ପଡ଼ିଥିଲେ। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମିସ୍ତ୍ରୀଙ୍କୁ ତୁରନ୍ତ ଚେନାରୀର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଡାକ୍ତରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦମୁକ୍ତ ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବିଦ୍ୟୁତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶଟଡାଉନ୍ ସତ୍ତ୍ୱେ ବିଦ୍ୟୁତ ସରବରାହ କିପରି ସ୍ୱାଭାବିକ ହେଲା ସେ ନେଇ ଯାଞ୍ଚ କରାଯାଉଛି।1