logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶିକ୍ଷାବର୍ଷ ଆରମ୍ଭ କିନ୍ତୁ ଛାତ୍ରଛାତ୍ରୀଙ୍କୁ ମିଳୁନି ବହି କି ପୋଷାକ,ଶିକ୍ଷାବର୍ଷ ଆରମ୍ଭରୁ ଝୁଣ୍ଟିଲେଣି ଭୁବନେଶ୍ୱର :- ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟରେ ଅନେକ ସ୍କୁଲରେ ଛାତ୍ରଛାତ୍ରୀମାନେ ଏ ପର୍ଯନ୍ତ୍ୟ ପାଠ୍ୟପୁସ୍ତକ କିମ୍ବା ପୋଷାକ ପାଇପାରିନାହାନ୍ତି । ବହି ଅଭାବରୁ ପାଠପଢ଼ା ଆରମ୍ଭ ହୋଇପାରିଲା ନାହିଁ । ପୋଷାକ ବିନା ମଧ୍ୟ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଇପାରୁ ନାହାନ୍ତି । କିନ୍ତୁ ସରକାର ଉତ୍ସବରେ ମାତିଛନ୍ତି । “ପ୍ରବେଶ ଉତ୍ସବ” ଓ “ଖଡ଼ିଛୁଆଁ ଉତ୍ସବ” ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ଶିକ୍ଷାବିଭାଗର ଅଧିକାରୀମାନେ ଉତ୍ସବମୁଖରିତ ହୋଇପଡ଼ିଛନ୍ତି । ଏହା ବାସ୍ତବ ଶିକ୍ଷା ବ୍ୟବସ୍ଥାର ଏକ ବିକଳ ଚିତ୍ର ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପ୍ରବକ୍ତା କୃଷ୍ଣଚନ୍ଦ୍ର ପତି ଏ ବିଷୟରେ ନିଜର ମତପୋଷଣ କରି ଉଦାହରଣ ଛଳରେ କହିଲେ କି ଆଜି ରାଜ୍ୟରେ ଶିକ୍ଷାର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ହୋଇଛି - ଯେପରି ଭାବରେ ଶ୍ରେଣୀ ଗୃହର ଅଭାବ, ଶିକ୍ଷକଙ୍କର ଅଭାବ, ବିଦ୍ୟୁତ ସଂଯୋଗର ଅଭାବ, ପିଇବାପାଣିର ଓ ଶୌଚାଳୟର ଅଭାବ ଦର୍ଶାଉଛି ଯେ ସରକାର ଛାତ୍ରଛାତ୍ରୀମାନଙ୍କୁ ନିତ୍ୟାବଶକୀୟ ମୌଳିକ ସୁବିଧା ଯୋଗାଇବାରେ କିଭଳି ବିଫଳ ହୋଇଛନ୍ତି । ଶ୍ରୀ ପତି ଆହୁରି ମଧ୍ୟ କହିଲେ ଯେ ଗତ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୧୫ ହଜାରରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ଫର୍ମଫିଲପ୍ କରିମଧ୍ୟ ପରୀକ୍ଷା ଦେବାରୁ ଅନୁପସ୍ଥିତ ରହିଥିଲେ । ଏହା ହେଉଛି ସରକାରୀ ତଥ୍ୟ କିନ୍ତୁ ବାସ୍ତବ ତଥ୍ୟ ଏହାଠାରୁ ଭିନ୍ନ । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ସ୍କୁଲ ଡ୍ରପଆଉଟ୍ ହାରକୁ ନେଇ ସରକାର ରଖୁଥିବା ତଥ୍ୟ ଏବଂ ବାସ୍ତବ ଚିତ୍ର ମଧ୍ୟରେ ଅନେକ ପାର୍ଥକ୍ୟ ରହୁଛି । ସେ କହିଲେ ଶିକ୍ଷା ଅଧିକାର ଆଇନ ଦ୍ୱାରା ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପୁସ୍ତକ ଓ ପୋଷାକ ବଣ୍ଟନର ବ୍ୟବସ୍ଥା ଥିଲେ ମଧ୍ୟ ଗତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଆରମ୍ଭରୁ ୬ ମାସ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ଓ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ ପୋଷାକ ପାଇପାରିଲେ ନାହିଁ । ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ୭୦୦ ଟଙ୍କାର ବହିପତ୍ର ୭୦୦୦ ରେ ବିକ୍ରୀ ହେବା ଦୁର୍ଭାଗ୍ୟଜନକ ଓ ଏସବୁ ଜାଣି ମଧ୍ୟ ସରକାର ଆଖିବୁଜି ଦେବା କେଉଁଠି ନା କେଉଁଠି ଘରୋଇ ଶିକ୍ଷାନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଦର୍ଶାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ଅନ୍ୟତମ ମୁଖପାତ୍ର ଡଃ ଦେବାଶିଷ ଭୂୟାଁ କହିଲେ ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଆଦିବାସୀ ନେତା, ତେଣୁ ସେ ଖଡ଼ିଛୁଆଁ ଉତ୍ସବ ଗତବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱରରେ ନକରି ତା ବଦଳରେ ରାଜ୍ୟର ଅନ୍ୟ କୌଣସି ଆଦିବାସୀ ବହୁଳ ଜିଲ୍ଲାରେ ଏ ଉତ୍ସବଟି କରିଥିଲେ ଭଲ ହୋଇଥାନ୍ତା । ତାଙ୍କର ଭୁବନେଶ୍ୱରରେ ଏ କାର୍ଯ୍ୟକ୍ରମ ଦର୍ଶାଉଛି ଯେ ଏପର୍ଯ୍ୟନ୍ତ ଉପାନ୍ତ ଅଞ୍ଚଳରେ ଥିବା ଆଦିବାସୀ ଜିଲ୍ଲା ଗୁଡ଼ିକରେ ପାଠ୍ୟପୁସ୍ତକ ପହଞ୍ôଚ ପାରିନାହିଁ । ଆଜି ଯେଉଁ ଶିକ୍ଷା ସଚେତନତା ରଥକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କଲେ ସେଥିରେ ଲେଖାଅଛି ବିକଶିତ ଛାତ୍ର-ବିକଶିତ ଓଡ଼ିଶା । ତେଣୁ ବିନା ପୁସ୍ତକରେ କିଭଳି ଛାତ୍ରଛାତ୍ରୀମାନଙ୍କର ବିକାଶ ହେବ ସେ ବିଷୟରେ ଶ୍ରୀ ଭୂୟାଁ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ôଚପାରି ନାହିଁ । ଆହୁରି ମଧ୍ୟ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରଜ୍ଜୁଜ୍ୟ ପୁସ୍ତକ ଏପର୍ଯ୍ୟନ୍ତ ବୁକଷ୍ଟୋର ମାନଙ୍କରେ ଉପଲବ୍ଧ ହୋଇନାହିଁ । ତେଣୁ ଚଳିତ ବର୍ଷ ସିବିଏସଇ ବୋର୍ଡ ଓ ରାଜ୍ୟବୋର୍ଡ ଅଧିନରେ ମାଟ୍ରିକ ପରୀକ୍ଷା ଦେବାପାଇଁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏପର୍ଯ୍ୟନ୍ତ ବହି ଖୋଲାବଜାରରୁ କିଣିପାରୁ ନାହାନ୍ତି, ଯଦିଓ ସେମାନଙ୍କର କ୍ଲାସ ଗତ ୧୫ ଦିନ ତଳୁ ଆରମ୍ଭ ହେଲାଣି । ଏକଥା ଦର୍ଶାଉଛି ଏହି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହିତ ସରକାର ପ୍ରତାରଣା କରୁଛନ୍ତି । ଉଚ୍ଚଶିକ୍ଷା ପରିଷଦର ସ୍ଥାୟୀ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ଏପର୍ଯନ୍ତ ହୋଇନଥିବାରୁ ଉଭୟ ଡଃ ଭୂୟାଁ ଓ ଶ୍ରୀ ପତି ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଓ ସରକାରଙ୍କୁ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଭୟ ସାହୁ ଉପସ୍ଥିତ ଥିଲେ ।

5 hrs ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
5 hrs ago
e201c4c2-eec5-40db-8353-12c447c2f325

More news from ଓଡ଼ିଶା and nearby areas
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)
    2
    କଟକ ଚୌଦ୍ୱାର ଜେଲ୍ ରୁ ଫେରାର ପରେ କର୍ଣ୍ଣାଟକ ର ମହୀଶୂରରୁ ଏକ ଅଳଙ୍କାର ଦୋକାନ ରୁ ୨୦୨୫ ଡିସେମ୍ବର ମାସରେ ଲୁଟ୍ କରିଥିଲା ରାଜା ଏହାପରେ ହାଇଦ୍ରାବାଦ ରୁ ଆଉ ଏକ ସୁନା ଅଳଙ୍କାର ଦୋକାନରୁ ଲୁଟ ଉଦ୍ୟମ କରିଥିବା ବେଳେ ସଫଳ ହୋଇ ନଥିଲା  । ରାଜା କୁ ଧରିବା ପାଇଁ କମିଶନରେଟ ପୋଲିସ ର ୨୪ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ବିଭିନ୍ନ ଲୋକେସ ରେ ପୋଲିସ ଚଢ଼ାଉ କରିଥିବା ବେଳେ ରାଜା ପୋଲିସ କୁ ବାରମ୍ବାର ଚଖମା ଦେଇଥିଲା। ଶେଷରେ ଉତ୍ତରାଖଣ୍ଡ ର ଋଷିକେଶ ରୁ ରାଜା କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ସବୁଠାରୁ ବଡ଼ କଥା ହେଲା କି କୁଖ୍ୟାତ ଅପରାଧୀ ରାଜା ସାହାଣୀ ନାମରେ ଏକାଧିକ ହତ୍ୟା ମାମଲା ସହ ଭାରତର ବିଭିନ୍ନ ରାଜ୍ୟ ରେ  ୨୮ ଟି ଜଘନ୍ୟ ଅପରାଧିକ ମାମଲା ରହିଛି।ଏହି ମାମଲା ଭିତରେ ଡକାୟତି ମାମଲା ଅଧିକ ରହିଛି। ରାଜା ଏକ ବଡ଼ ନେଟୱର୍କ କରି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଲୁଟ ଘଟଣା ଘଟାଉଥିଲା । ଶେଷରେ ପୋଲିସ ରାଜାକୁ ଧରିବା ପରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲ କୁ ପଠା ଯାଇଛି। ଅନ୍ୟ ରାଜ୍ୟର ପୋଲିସ ର ମଧ୍ୟ ମୋଷ୍ଟ୍ ୱାଣ୍ଟେଡ ଥିବା ରାଜା ସାହାଣୀ କୁ ପଚରା ଉଚରା କରି ପାରନ୍ତି ଅନ୍ୟ ରାଜ୍ୟର ପୋଲିସ। ତେବେ ରାଜା ର ଗିରଫ ପରେ ତାଙ୍କ ଗ୍ୟାଙ୍ଗ ର ମନୋବଳ ହ୍ରାସ ପାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ।
ଏସ ଦେବଦତ୍ତ ସିଂ ( ପୋଲିସ କମିଶନର)
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    4 hrs ago
  • ପେଟାନାଳରେ ପଡ଼ିଗଲେ ନନ୍ଦୀ ମହାରାଜ! ଷଣ୍ଢ ଟିକୁ ଉଦ୍ଧାର କରିବାକୁ ନାକେଦମ୍ ହେଲା ଅଗ୍ନିଶମ ବାହିନୀ। କଟକ ସିଡିଏସ୍ଥିତ ପେଟାନାଳରେ ଫସିଲେ ନନ୍ଦୀ ମହାରାଜ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଷଣ୍ଢ ଟିକୁ ବାହାର କରିଛନ୍ତି।
    1
    ପେଟାନାଳରେ ପଡ଼ିଗଲେ ନନ୍ଦୀ ମହାରାଜ!
ଷଣ୍ଢ ଟିକୁ ଉଦ୍ଧାର କରିବାକୁ ନାକେଦମ୍ ହେଲା ଅଗ୍ନିଶମ ବାହିନୀ। କଟକ ସିଡିଏସ୍ଥିତ ପେଟାନାଳରେ ଫସିଲେ ନନ୍ଦୀ ମହାରାଜ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଷଣ୍ଢ ଟିକୁ ବାହାର କରିଛନ୍ତି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    2 hrs ago
  • ok
    2
    ok
    user_Debasis pradhan bapi
    Debasis pradhan bapi
    ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    13 hrs ago
  • ଜଗତସିଂହପୁର ୪/୪- ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଜେ ସୋନାଲ , ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍‌କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ । ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ l ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଜଗତସିଂହପୁର
    4
    ଜଗତସିଂହପୁର ୪/୪- ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୨ ତାରିଖ ଓ ୩ ତାରିଖ ପାରମ୍ପରିକ ପୋଷାକ ପରିଧାନ ଦିବସ 'ଆମ ପୋଷାକ ଆମ ପରିଚୟ' ପାଳିତ ହେଉଅଛି।ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଜେ ସୋନାଲ , ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ କାର୍ଯ୍ୟାଳୟକୁ ଆସିଥିଲେ । “ଆମ ପୋଷାକ ଆମ ପରିଚୟ” ସ୍ଲୋଗାନ୍‌କୁ ସମ୍ମାନ ଜଣାଇ ଆଜି ଖଦୀ, ସମ୍ବଲପୁରୀ, ସୋନପୁରୀ, କୋଟପାଡ, ମାଣିଆବନ୍ଧ, ନୂଆପାଟଣା, ବୋମକାଇ ଆଦି ରାଜ୍ୟର ବିଭିନ୍ନ ସ୍ଥାନର ହସ୍ତତନ୍ତ ବୁଣା ପୋଷାକ ପରିଧାନ କରିଥିଲେ । ଆମ ବସ୍ତ୍ର ହେଉଛି ଆମ ସ୍ୱାଭିମାନ ଓ ଆମ ପରିଚୟ । ଓଡ଼ିଶା ହସ୍ତତନ୍ତ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଣୁ କେବଳ ଓଡ଼ିଆ ପକ୍ଷ ପାଳନ ନୁହେଁ ଦୈନନ୍ଦିନ ଜୀବନରେ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରି ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏକତ୍ରିତ ହୋଇ ଫଟୋ ଉଠାଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟଠାରେ ମଧ୍ୟ ପାରମ୍ପରିକ ପୋଷାକ ପରିଧାନ ଦିବସ ଅନୁରୂପ ଭାବେ ପାଳିତ ହୋଇଯାଇଛି । ଏହା ମାଧ୍ୟମରେ ଲୋକମାନଙ୍କ ମନରେ ନିଜ ସଂସ୍କୃତି ପ୍ରତି ସମ୍ମାନ ବଢ଼ିବା ସହ ଏହାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବାର ଏହା ଏକ ପ୍ରୟାସ l
ଜିଲ୍ଲା ସୂଚନା ଓ ଲୋକସଂପର୍କ       କାର୍ଯ୍ୟାଳୟ, ଜଗତସିଂହପୁର
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    16 hrs ago
  • ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ । ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ୧୦,୧୩୪ ଶିଶୁ । ଢ଼େଙ୍କାନାଳ, ତା. ୪.୪. ୨୦୨୬- ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସାରା ରାଜ୍ୟରେ ବିଦ୍ୟାଳୟରେ ଶିଶୁମାନଙ୍କ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ପି.ଏମ. ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚ଼ନ୍ଦ୍ର ପାତ୍ର ଯୋଗ ଦେଇ, ଶିଶୁମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କର ବିଦ୍ୟାରମ୍ଭ କରିଥିଲେ। ବିଦ୍ୟା ମହାଧନ ଅଟେ, ସମସ୍ତଙ୍କୁ ଶିକ୍ଷା ପ୍ରଦାନକରିବା ଆମର ଲକ୍ଷ୍ୟ ହେବା ଉଚ଼ିତ ବୋଲି ପ୍ରକାଶ କରିଥିଲେ । ଶିକ୍ଷିତ ମାନେ ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିିବେ । ସମସ୍ତେ ଶିକ୍ଷିତ ହେଲେ ଜ୍ଞାନ ଓ ବିଜ୍ଞାନର ଦ୍ରୁତ ବିକାଶ ହେବ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ । ସାର୍ବଜନୀକ ଶିକ୍ଷା ନିମନ୍ତେ ସରକାର ସଂକଳ୍ପବଦ୍ଧ, ଏଥି ନିମନ୍ତେ ଗୁରୁଜୀମାନଙ୍କ ଦାୟୀତ୍ବ ଖୁବ ଅଧିକ । ପଢ଼ିଲେ ଜାଣିବା, ଜାଣିଲେ ଜିଣିବା ବୋଲି ମତବ୍ୟକ୍ତ କରି ମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅତିଥିମାନେ ଶିଶୁମାନଙ୍କୁ ଖଡ଼ି ଛୁଆଁଇ ବିଦ୍ଯାରମ୍ଭ କରାଇଥିଲେ । ଏହି ଅବସରରେ ଏକ ସଚ଼େତନତା ପ୍ରଚାର ରଥକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚ଼ନ୍ଦ୍ର ପାତ୍ର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ସାହୁ ପ୍ରମୂଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିସରରେ ହୋଇଥିବା ରଙ୍ଗର ଦୂନିଆ, ଗପ ରାଇଜ ଓ ଖେଳଘର ଷ୍ଟଲକୁ ଅତିଥି ମାନେ ପରିଦର୍ଶନ କରିଥିଲେ । ଜିଲ୍ଲାରେ ଶିଶୁ ବାଟିକାରେ ୮,୭୮୨ ଜଣ ଏବଂ ପ୍ରଥମ ଶ୍ରେଣୀରେ ୧,୩୫୨ ଜଣ, ସମୁଦାୟ ୧୦,୧୩୪ ଜଣ ଶିଶୁଙ୍କର ନାମ ଲେଖାଯିବ ବୋଲି ଜଣାଯାଇଛି । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
    3
    ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ । ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ୧୦,୧୩୪ ଶିଶୁ ।         ଢ଼େଙ୍କାନାଳ, ତା. ୪.୪. ୨୦୨୬-         ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସାରା ରାଜ୍ୟରେ ବିଦ୍ୟାଳୟରେ ଶିଶୁମାନଙ୍କ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ପି.ଏମ. ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ        ଶ୍ରୀ କୃଷ୍ଣ ଚ଼ନ୍ଦ୍ର ପାତ୍ର ଯୋଗ ଦେଇ, ଶିଶୁମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କର ବିଦ୍ୟାରମ୍ଭ କରିଥିଲେ। ବିଦ୍ୟା ମହାଧନ ଅଟେ, ସମସ୍ତଙ୍କୁ ଶିକ୍ଷା ପ୍ରଦାନକରିବା ଆମର ଲକ୍ଷ୍ୟ ହେବା ଉଚ଼ିତ ବୋଲି  ପ୍ରକାଶ କରିଥିଲେ । ଶିକ୍ଷିତ ମାନେ ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିିବେ । ସମସ୍ତେ ଶିକ୍ଷିତ ହେଲେ ଜ୍ଞାନ ଓ ବିଜ୍ଞାନର ଦ୍ରୁତ ବିକାଶ ହେବ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ । ସାର୍ବଜନୀକ ଶିକ୍ଷା ନିମନ୍ତେ ସରକାର ସଂକଳ୍ପବଦ୍ଧ, ଏଥି ନିମନ୍ତେ ଗୁରୁଜୀମାନଙ୍କ ଦାୟୀତ୍ବ ଖୁବ ଅଧିକ । ପଢ଼ିଲେ ଜାଣିବା, ଜାଣିଲେ ଜିଣିବା ବୋଲି ମତବ୍ୟକ୍ତ କରି ମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅତିଥିମାନେ ଶିଶୁମାନଙ୍କୁ ଖଡ଼ି ଛୁଆଁଇ ବିଦ୍ଯାରମ୍ଭ କରାଇଥିଲେ । ଏହି ଅବସରରେ ଏକ ସଚ଼େତନତା ପ୍ରଚାର ରଥକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୂହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚ଼ନ୍ଦ୍ର ପାତ୍ର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ସାହୁ ପ୍ରମୂଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  ବିଦ୍ୟାଳୟ ପରିସରରେ ହୋଇଥିବା ରଙ୍ଗର ଦୂନିଆ, ଗପ ରାଇଜ ଓ ଖେଳଘର ଷ୍ଟଲକୁ ଅତିଥି ମାନେ ପରିଦର୍ଶନ କରିଥିଲେ । ଜିଲ୍ଲାରେ ଶିଶୁ ବାଟିକାରେ ୮,୭୮୨ ଜଣ ଏବଂ ପ୍ରଥମ ଶ୍ରେଣୀରେ ୧,୩୫୨ ଜଣ, ସମୁଦାୟ ୧୦,୧୩୪ ଜଣ ଶିଶୁଙ୍କର ନାମ ଲେଖାଯିବ ବୋଲି ଜଣାଯାଇଛି ।  କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ  ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    8 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.