ରାଜକୁମାରମାନଙ୍କ ଉପଯୁକ୍ତ ଗୁରୁ ଓ ଗୁରୁଙ୍କ ଶ୍ରେଷ୍ଠ ଶିଷ୍ୟଙ୍କ ସନ୍ଧାନର କଥା* *ରାଜକୁମାରମାନଙ୍କ ଉପଯୁକ୍ତ ଗୁରୁ ଓ ଗୁରୁଙ୍କ ଶ୍ରେଷ୍ଠ ଶିଷ୍ୟଙ୍କ ସନ୍ଧାନର କଥା* *କେମିତି କୂଅ ଭିତରୁ ଘାସ କାଣ୍ଡର ସାହାଯ୍ୟରେ ସହଜରେ ବାହାରିଲା ପେଣ୍ଡୁ? କାହିଁକି ଜଣେ ବ୍ରାହ୍ମଣ ନିଜ ପ୍ରତିଶୋଧ ପାଇଁ କ୍ଷତ୍ରିୟମାନଙ୍କୁ ଅସ୍ତ୍ରବିଦ୍ୟା ଶିଖାଇବାର ଗୁରୁ ହେଲେ? କାହିଁକି ଅନେକ ଶିଷ୍ୟଙ୍କ ମଧ୍ୟରୁ କେବଳ ଜଣଙ୍କୁ ପୃଥିବୀର ଶ୍ରେଷ୍ଠ ଧନୁର୍ଧର କରିବାକୁ ଗୁରୁ ପ୍ରତିଜ୍ଞା କଲେ? ମହାକାବ୍ୟର ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।* ପାଞ୍ଚ ପାଣ୍ଡବ ଓ କୌରବ ଭାଇମାନେ ହସ୍ତିନାପୁରର ରାଜପ୍ରାସାଦ ବାହାରକୁ ଆସି ସେଦିନ କାଠର ପେଣ୍ଡୁ ଧରି ଖେଳୁଥିଲେ। ଖେଳୁ ଖେଳୁ ହଠାତ୍ ପେଣ୍ଡୁଟି ପାଖରେ ଥିବା ଗୋଟିଏ କୂଅ ଭିତରକୁ ପଡ଼ିଗଲା। ପିଲାମାନେ କୂଅ ଚାରିପାଖରେ ବୁଲି ବୁଲି ପେଣ୍ଡୁକୁ ଉଦ୍ଧାର କରିବାର ଉପାୟ ଚିନ୍ତା କରୁଥିଲେ ଓ ଚେଷ୍ଟା କରୁଥିଲେ। କିନ୍ତୁ ଗଭୀର କୂଅ ଭିତରକୁ ଯିବ କିଏ? କେମିତି ତେବେ ପେଣ୍ଡୁ ଉପରକୁ ଆସିବ? ସେତିକିବେଳେ ସେହି ରାସ୍ତାରେ ଯାଉଥିବା ଦ୍ରୋଣ କିଛି ସମୟ ପାଇଁ ଅଳ୍ପ ଦୂରରେ ବସିପଡ଼ିଲେ। ବସି ବସି ସେ ପିଲାମାନଙ୍କର ଅସହାୟତାକୁ ଦେଖୁଥିଲେ। ଦ୍ରୋଣ ଜାଣିସାରିଥିଲେ ଯେ, ଏହି ପିଲାମାନେ ହସ୍ତିନାପୁରର ରାଜପରିବାରର ସଦସ୍ୟ। କିନ୍ତୁ ପିଲାମାନେ ଯେତେବେଳେ ଶତ ଚେଷ୍ଟା କରି ମଧ୍ୟ ପେଣ୍ଡୁକୁ ଉଦ୍ଧାର କରିପାରିଲେ ନାହିଁ, ସେତେବେଳେ ଦ୍ରୋଣ ସେମାନଙ୍କ ପାଖରେ ପହଞ୍ଚିଲେ। ପାଖକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଦ୍ରୋଣ ପିଲାମାନଙ୍କୁ କହିଲେ, “ତୁମେ ସବୁ ମହାନ କ୍ଷତ୍ରିୟ ଭରତଙ୍କ ବଂଶରେ ଜନ୍ମିତ। ଅଥଚ ତୁମେ କି ପ୍ରକାର ଅସ୍ତ୍ରଶସ୍ତ୍ର ଶିକ୍ଷା କରୁଛ ଯେ, କୂଅ ଭିତରୁ ଗୋଟିଏ ସାଧାରଣ ପେଣ୍ଡୁକୁ ଉଦ୍ଧାର କରିପାରୁନାହଁ? ଦେଖ, କେତେ ସହଜରେ ମୁଁ ଏଇଠି ରହି ପେଣ୍ଡୁକୁ କୂଅରୁ କାଢ଼ି ଆଣିବି।” ତା’ପରେ ଦ୍ରୋଣ ପାଖରେ ଥିବା ଏକ ଘାସ କାଣ୍ଡ ଛିଡ଼ାଇ କୂଅ ଭିତରେ ଥିବା ପେଣ୍ଡୁକୁ ଲକ୍ଷ୍ୟ କରି ଫିଙ୍ଗିଲେ। କାଣ୍ଡଟି ପେଣ୍ଡୁରେ ବିଦ୍ଧ ହେବା ପରେ ଆଉ ଏକ ଘାସ କାଣ୍ଡକୁ ପୂର୍ବ ଘାସ କାଣ୍ଡର ପଛକୁ ଲକ୍ଷ୍ୟ କରି ପୁଣି ଫିଙ୍ଗିଲେ। ଏମିତି ଗୋଟିଏ ପରେ ଗୋଟିଏ ଘାସ କାଣ୍ଡ ପଛକୁ ପଛ ଯୋଡ଼ି ହୋଇ କୂଅର ଉପର ଯାଏଁ ଆସିଲା। ଦ୍ରୋଣ ଏଥର ସହଜରେ ପେଣ୍ଡୁକୁ ଉପରକୁ ବାହାର କରି ଆଣି ପିଲାମାନଙ୍କ ହାତରେ ଧରାଇ ଦେଲେ। ଏତେ ସହଜରେ ଓ ଏତେ ନିଖୁଣ ଭାବରେ ଘାସ କାଣ୍ଡଗୁଡ଼ିକୁ ପଛକୁ ପଛ ଗୁନ୍ଥି ପେଣ୍ଡୁକୁ ଉଦ୍ଧାର କରିବାର କୌଶଳ ଦେଖି ପାଣ୍ଡବ ଓ କୌରବ ଭାଇମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଯେତେବେଳେ ଦ୍ରୋଣଙ୍କ ପରିଚୟ ଜାଣିବାକୁ ଚାହିଁଲେ, ସେତେବେଳେ ଦ୍ରୋଣ କହିଲେ, “ଯାଅ ଓ ତୁମମାନଙ୍କ ପିତାମହ ଭୀଷ୍ମଙ୍କୁ ଏ ବିଷୟରେ କୁହ। ମୁଁ କିଏ, ସେ ନିଶ୍ଚୟ ଜାଣିପାରିବେ ଓ ମୋ ପରିଚୟ ତୁମମାନଙ୍କୁ ଦେଇପାରିବେ।” ପିଲାମାନେ ସେଠାରୁ ତୁରନ୍ତ ରାଜନଗରକୁ ଯାଇ ଭୀଷ୍ମଦେବଙ୍କୁ ସବୁ କଥା ବର୍ଣ୍ଣନା କରି କହିଲେ। ଭୀଷ୍ମ ସାଙ୍ଗେ ସାଙ୍ଗେ ଜାଣିଗଲେ ଯେ, ଏପରି ଚମତ୍କାର କରିପାରୁଥିବା ଧନୁର୍ଧର ବୀର ଦ୍ରୋଣଙ୍କ ଛଡ଼ା ଆଉ କେହି ହୋଇପାରିବେ ନାହିଁ। ଭୀଷ୍ମ କାଳବିଳମ୍ବ ନକରି ଦ୍ରୋଣ ଅପେକ୍ଷା କରିଥିବା ସ୍ଥାନକୁ ଆସିଲେ। ଦ୍ରୋଣଙ୍କ ପାଖରେ ପହଞ୍ଚି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଭୀଷ୍ମ ଅନୁରୋଧ କଲେ ଯେ, ସେ ହସ୍ତିନାପୁରରେ ରହି ପାଣ୍ଡୁଙ୍କ ପାଞ୍ଚ ପୁଅ ଓ ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କୁ ଶିଷ୍ୟ ଭାବରେ ଗ୍ରହଣ କରି ଆଚାର୍ଯ୍ୟ ଭାବେ ଅସ୍ତ୍ରଶସ୍ତ୍ର ଶିକ୍ଷା ଦିଅନ୍ତୁ। ଦ୍ରୋଣ ରାଜି ହୋଇଗଲେ। ସେ ତ ସେଇଥିପାଇଁ ଆସିଥିଲେ। ଘରର ପିଲାମାନଙ୍କ ଶିକ୍ଷା-ଦୀକ୍ଷା ପାଇଁ ଭୀଷ୍ମ ଯେଉଁ ଜଣେ ଉପଯୁକ୍ତ ଗୁରୁଙ୍କ ସନ୍ଧାନ କରୁଥିଲେ, ତାହା ପୂରଣ ହେଲା। କିନ୍ତୁ ଭୀଷ୍ମଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଦ୍ରୋଣ ଯେତେବେଳେ ପର୍ଶୁରାମଙ୍କ ପାଖରୁ ଅସ୍ତ୍ରବିଦ୍ୟା ଶିଖୁଥିଲେ, ସେତେବେଳେ ପର୍ଶୁରାମ ତାଙ୍କୁ କହିଥିଲେ, “ଏ ବିଦ୍ୟା କେବେ ବି କୌଣସି କ୍ଷତ୍ରିୟଙ୍କୁ ଶିଖାଇବ ନାହିଁ।” ରାଜା ଦ୍ରୁପଦଙ୍କ ଉପରେ ପ୍ରତିଶୋଧ ନେବାକୁ ଦ୍ରୋଣ ଜାଣିଶୁଣି ସେ କଥାକୁ ଆଉ ମନେ ପକାଉନଥିଲେ। ସେ ଭୀଷ୍ମଙ୍କ ଅନୁରୋଧ ରକ୍ଷା କଲେ ଓ ହସ୍ତିନାପୁରରେ ଆଶ୍ରମ ପ୍ରତିଷ୍ଠା କରି ରାଜକୁମାରମାନଙ୍କୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ଓ ବିଭିନ୍ନ ଯୁଦ୍ଧକୌଶଳ ଶିକ୍ଷା ଦେବା ଆରମ୍ଭ କଲେ। ଦିନେ ଆଚାର୍ଯ୍ୟ ଦ୍ରୋଣ ତାଙ୍କର ସମସ୍ତ ଶିଷ୍ୟଙ୍କୁ ପାଖକୁ ଡାକି କହିଲେ, “ତୁମମାନଙ୍କୁ ମୋ ଆଗରେ ଗୋଟିଏ ଶପଥ କରିବାକୁ ହେବ। ସମସ୍ତ ଯୁଦ୍ଧବିଦ୍ୟା ଓ ଅସ୍ତ୍ରଚାଳନା ଶିଖିଗଲା ପରେ ମୁଁ ତୁମମାନଙ୍କୁ ଦିନେ ଗୁରୁଦକ୍ଷିଣା ମାଗିବି।” ଅନ୍ୟମାନେ କିଛି କହିବା ଆଗରୁ ଅର୍ଜୁନ କହିଲେ, “ଗୁରୁଦେବ, ଆପଣ ଯାହା ବି କହିବେ, ମୁଁ ତାହା ପୂରଣ କରିବାକୁ ରାଜି ଅଛି।” ଦ୍ରୋଣଙ୍କ ଆଶ୍ରମ ଆଖଡ଼ାରେ ତା’ପରେ ପ୍ରତିଦିନ ଯୁଦ୍ଧବିଦ୍ୟା ଶିକ୍ଷା ଆରମ୍ଭ ହେଲା। କିଛିଦିନ ଭିତରେ ଯୁଧିଷ୍ଠିର ବର୍ଚ୍ଛାରେ, ଅର୍ଜୁନ ଧନୁର୍ବିଦ୍ୟାରେ, ଏବଂ ଭୀମ, ଦୁର୍ଯ୍ୟୋଧନ ଓ ଦୁଃଶାସନ ଗଦାଯୁଦ୍ଧରେ, ନକୁଳ ଓ ସହଦେବ ଖଡ଼୍ଗଚାଳନାରେ ବିଶେଷ ପାରଦର୍ଶିତା ଲାଭ କଲେ। ଏଥିସହ ଘୋଡ଼ା, ହାତୀ, ରଥ ଉପରୁ ଓ ମାଟି ଉପରେ ସମ୍ମୁଖ ଯୁଦ୍ଧର ଅନେକ କଳାକୌଶଳ ସମସ୍ତେ ଶିଖିଲେ। ଅର୍ଜୁନ ଧୀରେ ଧୀରେ ଲକ୍ଷ୍ୟ କଲେ ଯେ, ଆଚାର୍ଯ୍ୟ ଦ୍ରୋଣ ଯୁଦ୍ଧର ଅନେକ ଗୁପ୍ତବିଦ୍ୟା ସେମାନଙ୍କୁ ଶିଖାଉନାହାନ୍ତି। ସତ କଥା ହେଲା, ଦ୍ରୋଣ କିଛି ଦିବ୍ୟାସ୍ତ୍ରର ପ୍ରୟୋଗ ଓ ବ୍ୟବହାରବିଦ୍ୟା ନିଜ ପୁଅ ଅଶ୍ୱତ୍ଥାମାଙ୍କ ପାଇଁ ଲୁଚାଇ ରଖିଥାନ୍ତି ଓ ଅନ୍ୟମାନଙ୍କ ଆଢ଼ୁଆଳରେ ଗୋପନରେ ଏକା ଏକା ପୁଅକୁ ଶିଖାଇବାକୁ ଚାହୁଁଥାନ୍ତି। ଏକଥା ଅର୍ଜୁନଙ୍କଠାରୁ ଅଛପା ହୋଇ ରହିଲା ନାହିଁ। ତେଣୁ ସେ ଦ୍ରୋଣ ଓ ଅଶ୍ୱତ୍ଥାମାଙ୍କୁ ସବୁବେଳେ ପିଛା କଲେ ଓ କେବେ ବି ଏକୁଟିଆ ହେବାକୁ ଦେଲେ ନାହିଁ। ତେଣୁ ବାଧ୍ୟ ହୋଇ ଦ୍ରୋଣଙ୍କୁ ଉଭୟ ଅର୍ଜୁନ ଓ ଅଶ୍ୱତ୍ଥାମାଙ୍କୁ କିଛି ବିଶେଷ ବିଦ୍ୟା ଶିଖାଇବାକୁ ପଡ଼ିଲା। ଦିନେ ରାତିରେ ଦ୍ରୋଣଙ୍କ ଆଶ୍ରମରେ ଅର୍ଜୁନ ଖାଉଥିବା ବେଳେ ହଠାତ୍ ପବନ ହେଲା ଓ ସେଠାରେ ଜଳୁଥିବା ଦୀପ ଲିଭିଗଲା। ଦ୍ରୋଣ ଲକ୍ଷ୍ୟ କଲେ ଯେ, ଅନ୍ଧାର ଯୋଗୁଁ ଅର୍ଜୁନଙ୍କର ଖାଇବାରେ କିଛି ବି ଅସୁବିଧା ହେଉନାହିଁ। ସେ ସଠିକ୍ ଭାବରେ ନିର୍ଦ୍ଧାରିତ ଖାଦ୍ୟପାତ୍ରରୁ ଖାଦ୍ୟ ନେଉଛନ୍ତି ଓ ସୁରୁଖୁରୁରେ ଖାଇ ଚାଲିଛନ୍ତି। ସେହିଦିନରୁ ଦ୍ରୋଣ ତାଙ୍କୁ ରାତିର ଅନ୍ଧାରରେ କେମିତି ତୀରରେ ଲକ୍ଷ୍ୟସ୍ଥଳକୁ ବିଦ୍ଧ କରାଯାଇପାରିବ, ସେହି ଶିକ୍ଷା ଦେବା ଆରମ୍ଭ କଲେ। ଅର୍ଜୁନ ବାମ ଓ ଦକ୍ଷିଣ—ଉଭୟ ହାତରେ ତୀର ସନ୍ଧାନ କରିପାରୁଥିଲେ। ସେଥିପାଇଁ ତାଙ୍କୁ ‘ସବ୍ୟସାଚୀ’ କୁହାଗଲା। ଥରେ ଆଚାର୍ଯ୍ୟ ଦ୍ରୋଣ ଜଣେ କାରିଗରକୁ ଡାକି ଗୋଟିଏ ଚଢ଼େଇର ପ୍ରତିରୂପ ଗଢ଼ିବାକୁ କହିଲେ। ଗଢ଼ା ସରିବା ପରେ ତାକୁ ନେଇ ଗୋଟିଏ ଗଛର ସବୁଠାରୁ ଗହଳିଆ ଡେଙ୍ଗା ଡାଳରେ ରଖିଦେଲେ। ତା’ପରେ ସମସ୍ତ ଶିଷ୍ୟଙ୍କୁ ସେଠାକୁ ଡାକି କହିଲେ, “ନିଜ ନିଜ ଧନୁରେ ଗୁଣ ବାନ୍ଧ ଓ ତୀର ଯୋଖି ରଖ। ଦେଖ, ଏହି ଗଛର ଗୋଟିଏ ଉଚ୍ଚ ଡାଳରେ ଚଢ଼େଇଟିଏ ବସିଛି। ତାକୁ ଏବେ ତୀର ମୁନରେ ଲକ୍ଷ୍ୟ କର।” ସମସ୍ତେ ସେମିତି ଧନୁରେ ତୀର ଯୋଖି ସାରିଲା ପରେ ଦ୍ରୋଣ ଯୁଧିଷ୍ଠିରଙ୍କୁ ପଚାରିଲେ, “ଏବେ ମୋତେ କୁହ, ତୁମେ କ’ଣ ଦେଖୁଛ?” ଯୁଧିଷ୍ଠିର ସେମିତି ଲକ୍ଷ୍ୟସ୍ଥଳକୁ ନିରୀକ୍ଷଣ କରି କହିଲେ, “ହେ ଗୁରୁଦେବ! ମୁଁ ଏବେ ଏଠାରେ ଉପସ୍ଥିତ ଥିବା ସମସ୍ତ ଭାଇମାନଙ୍କୁ, ଆପଣଙ୍କୁ, ବୃକ୍ଷକୁ ଓ ଡାଳରେ ବସିଥିବା ଚଢ଼େଇକୁ ଦେଖୁଛି। ସବୁକିଛି ଦେଖିପାରୁଛି ମୁଁ।” ଆଚାର୍ଯ୍ୟ ଦ୍ରୋଣ ସ୍ମିତହାସ୍ୟ ଖେଳାଇ କିଛି ଉତ୍ତର ନଦେଇ ତୁରନ୍ତ ଗୋଟି ଗୋଟି କରି ଅନ୍ୟମାନଙ୍କୁ ସେହି ଏକା ପ୍ରଶ୍ନ ପଚାରି ଚାଲିଲେ। ଅନ୍ୟମାନେ ବି ଯୁଧିଷ୍ଠିରଙ୍କ ପାଖାପାଖି ଉତ୍ତର ଦେଲେ। କିଏ ଆକାଶ ସହ ଗଛ ଓ ଚଢ଼େଇକୁ ଦେଖୁଥିଲା ତ, କିଏ ପୂରା ଭୂଦୃଶ୍ୟ ସହ ଚଢ଼େଇକୁ ଦେଖୁଥିଲା। କିଏ ଆକାଶର ମେଘଖଣ୍ଡ ସହ ଚଢ଼େଇକୁ ଦେଖୁଥିଲା। କିନ୍ତୁ ଆଚାର୍ଯ୍ୟ ଦ୍ରୋଣ ଯେତେବେଳେ ଅର୍ଜୁନଙ୍କୁ ସେହି ଏକା ପ୍ରଶ୍ନ କଲେ, ସେ କହିଲେ, “ଗୁରୁଦେବ! ମୁଁ କିନ୍ତୁ ଏଠାରେ ଉପସ୍ଥିତ ଆପଣଙ୍କୁ, ମୋର କୌଣସି ଭାଇଙ୍କୁ କିମ୍ବା ଗଛକୁ ଦେଖିପାରୁନାହିଁ। ମୋତେ କେବଳ ଚଢ଼େଇଟି ଦିଶୁଛି। ନା ନା, ଗୁରୁଦେବ, ମୋତେ କେବଳ ଚଢ଼େଇର ମୁଣ୍ଡ ଦିଶୁଛି।” ଟିକେ ରହି ଅର୍ଜୁନ ପୁଣି କହିଲେ, “ନା ନା, ଗୁରୁଦେବ, ମୋତେ ପ୍ରକୃତରେ କେବଳ ଚଢ଼େଇର ଆଖି ହିଁ ଦିଶୁଛି।” “ଏବେ ଧନୁରୁ ତୀରକୁ ଛାଡ଼।” ଦ୍ରୋଣ ଆଦେଶ ଦେଲେ। ଅର୍ଜୁନ କାଳବିଳମ୍ବ ନକରି ତୀର ନିକ୍ଷେପ କଲେ ଓ ତୀର ଯାଇ ସିଧା ଚଢ଼େଇର ଆଖିକୁ ବିଦ୍ଧ କଲା। ଆଚାର୍ଯ୍ୟ ଦ୍ରୋଣ ଓ ପାଣ୍ଡବ ଭାଇମାନେ ଖୁସି ହେଲେ, କିନ୍ତୁ କୌରବ ଭାଇମାନେ ଈର୍ଷାରେ ଦୁଃଖିତ ହୋଇଗଲେ। କିଛିଦିନ ପରେ ଦିନେ ନଦୀରେ ଗାଧୋଉଥିବା ବେଳେ ଗୋଟିଏ କୁମ୍ଭୀର ଆସି ଦ୍ରୋଣଙ୍କ ଗୋଡ଼କୁ କାମୁଡ଼ି ଆକ୍ରମଣ କରି ପାଣି ଭିତରକୁ ଟାଣି ନେବାକୁ ଚେଷ୍ଟା କରୁଥିଲା। ସେଠାରେ ଅନ୍ୟମାନେ ଥିଲେ ବି ସମସ୍ତେ ଅସହାୟ ହୋଇ ଠିଆ ହୋଇଥିବା ବେଳେ ଅର୍ଜୁନ ତତ୍କ୍ଷଣାତ୍ ତାଙ୍କ ଧନୁରେ ତୀର ମାରି ସେହି କୁମ୍ଭୀରକୁ ମାରି ଦ୍ରୋଣଙ୍କୁ ରକ୍ଷା କଲେ। ଏହି ଘଟଣା ପରେ ଅର୍ଜୁନ ଆଚାର୍ଯ୍ୟ ଦ୍ରୋଣଙ୍କର ସବୁଠାରୁ ପ୍ରିୟ ଶିଷ୍ୟ ହୋଇଗଲେ। ଏଥର ଦ୍ରୋଣ ଚାହିଁଲେ ଅର୍ଜୁନଙ୍କୁ ସମସ୍ତ ଯୁଦ୍ଧବିଦ୍ୟା ଶିଖାଇବେ, ଯେମିତି ସମଗ୍ର ପୃଥିବୀରେ ତାଙ୍କଠାରୁ ବଳି ଧନୁର୍ଧର କେହି ବି ନଥିବେ। ଏହି ଘଟଣା ପରେ ଦିନେ ଆଚାର୍ଯ୍ୟ ଦ୍ରୋଣ ତାଙ୍କ ପ୍ରିୟ ଶିଷ୍ୟ ଅର୍ଜୁନଙ୍କୁ ପାଖକୁ ଡାକି ପର୍ଶୁରାମଙ୍କ ପାଖରୁ ପାଇଥିବା ଦିବ୍ୟାସ୍ତ୍ର ଦେଇ କହିଲେ, “ଆଜି ଏହାର ବ୍ୟବହାର ଓ ପ୍ରୟୋଗ ପରେ ନିଜ ପାଖକୁ ପୁଣି ଫେରାଇ ଆଣିବାର ଜ୍ଞାନକୌଶଳ ତୁମକୁ ଶିଖାଇବି। ଆଜିଠାରୁ ଏ ଅସ୍ତ୍ର ତୁମର। କିନ୍ତୁ କେବେ ବି ତୁମଠାରୁ ଦୁର୍ବଳ ଲୋକ ପ୍ରତି ଏହାର ପ୍ରୟୋଗ କରିବନି। କୌଣସି ସାଧାରଣ ମାନବ ପ୍ରତି ବି ଏହାର ପ୍ରୟୋଗ କରିବନି। ବିଶେଷ ଆବଶ୍ୟକତା ସମୟରେ, ଉପଯୁକ୍ତ ଭାବରେ, ସମାସ୍କନ୍ଧ ଶତ୍ରୁ ପ୍ରତି ପ୍ରୟୋଗ ନକରିଲେ, ଏହି ଦିବ୍ୟାସ୍ତ୍ର ତିନି ଭୁବନକୁ ଜାଳିପୋଡ଼ି ଧ୍ୱଂସ କରିଦେବ।” କିଛିଦିନ ପରେ ଆଚାର୍ଯ୍ୟ ଦ୍ରୋଣ ତାଙ୍କ ଆଶ୍ରମରେ ବସି କିଛି ଦୂରରେ ତାଙ୍କ ଶିଷ୍ୟମାନଙ୍କର ଅସ୍ତ୍ରଶସ୍ତ୍ର ଅଭ୍ୟାସ, ବ୍ୟାୟାମ ଓ କୁସ୍ତି ଆଖଡ଼ା ଦେଖୁଥାନ୍ତି। ସେ ବୁଝିସାରିଥିଲେ ଯେଉଁ ସମୟକୁ ସେ ଏତେ ଦିନ ଧରି ଅପେକ୍ଷା କରିଛନ୍ତି, ସେ ସମୟ ଆସି ପହଞ୍ଚିଗଲାଣି। ଏକଦା ପାଞ୍ଚାଳ ନରେଶ ଦ୍ରୁପଦ ତାଙ୍କ ରାଜଦରବାରରେ ତାଙ୍କୁ ଯେଉଁ ଅପମାନ ଦେଇଥିଲେ, ତା’ର ପ୍ରତିଶୋଧ ନେବାର ସମୟ ଆସିଗଲାଣି। ଦ୍ରୋଣଙ୍କ ଓଠଧାରରେ ଧାରେ ସ୍ମିତହାସ୍ୟ ଖେଳିଲା ଓ ଧୀରେ ଧୀରେ ପୁଣି ମିଳେଇଗଲା। *(ବି.ଦ୍ର.: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ।)*

- ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ତା୨୬-୦୮, ବୁଧବାର,ଘଟିପିରି,ଓଡ଼ାପଡ଼ା,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢ଼େଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୂଚନା ଅନୁଯାୟୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଘଟିପିରି,ଗୋବିନ୍ଦପ୍ରସାଦ,କଳାଙ୍ଗ ଏବଂ କୋତ୍ତମ ପଞ୍ଚାୟତ ୬୫୦ରୁ ଉର୍ଦ୍ଧ ଚାଷୀ ଧାନ ଦେଇଥାନ୍ତି।ଚଳିତ ବର୍ଷ ସରକାର ଏଗ୍ରୀଷ୍ଟାକ୍ ନିୟମ କୋହଳ କରିବାରେ ୪୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟ ସରିଛି। ଆଉ କିଛି ଚାଷୀଙ୍କର ପଞ୍ଜିକରଣ କରିବାର ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଏବଂ ସମ୍ପାଦକଙ୍କ ମଧ୍ୟରେ ବଚସା ହୋଇଥିଲା। ଜିଲ୍ଲା ସମବାୟ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ।ଏହାର ତଦନ୍ତ କରିବା ପାଇଁ ଆଜି ଏସ ଆର ସିଏସ ଏବଂ ବିଭାଗୀୟ ଅଧିକାରୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ଥିଲେ।ସେଠାରେ ସଭାପତି ,ସମ୍ପାଦକ ଓ ଅଭିଯୋଗକାରୀ ଚାଷୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଅଭିଯୋଗ ଗୁଡ଼ିକର ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ ପୂର୍ବକ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଏସ ଆର ସିଏସ କହି ଥିଲାବେଳେ ତୁରନ୍ତ ତଦନ୍ତ କରି ସମ୍ପାଦକଙ୍କୁ ବହିଷ୍କାର କରାଯିବ ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।ଏସମ୍ପର୍କରେ ସଭାପତି ଏବଂ ସମ୍ପାଦକ ସରକାରଙ୍କ ନୀତିନିୟମ ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ବୋଲି ପ୍ରକାଶ କରିଛନ୍ତି ହେଲେ ଏଥି ପ୍ରତି ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।1
- ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ1
- ୧କ୍ୱିଣ୍ଟାଲ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଘଟଣା ସ୍ଥଳରୁ ମାଫିଆ ଫେରାର ଆଜି ମନମୁଣ୍ଡା ଥାନା ପୋଲିସ ଟିମ ଶଗଡା ଫାଣ୍ଡି ଅନ୍ତର୍ଗତ ସିଗାଡି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗ୍ରାମ ଜଙ୍ଗଲ ନିକଟରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ୨ଗୋଟି ବସ୍ତାରେ ଗଞ୍ଜେଇ ପାଇଥିଲେ । ମାଜିଷ୍ଟେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ୧ କୁଇଣ୍ଟାଲ ହୋଇଥିଲା । କିଛି ଅଜଣା ଲୋକ ଉକ୍ତ ଗଞ୍ଜେଇ ପରିବହନ ନିମନ୍ତେ ଗଚ୍ଛିତ ରଖିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ୩୪୫/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବ ବେହେରା ସୂଚନା ଦେଇଛନ୍ତି | ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ସମୁଦାୟ ୧୧ ଟି ମାମଲା ରୁଜୁ କରି ୩୨ ଜଣ ଲୋକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସମୁଦାୟ ୩୯କୁଇଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।2
- ଆସନ୍ତାକାଲି ରାକ୍ଷୀପୂର୍ଣ୍ଣିମା । ଆଜି କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ମଲିକ ହୋଟେଲରେ ମିଠା କିଣିବାପାଇଁ ଭଉଣୀ ଭାଇଙ୍କ ବହୁତ ଭିଡ଼ ।1
- ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନରେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ସଭାରେ ଉପସ୍ଥିତ ଥିବା ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣଚନ୍ଦ୍ର ଗୌଡ଼ ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପଧୂପ ଦେଇଥିଲେ l ସ୍ବର୍ଗତ ବି. ପି. ମଣ୍ଡଳଙ୍କୁ ତାଙ୍କ ଅବଦାନକୁ ମନେପକାଇ ଶ୍ରୀଯୁକ୍ତ ଶ୍ରବଣ କୁମାର ଗୁପ୍ତ ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରାଇଥିଲେ l ସ୍ବର୍ଗତ ବିନ୍ଦେଶ୍ବରୀ ପ୍ରସାଦ ମଣ୍ଡଳ ସାମାଜିକ ନ୍ୟାୟ ଓ ସମାଜ ଗଠନରେ ପ୍ରମୁଖ ଭୂମିକା ନିଭେଇବା ସହିତ ୫୨% ଓବିସି ଙ୍କୁ ସମ୍ବିଧାନର ଧାରା ୩୪୦ ଅନୁଯାଇ ସ୍ୱତନ୍ତ୍ର ଅଧିକାର ଦେବା ପାଇଁ ଏକ କମିଟି ଗଠନ କରି ତାହାର ଅଧକ୍ଷ ଭାବେ ନିଯୁକ୍ତି ହୋଇଥିଲେ l ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି କଠିନ୍ନ ପରିଶ୍ରମ କଲାପରେ ତତକାଲିନା ସରକାର ଙ୍କୁ ଏକ ସଫଳ ଡ୍ରାଫ୍ଟ ପ୍ରସ୍ତୁତ କରି ସମର୍ପିତ କରିଥିଲେ l ଓବିସି ମାନଙ୍କର ସମସ୍ୟା ଓ ତାହାର ସମାଧାନ ପାଇଁ ଭାରତ ସରକାରଙ୍କୁ ଜଣାଇଥିଲେ l ସେହିଦିନ ଠାରୁ ଭାରତର ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଥିଲା l ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କ ବିଷୟରେ କିମ୍ବା ଆଜିର ସମାଜର ସ୍ଥିତି ଓ ଆବଶ୍ୟକତାକୁ ନେଇ କିଛି କିଛି ଆଲୋଚନା କରିଥିଲେ l ପରିଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଅର୍ଜୁନ କୁମାର ଭାଟି ଧନ୍ୟବାଦ ଦେଇ ସଭାକୁ ସାଙ୍ଗ ଘୋଷଣା କରିଥିଲେ l1
- ସୁବର୍ଣ୍ଣପୁର ଜିଲ୍ଲା ବାଙ୍କ ବୀଜା ଗ୍ରାମରେ ସରକାରୀ ଜମିକୁ ଜବରଦଖଲ କରିଥିବା ଲାଲବାବୁ ବାଘ ଙ୍କର ଘର ଭାଙ୍ଗିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଫଳରେ ଜିଲ୍ଲାପାଳ ମହୋଦୟ ନିଜେ ଆସି ତଦାରଖ କଲାପରେ 24 ଘଣ୍ଟାରେ ପୋଲିସ ପ୍ରଶାସନ ଏବଂ ରାଜସ୍ୱୟ ନିରୀକ୍ଷକ ଆସି ମାପିବା ଆରହମ୍ଭ କରିଥିଲେ ଏବଂ ଆସନ୍ତା 7 ଦିନ ଭିତରେ ଭାଙ୍ଗିବା ପାଇଁ ନିଷ୍ପତି ନେଇଛନ୍ତି ll ପ୍ରଶାସନ ଙ୍କୁ ବାଙ୍କାବିଜା ଗ୍ରାମବାସୀ ପ୍ରଶଂସା କରିଛନ୍ତି1
- ମନ୍ଦିର ଭିତରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ଚୋର କୁ ଗିରଫ କରିନଥିବାରୁ ସିନ୍ଧେକେଲା ଥାନା ଘେରାଉ କଲା ଶତାଧିକ ଆଦିବାସୀ ସଂଘ। ମନ୍ଦିର ଭିତରୁ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ଚୋର କୁ ଗିରଫ କରିନଥିବାରୁ ସିନ୍ଧେକେଲା ଥାନା ଘେରାଉ କଲା ଶତାଧିକ ଆଦିବାସୀ ସଂଘ।1
- आम आदमी पार्टी प्रशासन से मांग करती है कि बाढ़ प्रभावित परिवारों को जल्द से जल्द ज़रूरी मदद दी जाए।* *आम आदमी पार्टी प्रशासन से मांग करती है कि बाढ़ प्रभावित परिवारों को जल्द से जल्द ज़रूरी मदद दी जाए।* आम आदमी पार्टी केंद्रपाड़ा ज़िला संगठन के सदस्यों ने बाढ़ प्रभावित इलाकों का दौरा किया है और उनकी ज़रूरतों के हिसाब से अपना सहयोग दिया है। प्रशासन के बाढ़ आपदा मैनेजमेंट को एक बड़ी नाकामी मानते हुए, आज ज़िला प्रशासन ने लोगों से बाढ़ प्रभावित इलाकों के लोगों की ज़रूरतों के लिए तुरंत ये कदम उठाने की रिक्वेस्ट की है। पहला, बच्चों के लिए सूखा और पका हुआ खाना समेत काफ़ी खाना देना। दूसरा, बाहरी दुनिया से अलग-थलग पड़े बाढ़ प्रभावित लोगों के लिए ट्रांसपोर्टेशन का इंतज़ाम करना और बीमार लोगों को हॉस्पिटल भेजना। तीसरा, पीने का साफ़ पानी देना। चौथा, बाढ़ की वजह से प्रदूषित माहौल से प्रभावित लोगों की बीमारियों का पता लगाने के लिए मेडिकल टीम भेजना और उन्हें ज़रूरी इलाज और दवा देना। पांचवां, पर्यावरण बचाने के लिए मधुमक्खी पालन का पाउडर और दूसरे केमिकल देना। छठा, पालतू जानवरों और पक्षियों के लिए भरपूर खाना देना, उनकी देखभाल, इलाज और सुरक्षा वगैरह करना। एडिशनल डिस्ट्रिक्ट कलेक्टर ने, आध्या राज्य संघ के एडिटर श्री संदीप दाश की अगुवाई में, डिस्ट्रिक्ट कलेक्टर के न होने की वजह से यह रिक्वेस्ट की। *केंद्रपाड़ा डिस्ट्रिक्ट से स्पेशल रिपोर्टर नामा ब्रह्मा कर की रिपोर्ट, *1