logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସମ୍ବଲପୁରରେ ଇ-ବସ୍‌ ସେବା ଆରମ୍ଭ ସମ୍ବଲପୁରରେ ଇ-ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ତାଙ୍କ ପତ୍ନୀ ଡା.ପ୍ରିୟଙ୍କା ମାରାଣ୍ଡିଙ୍କ ସହିତ ମା' ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ମନ୍ଦିର ନିକଟ ମହାନଦୀ ସମ୍ମୁଖରେ ଇ-ବସ୍‌ ସେବାର ଲୋକାର୍ପଣ କରିଥିଲେ । ସମ୍ବଲପୁରବାସୀଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରିବା ପାଇଁ ୨୫ଟି ନୂଆ ଇ-ବସ୍‌ର ଆରମ୍ଭ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ । ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବସ୍‌ଗୁଡ଼ିକର ପରିଚାଳନା ପାଇଁ ଅଇଁଠାପାଲିଠାରେ କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ (କ୍ରୁଟ୍‌)ର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଆଜି ଉଦ୍‌ଘାଟନ କରାଯାଇଛି । ଏଥିସହିତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଟର୍ମିନାଲ୍‌ ଓ ବସ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୨୩୮ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ବସ୍‌ଗୁଡ଼ିକରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ହ୍ବିଲ୍‌ଚେୟାରର ବ୍ୟବସ୍ଥା ସହିତ ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଡିଜିଟାଲ୍‌ ପେମେଣ୍ଟରେ ରିହାତି ବ୍ୟବସ୍ଥା ରହିଛି । ଇ-ବସ୍ ହୋଇଥିବାରୁ ପରିବେଶ ପ୍ରଦୂଷଣକୁ ହ୍ରାସ କରିବାରେ ଏହି ଯାନଗୁଡ଼ିକ ସହାୟକ ହେବ । ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଲେ, ସମ୍ବଲପୁରରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ସେ ନିଜେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଠିକ୍‌ ସମୟରେ କେନ୍ଦ୍ର ସରକାର ଏହାର ବିଚାର କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସପତ୍ନୀକ କିଛି ବାଟ ବସ୍‌ରେ ଯାତ୍ରା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାଏକ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ସହିତ ଆର୍‌ଡିସି ସଚିନ ରାମଚନ୍ଦ୍ର ଯାଦବ, ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଉପସ୍ଥିତ ଥିଲେ।

22 hrs ago
user_ODISHA NEWS
ODISHA NEWS
Reporter Balangir, Odisha•
22 hrs ago
a6448fb9-e89e-40f5-a0c8-30437edfedf4

More news from Odisha and nearby areas
  • सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels
    1
    सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है।
#Viral #TrendingReels #InternetBuzz #FunnyVideo #MemeCulture #Reels
    user_द संक्षेप
    द संक्षेप
    Media company Balangir, Odisha•
    10 hrs ago
  • ସମ୍ବଲପୁରରେ ଇ-ବସ୍‌ ସେବା ଆରମ୍ଭ
    1
    ସମ୍ବଲପୁରରେ ଇ-ବସ୍‌ ସେବା ଆରମ୍ଭ
    user_ODISHA NEWS
    ODISHA NEWS
    Reporter Balangir, Odisha•
    20 hrs ago
  • #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    1
    #_ସବୁଠାରୁ_ବଡଖବରଲୋକ_ମହୋତ୍ସବ_ପଡିଆ_ପାଲଟିଲା_ରଣକ୍ଷେତ୍ର !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    1
    ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    7 hrs ago
  • ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    1
    ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    8 hrs ago
  • ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l
    1
    ଅଦ୍ଭୁତ ପ୍ରକାର ର ଏକ  ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l
    user_Ajira Samachar
    Ajira Samachar
    Journalist Sonepur, Odisha•
    19 hrs ago
  • #ଦିନେଦେଖେଇଦେଲୁରେ ratipunijn
    1
    #ଦିନେଦେଖେଇଦେଲୁରେ ratipunijn
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    22 hrs ago
  • ରାଉରକେଲାରେ ବିମାନ ଦୁର୍ଘଟଣା
    1
    ରାଉରକେଲାରେ ବିମାନ ଦୁର୍ଘଟଣା
    user_ODISHA NEWS
    ODISHA NEWS
    Reporter Balangir, Odisha•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.