logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୁଆଁଖାଇରେ ରୋଗୀ, ସମ୍ପର୍କୀୟ ଓ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଆହାର ଓ ବସ୍ତ୍ର ବଣ୍ଟନ କଲେ ମାହେଶ୍ୱରୀ ସେନା l ନୁଆଁଖାଇରେ ରୋଗୀ, ସମ୍ପର୍କୀୟ ଓ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଆହାର ଓ ବସ୍ତ୍ର ବଣ୍ଟନ କଲେ ମାହେଶ୍ୱରୀ ସେନା l ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ 'ନୁଆଁଖାଇ' ଅବସରରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନୂଆ ଖାଇ ଆନନ୍ଦ ମନାଉଥିବା ବେଳେ ସୁବର୍ଣ୍ଣପୁର ସହରରେ ଦେଖିବାକୁ ମିଳିଥିଲା ସେବା ଓ ମାନବିକତାର ଏକ ଅନନ୍ୟ ଉଦାହରଣ । ନୁଆଁଖାଇ ପର୍ବ ଅବସରରେ ସହରର ସମସ୍ତ ଦୋକାନ-ବଜାର ବନ୍ଦ ଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଅସହାୟ ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ କର୍ତ୍ତବ୍ୟରତ କର୍ମଚାରୀମାନେ ଯେପରି ଭୋକିଲା ନ ରୁହନ୍ତି, ସେଥିପାଇଁ ସାମାଜିକ ସଂଗଠନ 'ମାହେଶ୍ୱରୀ ସେନା' ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ ଯେ, ସଂଗଠନ ପକ୍ଷରୁ ଏହି ସେବା ମନୋଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଲଗାତାର ତୃତୀୟ ବର୍ଷ ପାଇଁ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହା ବ୍ୟତୀତ ମାହେଶ୍ୱରୀ ସେନାର ସଦସ୍ୟମାନେ ସୁବର୍ଣ୍ଣପୁର ସ୍ଥିତ କୁଷ୍ଠାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀମାନଙ୍କୁ ଶ୍ରଦ୍ଧାର ସହ ରନ୍ଧା ଖାଦ୍ୟ ପରିବେଷଣ କରିବା ସହ ସେମାନଙ୍କ ମଧ୍ୟରେ ବସ୍ତ୍ର ବଣ୍ଟନ କରିଥିଲେ।"ସେବା ହିଁ ପରମ ଧର୍ମ" - ଏହି ମାନ୍ୟତାକୁ ପାଥେୟ କରି ଆୟୋଜିତ ଏହି ମହତ ନିଷ୍କାମ ସେବା କାର୍ଯ୍ୟକ୍ରମ, ସଂଗଠନର ସଭାପତି ସୁଧାଂଶୁ କର୍ଣ୍ଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏଥିରେ ମା ମାହେଶ୍ୱରୀ ସେନା ସୁବର୍ଣ୍ଣପୁର ଓ ବୌଦ୍ଧର ୫୦ ରୁ ଉର୍ଦ୍ଦ୍ୱ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ଉତ୍ସବର ଏହି ନିଆରା ମୁହୂର୍ତ୍ତରେ ଅସହାୟ ରୋଗୀ, ସେମାନଙ୍କ ଆତ୍ମୀୟ ଓ କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ସେବାରେ ନିଜକୁ ସମର୍ପିତ କରି ମାହେଶ୍ୱରୀ ସେନା ସମାଜ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ଦେଇଛି। ଏହି ମାନବୀୟ ପ୍ରୟାସକୁ ସୁବର୍ଣ୍ଣପୁର ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତା ଭୂରି ଭୂରି ପ୍ରଶଂସା କରିଛନ୍ତି।ରିପୋର୍ଟ -- ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

1 hr ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
1 hr ago
6d1748a8-3219-4288-b1b8-bc5a6ddf7858

More news from Odisha and nearby areas
  • ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଜୟ ଜଗନ୍ନାଥ ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌। ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ ଯୋଗାଯୋଗ: +919437058100
    1
    ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଜୟ ଜଗନ୍ନାଥ 
ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌।
ଇଂ ରାଜେଶ କୁମାର ମିଶ୍ର 
ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ
ଯୋଗାଯୋଗ: +919437058100
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    1 hr ago
  • ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
    1
    ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା 
ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା
    user_ଆମ ଓଡିଶା ଖବର ଓଡିଶା
    ଆମ ଓଡିଶା ଖବର ଓଡିଶା
    Local Politician ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    17 hrs ago
  • କଣ୍ଟାମାଳ ବ୍ଳକ ଘୁଲଘୁଲାପଦର ଠାରେ ସନ୍ଥ ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ପାଳ ନଅବସରରେ ପବିତ୍ର କଳସ ଯାତ୍ରାର ଶୁଭ ଉଦ୍ଘାଟନ ସନ୍ଥ ଶିରୋମଣୀ ଗୁରୁ ଶ୍ରୀ ରବି ଦାସ ଙ୍କ 650ତମ ଜୟନ୍ତୀ ସମରସ ସଂକଳ୍ପ ମଣ୍ଡଳ ଠାରୁ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପବିତ୍ର କଳସ ଯାତ୍ରାର ଶୁଭ ଉଦଘାଟନ କଣ୍ଟାମାଳ ମଣ୍ଡଳ ଘୁଳଘୁଲାପଦର ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ଶୁଭ କଳସ ଯାତ୍ରାରେ ମୁଖ୍ୟଅତିଥି ଜିଲ୍ଲା ଅନୁସୂଚିତ ଜାତିମୋର୍ଚା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ତାଣ୍ଡି ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ., କାର୍ଯ୍ୟକ୍ରମ ଆରମ୍ଭ ରେ ଗ୍ରାମର ଅନୁସୂଚିତ, ଦଳିତ ମାନେ, ମହିଳା, ପୁରୁଷ, ଆବାଳ ବୃଦ୍ଧ ବନିତା ଶୁଭ କଳସ ବସାଇ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ.ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ସନ୍ଥ ରାମଦାସ ଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ.
    1
    କଣ୍ଟାମାଳ ବ୍ଳକ ଘୁଲଘୁଲାପଦର ଠାରେ ସନ୍ଥ ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ପାଳ ନଅବସରରେ ପବିତ୍ର କଳସ ଯାତ୍ରାର ଶୁଭ ଉଦ୍ଘାଟନ
ସନ୍ଥ ଶିରୋମଣୀ ଗୁରୁ ଶ୍ରୀ ରବି ଦାସ ଙ୍କ 650ତମ ଜୟନ୍ତୀ ସମରସ ସଂକଳ୍ପ ମଣ୍ଡଳ ଠାରୁ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପବିତ୍ର କଳସ ଯାତ୍ରାର ଶୁଭ ଉଦଘାଟନ କଣ୍ଟାମାଳ ମଣ୍ଡଳ ଘୁଳଘୁଲାପଦର ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ଶୁଭ କଳସ ଯାତ୍ରାରେ ମୁଖ୍ୟଅତିଥି ଜିଲ୍ଲା ଅନୁସୂଚିତ ଜାତିମୋର୍ଚା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ତାଣ୍ଡି ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ., କାର୍ଯ୍ୟକ୍ରମ ଆରମ୍ଭ ରେ ଗ୍ରାମର ଅନୁସୂଚିତ, ଦଳିତ ମାନେ, ମହିଳା, ପୁରୁଷ, ଆବାଳ ବୃଦ୍ଧ ବନିତା ଶୁଭ କଳସ ବସାଇ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ.ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ସନ୍ଥ ରାମଦାସ ଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ.
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    20 hrs ago
  • Post by Ram Shankar Bhoi
    1
    Post by Ram Shankar Bhoi
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • 🌹♥️🇹🇯🤭♥️🙂🌹🇹🇯💋♥️
    1
    🌹♥️🇹🇯🤭♥️🙂🌹🇹🇯💋♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    6 hrs ago
  • ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    1
    ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ  ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    user_Jagadish meher
    Jagadish meher
    Biramaharajpur, Sonepur•
    9 hrs ago
  • ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ। ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ। ବଲାଙ୍ଗୀର/ଟିଟିଲାଗଡ଼, ଟିଟିଲାଗଡ଼ ରେ ପ୍ରାୟ ୧୭ ଜଣିଆ ମାଙ୍କଡ଼ ପଲ ସ୍ଥାନୀୟ ହାଟପଦା ଓ ବିଭିନ୍ନ ସ୍ଥାନରେ ଜଙ୍ଗଲ ରୁ ଚାଲି ଆସି ବ୍ୟାପକ କ୍ଷୟ, କ୍ଷତି ସହ ତିନି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜାଣି, ଶୁଣି ବିଭାଗୀୟ ଅଧିକାରୀ ନିରବ ଅଛନ୍ତି। ଇତି ମଧ୍ୟରେ ହାତୀ ପଲ ଆସିଥିବା ବେଳେ ତାଙ୍କୁ ଘଉଡ଼ାଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ସହର ଭିତର କୁ ଏଭଳି ଚାଲି ଆସିଥିବା ବେଳେ ସାଧାରଣ ଙ୍କ ଛାତ ତଥା ଦୋକାନ ବଜାର ରେ କ୍ଷୟ, କ୍ଷତି ହୋଇଛି। ବନ ବିଭାଗ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଦାବୀ ହେଉଛି।
    3
    ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ।
ଟିଟିଲାଗଡ଼ ରେ ମାଙ୍କଡ଼ ପଲ, କ୍ଷୟ, କ୍ଷତି ସହ ତିନି ଯୁବକ ଆହତ।
ବଲାଙ୍ଗୀର/ଟିଟିଲାଗଡ଼,
ଟିଟିଲାଗଡ଼ ରେ ପ୍ରାୟ ୧୭ ଜଣିଆ ମାଙ୍କଡ଼ ପଲ ସ୍ଥାନୀୟ ହାଟପଦା ଓ ବିଭିନ୍ନ ସ୍ଥାନରେ ଜଙ୍ଗଲ ରୁ ଚାଲି ଆସି ବ୍ୟାପକ କ୍ଷୟ, କ୍ଷତି ସହ ତିନି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜାଣି, ଶୁଣି ବିଭାଗୀୟ ଅଧିକାରୀ ନିରବ ଅଛନ୍ତି।
ଇତି ମଧ୍ୟରେ ହାତୀ ପଲ ଆସିଥିବା ବେଳେ ତାଙ୍କୁ ଘଉଡ଼ାଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ।
ସହର ଭିତର କୁ ଏଭଳି ଚାଲି ଆସିଥିବା ବେଳେ ସାଧାରଣ ଙ୍କ ଛାତ ତଥା ଦୋକାନ ବଜାର ରେ କ୍ଷୟ, କ୍ଷତି ହୋଇଛି।
ବନ ବିଭାଗ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଦାବୀ ହେଉଛି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.