*ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି* *୨୨ ରୁ ୨୫ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ* ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ନେଇ ଏକ ବଡ଼ ଘୋଷଣା କରାଯାଇଛି। ଜିଲ୍ଲାରେ ପ୍ରକଟ ହୋଇଥିବା ପ୍ରବଳ ତାତି ଓ ଗୁଳୁଗୁଳିରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଆସନ୍ତା ଏପ୍ରିଲ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ପାଇଁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହେବ। ତେବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଓସେପା ଦ୍ୱାରା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ। ଏହା ସହିତ ବିଏସଇ , ସିଏଚଏସଇ, ସିବିଏସଇ ଏବଂ ଆଇସିଏସଇ ଦ୍ୱାରା ପରିଚାଳିତ ଅନ୍ୟ କୌଣସି ନିର୍ଦ୍ଧାରିତ ପରୀକ୍ଷା ମଧ୍ୟ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆରଏସ ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିଲେ ମଧ୍ୟ ନାମଲେଖା, ପ୍ରଶାସନିକ କାର୍ଯ୍ୟ ଏବଂ ଜନଗଣନା ପରି ଜରୁରୀ କାର୍ଯ୍ୟ ଚାଲୁ ରହିବ। ଏଥିପାଇଁ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନେ ସକାଳ ୦୬:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି1
- ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏1
- Maa Thakurani Kalashi Yatra Navarangpur Maidalpur 20261
- ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...1
- ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ନେଇ ନୁଆସାହିରେ ରାସ୍ତାରୋକ l ପଦ୍ମପୁର, ୨୦।୦୪ (ନିପ୍ର) ପଦ୍ମପୁରବାସୀଙ୍କ ଜଳକଷ୍ଟ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଦୀର୍ଘ ଦିନର ଜଳାଭାବ ଏବଂ କୋଟି କୋଟି ଟଙ୍କାର ବସୁଧା ପ୍ରକଳ୍ପରେ ଦେଖାଦେଇଥିବା ବାରମ୍ବାର ଯାନ୍ତ୍ରିକ ତ୍ରୁଟିକୁ ନେଇ ଆଜି ପଦ୍ମପୁରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାନୀୟ ଜଳ ଯୋଗାଣରେ ବିପର୍ଯ୍ୟସ୍ତ ଅବସ୍ଥାକୁ ପ୍ରତିବାଦ କରି ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ମହିଳା ଓ ପୁରୁଷ ଗୁଣପୁର ପଦ୍ମପୁର ମୁଖ୍ୟ ରାସ୍ତାକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ମୁଖ୍ୟ ପ୍ରଡକ୍ସନ ୱେଲ ମଧ୍ୟରେ ଅତ୍ୟଧିକ ବାଲି ଓ ମାଟି ଜମିଯିବା ସହ ଏକ ୧୫ ଏଚ.ପି.ର ପମ୍ପ ମୋଟର ପୋଡ଼ି ଯାଇଥିଲା। ଫଳରେ ତିନୋଟି ଯାକ ବୋରୱେଲ୍କୁ କମ୍ପ୍ରେସର ମାଧ୍ୟମରେ ସଫା କରାଯିବା ସହ ଦୁଇଟି ନୂତନ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ସ୍ଥାପନ କରାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟି ଏବଂ ପୂର୍ବରୁ ବିଛାଯାଇଥିବା ନିମ୍ନ ମାନର ପାଇପ୍ ଫାଟି ପାଣି ନଷ୍ଟ ହେଉଥିବାରୁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଏବଂ ସୁନାରୀ ସାହି ଭଳି ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିଲା। ପ୍ରଖର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହୋଇ ଶେଷରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ। ଖବରପାଇ ଘଟଣା ସ୍ଥଳରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସାହି ଗୁଡ଼ିକୁ ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା।3
- ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।1
- ମାଁ ଠାକୁରାଣୀ ଙ୍କ କଳସୀ ଯାତ୍ରା ମଇଦଳପୁର 20261
- ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।1
- new new WhatsApp earning application download karo comment box hai1