*ଉଦ୍ୟାନ କୃଷି ଅଧିକାରୀଙ୍କ ବଦଳି ଦାଵୀ* ମ.ରାମପୁର:୦୧/୮(ନିପ୍ର)ଜିଲ୍ଲା ଉଦ୍ୟାନ କୃଷି ବିଭାଗର କିଛି ସରକାରୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ କୁ ଦେଖିଲେ ଲାଗୁଚି ଏହା ସରକାରୀ କାର୍ଯ୍ୟାଳୟ ପରିବର୍ତ୍ତେ ସରକାରୀ ନିଗମ୍ ବା ସଂସ୍ଥା ସଦୃଶ ପାଲଟିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ଅଡିଟ ହେଉନି କି କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ। ଯା ଫଳରେ ଏଠି"ଦଲାଲ୍ ରାଜ୍ ; ସରକାରୀ ବାବୁ ମାଲେମାଲ୍ ଆଉ ପ୍ରକୃତ ଚାଷୀ ବେହାଲ୍"। ଖବର ଅନୁଯାୟୀ କଲାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଉଦ୍ୟାନ ଵିଭାଗରେ ଚାଷୀଙ୍କ ପାଇଁ ଆସିଥିବା ବିଭିନ୍ନ ଯୋଜନା ଗୁଡିକର ସବସିଡି ଟଙ୍କାକୁ ଆତ୍ମସାତ ଉଦେଶ୍ୟରେ ଅଣଚାଷୀଙ୍କୁ ହାତବାରିଶି କରି ଉକ୍ତ ବିଭାଗର ଜଣେ ଉଦ୍ୟାନ ସାଥୀ ସୋମନାଥ ସାହୁ ଓ ଜଣେ କୃଷକ ସାଥି ଦାଶରଥି ରଣା ନାମକ କର୍ମୀ ଦଲାଲ ଗିରୀ କରି ଏଏଚଓ ଠୁ ଏଡିଏଚ ଡିଡିଏଚ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ ଗୁଞ୍ଜା ଦେଇ ସମସ୍ତେ ମାଲେମାଲ୍ ହେଉଛନ୍ତି। ବାସ୍ତବରେ ଫିଲ୍ଡ ରେ ଚାଷର ଚ ଦେଖା ନଥିବା ବେଳେ କମ୍ପ୍ୟୁଟର୍ରାଇଜ୍ ଜରିଆରେ ଫୋଟ ଏଡିଟିଙ୍ଗ କରିବା ସହ ଏଠି ଖାତା ଖାତିୟାନ୍ ପ୍ଲଟ ରେ ଧାନ, ମୁଗ, କପା, ଭଳି ଅନ୍ୟାନ୍ୟ ଚାଷ ସାଙ୍ଗେ ଏଭଳି ପଡ଼ିଆ ଜମିକୁ ମଧ୍ୟ ଫଳ ଓ ପରିବା, ଲଙ୍କା ଧନିଆ ଅଦା ହଳଦୀ ,ଚାଷ କରୁଥିବା ଦର୍ଶେଇ ମୋଟ ସବସିଡି ଟଙ୍କା କୁ ୨୫ ପ୍ରତିଶତ ଅଣଚାଷୀ ,୨୫ ପ୍ରତିଶତ ଦଲାଲି , ଓ ୫୦ ପ୍ରତିଶତ ଅଧିକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଭାଗ ବାଣ୍ଟି କୁଣ୍ଟି ହଡ଼ପ କରାଯାଉ ଥିବା ନେଇ ଖୋଦ୍ କିଛି ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ଗଣ ମାଧ୍ୟମ ଗୁଡିକରରେ ଖବର ପ୍ରକାଶ ପାଇଥିବା ବେଳେ ଅନେକ ସୂଚନା ଅଧିକାର କର୍ମୀ ସୂଚନା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏଯାବତ୍ କୌଣସି ଉତ୍ତର ମିଳିନି। ଏଠି ଖୋଦ୍ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଭବାନୀପାଟଣା କାର୍ଯ୍ୟାଳୟର ଲୋକ ସୁଚନା ଅଧିକାରୀ (ପିଆଇଓ) ଦାୟିତ୍ୱରେ ଥିବା ମୋନାଲିସା ପଧାନ ନିଜେ ଦୁର୍ନିତୀରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି। ସେ ଏଯାବତ୍ ୩ ବର୍ଷ ମଧ୍ୟରେ ଉକ୍ତ ବ୍ଲକରୁ କୌଣସି ଜଣକୁ ମଧ୍ୟ ଆରଟିଆଇ ମାଧ୍ୟମରେ ସୂଚନା ପ୍ରଦାନ କରିନଥିବା ଜଣା ଯାଇଛି।ତେବେ ଏଠିକାର ସହକାରୀ ଉଦ୍ୟାନ ଅଧିକାରୀ ସୌରଭ ରାଉତ୍ ଓ ଓଭରର୍ଶିଅର ନରେଶ କୁମାର ତାଣ୍ଡି ଙ୍କ ୨ ଅନୁଗତ ସାଥି କର୍ମୀ ଙ୍କ ତତ୍ୱାବଧାନ ସମସ୍ତ କାର୍ଯ୍ୟ ର ଜାଲିଆତି ହୋଇଥିବା ବେଳେ ଏଡିଏଚ ମୋନାଲିସା ପଧାନ ସେଇଠି ସୁରକ୍ଷା କବଚ ସଦୃଶ ସବୁ ଆରୋପ ପ୍ରତ୍ୟାରୋପ କୁ ଚାପି ଦେଇ ସାହସ ଯୋଗେଇ ଦେଉଥିବା ଜଣାପଡ଼ିଛି। ଏଠାରେ ପ୍ରଶ୍ନ ଉଠେ ଯେ , ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତହବିଲ ରୁ କୋଟି କୋଟି ଟଙ୍କାର ଯୋଜନା ଚାଷୀ ଙ୍କ ପାଇଁ ନା ବିଭାଗିୟ ଅଧିକାରୀ ମାନଙ୍କ ପାଇଁ ! ତେବେ ଡବଲ ଇଞ୍ଜିନ ସରକାରର ନାରା ଦେଉଥିବା କୃଷିମନ୍ତ୍ରୀ ଏଠି ଜନ ସାଧାରଣଙ୍କ ଟ୍ୟାକ୍ସ ଟଙ୍କା କୁ ରାଜକୋଷ ରୁ ଖାଲି କରି କଣ୍ ଏମିତି ଦୁର୍ନିତୀ କାରି ଅଧିକାରୀ କର୍ମଚାରୀ ଙ୍କୁ ପ୍ରୋତ୍ସାହନ ଦେବେ ନା ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣା ପଡ଼ିବ।ତେବେ ଆଗକୁ ଯଦି ବିଭାଗୀୟ ଅଧିକାରୀ ଓ ଦଲାଲ୍ ଏଥିରୁ ନିବୃତ୍ତ ନରହିଲେ ଚାଷୀ ମାନେ ଅଫିସ୍ ଘେରାଓ କରିବା ସହ ଏହାର ତଦନ୍ତ ପାଇଁ ଦୁର୍ନିତୀ ନିବାରଣ ବିଭାଗ ଦ୍ୱାରସ୍ତ ହେବାସହ ମୁଖ୍ୟ ମନ୍ତ୍ରୀଙ୍କ ଜନ ଶୁଣାଣୀ ଅଭିଯୋଗ ପକୋଷ୍ଟ ଅଭିଯୋଗ କରିବା ନେଇ ସୂଚନା ରହିଛି।

- 🌹🌹🌹🌹🌹🌹🌹🌹🌹1
- ଅନ୍ତୋଦୟ ଗୃହ ଯୋଜନାରୁ ବାଦ୍ ପଡ଼ିଲେ ୯୦ ବର୍ଷରୁ ଊର୍ଦ୍ଧ୍ୱ ନୀରୀହ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧା ଭଙ୍ଗା ଘରେ ଅମାନବୀୟ ଜୀବନ; ତୁରନ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି ମ. ରାମପୁର, ୨୯/୦୭ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାର ଉଦ୍ଦେଶ୍ୟ ପ୍ରକୃତ ଘରବିହୀନ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କୁ ପକ୍କା ଘର ଯୋଗାଇବା। ହେଲେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକରେ ଘଟିଥିବା ଏକ ଘଟଣା ଏହି ଯୋଜନାର କାର୍ଯ୍ୟକାରିତା ଓ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ବ୍ଲକ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତର ବାସିନ୍ଦା ବାସନ୍ତୀ ଭୋଇ (୯୦ ବର୍ଷରୁ ଊର୍ଦ୍ଧ୍ୱ) ଜଣେ ନୀରୀହ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକାକୀ ଜୀବନ ବିତାଉଛନ୍ତି। ଶାରୀରିକ ଅକ୍ଷମତା କାରଣରୁ ସେ ଘୂରୁଣ୍ଡି ଘୂରୁଣ୍ଡି ଯିବାକୁ ବାଧ୍ୟ ହେଉଥିବାବେଳେ ଏକ ଅତି ଜରାଜୀର୍ଣ୍ଣ ଓ ଭଙ୍ଗା ଘରେ ଅମାନବୀୟ ପରିସ୍ଥିତିରେ ଦିନ କାଟୁଛନ୍ତି। ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ତାଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯାଇନଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ହେଲେ ଘର ଭିତରକୁ ପାଣି ପଶିଯାଉଥିବାରୁ ବୃଦ୍ଧାଙ୍କ ଜୀବନ ଅଧିକ ଦୁର୍ବିଷହ ହୋଇପଡ଼ିଛି। ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ ସରକାରୀ ଆବାସରୁ ବଞ୍ଚିତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ଏହା ସହିତ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ବାସିନ୍ଦା, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଘଟଣାର ନିରପେକ୍ଷ ଯାଞ୍ଚ କରିବା ସହ ବାସନ୍ତୀ ଭୋଇଙ୍କୁ ତୁରନ୍ତ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରି ପକ୍କା ଘର ପ୍ରଦାନ କରିବାକୁ ଦାବି କରିଛନ୍ତି। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି ଏହି ଅସହାୟ ଭିନ୍ନକ୍ଷମ ବୃଦ୍ଧାଙ୍କୁ ଆବଶ୍ୟକ ସରକାରୀ ସହାୟତା ଓ ସୁରକ୍ଷିତ ବାସସ୍ଥାନ ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି—ସରକାରୀ ଯୋଜନାର ପ୍ରକୃତ ହକ୍ଦାର ମାନେ କେବେ ନ୍ୟାୟ ପାଇବେ ତାହା ବିଡ଼ିଓ ଶ୍ରୀ ଶରତ ଚନ୍ଦ୍ର ସେଠୀ ଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?3
- ଲୋକଙ୍କ ସରକାର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି, କନ୍ଧମାଳ ଜିଲ୍ଲା ପାଇକ, ଖଣ୍ଡାୟତ କୁଳ ସମାଜ l ବାଲିଗୁଡା - ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଐତିହାସିକ ପଦକ୍ଷେପ କୁ ସ୍ୱାଗତ ଜଣାଇ ଧନ୍ୟବାଦ୍ ଅର୍ପଣ କରିଛନ୍ତି କନ୍ଧମାଳ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜ l ଫୁଲବାଣୀ ସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ କୁ କନ୍ଧମାଳ ଜିଲ୍ଲାର ମହାନ୍ ସନ୍ଥ ତଥା ସ୍ୱାଧୀନତା ସଂଗ୍ରାମୀ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତି କୁ ନେଇ ବହୁ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି, ଆଦିବାସୀ ଜନଜାତି ଙ୍କ ଦରଦୀ ବନ୍ଧୁ, ଜନଜାତି ଙ୍କ ଶିକ୍ଷା ସ୍ୱାସ୍ଥ୍ୟ କୃଷି ଓ ସଂସ୍କୃତି ପାଇଁ ସାରା ଜୀବନ ଉତ୍ସର୍ଗ କରି ନିଜ ପ୍ରାଣବଳୀ ଦେଇଥିବା ଏହି ମହାନ ସାଧୁ ଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟ ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ସହ ଜଲେଶପଟ୍ଟା ସଂସ୍କୃତି କନ୍ୟାଶ୍ରମ ର ଉନ୍ନତି ପାଇଁ ତେର କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି, ଏହାକୁ ନେଇ କନ୍ଧମକ ରେ ସବୁ ସ୍ତରରେ ସ୍ୱାଗତ କରାଯାଇଛି,4
- Post by Nilakantha Kumar1
- କଣ୍ଟାବାଞ୍ଜି ରେ ଚୋରି ଗ୍ୟାଙ୍ଗ - ଡିକି ଭାଙ୍ଗି ନେଇଗଲେ ୫୦ହଜାର ଟଙ୍କା,ଭିଡିଓ ଭାଇରାଲ ପରେ ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ1
- ରାସ୍ତା ପାଇଁ ବହୁତ ଅସୁବିଧା 😭😭🙏🙏2
- ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ1