*ମାଲକାନଗିରିରେ ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ଗଣଶିକ୍ଷା ସଚିବ ଏନ୍. ତିରୁମାଲା ନାଏକ୍* *ମାଲକାନଗିରି, ୩୧ ଜୁଲାଇ ୨୦୨୬:* ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ତଥା ଜିଲ୍ଲା ପ୍ରଭାରୀ ଅଧିକାରୀ ଏନ୍. ତିରୁମାଲା ନାଏକ୍ ଆଜିଠାରୁ ମାଲକାନଗିରି ଜିଲ୍ଲାକୁ ଦୁଇ ଦିନିଆ ସରକାରୀ ଗସ୍ତ କରିଛନ୍ତି। ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ସରକାରୀ ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଗସ୍ତର ପ୍ରଥମ ଦିନରେ ସଚିବ ଶ୍ରୀ ନାଏକ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ବଡ଼ବେଲ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଖଇରପୁଟର ମୁଣ୍ଡିଗୁଡା ଉଚ୍ଚ ବିଦ୍ୟାଳୟ ଏବଂ ଚିତ୍ରକୋଣ୍ଡାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଦି ଅଞ୍ଚଳ ଗସ୍ତ କରି ବିଭିନ୍ନ ଚାଲୁ ରହିଥିବା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାର ପ୍ରତ୍ୟେକ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ସଦୃଢ଼ କରିବା ଆମର ପ୍ରାଥମିକତା। ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଦ୍ୱାରା ହିଁ ମାଲକାନଗିରିର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇପାରିବ। ଏହା ସହିତ ସେ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ, ଗ୍ରାମୀଣ ଆବାସ ଯୋଜନା ଓ ସ୍ୱଚ୍ଛ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ କରିଥିଲେ। ପରିଦର୍ଶନ ସମୟରେ ସେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ସହଜ ଓ ସରଳ ଭାବେ ମିଶିବା ସହ ସେମାନଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ କରିଥିଲେ, ଯାହା ପିଲାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସଚିବଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଏବଂ ସମ୍ପୃକ୍ତ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ସାମିଲ ହୋଇ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲାରେ ଶିକ୍ଷାର ବିକାଶ ଓ ଚାଲୁ ରହିଥିବା ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସଚିବ ଶ୍ରୀ ନାଏକ୍ ଆସନ୍ତାକାଲି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଏହି ବୈଠକରେ ଜିଲ୍ଲାର ବିକାଶ ପାଇଁ ସେ କେତେକ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାର କାର୍ଯ୍ୟକ୍ରମ ରହିଛି ।
*ମାଲକାନଗିରିରେ ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ଗଣଶିକ୍ଷା ସଚିବ ଏନ୍. ତିରୁମାଲା ନାଏକ୍* *ମାଲକାନଗିରି, ୩୧ ଜୁଲାଇ ୨୦୨୬:* ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ତଥା ଜିଲ୍ଲା ପ୍ରଭାରୀ ଅଧିକାରୀ ଏନ୍. ତିରୁମାଲା ନାଏକ୍ ଆଜିଠାରୁ ମାଲକାନଗିରି ଜିଲ୍ଲାକୁ ଦୁଇ ଦିନିଆ ସରକାରୀ ଗସ୍ତ କରିଛନ୍ତି। ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ସରକାରୀ ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଗସ୍ତର ପ୍ରଥମ ଦିନରେ ସଚିବ ଶ୍ରୀ ନାଏକ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ବଡ଼ବେଲ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଖଇରପୁଟର ମୁଣ୍ଡିଗୁଡା ଉଚ୍ଚ ବିଦ୍ୟାଳୟ ଏବଂ ଚିତ୍ରକୋଣ୍ଡାସ୍ଥିତ
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଦି ଅଞ୍ଚଳ ଗସ୍ତ କରି ବିଭିନ୍ନ ଚାଲୁ ରହିଥିବା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାର ପ୍ରତ୍ୟେକ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ସଦୃଢ଼ କରିବା ଆମର ପ୍ରାଥମିକତା। ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଦ୍ୱାରା ହିଁ ମାଲକାନଗିରିର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇପାରିବ। ଏହା ସହିତ ସେ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ, ଗ୍ରାମୀଣ ଆବାସ ଯୋଜନା ଓ ସ୍ୱଚ୍ଛ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ କରିଥିଲେ। ପରିଦର୍ଶନ ସମୟରେ ସେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ସହଜ ଓ ସରଳ ଭାବେ ମିଶିବା ସହ ସେମାନଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ କରିଥିଲେ, ଯାହା ପିଲାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ
ସୃଷ୍ଟି କରିଛି। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସଚିବଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଏବଂ ସମ୍ପୃକ୍ତ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ସାମିଲ ହୋଇ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲାରେ ଶିକ୍ଷାର ବିକାଶ ଓ ଚାଲୁ ରହିଥିବା ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସଚିବ ଶ୍ରୀ ନାଏକ୍ ଆସନ୍ତାକାଲି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଏହି ବୈଠକରେ ଜିଲ୍ଲାର ବିକାଶ ପାଇଁ ସେ କେତେକ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାର କାର୍ଯ୍ୟକ୍ରମ ରହିଛି ।
- ପ୍ରେସ ଲେଖା ଟ୍ରାକ୍ଟର ରେ ବେଆଇନ ବାଲି ଚାଲାଣ, ଜଣେ ଗିରଫ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ବେଆଇନ ବାଲି ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, କାଲିମେଳା ଥାନାଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଏମ୍ପିଭି-୩୩ ଗ୍ରାମ ନିକଟରେ ଯାଞ୍ଚ ବେଳେ ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ମହିନ୍ଦ୍ରା ଟ୍ରାକ୍ଟର ଓ ଟ୍ରଲିକୁ ଜବତ କରାଯାଇଥିଲା। ଏହି ଘଟଣାରେ ଗିର୍କାନପାଲ୍ଲୀ ଗ୍ରାମ ର ବିଷ୍ଣୁ ଝରାବାଲା (୨୩)ଙ୍କୁ ପୁଲିସ ଗିରଫ କରିଛି। ଜବତ ହୋଇଥିବା ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରଲିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛି। ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ଟ୍ରାକ୍ଟର ରେ ନମ୍ବର ପ୍ଲେଟ୍ ଲାଗିବା ବଦଳରେ ବଡ ବଡ ଅକ୍ଷରେ ପ୍ରେସ ଲେଖା ରହିଛି। ଟ୍ରାକ୍ଟର ରେ ପ୍ରେସ ଲେଖା ରହିବା ବିଷୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।4
- ଜୟପୁର R&B ପୁଣି ଚର୍ଚ୍ଚାରେ! ରାସ୍ତା-ବ୍ରିଜ୍ ବିବାଦ ପରେ ଏବେ ଅସ୍ଥାୟୀ କର୍ମଚାରୀଙ୍କ ଅସନ୍ତୋଷ, R&B କାର୍ଯ୍ୟାଳୟ ସାମ୍ନାରେ ଧାରଣା। ଜୟପୁର R&B ପୁଣି ଚର୍ଚ୍ଚାରେ! ରାସ୍ତା-ବ୍ରିଜ୍ ବିବାଦ ପରେ ଏବେ ଅସ୍ଥାୟୀ କର୍ମଚାରୀଙ୍କ ଅସନ୍ତୋଷ, R&B କାର୍ଯ୍ୟାଳୟ ସାମ୍ନାରେ ଧାରଣା।1
- ସାର ଅଭାବକୁ ନେଇ ଅଧଘଣ୍ଟା ଧରି ରାଜରାସ୍ତା ଅବରୋଧ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ଚାଷୀଙ୍କ ବିକ୍ଷୋଭରେ ଠପ୍ ହେଲା ଯାତାୟାତ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ1
- ଗତ କିଛି ଦିନର ପ୍ରବଳ ବର୍ଷା ଓ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକର ସମୀକ୍ଷା କରିବା ପାଇଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ1
- ମରଣଯନ୍ତା ପାଲଟିଛି ଏମ୍.ଭି.-୭୯ରୁ ମୋଟୁ ଜାତୀୟ ରାଜପଥ,ରକ୍ଷଣାବେକ୍ଷଣ ଅଭାବରୁ ବଢ଼ୁଛି ଜନ ଅସନ୍ତୋଷ #Malkangiri #National241
- ମଧ୍ୟାନ୍ନ ଭୋଜନ ଛୁଟି ସମୟରେ ଛାତ୍ରଙ୍କୁ ଆକ୍ରମଣ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ #Jeypore #National241